କଳିଙ୍ଗନଗରରେ ପ୍ରତିଷ୍ଠା ହେବ ଜାତୀୟ ନିବେଶ ଓ ଉତ୍ପାଦନ ଜୋନ୍

କଳିଙ୍ଗନଗରରେ ପ୍ରତିଷ୍ଠା ହେବ ଜାତୀୟ ନିବେଶ ଓ ଉତ୍ପାଦନ ଜୋନ୍

Share :

ପିଆଇବି ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ଏକ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ (ଏନଆଇଏମଜେଡ) ପ୍ରତିଷ୍ଠାକୁ କେନ୍ଦ୍ର ସରକାର ଚୂଡ଼ାନ୍ତ ମଞ୍ଜୁରି ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ଏ ସଂକ୍ରାନ୍ତ ପ୍ରସ୍ତାବ ପାଇବା ପରେ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରଣାଳୟ/ବିଭାଗ ପକ୍ଷରୁ ବାହ୍ୟ ସଂଯୋଗ ଭିତ୍ତିଭୂମି ସୃଷ୍ଟି/ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ସଡ଼କ ଯୋଗାଯୋଗ ପାରାଦୀପ-କଳିଙ୍ଗନଗର ସେକ୍ସନ ଉନ୍ନତିକରଣ (ମୋଟ ୧୨୧ କିମି) : ଚଣ୍ଡିଖୋଲରୁ ପାରାଦୀପକୁ ସଂଯୋଗ କରୁଥିବା ପାଂଚ ନଂ-କ ଜାତୀୟ ରାଜପଥର ଚଣ୍ଡିଖୋଲରୁ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ ପର୍ଯ୍ୟନ୍ତ ୨୦୦ ନମ୍ୱର ଜାତୀୟ ରାଜପଥର ପରିବହନ ମାର୍ଗକୁ ଦୁଇ ଲେନରୁ ୬ ଲେନ ବିଶିଷ୍ଟ କରିବା କାର୍ଯ୍ୟ ଜାରି ରହିଛି। ଜାତୀୟ ରାଜପଥ ୫୩/୨୦୦ ମଧ୍ୟରେ ଏବଂ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ ଚତୁଃପାର୍ଶ୍ୱ (୧୩୨.୩୬ କିମି)ର ସମ୍ପ୍ରସାରଣ : ତାଳଚେର-ଡୁବୁରି-ଚଣ୍ଡିଖୋଲ ଷ୍ଟ୍ରେଚକୁ ୪ ଲେନ ବିଶିଷ୍ଟ କରିବା ଲାଗି ଇପିସି ମୋଡ଼ରେ ତିନୋଟି ପ୍ୟାକେଜରେ ଠିକା ସଂସ୍ଥାଗୁଡ଼ିକୁ କାର୍ଯ୍ୟାଦେଶ ଦିଆଯାଇଛି। ଦୁଇଟି ପ୍ୟାକେଜ ପାଇଁ ନିଯୁକ୍ତି ତାରିଖ/କାର୍ଯ୍ୟାରମ୍ଭ ତାରିଖ ଘୋଷଣା କରାଯାଇଛି, ତାଳଚେରରୁ କାମାକ୍ଷାନଗର ସେକ୍ସନ ପାଇଁ ୨୧.୦୨.୨୦୧୯ ଏବଂ କାମାକ୍ଷାନଗରରୁ ଡୁବୁରୀ ସେକ୍ସନ ପାଇଁ ୨୩.୦୨.୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଛି। ବ୍ରାହ୍ମଣୀ ନଦୀ ସେତୁର ସମ୍ପ୍ରସାରଣ : ଗାଡ଼ି ଭିଡ଼ କାରଣରୁ ବର୍ତ୍ତମାନର ୨ ଲେନ ବିଶିଷ୍ଟ ସେତୁକୁ ସମ୍ପ୍ରସାରଣ କରି ୬ ଲେନ ବିଶିଷ୍ଟ କରିବା ଲାଗି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଏହି କାର୍ଯ୍ୟକୁ ଚଣ୍ଡିଖୋଲରୁ ଡୁବୁରି ପର୍ଯ୍ୟନ୍ତ ୨୦୦ ନମ୍ୱର ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରି ସମ୍ପ୍ରସାରଣ କରାଯିବା କାର୍ଯ୍ୟରେ ସାମିଲ କରାଯାଇଛି। ବର୍ତ୍ତମାନ ପୁରୁଣା ୨ ଲେନ ବିଶିଷ୍ଟ ସେତୁକୁ ପୂର୍ବପରି ରଖାଯିବ ଏବଂ ବ୍ରାହ୍ମଣୀ ନଦୀ ଉପରେ ନୂଆ ପରିବହନ ମାର୍ଗ ବିକାଶ କାର୍ଯ୍ୟର ଅଂଶବିଶେଷ ସ୍ୱରୂପ ଏକ ୩ ଲେନ ବିଶିଷ୍ଟ ନୂତନ ସେତୁ ନିର୍ମାଣ କରାଯିବ। ଯାଜପୁର ରୋଡ଼ରୁ ପାଣିକୋଇଲି ପର୍ଯ୍ୟନ୍ତ ୨୧୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ : ବିଓଟି (ଟୋଲ) ମାଧ୍ୟମରେ ପାଣିକୋଇଲି-ରିମୂଳି ପ୍ରକଳ୍ପ ସେକ୍ସନକୁ ୪ ଲେନ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଅନ୍ତର୍ଗତ ୨୧୫ ନଂ ଜାତୀୟ ରାଜପଥର ଯାଜପୁର ରୋଡ଼ରୁ ପାଣିକୋଇଲି ସେକ୍ସନକୁ ବର୍ତ୍ତମାନ ୪ ଲେନ ବିଶିଷ୍ଟ କରାଯାଇସାରିଛି। ରେଳ ଯୋଗାଯୋଗ ୧୦୪.