ଜଗନ୍ନାଥ ଗୀତିକା

ଜଗନ୍ନାଥ ଗୀତିକା

୧. ଶ୍ରୀଜଗନ୍ନାଥାଷ୍ଟକମ/ ଆଦି ଶଙ୍କରାଚାର୍ଯ୍ୟ କଦାଚିତ୍‌ କାଳିନ୍ଦୀତଟବିପିନସଙ୍ଗୀତକରବୋ, ମୁଦାଭିରୀନାରୀବଦନକମଳାସ୍ବାଦୋମଧୂପଃ। ରମାଶମ୍ଭୁବ୍ରହ୍ମାସୁରପତିଗଣେଶାର୍ଚ୍ଚିତପଦୋ, ଜଗନ୍ନାଥଃ ସ୍ବାମୀ ନୟନପଥାଗାମୀ ଭବତୁ ମେ। ଭୁଜେ ଶବ୍ୟେ ବେଣୁଂ ଶିରସି ଶିଖିପୁଚ୍ଛଂ କଟିତଟେ ଦୁକୂଳଂ ନେତ୍ରାନ୍ତେ ସହଚରକଟାକ୍ଷଂ ବିଦଧତେ। ସଦା ଶ୍ରୀମଦବୃନ୍ଦାବନବିଳସିତଲୀଳାପରଚୟୋ, ଜଗନ୍ନାଥଃ ସ୍ବାମୀ ନୟନପଥଗାମୀ ଭବତୁ ମେ। ମହାମ୍ଭୋଧେସ୍ତୀରେ କନକରୁଚିରେ ନୀଳଶିଖରେ, ବସନ୍‌ ପ୍ରାସାଦନ୍ତୋ ସହଜବଳଭଦ୍ରେଣ ବଳିନା। ସୁଭଦ୍ରାମଧ୍ୟସ୍ଥଃ ସକଳସୁରସେବାବସରଦୋ, ଜଗନ୍ନାଥଃ ସ୍ବାମୀ ନୟନପଥଗାମୀ ଭବତୁ ମେ। କୃପାପାରାବାରଃ ସଜଳଜଳଦଶ୍ରେଣୀରୁଚିରୋ, ରମାବାଣୀରାମଃ ସ୍ଫୁରଦମଳପଦ୍ମେକ୍ଷଣମୁଖଃ। ସୁରେନ୍ଦ୍ରୈରାରାଧ୍ୟଃ ଶ୍ରୁତିଗଣଶିଖାଗୀତଚରିତୋ, ଜଗନ୍ନାଥଃ ସ୍ବାମୀ ନୟନପଥଗାମୀ ଭବତୁ ମେ। ରଥାରୂଢ଼ୋଗଚ୍ଛନ୍‌ ପଥି ମିଳିତ ଭୂଦେବପଟଳୈଃ, ସ୍ମୃତିର୍ପ୍ରାଦୁର୍ଭାବଂ ପ୍ରତିପଦମୁପାକର୍ଣ୍ଣଂ ସଦୟଃ। ଦୟାସିନ୍ଧୁର୍ବନ୍ଧୁଃ ସକଳଜଗତାଂ ସିନ୍ଧୁସୁତୟା, ଜଗନ୍ନାଥଃ ସ୍ବାମୀ ନୟନପଥାଗାମୀ ଭବତୁ ମେ। ପରଂବ୍ରହ୍ମାପୀଡ଼୍ୟଃ କୁବଳୟଦଳଳୋତ୍‌ଫୁଲ୍ଲନୟନୋ, ନିବାସୀ ନୀଳାଦ୍ରୌ ନିହିତଚରଣୋନନ୍ତଶିରସି। ରସାନନ୍ଦୀ ରାଧାରସରବପୁରାଲିଙ୍ଗନସୁଖୋ, ଜଗନ୍ନାଥ ସ୍ବାମୀଃ ନୟନପଥଗାମୀ ଭବତୁ ମେ। ନବୈ ଯାଚେ ରାଜ୍ୟଂ ନ ଚ କନକମାଣିକ୍ୟବିଭବଂ, ନ ଯାଚେହଂ ରମ୍ୟାଂ ସକଳଜନକାମ୍ୟାଂ ବରବଧୂମ। ସଦା କାଳେ କାଳେ ପ୍ରମଥପତିନା ଗୀତଚରିତୋ, ଜଗନ୍ନାଥ ସ୍ବାମୀଃ ନୟନପଥଗାମୀ ଭବତୁ ମେ। ହର ତ୍ବଂ ସଂସାରଂ ତ୍ରୁତତରମସାରଂ ସୁରପତେ, ହର ତ୍ବଂ ପାପାନାଂ ବିତତିମପରାଂ ଯାଦବପତେ। ଅହୋ ଦୀନନାଥଂ ନିହିତମଚଳଂ ନିଶ୍ଚିତପଦଂ, ଜଗନ୍ନାଥ ସ୍ବାମୀଃ ନୟନପଥଗାମୀ ଭବତୁ ମେ। ୨. ଜୟ ଜୟ ଦେବ ହରେ/ଶ୍ରୀ ଜୟଦେବ ଶ୍ରିତକମଳାକୁଚମଣ୍ଡଳ ଧୃତକୁଣ୍ଡଳ, କଳିତଲଳିତବନମାଳ, ଜୟ ଜୟ ଦେବ ହରେ। ଦିନମଣିମଣ୍ଡଳମଣ୍ଡନ ଭବଖଣ୍ଡନ, ମୁନିଜନମାସହଂସ, ଜୟ ଜୟ ଦେବ ହରେ। କାଳୀୟବିଷଧରଗଞ୍ଜନ ଜନରଞ୍ଜନ, ଯଦୁକୁନଳିନୀଦିନେଶ, ଜୟ ଜୟ ଦେବ ହରେ। ମଧୁମୁରନରକବିନାଶନ ଗରୁଡ଼ାସନ, ସୁରକୁଳକେଳିନିଦାନ, ଜୟ ଜୟ ଦେବ ହରେ। ଅମଳକମଳଦଳଲୋଚନ ଭାବମୋଚନ, ତ୍ରିଭୁବନଭବନନିଦାନ, ଜୟ ଜୟ ଦେବ ହରେ। ଜନକସୁତାକୃତଭୂଷଣ ଜିତଦୂଷଣ, ସମରଶମିତଦଶକଣ୍ଠ, ଜୟ ଜୟ ଦେବ ହରେ। ଅଭିନବଜଳଧରସୁନ୍ଦର ଧୃତମନ୍ଦର, ଶ୍ରୀମୁଖଚନ୍ଦ୍ରଚକୋର, ଜୟ ଜୟ ଦେବ ହରେ। ତବ ଚରଣେ ପ୍ରଣତା ବୟମିତି ଭାବୟ, କୁରୁ କୁଶଳଂ ପ୍ରଣତେଷୁ, ଜୟ ଜୟ ଦେବ ହରେ। ଶ୍ରୀଜୟଦେବକବେରିଦଂ କୁରୁତେମୁଦମ, ମଞ୍ଜୁଳମୁଜ୍ଜ୍ବଳଗୀତମ, ଜୟ ଜୟ ଦେବ ହରେ। ୩. ଜୟ ଜୟ ନୀଳାଚଳ ନାଥ/ଆଦିକବି ସାରଳା ଦାସ ଜୟ ନୀଳାଚଳ ନାଥ ଅଗତି ତାରଣ, ଜୟ ରାମପତି ପ୍ରଭୁ ମାନ ଉଦ୍ଧାରଣ। ଆହେ କଳାକାର ମୁଖ ପାଣ୍ଡବ ରକ୍ଷକ, ସେ ମୁଖ ଦର୍ଶନେ ପାପ ନ ରହଇ ପାଖ। ବଡ଼ ଦେଉଳେ ବସିଛ ହୋଇ ବଜ୍ରସେହ୍ନା, ପତିତପାବନ ବୋଲି ଉଡ଼ାଉଛ ବାନା। ମୁଁ ପତିତ ମୋ ଗୁହାରୀ ଶ୍ରବଣେ ଅଧମ, ଅଜାମିଳଠାରୁ ମୁଁ କି ଅଟଇ ଅଧମ। ତାହାକୁ ତାରିଲ ପ୍ରଭୁ କଟାକ୍ଷ ମାତ୍ରରେ, ସେହିପରି ଦୃଷ୍ଟି ପଡ଼ୁ ମୋ ଉପରେ ଥରେ। ବାଟ ଖରଚକୁ ମୋର କିଛି ନାହିଁ ଧନ, ତୁମ୍ଭେ ହିଁ ସମ୍ବଳ ମୋର ରଙ୍କର ରତନ। ଅଣଚାଷ ବେଳକୁ ଭରସା କେହି ନାହିଁ, ତୁମ୍ଭେ ଉଦ୍ଧାରନ୍ତା ଅଟ ପ୍ରଭୁ ଭାବଗ୍ରାହୀ। ଇଚ୍ଛମୟ ହରି ତୁମ୍ଭ ମହିମା ଅସୀମ, ଦୁବଗଛ କରିପାର ଭୟଙ୍କର ଦ୍ରୁମ। ତୁମ୍ଭର କୃପାରେ ପଙ୍ଗୁ ଲଙ୍ଘିପାରେ ଗିରି, ତୁମ୍ଭର ବଳେ କପିଏ ଗଲେ ସିନ୍ଧୁ ତରି। ତୁମ୍ଭ ମହିମା ବର୍ଣ୍ଣନେ ଅଛି କା ଶକତି, ସାରଳା ଦାସ ମାଗଇ ହେ ପ୍ରଭୁ ମୁକତି। ୪. ନମସ୍ତେ ପ୍ରଭୁ ଜଗନ୍ନାଥ/ ଅତିବଡ଼ି ଜଗନ୍ନାଥ ଦାସ ନମସ୍ତେ ପ୍ରଭୁ ଜଗନ୍ନାଥ। ଅନାଥ ଲୋକଙ୍କର ନାଥ॥ ନମସ୍ତେ ପ୍ରଭୁ ବାସୁଦେବ। ଭକତ ଜନଙ୍କ ବାନ୍ଧବ॥ ନମସ୍ତେ ପ୍ରଭୁ ହୃଷିକେଶ। ଭକତ ଜନଙ୍କ ବିଶ୍ବାସ॥ ତୁ ସୃଷ୍ଟି ସ୍ଥିତି ଲୟ କରୁ। ଆବର ଗର୍ଭରେ ସଂଚରୁ॥ ଅଶେଷ କୋଟି ବସୁନ୍ଧରୀ। ତୋହରି ଗର୍ଭେ ଛନ୍ଦି ପୂରି॥ ଚଉଦ ଭୁବନେ ଯା କିଣା। ଏ ସର୍ବ ତୋହର ରଚନା॥ ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି। ତୋ ବିନୁ ଅନ୍ୟ ଗତି ନାହିଁ॥ ସୃଷ୍ଟି ତୋହର ଖେଳଘର। ଅଶେଷ ମାୟା ତୋ ଆବର॥ ତୋହର ନିଃଶ୍ବାସ ମରୁତ। ଦେବେ ହୋଇଲେ ତହୁଁ ଜାତ॥ ତୁହିଟି ଅଗ୍ନି ଦେବ ଇନ୍ଦ୍ର। ନୟନୁଁ ଜାତ ସୂର୍ଯ୍ୟ ଚନ୍ଦ୍ର॥ ଭୁଜରୁ ଅନନ୍ତ ମୂରତି। କଣ୍ଠରୁ ଜାତ ସରସ୍ବତୀ॥ ସଦା ଚଞ୍ଚଳ ନିଦ୍ରା ନାହିଁ। ଏ ରୂପେ ଶୂନ୍ୟେ ଅଛୁ ରହି॥ ଅଶେଷ ତୋହର ମହିମା। କେ ଜାଣିପାରେ ଗୁଣସୀମା॥ ତୋ ନାମ କରୁଥିଲେ ଲୟ। କୋଟିଏ ଜନ୍ମ ପାପକ୍ଷୟ॥ ନାମ ଘୋଷିଲେ ସର୍ବସିଦ୍ଧି। ଖଣ୍ଡଇ ରୋଗ ଶୋକ ଆଦି॥ ଆରତ ଭଞ୍ଜନ ତୋ ବାନା। ଆତଙ୍କ କାଳେ ବଜ୍ରସେହ୍ନା॥ ହୋଇଲୁ ଦଶ ଅବତାର। ନାଶିଲୁ ଅବନୀର ଭାର॥ ଦୁଷ୍ଟ ନିବାରି ସନ୍ଥ ପାଳୁ। ତୁ ନାଥ ପରମ ଦୟାଳୁ॥ ତୁ ଅଟୁ ଦରିଦ୍ରଙ୍କ ଧନ। ତା ପାଦେ ରହୁ ମୋର ମନ॥ ସତୀ ଯୁବତୀଙ୍କର ମନେ। ନିଜର ସ୍ବାମୀ ଥାନ୍ତି ଯେହ୍ନେ॥ ସେହି ପ୍ରକାରେ ମୋର ମନ। ତୋ ପାଦେ ରହୁ ଭଗବାନ॥ କହଇ ଜଗନ୍ନାଥ ଦାସ। କମଳ ଚରଣକୁ ଆଶ॥ ୫. ଜଗବନ୍ଧୁ ହେ ଗୋସାଇଁ/ ସାଲଭେଗ ଜଗବନ୍ଧୁ ହେ ଗୋସାଇଁ! ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ। ସାତଶ ପଞ୍ଚାଶ କୋଶ ଚାଲି ନପାଇ, ମୋହ ଯିବା ଯାଏଁ ନନ୍ଦିଘୋଷେ ରହି। ରଥ ଚାରି ପାଶେ ଲମ୍ବେ ମୁକୁତାର ଝରା, ଝଲମଲ ଦିଶୁଥାଇ ପ୍ରଭୁ ଚକାଡୋଳା। ବାଇଶି ପାବଚ୍ଛ ତଳେ ବିକା ହୁଏ ଭାତ, ଦର୍ଶନ ତେଣିକି ଥାଉ କୈବଲ୍ୟ ମୁକତ। ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦମୁଁହି, ପଛରେ ଆସୁଛି କାଳିଆ ଗହଳ ଲଗାଇ। କହେ ସାଲବେଗ ହୀନ ଜାତିରେ ଯବନ, ଏହି ମୋତେ ଆଜ୍ଞା ହେବ ଶିରୀ ବୃନ୍ଦାବନ। ୬. ମାନ ଉଦ୍ଧାରଣ/ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମାନ ଉଦ୍ଧାରଣ କର ହେ କାରଣ ଶରଣ ମୁଁ ତୁମ୍ଭ ପାଦତଳେ। ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ନାମ ନୀଳାଚଳେ॥ ମହୋଦଧୀ କୂଳେ କଳ୍ପବଟ ମୂଳେ ବିଜେ କରିଛ ବଡ଼ ଦେଉଳେ। ଲକ୍ଷେ ଯୋଜନରେ ବାରଣ ଚିନ୍ତିଲା ତା ଡାକ ଶୁଣିଲ ପଶାଖେଳେ। ମାରକଣ୍ଡ ଋଷି ଯାଉଥିଲେ ଭାସି ଉଦ୍ଧରି ଧଇଲ ସିନ୍ଧୁଜଳେ। କିସ୍କିନ୍ଦାକୁ ଗଲ ବାଳି ବିନାଶିଲ ବନ୍ଧ ହେ ବାନ୍ଧିଲ ସିନ୍ଧୁଜଳେ। ଲଙ୍କାରେ ରାବଣ ବଧିଲ ଆପଣ ଜନକ ନନ୍ଦିନୀ ସୀତାଛଳେ। ଯୁଧିଷ୍ଠିର ବୋଲେ ହସ୍ତିନାକୁ ଗଲ ଭୋଜନ କଲ ବିଦୁର ଘରେ। କରୁସଭା ତଳେ ପାଞ୍ଚାଳି ଚିନ୍ତିଲା କୋଟି ବସ୍ତ୍ର ଦେଲ ଅବହେଳେ। ବନପୋଡ଼ି କାଳେ ଘୋର ଦାବାନଳୁ ଉଦ୍ଧରି ଧଇଲ ବ୍ରଜବାଳେ। ଭଣେ ଉପଇନ୍ଦ୍ର କବିକୁଳଚନ୍ଦ୍ର ଶରଣ ମୁଁ ତୁମ୍ଭ ପାଦତଳେ। ୭. ଭୁଜତଳେ ମୋତେ ରଖ ମହାବାହୁ/ ଗଜପତି ବୀରକିଶୋର ଦେବ ଭୁଜ ତଳେ ମୋତେ ରଖ ମହାବାହୁ ବାହୁତଳେ ମୋତେ ରଖ। ବିପୁଳ ଭୁଜ ବିସ୍ତାରି ଦେଲେ ଛାର କି କରି ପାରିବ ଦୁଃଖ। ସଜ ହୋଇଥିବ ନନ୍ଦିଘୋଷ ରଥ ମୁଁ ଥିବି ତୁମ୍ଭ ସେବାରେ। ତୁମ୍ଭେ ଦୀନବନ୍ଧୁ! ନିର୍ଦ୍ଦୟ ହୋଇଲେ କି ବୋଲିବେ ଏ ସଂସାରେ। ଏ ଗଜରାଜ-କ୍ଷିତିପତି ସଂପତ୍ତି ରତିଏ ରୁଚଇ ନାହିଁ। ଭୁବନ ମୋହନ ଚକାନୟନକୁ ଯେତେବେଳେ ଦିଏ ଚାହିଁ। ଦିନକୁ ଦିନ ତ ଦୁଃଖ ଅତିରେକ ସୁଖ ତ ଦିଶଇ ନାହିଁ। ଭାସି ଯାଉଅଛି ଏ ଭବ ସାଗରେ ରକ୍ଷା କର ଭାବଗ୍ରାହୀ। ଶ୍ରୀକ୍ଷେତ୍ର ନବରେ ମହା ଐଶ୍ବର୍ଯ୍ୟରେ ଥିଲେ ହେଁ କମଳା ସାଇଁ। ବାଇଶି ପାବଚ୍ଛ ନ ଉଠିବା ଯାଏଁ ଆନନ୍ଦ ନପାଏ କାହିଁ। ମୁଁ ଛାର ପତିତ ଭରସା ରଖିଛି ଶ୍ରୀରଙଗା ତରଳ ତଳେ। ଶ୍ରୀ ବୀରକିଶୋରୀ ମହାରାଜା ଭଣେ ଦୟର କର ଏତେବେଳେ। ୮. ବାଧିଲା ଜାଣି କ୍ଷମା/ କବିସୂର୍ଯ୍ୟ ବଳଦେବ ରଥ ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି, ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରିଦେବି ଗାଳି, ହେ କୃପାନିଧି! କରୁଣାସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରିମରି, କାଳସର୍ପ ଆପଣ କବଳ କର ପ୍ରାଣ-ପବନମାନଙ୍କୁ ସବୁରି, ହେ କୃପାନିଧି। ଜଳଧି ଅନ୍ତେ ନିଜ ଘର ଦେବାଧିରାଜ ବୁଡ଼ାଇ ଦେଇଛ ଆପଣ ତୁମ୍ଭରି ସିନା ଘେନ ଆଶ୍ଚର୍ଯ୍ୟ ନୁହେଁ ଆନ ଜନର ଘରବୁଡ଼ା ପଣ ହେ କୃପାନିଧି! ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ, ବତାଅ ବୋଲି ଆଜ୍ଞା ହେଲେ ମୁଁ ଘରବୁଡ଼ା ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ, କୃପାନିଧି! କହଇ କବିସୂର୍ଯ୍ୟ ନାଥ ନୁହଁ ଅଧୈର୍ଯ୍ୟ ଏଣିକି ମହତ ନଯାଉ ମୁଁ ତୁମ୍ଭ ପରିଚାର ଜାଣିଲେ କି ବିଚାର ଇତିରେ ନ ଜାଣନ୍ତୁ ଆଉ ହେ କୃପାନିଧି! ଯତେବେଳେ ମୋ ଅନ୍ତ ହେବ ଏତିକି ମାତ୍ର ମୋତେ ଦେବ ପରେତରାଟ ଦ୍ବାରସୀମାରୁ ପରିହାର କରାଇ ଯିଁ ତହିଁ ନେବ ହେ କୃପାନିଧି! ୯. ଚକାନୟନକୁ ପତିତ କେହି/ ଚନ୍ଦନ ହଜୁରୀ ଚକା ନୟନକୁ ପତିତ କେହି ତକାଇ ଖର ନିଃଶ୍ବାସ ପକାଇ ଡକା ପକାଇ ଗରୁଡ଼ ପଛରେ ବକାରି! ମୋ ଆର୍ତ୍ତ ଶୁଣ ତ୍ବର ହେ ଧକ୍କା ବାଜୁଛି ମଣିମା ହେ! ଠକାର କରି କର୍ଣ୍ଣେ ଗିର ନ ଶୁଣ କାହିଁକି ବିଚିତ୍ରକର୍ମା ହେ! ବଟପୁଟବାସୀ ଆରତତ୍ରାଣ ଘଟ ଘଟକେ ରହି ସର୍ବ ଜାଣ ଖଟନ୍ତି ଯେଉଁ ପୟରେ କମଳା ହଟକରି ମୋ ଦୁର୍ଦ୍ଦଶା ନଗଲା ହେ ନଟବର ବେଶଧାରୀ ହେ! ଝଟତିରେ ପ୍ରଭୁ! କର୍ଣ୍ଣଡେରି ଶୁଣ ଏ ଦୀନଜନ ଗୁହାରି ହେ। ମନ୍ଦରଧର ନୀଳଗିରିବାସୀ କନ୍ଦରବାସୀ ପ୍ରାୟେ ଅଛ ବସି ପନ୍ଦରନେତ୍ର ଧାତା ପୁରନ୍ଦର ବନ୍ଦନା କରନ୍ତି ଯେଉଁ ପୟର ହେ ଛନ୍ଦ ଛାଡ଼ ଦେବରାଜେ ହେ! ନନ୍ଦନନ୍ଦନ ଶ୍ରୀ ଚରଣାରବିନ୍ଦେ ଚନ୍ଦନ ହଜୁରୀ ଭଜେ ହେ।

Share :