ଜୀବାଶ୍ମ ଇନ୍ଧନ ଜାଳିବାର ହେବ ଭୟଙ୍କର ପରିଣତି

ଜୀବାଶ୍ମ ଇନ୍ଧନ ଜାଳିବାର ହେବ ଭୟଙ୍କର ପରିଣତି

Share :

ବୁଡ଼ିଯିବ ଲଣ୍ଡନ, ନ୍ୟୁୟର୍କ, ଟୋକିଓ, କୋଲକାତା!   ପୃଥିବୀରେ ଯେତେ ପରିମାଣର ଜୀବାଶ୍ମ ଇନ୍ଧନ ଗଚ୍ଛିତ ଅଛି ତାହାକୁ ଯଦି ସାରି ଦିଆଯାଏ ତେବେ କ’ଣ ହେବ? ଲଣ୍ଡନ, ନ୍ୟୁୟର୍କ, ଟୋକିଓ, ହଂ କଂ ଓ କୋଲକାତା ପରି ବିଶ୍ବର ଅନେକ ବୃହତ…ସହର ବୁଡ଼ିଯିବ | ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ପାଗ ପରିବର୍ତ୍ତନ ଓ ବିଶ୍ବ ତାପନ ଉପରେ ଗବେଷଣା କରୁଥିବା କେତେ ଜଣ ବିଶ୍ବ ବିଖ୍ୟାତ ବୈଜ୍ଞାନିକ | ବୈଜ୍ଞାନିକମାନଙ୍କ ମତରେ ଯଦି ପୃଥିବୀ ବକ୍ଷରେ ଗଚ୍ଛିତ ପେଟ୍ରୋଲିୟମ, କୋଇଲା ଓ ଗ୍ୟାସ…ଭଣ୍ଡାରକୁ ମଣିଷ ଜାତି ସାରି ଦିଏ ତେବେ ସେହି ପ୍ରକ୍ରିୟାରେ ଯେତେ ପରିମାଣର ଅଙ୍ଗାରକ ଉତ୍ପନ୍ନ ହେବ ତାହା ଏତେ ଉତ୍ତାପ ସୃଷ୍ଟି କରିବ ଯେ ସେଥିରେ ଆଣ୍ଟାର୍କଟିକାରେ ଗଚ୍ଛିତ ଥିବା ପ୍ରାୟ ସମସ୍ତ ବରଫ ତରଳିଯିବ | ଏତେ ବରଫ ତରଳିଲେ ସେଥିରୁ ଉତ୍ପନ୍ନ ଜଳରାଶି ସମୁଦ୍ରରେ ମିଶିବ | ସେଥିଯୋଗୁଁ ଜଳସ୍ତର 60 ମିଟର ବା ପ୍ରାୟ 180 ଫୁଟ ଉପରକୁ ଉଠିଯିବ | ଏପରି ହେଲେ ବିଶ୍ବର ପ୍ରାୟ 100 କୋଟି ଲୋକଙ୍କ ଘର ସଂପୂର୍ଣ୍ଣ ବୁଡ଼ିଯିବ | ଏଯାବତ ଆଣ୍ଟାର୍କଟିକାର ପଶ୍ଚିମ ଭାଗ ବରଫ ସ୍ତର ଉପରେ ବୈଜ୍ଞାନିକଙ୍କ ଧ୍ୟାନ କେନ୍ଦ୍ରୀଭୂତ ରହିଛି | କିନ୍ତୁ ଏହି ନୂଆ ଗବେଷଣାରେ ଏହାର ପୂର୍ବ ଭାଗ ତୁଷାର ସ୍ତର ସମେତ ସଂପୂର୍ଣ୍ଣ ଆଣ୍ଟାର୍କଟିକାକୁ ଗୁରୁତ୍ବ ଦିଆଯାଇଛି | ଆଣ୍ଟର୍କଟିକାର ସବୁଯାକ ବରଫ ସ୍ତର ତରଳିଲେ କ’ଣ ହେବ ସେଇ ବିଷୟ ଉପରେ ଗବେଷଣା କରିଛନ୍ତି ବୈଜ୍ଞାନିକ ଦଳ | ଏହି ଦଳର ସଦସ୍ୟ ଥିବା ପୋର୍ଟସଡାମ…ଇନଷ୍ଟିଚ୍ୟୁଟ…ଅଫ…କ୍ଲାଇମେଟ…ଇମ୍ପାକ୍ଟ ରିସର୍ଚ୍ଚର ପ୍ରଫେସର ଆନ୍ଦ୍ରେ ଲେଭରମାନ୍ନଙ୍କ ମତରେ, ପଶ୍ଚିମ ଆଣ୍ଟାର୍କଟିକାର ବରଫ ତରଳିବା ପ୍ରକ୍ରିୟାକୁ ଆଉ ରୋକି ହେବ ନାହିଁ | କିନ୍ତୁ ଆମେ ଯଦି ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ହଂ କଂ, ଶାଙ୍ଘାଇ, କୋଲକାତା ଓ ହାମବର୍ଗ ଆଦି ସହରକୁ ଆଧୁନିକ ବିଶ୍ବର ଐତିହ୍ୟ†ଭାବେ ବଂଚାଇ ରଖିବାକୁ ଚାହିଁବା ତେବେ ପୂର୍ବ ଆଣ୍ଟର୍କଟିକାର ବରଫ ସ୍ତରର ସଂରକ୍ଷଣ ନିହାତି ଜରୁରୀ | କାର୍ନେଗି ଇନଷ୍ଟିଚ୍ୟୁଟସନ…ଅଫ…ସାଇନ୍ସର କେ.