ଭୁବନେଶ୍ୱରରେ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ଼ ଏଥିକାଲ୍ ହ୍ୟାକିଂ ପ୍ରଶିକ୍ଷଣ

ଭୁବନେଶ୍ୱରରେ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ଼ ଏଥିକାଲ୍ ହ୍ୟାକିଂ ପ୍ରଶିକ୍ଷଣ

Share :

ସୂଚନା ପ୍ରଯୁକ୍ତି ପ୍ରତିନିଧି ଦିନକୁ ଦିନ ସାଇବର କ୍ରାଇମ ଜନିତ ସମସ୍ୟା ବୃଦ୍ଧି ପାଉଥିବା ହେତୁ ସାଇବର ସିକ୍ୟୁରିଟିର ଚାହିଦା ବଢିବାରେ ଲାଗିଛି। ଏହିପରି ଅନାଧିକାର ପ୍ରବେଶକୁ ସଂବୋଧନ କରି ଭୁବନେଶ୍ୱର ସ୍ଥିତ ଏକ ସଂସ୍ଥା ‘ଡିଜିଟାଲ୍ ଟ୍ୟାଲେଣ୍ଟ’ ଡିଜିଟାଲାଇଜେସନ୍ ଉପରେ ବୃତ୍ତିଗତ ପ୍ରଶିକ୍ଷଣ ପ୍ରଦାନ କରୁଅଛି। ଏଥି ସହ ବିଭିନ୍ନ ପ୍ରକାରର ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ଼ ଏଥିକାଲ୍ ହ୍ୟାକିଙ୍ଗ୍ କୋର୍ସ ମଡେଲ୍ ପ୍ରଦାନ କରୁଅଛି। ଏଥିକାଲ୍ ହ୍ୟାକିଙ୍ଗ୍ ଉପରେ ପ୍ରମାଣିକତା ସହ ଡିଜିଟାଲ୍ ଟ୍ୟାଲେଣ୍ଟ୍୍୍୍ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତିର ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ସାଇବର ସିକ୍ୟୁରିଟି ଉପରେ ସୂଚନା ଦେଇ ‘ଡିଜିଟାଲ୍ ଟ୍ୟାଲେଣ୍ଟ’ର ପ୍ରତିଷ୍ଠାତା ସୃତି ରଞ୍ଜନ ସାହୁ କହିଲେ, ଡିଜିଟାଲ୍ ଟ୍ୟାଲେଣ୍ଟରେ ଆମେ କେବଳ ଡିଜିଟାଲ୍ ମାର୍କେଟିଂରୁ ଊର୍ଦ୍ଧ୍ବରେ ଉଠି ଏଥିକାଲ୍ ହ୍ୟାକିଙ୍ଗ୍ ଓ ସାଇବର ସିକ୍ୟୁରିଟି ଭଳି ଚାହିଦାଥିବା କୋର୍ସମାନ ପ୍ରଦାନ କରୁଅଛୁ। ଡିଜିଟାଲ୍ ଦୁନିଆ ସଦା ସର୍ବଦା ପ୍ରଗତିଶୀଳ ଏହାର କୌଣସି ନିର୍ଦ୍ଦଷ୍ଟ ଶୀର୍ଷ ସୀମା ନାହଁି। ଭାରତରେ ଥବା ୟୁନିଭର୍ସିଟି ପାଇଁ ବଦଳୁଥବା ସମାଜ ସହ ପାଠ୍ୟପୁସ୍ତକକୁ ବାରମ୍ୱାର ବଦଳାଇବା କଷ୍ଟସାଧ୍ୟ। ଏଥିନିମନ୍ତେ ଡିଜିଟାଲ୍ ଟ୍ୟାଲେଣ୍ଟ ସମୟ ସହ ତାଳ ଦେଇ ଗତି କରୁଥବା ବ୍ୟବସ୍ଥା ଆପଣାଇବା ସହ ସୁନିଶ୍ଚିତତା ପ୍ରଦାନ କରିଥାଏ କି ଡିଜିଟାଲ୍ ମାର୍କେଟିଂ ଉପରେ ଡିଜିଟାଲ୍ ଟ୍ୟାଲେଣ୍ଟରେ ପ୍ରଦତ୍ତ ପାଠ୍ୟକ୍ରମ ସର୍ବଦା ଆଧୁନିକ ପ୍ରଣାଳୀର। ଫୋର୍ବସ୍‌ର ତଥ୍ୟ ଅନୁଯାୟୀ, ସେଣ୍ଟର ଫର୍ ସାଇବର ସେଫ୍ଟି ଏଣ୍ଡ୍ ଏଜୁକେସନ୍ର ତଥ୍ୟ ମୁତାବକ ସାଇବରସ୍ପେସ୍‌ରେ ଖାଲି ପଡିଥିବା ସିକ୍ୟୁରିଟିଜନିତ ନିଯୁକ୍ତି ୨୦୧୫ରେ ୧.୫ ନିୟୁତରୁ ୨୦୨୨ରେ ୧.