୨୪ କିମି ଲମ୍ୱ ଏକ ବ୍ରଡ଼ଗଜ ରେଳ ଲାଇନ ବର୍ତ୍ତମାନ ଅନୁଗୁଳ ଏବଂ ସୁକିନ୍ଦା (ଅନୁଗୁଳ ଓ ଯାଜପୁର ଜିଲ୍ଲା)ରେ ନିର୍ମାଣ କରାଯାଉଛି। ଏହା ଓଡ଼ିଶାର ଲୁହାପଥର ଗଚ୍ଛିତ କ୍ଷେତ୍ର (ଯୋଡ଼ା-ବଡ଼ବିଲ)କୁ ଇସ୍ପାତ ଏବଂ ସ୍ପଞ୍ଜ ଆଇରନ ଉଦ୍ୟୋଗରେ ସମୃଦ୍ଧ କ୍ଷେତ୍ର ଅନୁଗୁଳ ସହିତ ଯୋଡ଼ିବ। ଏଥିସହିତ ଏହି ରେଳ ଲାଇନ କୋଇଲା ଖଣି କ୍ଷେତ୍ର ତାଳଚେରକୁ କଳିଙ୍ଗନଗର ଶିଳ୍ପାଂଚଳରେ ଥିବା କୋଇଲା ଆଧାରିତ ତାପଜ ବିଦ୍ୟୁତ କ୍ଷେତ୍ରକୁ ବିକଳ୍ପ ମାର୍ଗ ଯୋଗାଇ ଦେବ। ରେଳ ମନ୍ତ୍ରଣାଳୟର ଅଂଶଗ୍ରହଣକାରୀ ଯୋଜନା ଅଧୀନରେ ଅନୁଗୁଳ-ସୁକିନ୍ଦା ରେଳବାଇ ଲିମିଟେଡ (ଏଏସଆରଏଲ) ନାମକ ଏକ ଏସପିଭି ଦ୍ୱାରା ଅନୁଗୁଳ-ସୁକିନ୍ଦା ନୂତନ ଲାଇନ କାର୍ଯ୍ୟ ଜାରି ରହିଛି। ଜଳମାର୍ଗ ସଂଯୋଗ କଳିଙ୍ଗ ନଗର-ପାରାଦୀପ ଏବଂ ଧାମରା ବନ୍ଦର ମଧ୍ୟରେ ଜଳ ମାର୍ଗ ସଂଯୋଗ କରିବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଜାତୀୟ ଜଳମାର୍ଗ-୫ (ଉପରୋକ୍ତ କ୍ଷେତ୍ର ସମେତ) କାର୍ଯ୍ୟ ହାତକୁ ନିଆଯାଇ ଜାତୀୟ ନିବେଶ ଏବଂ ଉପିାଦନ ଜୋନର ଦକ୍ଷିଣରେ ଥିବା ପଙ୍କପାଳ ଗ୍ରାମ ନିକଟରେ ଏକ ଅନ୍ତର୍ଦ୍ଦେଶୀୟ ଜଳ ପରିବହନ (ଆଇଡବ୍ଲୁଟି) ଟର୍ମିନାଲ ବିକଶିତ କରାଯାଇଛି। ଏହାଦ୍ୱାରା ରାଜ୍ୟର ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ପ୍ରତିଷ୍ଠା ହେବାକୁ ଥିବା ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନକୁ ଭିତ୍ତିଭୂମି ସଂଯୋଗ ଆବଶ୍ୟକତାକୁ ପୂରଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। କ୍ଲିନ କାର୍ଗୋ, କଂଟେନର ପରିଚାଳନା ସମେତ ଆନୁସଙ୍ଗିକ ସୁବିଧା ସହ ପାରଦୀପ ବନ୍ଦରରେ ୫ ଏମଏମଟିପିଏ କ୍ଷମତା ସମ୍ପନ୍ନ ଏକ ନୂତନ ବର୍ଥ ବିକଶିତ କରାଯାଇଛି। ଟର୍ମିନାଲରେ ଥିବା ଏହି ସୁବିଧାଗୁଡ଼ିକ ମଧ୍ୟରେ ରହିଛି ୪୫୦ ମିଟର ବର୍ଥ, ୧ ଲକ୍ଷ ବର୍ଗକିମି ବିଶିଷ୍ଟ ବିସ୍ତୃତ ଭଣ୍ଡାରଣ କ୍ଷେତ୍ର ଏବଂ ଏଚଏମସିଏସ ଓ ଆରଟିଜିଏସ ଭଳି ସରଞ୍ଜାମ ପରିଚାଳନା ସହିତ ୬୦୦ ମିଟର ଗୁଣନ ୪୦ ମିଟର କ୍ଷେତ୍ରର ଏକ ଭଣ୍ଡାର ଗୃହ। ଉତ୍ପାଦିତ ସାମଗ୍ରୀ ରପ୍ତାନୀ ପାଇଁ କଳିଙ୍ଗନଗର ଶିଳ୍ପାଂଚଳର ଉଦ୍ୟୋଗଗୁଡ଼ିକ ଦ୍ୱାରା ଏହି ବର୍ଥ ଉପଯୋଗ କରାଯାଇପାରିବ। ଆନ୍ଧ୍ର ପ୍ରଦେଶର ପ୍ରକାଶମ ଏବଂ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଆଉ ଦୁଇଟି ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ ପ୍ରତିଷ୍ଠାକୁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରି ଦେଇଥିବା ସଂକ୍ରାନ୍ତରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

Share :