…ଦେରା ମଧ୍ୟ କୁହନ୍ତି  ଯେ ଏଯାଏଁ ଆଣ୍ଟାର୍କଟିକାର ପୂର୍ବ ଭାଗ ଉପରେ ଅନେକ ଗବେଷଣା ହୋଇଛି | ଆମ ଗବେଷଣାରେ ପୂର୍ବ ଆଣ୍ଟାର୍କଟିକାର ବରଫର ଭବିଷ୍ୟତ ଉପରେ ଅନୁଧ୍ୟାନ କରାଯାଇଛି | କୋଇଲା, ତେଲ ଓ ଗ୍ୟାସ…ଜଳାଇବା ଦ୍ବାରା ପୂର୍ବ ଆଣ୍ଟାର୍କଟିକାର ତୁଷାର ସ୍ତର ମଧ୍ୟ ଅଚିରେ ତରଳିଯିବାର ଆଶଙ୍କା ରହିଛି | ତାଙ୍କ ମତରେ ଆମେ ଯଦି ଆଣ୍ଟାର୍କଟିକା ତରଳିଯାଉ ବୋଲି ଚାହାନ୍ତି ନାହିଁ ତେବେ ଆମେ ଜୀବାଶ୍ମ ଇନ୍ଧନର ଅଙ୍ଗାରକକୁ ଅଙ୍ଗାରକାମ୍ଳରେ ପରିଣତ କରି ଆକାଶକୁ ଛାଡ଼ିବା ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପକାଇବା ଦରକାର | ତା’ ନହେଲେ ଆମ ମାଟିର ଶତାଧିକ କୋଟି ଲୋକଙ୍କର ଜଳ ସମାଧି ଘଟିବା ନିଶ୍ଚିତ | ପ୍ରଫେସର ଆନ୍ଦ୍ରେ କହିଛନ୍ତି ଯେ ସେ ଭାବୁଥିଲେ ବିଶ୍ବବାସୀ କେବେ ବି ଜୀବାଶ୍ମ ଇନ୍ଧନର ଭଣ୍ଡାର ଜାଳିଦେବେ ବୋଲି ସେ ଭାବୁ ନଥିଲେ | ଏହି ଭଣ୍ଡାରର ଆଖିଦୃଶିଆ ଅଂଶ ଜାଳିଦେବା ଫଳରେ ବରଫ ସ୍ତର ପ୍ରତି ଆଖିଦୃଶିଆ ବିପଦ ସୃଷ୍ଟି ହୋଇଛି | ଆମେ ଏଯାଏଁ ଯେଉଁ ହାରରେ ଜୀବାଶ୍ମ ଇନ୍ଧନ ଜାଳି ଚାଲିଛୁ ସେହି ହାରରେ ଭଣ୍ଡାର ଖାଲି କରି ଚାଲିଲେ ଆସନ୍ତା ୧୫୦ ବର୍ଷ ଭିତରେ ଆମର ଭଣ୍ଡାର ଖାଲି ହୋଇଯିବ | ପ୍ରଚଳିତ ହାରରେ ଅଙ୍ଗାରକ ନିର୍ଗତ ହୋଇଚାଲିଲେ ଆସନ୍ତା ୭୦-୮୦ ବର୍ଷ ଭିତରେ ପଶ୍ଚିମ ଆଣ୍ଟାର୍କଟିକାର ତୁଷାର ସ୍ତରର ଚିହ୍ନବର୍ଣ୍ଣ ମିଳିବ ନାହିଁ | ଯଦି ସବୁ ଜୀବାଶ୍ମ ଇନ୍ଧନ ଜାଳି ଦିଆଯାଏ ତେବେ ୧୦ ଲକ୍ଷ କୋଟି ଟନ… ଅଙ୍ଗାରକାମ୍ଳ ସୃଷ୍ଟି ହେବ | ଏବେ ଏହାର 6-8 ପ୍ରତିଶତ ହାରରେ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି | ବର୍ତ୍ତମାନ ହାରରେ ଜୀବାଶ୍ମ ଇନ୍ଧନ ଜଳନ ଯୋଗୁଁ ଆସନ୍ତା ୧୦୦୦ ବର୍ଷ ମଧ୍ୟରେ ପ୍ରତିବର୍ଷ ୩ ସେଣ୍ଟିମିଟର ହାରରେ ସମୁଦ୍ର ପତନ ବୃଦ୍ଧି ପାଇବ | ଏହି ହିସାବରେ ଚଳିତ ସହସ୍ରାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ଜଳସ୍ତରର ଉଚ୍ଚତା ୩୦  ମିଟର ବା ପ୍ରାୟ ୯୦  ଫୁଟ…ବୃଦ୍ଧି ପାଇଥିବ | ସେତିକିରେ ବି ବିଶ୍ବର ଅନେକ ସହର ବୁଡ଼ିଯିବ, କୋଟିକୋଟି ଲୋକ ଜଳସମାଧି ନେବେ |

Share :