ଓଡ଼ିଶାକୁ କେନ୍ଦ୍ର ଦେଲା ୧୦ କୃଷି ପ୍ରକଳ୍ପ

ଓଡ଼ିଶାକୁ କେନ୍ଦ୍ର ଦେଲା ୧୦ କୃଷି ପ୍ରକଳ୍ପ

Share :

ପିଆଇବି ପ୍ରଧାନମନ୍ତ୍ରୀ କିସାନ ସମ୍ପଦା ଯୋଜନା (ପିଏମକେଏସୱାଇ)ରେ ୩୧,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ନେଇ ଆଶା କରାଯାଉଛି। ଏହାଦ୍ୱାରା ୧,୦୪,୧୨୫ କୋଟି ଟଙ୍କାର ୩୩୪ ଲକ୍ଷ ମେଟ୍ରିକ ଟନ କୃଷି ଉତ୍ପାଦ ପ୍ରକ୍ରିୟାକରଣ ହେବା ସହିତ ୨୦ ଲକ୍ଷ କୃଷକ ଉପକୃତ ହୋଇପାରିବେ। ଏଥିସହିତ ୨୦୧୯-୨୦ ବର୍ଷ ସୁଦ୍ଧା ଦେଶରେ ୫,୩୦,୫୦୦ ପ୍ରତ୍ୟକ୍ଷ/ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବିଭିନ୍ନ ରାଜ୍ୟରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ମୋଟ ୧୦ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଥି ମଧ୍ୟରେ ରହିଛି ୨ଟି ଶୀତଳଭଣ୍ଡାର, ୨ଟି ମେଗା ଫୁଡ ପାର୍କ, ୟୁନିଟ ଯୋଜନାରେ ୨ଟି ପ୍ରକଳ୍ପ, ୨ଟି ବ୍ୟାକୱାର୍ଡ ଓ ଫରୱାର୍ଡ ଲିଙ୍କେଜ ଏବଂ ୨ଟି ଖାଦ୍ୟ ପରୀକ୍ଷାଗାର। ମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ ପିଏମକେଏସୱାଇ ଅଧୀନରେ ମେଗା ଫୁଡ ପାର୍କ, ସମନ୍ୱିତ ଶୀତଳ ଭଣ୍ଡାର ଏବଂ ମୂଲ୍ୟ ସମ୍ୱର୍ଦ୍ଧନ ଭିତ୍ତିଭୂମି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ କ୍ଷମତା ନିର୍ମାଣ/ସମ୍ପ୍ରସାରଣ, କୃଷି ପ୍ରକ୍ରିୟାକରଣ କ୍ଲଷ୍ଟର ପାଇଁ ଭିତ୍ତିଭୂମି, ବ୍ୟାକୱାର୍ଡ ଓ ଫରୱାର୍ଡ ଲିଙ୍କେଜ ନିର୍ମାଣ, ଖାଦ୍ୟ ନିରାପତ୍ତା ଏବଂ ମାନକ ସୁନିଶ୍ଚିତତା ଭିତ୍ତିଭୂମି ଏବଂ ମାନବ ସମ୍ୱଳ ଓ ସଂସ୍ଥାନ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗ ମାଧ୍ୟମରେ ୧୦୦% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)କୁ ମଞ୍ଜୁରି ମିଳିଛି। ଭାରତରେ ପ୍ରସ୍ତୁତ/ଉତ୍ପାଦିତ ହେଉଥିବା ଖାଦ୍ୟ ସାମଗ୍ରୀର ଖୁଚୁରା ବ୍ୟାପାର କ୍ଷେତ୍ରରେ ସରକାରୀ ଅନୁମୋଦନ ମାର୍ଗ ଦେଇ ୧୦୦% ଏଫଡିଆଇକୁ ମଞ୍ଜୁରି ମିଳିଛି। ଏପ୍ରିଲ ୨୦୧୪ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଏହି କ୍ଷେତ୍ରରେ ୩୨୮ କୋଟି ଆମେରିକୀୟ ଡଲାର ଏଫଡିଆଇ ଇକ୍ୟୁଟି ନିବେଶ ହୋଇଛି। ୨୦୧୭-୧୮ରେ ଖାଦ୍ୟ ସାମଗ୍ରୀର ଖୁଚୁରା ବ୍ୟବସାୟ ପାଇଁ ୭ଟି ଏଫଡିଆଇ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ଏହାର ପରିମାଣ ପାଖାପାଖି ୭୦୫ ନିୟୁତ ଆମେରିକୀୟ ଡଲାର ହେବ। ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଲାଗି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଥିଲେ। ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ରେ ୨୦୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଶସ୍ତା ଋଣ ଉପଲବ୍ଧ କରାଇବା, କୃଷି କାର୍ଯ୍ୟକଳାପକୁ ପ୍ରାଥମିକ ଋଣ ଲଗାଣ କ୍ଷେତ୍ର ଭାବେ ଖାଦ୍ୟ ଓ କୃଷି ଆଧାରିତ ପ୍ରକ୍ରିୟାକରଣ ୟୁନିଏ ଏବଂ ଶୀତଳଭଣ୍ଡାରର ବର୍ଗୀକରଣ, ଅଧିକାଂଶ ଖାଦ୍ୟ ଉତ୍ପାଦ ଉପରେ କମ ବସ୍ତୁ ଓ ସେବା ଟିକସ (ଜିଏସଟି) ଦର ନିର୍ଦ୍ଧାରଣ, କୃଷି ପାଇଁ ମୂଲ୍ୟ ସମ୍ୱର୍ଦ୍ଧନ ଭଳି କାର୍ଯ୍ୟକଳାପରେ ଲିପ୍ତ ଏଫପିଓଗୁଡ଼ିକର ଲାଭ ଉପରେ ୧୦୦ ପ୍ରତିଶତ ଟିକସ ଛାଡ଼, ପ୍ରକଳ୍ପ ଆମଦାନୀ ଲାଭି ଯୋଜନା ଅଧୀନରେ ପ୍ଲାଂଟ ଏବଂ ଯନ୍ତ୍ରାଂଶର ଆମଦାନୀ ଶୁଳ୍କରେ ରିହାତି, ଆଗୁଆ ଅନୁମୋଦନ ଯୋଜନା ଅଧୀନରେ କଂଚାମାଲ ଆମଦାନୀ ଉପରୁ ଆମଦାନୀ ଶୁଳ୍କ ଛାଡ଼ ଆଦି ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ କରାଯିବ।

Share :