କାହିଁକି ଜରୁରୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା

କାହିଁକି ଜରୁରୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା

Share :

ବିକାଶ ପ୍ରତିନିଧି ଉତ୍ତମ ସ୍ୱାସ୍ଥ୍ୟ ନିମେନ୍ତ କଠିନ ବର୍ଜ୍ୟବସ୍ତୁର ସଠିକ ଭାବରେ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଅଛି। ଗ୍ରାମାଂଚଳରେ କଠିନ ବର୍ଜ୍ୟବସ୍ତୁ ଜନିତ ସମସ୍ୟାକୁ ଧ୍ୟାନ ଆକର୍ଷଣ କରିବା ନିମେନ୍ତ ୟୁନିସେଫ୍ ଓଡ଼ିଶା ଦ୍ୱାରା ଏକ ମିଡିଆ ରାଉଣ୍ଡ୍ଟେବୁଲ ବ୍ଭୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଡଃ. ମୋନିକା ନିଲସନ୍, ପଚଂାୟତିରାଜ ଏବଂ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ସୁଭାଷ ଚନ୍ଦ୍ର ଦାସ, ଗ୍ରାମୀଣ ଜଳଯେଗାଣ ଓ ନିଷ୍କାସନ ବିଭାଗର ଭୁବନେଶ୍ୱର ସର୍କଲ୍, ପରିଚାଳକ ଯନ୍ତ୍ରୀ ଅଭୟ ବଶ୍ୱାଳ, ମୁମ୍ୱାଇ ସଲିଡ୍ େୱଷ୍ଟ୍ ମ୍ୟାନେଜମେଣ୍ଟର ବରିଷ୍ଠ ବିଶେଷଜ୍ଞ ପ୍ରମୋଦ ଡବ୍ରାସେ, ୟୁନିସେଫ୍ ଓଡ଼ିଶାର ୱାସ୍ ବିଶେଷଜ୍ଞ ସିପ୍ରା ସାକ୍ସେନା ଏବଂ ୩୦ ଜଣ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। କଠିନ ବର୍ଜ୍ୟବସ୍ତୁ କେବଳ ଭାରତର ସହରାଂଚଳରେ ନୁହେଁ ବରଂ ଗ୍ରାମାଂଚଳରେ ମଧ୍ୟ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ସମସ୍ୟା ପକାଇଥାଏ ବୋଲି ଏହି ରାଉଣ୍ଡଟେବୁଲ ବୈଠକରେ ଆଲୋଚନା କରାଯାଇଥିଲା। ଯଦିଓ ଗ୍ରାମୀଣ କ୍ଷେତ୍ରରେ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ମୁଖ୍ୟତଃ ନବୀକରଣ ଯୋଗ୍ୟ ଅଟେ କିନ୍ତୁ ବର୍ତ୍ତମାନ ଏହା ଏକ ଚିନ୍ତାର ବିଷୟ ପାଲଟିଛି, କାରଣ କଠିନ ବର୍ଜ୍ୟବସ୍ତୁ ବାୟୁମଣ୍ଡଳ, ଜଳ ଏବଂ ମୃତ୍ତିକାକୁ ପ୍ରଦୂଷିତ କରୁଅଛି। ଗ୍ରାମୀଣ କ୍ଷେତ୍ରରେ ବର୍ଜ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦେବା ନିମନ୍ତେ ସଚେତନତା ସୃଷ୍ଟି ସହ ଘରୋଇ ତଥା ସାମୂହିକ ସ୍ତରରେ ବ୍ୟବସ୍ଥା ସ୍ଥାପନ ଉପରେ ଚର୍ଚ୍ଚା ହୋଇଥିଲା। ୟୁନିସେଫ୍ର ଓଡ଼ିଶା ମୁଖ୍ୟ ଡଃ.