ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

Share :

ପିଆଇବି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡା ସୂଚନା ପ୍ରଦାନ କରିଛନ୍ତି ଯେ ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଶ୍ରୀ ଗୌଡା କହିଲେ ଯେ ଏହି ଯୋଜନାର ପ୍ରଥମ ଦଫାରେ ଆସାମର ତିନସୁକିଆ, ମଧ୍ୟ ପ୍ରଦେଶର ରାଇସେନ, ଓଡ଼ିଶାର ଜଗତସିଂହପୁର ଓ ତାମିଲନାଡୁର ଥିରୁଭଲ୍ଲୁରଠାରେ ୨୦୧୯-୨୦ ମଧ୍ୟରେ ଏହି ପାର୍କ ପ୍ରତିଷ୍ଠା କରାଯିବା ପାଇଁ ଅନୁମୋଦନ କରାଯାଇଛି। ଯୋଜନାର ଦ୍ୱିତୀୟ ଦଫାରେ ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା, ଗୁଜରାଟ, ଛତିଶଗଡ଼, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମଣିପୁର, ଜାମ୍ମୁ କାଶ୍ମୀର ଏବଂ ରାଜସ୍ଥାନରେ ଏହି ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଆବଶ୍ୟକ ଯୋଗ୍ୟତା ଏବଂ ଡିପିଆରଏସ ସମାପ୍ତି ଆଧାରରେ ଝାଡ଼ଖଣ୍ଡର ଦେଓଗଡ଼ ଏବଂ ମଧ୍ୟ ପ୍ରଦେଶର ବିଲାଉଆଠାରେ ୨୦୧୮-୧୯ରେ ଦୁଇଟି ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ଚୂଡାନ୍ତ ମଞ୍ଜୁରି ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ପୁନଶ୍ଚ କହିଲେ ଯେ ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ଏବଂ ଡିପିଆର ସ୍ତରରେ ପରିବେଶ ଗତ ଅନୁମତି ସହ ସମସ୍ତ ବୈଧାନିକ ଅନୁମୋଦନ ଦାୟିତ୍ୱରେ ରହିବେ। ଏହି ଯୋଜନା ଫଳରେ ଅଭିନବ ପ୍ରକ୍ରିୟା ମାଧ୍ୟମରେ ବର୍ଜ୍ୟ ପରିଚାଳନା ଏବଂ ପୁନଃଚକ୍ରଣ ଆଦି କରାଯାଇ ପରିବେଶର ସ୍ଥାୟୀ ସୁରକ୍ଷା କରାଯାଇ ପାରିବ। ବର୍ଜ୍ୟ ପରିଚାଳନା ପାଇଁ ଉତ୍ପାଦନ ୟୁନିଟଗୁଡ଼ିକୁ ସହାୟତା ପ୍ରଦାନ ଲାଗି ଭିତିଭୂମି ପ୍ରତିଷ୍ଠା, ଯାନ୍ତ୍ରିକ ଉପକରଣ, ଅଣ-ଧ୍ୱଂସକାରକ ପଦାର୍ଥ ପରୀକ୍ଷଣ, ଉଷ୍ମାୟନ, ଗୋଦାମ ନିର୍ମାଣ, ପ୍ଲାଷ୍ଟିକ ଚକ୍ରୀକରଣ, ଡିଜାଇନ ପ୍ରସ୍ତୁତି, ଗବେଷଣା ଏବଂ ବିକାଶ ଲାଗି ଏହି ଯୋଜନାରେ ବ୍ୟବସ୍ଥା ରହିଥିବା ଶ୍ରୀ ଗୌଡା ପ୍ରକାଶ କରିଥିଲେ।

Share :