୮ ନିୟୁତ ପହଂଚିବାର ସମ୍ଭାବନା ରହିଅଛି। ସାଇବର ସ୍ପେସ୍‌ ସିକ୍ୟୁରିଟି ସ୍କିଲ୍ ଅସରନ୍ତି ଅଟେ। ଡିଜିଟାଲ୍ ଟ୍ୟାଲେଣ୍ଟରେ ଆମେ ସାଇବର ସ୍ପେସ୍‌ ସିକ୍ୟୁରିଟି ସ୍କିଲ୍ ଉପରେ ଗୁରୁତ୍ୱ ଦେବା ସହ ଏଥିକାଲ୍ ହ୍ୟାକିଙ୍ଗ୍ ଉପରେ ପ୍ରୋଫେସ୍‌ନାଲ୍‌ ତିଆରି କରିବାର ଲକ୍ଷ୍ୟ ରଖିଅଛୁ ଯାହା ସବୁଠାରୁ ମହତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ସହ ସମାଜରେ ଏକ ସାଇବର ସୁରକ୍ଷିତ ରାଷ୍ଟ୍ରକୁ ସମର୍ଥନ କରିବାରେ ସକ୍ଷମ ହେବ। ବର୍ତ୍ତମାନ ସବୁଆଡ଼େ ସାଇବର ଠକେଇ ବୃଦ୍ଧିପାଉଥିବାରୁ ସମସ୍ତ ବ୍ୟକ୍ତି ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ଚାହଁୁଛନ୍ତି, ଯେପରି କେହି ମଧ୍ୟ କାହାର ବ୍ୟକ୍ତିଗତ ତଥ୍ୟ ନେଇ ପାରିବେ ନାହଁି। ଏଥିନିମନ୍ତେ ସାଇବର ସିକ୍ୟୁରିଟି ବିଶେଷଜ୍ଞ ଜରୁରୀ। ସାଇବର ଠକେଇଜନିତ ସମସ୍ୟା ବୃଦ୍ଧିହେତୁ ଏଥିକାଲ୍ ହ୍ୟାକିଙ୍ଗ୍କୁ କ୍ୟାରିୟର୍ ରୂପରେ ଗ୍ରହଣ କରିବାରେ ତତ୍ପରତା ପ୍ରକାଶ ପାଉଅଛି। ଆଜିକାଲି ଯୁଗରେ ସାଇବର ସୁରକ୍ଷାର ମହତ୍ୱକୁ ଧ୍ୟାନରେ ରଖି ‘ଡିଜିଟାଲ୍ ଟ୍ୟାଲେଣ୍ଟ’ ନେଟୱର୍କ ତଥା ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପ୍ରଦାନ କରୁଅଛି ଯାହା ଛାତ୍ରଛାତ୍ରୀଙ୍କୁ ଏଥିକାଲ୍ ହ୍ୟାକିଂରେ କ୍ୟାରିୟର୍ ଗଢିବାରେ ଏକ ମଚଂ ପ୍ରଦାନ କରୁଅଛି। ଅନ୍ୟ ଡିଜିଟାଲ୍ ପ୍ରଶିକ୍ଷଣ ସଂସ୍ଥାମାନଙ୍କ ଠାରୁ ‘ଡିଜିଟାଲ୍ ଟ୍ୟାଲେଣ୍ଟ’ ସାଇବର ସୁରକ୍ଷା ଏବଂ ଏଥିକାଲ୍ ହ୍ୟାକିଙ୍ଗ୍ ଉପରେ ଉଚ୍ଚକୋଟିର ପ୍ରଶିକ୍ଷଣ ପ୍ରଦାନ କରିଥାଏ। ଏହା ବିଭିନ୍ନ ଉଦ୍ୟୋଗ ଯଥା- ସେନାବାହିନୀ, ବହୁରାଷ୍ଟ୍ରୀୟ କମ୍ପାନୀ, ବ୍ୟବସାୟିକ କମ୍ପାନୀ, ସରକାର, ଅନୁଷ୍ଠାନ, ବାୟୁସେନା ଏବଂ ହସ୍ପିଟାଲ୍ ଇତ୍ୟାଦି କ୍ଷେତ୍ର ସହ ଜଡିତ। ସୃତି ରଞ୍ଜନ ସାହୁ କହିଲେ, ‘ଡିଜିଟାଲ୍ ଟ୍ୟାଲେଣ୍ଟ’ର ଉଦ୍ଦେଶ୍ୟ କେବଳ ଛାତ୍ରଛାତ୍ରୀଙ୍କୁ ଏଥିକାଲ୍ ହ୍ୟାକିଙ୍ଗ୍ ଉପରେ ପ୍ରଶିକ୍ଷଣ ଦେବା ତାହା ନୁହେଁ ବରଂ ସାଇବର ସୁରକ୍ଷା କ୍ଷେତ୍ରରେ ଉଚ୍ଚସ୍ତରୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀ ସହ କାମ କରିବାର ଅବସର ପ୍ରଦାନ କରିଥାଏ। ‘ଡିଜିଟାଲ୍ ଟ୍ୟାଲେଣ୍ଟ’ ଶିଳ୍ପଭିତ୍ତିକ ସୁରକ୍ଷା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ସହ ତଥ୍ୟ ଉଲଘଂନ, ରାନ୍ସମୱୟାର୍ ଆଟାକ୍, ସାଇବର ଅପରାଧୀଙ୍କ ଦ୍ୱାରା ତଥ୍ୟର ଅପବ୍ୟବହାରକୁ ରୋକିବା ଉପରେ ଗୁରୁ୍ତ୍ୱ ଦେଉଅଛି। ଏହା ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସେମାନଙ୍କର ଜ୍ଞାନବୃଦ୍ଧି ନିମନ୍ତେ ପ୍ରକୃଷ୍ଟ ବାତାବରଣ ଯୋଗାଇ ଦେଇଥାଏ। ଏହାଛଡା ରାନ୍ସମ େୱୟାର୍ ଆଟାକ୍ରୁ ଅନୁଷ୍ଠାନକୁ ସୁରକ୍ଷା ପ୍ରଦାନ ନିମନ୍ତେ ମାଲ୍‌ େୱୟାର୍ ବିଶ୍ଲେଷଣ ଲ୍ୟାବ୍ ଏବଂ ରିୟଲ୍ ଟାଇମ୍ ପ୍ରୋଜେକ୍ଟ ପ୍ରଦାନ କରିଥାଏ।

Share :