କେବେ ବାହାରିବ ଏମପିସି (ସ୍ୱୟଂଶାସିତ) କଲେଜର ଏମ୍‌ଫିଲ୍ ଫଳ?

କେବେ ବାହାରିବ ଏମପିସି (ସ୍ୱୟଂଶାସିତ) କଲେଜର ଏମ୍‌ଫିଲ୍ ଫଳ?

Share :

ଶିକ୍ଷା ପ୍ରତିନିଧି ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ (ସ୍ୱୟଂଶାସିତ) ୨୦୧୭ ମସିହା ବ୍ୟାଚର ଇଂରାଜୀ, ରାଜନୀତି ବିଜ୍ଞାନ, ଓଡ଼ିଆ ଓ ବାଣିଜ୍ୟ ବିଭାଗର ୩୭ ଜଣ ଏମ୍.ଫିଲ୍ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ନ ପାଇବାରୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ୱାର କର୍ତ୍ତୃପକ୍ଷ ଓ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରାଯାଇଛି। ଛାତ୍ରଛାତ୍ରୀମାନେ ଏକ ସାନି ପ୍ରେସ ବିବୃତିରେ କହିଛନ୍ତି ଯେ ସେମାନେ ମେମୋ ନଂ-୨୦୧୭ (୭) ଅନୁସାରେ ତା ୨.୮.୨୦୧୭ରିଖରେ ମନୋନୀତ ହୋଇ ନାମ ଲେଖାଇଥିଲେ। କଲେଜର ଆଫିଲିଏସନ ଦେୟ ସହିତ କଲେଜର ସମସ୍ତ ଦେୟ ବିଧିବଦ୍ଧ ଭାବେ ପୈଠ କରି କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରଥମ ସେମିଷ୍ଟାରରେ ଉତ୍ତୀର୍ଣ୍ଣ ହେବା ପରେ କଲେଜର ନିର୍ଦ୍ଧାରିତ ଗାଇଡ୍ଙ୍କ ନିକଟରେ ଗବେଷଣା ପତ୍ର ଦାଖଲ କରି ମୌଖିକ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ଯଦିଓ ଏହା ଏକ ବର୍ଷିକିଆ କୋର୍ସ, କିନ୍ତୁ ବର୍ତ୍ତମାନ ଦୁଇବର୍ଷ ଅତିକ୍ରାନ୍ତ ହେବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। କେବେ ଏ ପରୀକ୍ଷା ଫଳ ବାହାରିବ ସେନେଇ ସେମାନ ଅନ୍ଧାରରେ ଅଛନ୍ତି। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଏମ୍ପିସି (ସ୍ୱୟଂଶାସିତ) ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ମଧ୍ୟରେ ୟୁଜିସି ଗାଇଡ୍‌଼୍ଲାଇନ ନେଇ ଦ୍ୱନ୍ଦ୍ବ ସୃଷ୍ଟି ହେବାରୁ ୟୁଜିସି ଗାଇଡ୍‌ଲାଇନ୍ ଅନୁସାରେ ସେମାନେ ପୁନର୍ବାର ଖର୍ଚ୍ଚାନ୍ତ ହେବା ସହିତ ମାନସିକ ଯନ୍ତ୍ରଣା ସହ୍ୟକରି ୨୦୧୯ ଫେବୃୟାରୀ ମାସରେ ଆଉ ଥରେ ରିସର୍ଚ୍ଚ ପେପର ଦାଖଲ କରିଥିଲେ। ତା’ପରେ ମଧ୍ୟ ୫ ମାସ ବିତି ଗଲାରି। ରେଜଲ୍ଟ ପ୍ରକାଶ ପାଇନି। ଛାତ୍ରଛାତ୍ରୀମାନେ ସର୍ଭିସ ସିଲେକ୍ସନ୍ ବୋର୍ଡ଼ ପାଇଁ ଆବେଦନ କରିବା ସମୟରେ ଫର୍ମରେ ଏମ୍‌ଫିଲ୍ କରିଥିବାର ଉଲ୍ଲେଖ କରିଥିଲେ। ବର୍ଷେ ବିତି ଯାଇଥିଲେ ସୁଦ୍ଧା ଏମ୍‌ଫିଲ୍ ସାର୍ଟିଫିକେଟ ନ ପାଇବାରୁ ଏସ୍‌ଏସ୍‌ବିର ଲିଖିତ ପରୀକ୍ଷାରେ ବହୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ ସୁଦ୍ଧା ସେମାନଙ୍କୁ ମୌଖିକ ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇଛି। ବିଶ୍ବବିଦ୍ୟାଳୟର ଭୁଲ୍‌ ଓ ଅବହେଳା ଯୋଗୁଁ ଅନେକ ଛାତ୍ରଛାତ୍ରୀ ଏଭଳି ନିଯୁକ୍ତି ସୁଯୋଗ ହରାଇଛନ୍ତି। ଏଣୁ ଛାତ୍ରଛାତ୍ରୀମାନେ ଗଣମାଧ୍ୟମ ଜରିଆରେ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି କି ତୁରନ୍ତ ସେମାନଙ୍କର ପରୀକ୍ଷା ଫଳ ପ୍ରକାଶନ କରାଯାଇ ଉଚ୍ଚତର ଶିକ୍ଷା ବା ନିଯୁକ୍ତିର ସୁଯୋଗ ଦିଆଯାଉ। ଯଦି ଆସନ୍ତା ଜୁଲାଇ ୧୪ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାନଯାଏ, ତାହେଲେ ସମସ୍ତ ଛାତ୍ରଛାତ୍ରୀ ଏମ୍‌ପିସି (ସ୍ୱୟଂଶାସିତ) କଲେଜ ସମ୍ମୁଖରେ ଅନଶନରେ ବସି ଧାରଣା ଦେବେ ବୋଲି ଘୋଷଣା କରିଛନ୍ତି।

Share :