ମୋନିକା ନିଲସନ୍ ଗଣମାଧ୍ୟମକୁ ସ୍ୱାଗତ କରି କହିଥିଲେ, ଏକ ପକ୍ଷରେ ସମାଜରେ ସ୍ୱାସ୍ଥ୍ୟ, ପୋଷଣ ଏବଂ ଶିକ୍ଷାର ପରିଣାମରେ ସୁିଧାର ଆଣିବା ନିମନ୍ତେ ବିଶେଷ କରି ଶିଶୁ ଏବଂ ମହିଳାଙ୍କ ଦିଗରେ ଉନ୍ନତି ସାଧିତ ହୋଇପାରିଛି ଅନ୍ୟପକ୍ଷରେ ବର୍ଜ୍ୟବସ୍ତୁର ସଠିକ୍ ଭାବରେ ବିଭାଗୀକରଣ ନ ହେବା ଯୋଗୁଁ ଆମେ ଆମର ଜଳବାୟୁ ଏବଂ ମୃତ୍ତିକାକୁ ପ୍ରଦୂଷିତ କରିଦେଇଛୁ। ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଗୁରୁତ୍ୱ ପ୍ରଭାବ ପକାଇଥାଏ। ଏହା କେବଳ ସହର ନୁହେଁ ବରଂ ଗ୍ରାମାଂଚଳରେ ମଧ୍ୟ ଏକ ବଡ଼ ସମସ୍ୟା ପାଲଟିଛି, ଏହା ଉପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ନିହାତି ଜରୁରୀ। ଏହି ଅବସରରେ ୟୁନିସେଫ୍ର ଓଡ଼ିଶା ୱାସ୍ ବିଶେଷଜ୍ଞ ସିପ୍ରା ସାକ୍ସେନା କହିଲେ, ପ୍ରତିଦିନ ଉପିାଦାନ ହେଉଥିବା ଲକ୍ଷ ଲକ୍ଷ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁ ସହ ଆମେ ନିଜକୁ ଏକ ବେକାରୀ ମାନବ ସଭ୍ୟତା କହିପାରିବା। ଦୀର୍ଘକାଳୀନ ପ୍ରଗତି ନିମେନ୍ତ ରିଡିୟୁସ୍, ରିୟୁଜ୍, ରିସାଇକିଲ୍ ମାଧ୍ୟମରେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ହେବା ଆବଶ୍ୟକ। ସିପ୍ରା ସାକ୍ସେନାଙ୍କ ମତରେ ଯଦି ବର୍ଜ୍ୟବସ୍ତୁର ସଠିକ୍ ଭାବରେ ପୁନଃଚକ୍ରଣ କରାଯାଏ ତେବେ ଏହା ଏକ ସମ୍ପଦ ହୋଇପାରିବ ଏବଂ ଏଥିରୁ ରାଜସ୍ୱ ବୃଦ୍ଧି ମଧ୍ୟ ହୋଇପାରିବ। ବରିଷ୍ଠ ବିଶେଷଜ୍ଞ ପ୍ରମୋଦ ଡବ୍ରାସେ କହିଲେ, ସଠିକ ଭାବରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ହୋଇପାରୁନଥିବାରୁ ଏହା ଗମ୍ୱୀର ସ୍ୱାସ୍ଥ୍ୟ ସମସ୍ୟା ଏବଂ ପରିବେଶ ଉପରେ ପଡୁଥିବା ଏହାର ପ୍ରଭାବ ବିଷୟରେ ଜନସାଧାରଣ ଖୁବ୍ କମ୍ ସଚେତନ ଅଟନ୍ତି। କେବଳ ଗ୍ରାମାଂଚଳ ନୁହେଁ ସହରାଚଂଳରେ ମଧ୍ୟ ଆଜିକାଲି ବର୍ଜ୍ୟବସ୍ତୁର ପରିଚାଳନା ଏକ ପ୍ରମୁଖ୍ୟ ସମସ୍ୟା ପାଲଟିଛି। ପ୍ରତ୍ୟେକ ବ୍ୟକ୍ତି କିପରି ଭାବରେ ବର୍ଜ୍ୟବସ୍ତୁର ସଠିକ୍ ଭାବରେ ପରିଚାଳନା କରିପାରିବ ସେ ବିଷୟରେ ସଚେତନ ହେବା ସହ କିପରି ଏହାକୁ ହ୍ରାସ କରି ହେବ ସେ ବିଷୟରେ ଅବଗତ ହେବା ଜରୁରୀ। କଠିନ ବର୍ଜ୍ୟବସ୍ତୁର ପରିଚାଳନାର ଆବଶ୍ୟକତା ତଥା ଗୁରୁତ୍ୱ ବିଷୟରେ ଜନସାଧାରଣକୁ ସଚେତନା ତଥା ଶିକ୍ଷିତ କରିବା ଦିଗରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଗ୍ରାମାଂଚଳରେ କଠିନ ବର୍ଜ୍ୟବସ୍ତୁର ପରିଚାଳନାରେ ସରକାରଙ୍କର ନୀତି ବିଷୟରେ ଜଣାଇ ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ସୁଭାଷ ଚନ୍ଦ୍ର ଦାସ କହିଲେ, ଏନଜିଟିର ସଦ୍ୟ ପ୍ରକାଶିତ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬କୁ ବାଧ୍ୟତାମୂଳକ ଭାବେ ଲାଗୁ କରିବାକୁ ପଡ଼ିବ। ଯଦିଓ ଏହି ନିୟମ କେବଳ ମ୍ୟୁନିସିପାଲଟି ଅଂଚଳ ଓ ସହରାଂଚଳ ଗୁଡିକ ପାଇଁ ଉଦ୍ଦିଷ୍ଟ ଥିଲା କିନ୍ତୁ ନିକଟରେ ମିଳିଥିବା ଏନଜିଟି ନିର୍ଦ୍ଦେଶାବଳୀ ଅନୁଯାୟୀ ଏଥିରେ ଗ୍ରାମାଂଚଳକୁ ସାମିଲ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତି ଜିଲ୍ଲାରୁ ୩ଟି ଗ୍ରାମପଂଚାୟତକୁ ଏହି ଯୋଜନାର ମଡେଲ୍‌ ଭାବେ ଗ୍ରହଣ କରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଲାଗୁ କରିବା ପାଇଁ କୁହାଯାଇଛି ଓ ଏ ଦିଗରେ ଆମେ ଆମ ରାଜ୍ୟରେ ୯୦ଟି ଗ୍ରାମ ପଂଚାୟତ ଚିହ୍ନଟ କରିସାରିଛୁ। କଠିନ ବର୍ଜ୍ୟବସ୍ତୁର ସଠିକ୍ ଉପଯୋଗ ବିଷୟରେ ଜଣାଇ ଗ୍ରାମୀଣ ଜଳ ଯୋଗାଣ ଓ ନିଷ୍କାସନ ବିଭାଗର ଭୁବନେଶ୍ୱର ସର୍କଲ୍ ପରିଚାଳକ ଯନ୍ତ୍ରୀ ଅଭୟ ବଶ୍ୱାଳ କହିଲେ, କଠିନ ବର୍ଜ୍ୟବସ୍ତୁକୁ ଜଳିବା ପରିବର୍ତ୍ତେ ଏହାର ପୁନଃବ୍ୟବହାର କରି ଏହା ଦ୍ୱାରା ହେଉଥିବା କ୍ଷତିକାରକ ପ୍ରଭାବକୁ କମ୍ କରାଯାଇପାରିବ। ବର୍ଜ୍ୟବସ୍ତୁ ହେଉଛି ଅବ୍ୟହୃତ ପଦାର୍ଥ ଯାହା ମନୁଷ୍ୟର ଦୈନନ୍ଦିନ ଗୃହଉପକରଣ, ଶିଳ୍ପକ୍ଷେତ୍ର ଏବଂ ବାଣିଜ୍ୟ କ୍ଷେତ୍ରରୁ ଉତ୍ପନ୍ନ ହୋଇଥାଏ। କଠିନ ବର୍ଜ୍ୟବସ୍ତୁକୁ ଚାରିଗୋଟି ଶ୍ରେଣୀରେ ବିଭାଗୀକରଣ କରିହେବ ଯଥା- ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ, କ୍ଷତିକାରକ ପଦାର୍ଥ ଏବଂ ସାନିଟାରୀ ପଦାର୍ଥ। କଠିନ ବର୍ଜ୍ୟବସ୍ତୁ ପରିଚାଳନାର ସଠିକ୍ ଭାବରେ ବିଭାଗୀକରଣ ଏବଂ ନିୟମିତ ସଫେଇ ହୋଇପାରୁନାହଁି। ଏହା ସାର୍ବଜନୀନ ସ୍ୱାସ୍ଥ୍ୟ, ପରିବେଶ ଏବଂ ଆର୍ଥିକବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ ଯାହାକି ପରିବେଶ ସହ ଜୀବନର ସମଗ୍ର ଗୁଣବତ୍ତାକୁ ମଧ୍ୟ କ୍ଷତି ପହଂଚାଇଥାଏ। ସ୍ନାୟୁ ସମ୍ୱନ୍ଧୀୟ ରୋଗ, ପୁରୁଣା ଶ୍ୱାସ ସମ୍ୱନ୍ଧୀୟ ରୋଗର ମୁଖ୍ୟ କାରକ ହେଉଛି ବିଷାକ୍ତ ରାସାୟନିକ ଏବଂ ବିଷାକ୍ତ ମର୍କ୍ୟୁରି। ବର୍ଜ୍ୟବସ୍ତୁ ସଂସ୍ପର୍ଶ ଆସିବା ଦ୍ୱାରା ସଂକ୍ରମିତ ଘା ଜରିଆରେ ଚର୍ମ ଏବଂ ରକ୍ତ ସଂକ୍ରମଣ। ବିଶେଷ କରି ଲ୍ୟାଣ୍ଡଫିଲ୍ ଅପରେସନ୍ ସମୟରେ ସଂକ୍ରମିତ ଧୂଳି ସଂସ୍ପର୍ଶ ଆସିବା ଦ୍ୱାରା ଆଖି ଏବଂ ଶ୍ୱସନ ସଂକ୍ରମଣ ହୋଇଥାଏ। ପଶୁପକ୍ଷୀଙ୍କ ଠାରୁ ନିର୍ଗତ ଆବର୍ଜନାରୁ ଉତ୍ପନ୍ନ ପୋକଜୋକଙ୍କ କାମୁଡ଼ିବା ଯୋଗଁୁ ବିଭିନ୍ନ ରୋଗ ହୋଇଥାଏ। କଠିନ ବର୍ଜ୍ୟବସ୍ତୁ ପରିଚାଳନାରରେ ଅନିୟମିତତା ଯୋଗୁଁ ଚର୍ମ, ଶ୍ୱାସଜନିତ ରୋଗ ବ୍ୟବସାୟିକ କ୍ଷତିର ମୁଖ୍ୟ କାରକ। କଠିନ ବର୍ଜ୍ୟବସ୍ତୁ ପରିଚାଳନାର ହେଉଛି ବର୍ଜ୍ୟର ଏକତ୍ରିକରଣ, ବିଭାଗୀକରଣ, ଉପଚାର ତଥା ସୁରକ୍ଷିତ ରୂପେ ଏହାକୁ ନିଷ୍କ୍ରିୟ କରିଦେବା ଉଚିତ୍ ଯାହା ବ୍ୟବହାର ଯୋଗ୍ୟ ନୁହେଁ। ରାଜ୍ୟ ସରକାର ସବୁ ଗାଁ ଏବଂ ଗ୍ରାମ ପଚଂାୟତ ସ୍ତରରେ ଧ୍ୟାନ ଦେବା ସହ କଠିନ ବର୍ଜ୍ୟବସ୍ତୁ ସଠିକ୍ ପରିଚାଳନା ଉପରେ ଗୁରୁ୍ତ୍ୱ ଦେଇଛନ୍ତି। ବିଭିନ୍ନ ପଲିସି, ତଥା ମଡେଲ୍ କ୍ଷେତ୍ରରେ ସରକାର ଗ୍ରମୀଣ ଓଡିଶାରେ ୧୫୩ ଜିପିଏସ୍ ବିକଶିତ କରୁଅଛି।

Share :