ଆରଏସ୍‌ଏସ୍‌‌ ତରଫରୁ ପୁରୀରେ ୧୭୭୯ ସୌର ଲାଇଟ୍‌‌ ବିତରଣ

ଆରଏସ୍‌ଏସ୍‌‌ ତରଫରୁ ପୁରୀରେ ୧୭୭୯ ସୌର ଲାଇଟ୍‌‌ ବିତରଣ

Share :

ବିଶେଷ ସମ୍ବାଦଦାତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ପୁରୀ ସଦରର ୧୬ଟି ପଂଚାୟତର ୩୬ଟି ଗ୍ରାମରେ ୧୫୨୬ଟି ଓ ପୁରୀ ନଗରର ୬ଟି ସ୍ଥାନର ୨୫୩ଟି ପରିବାରରେ ମୋଟ ୧୭୭୯ଟି ସୌର ବା ସୋଲାଲ ଲାଇଟ ବିତରଣ କରାଯାଇଛି। ବୀର ପ୍ରତାପପୁର ପଂଚାୟତର ବୀରପ୍ରତାପୁର ଗ୍ରାମରେ ୫୦, ସମଜାନପୁର ଗ୍ରାମରେ ୫୭ ଟି, ଭାଇଲପୁର ପଂଚାୟତର ରୁଆ, ବେଦରପଡା, ଉର ଗ୍ରାମରେ ୨୫୦, ବେଲଦଳର ହରିଜନ ବସ୍ତିରେ ୪୭, ବେଲଦଳରେ ୩୧, ବୀରଦାସ ନଗରରେ ୧୪, ସମଗରାର ବଳରାମପୁର ଭୋଇ ସାହିରେ ୨୪, ସମଗରାରେ ୧୭, ବାଲିଗୁଆଳିର ଗୋପାଳପୁର ୩୧, ବ୍ରାହ୍ମଣ ପୋଖରୀରେ ୬୫, ନାଗା ପାଟଣାରେ ୪୫, ଶାସନ ଦାମୋଦରପୁରର ମଙ୍ଗଳପାଟଣାରେ ୫, ଗୁଣ୍ଠପିଳିପିଳା ୪୭, ହାଟ ଦୋବନ୍ଧାରେ ୬, ଉତ୍ତରହଣା ଗୌଡସାହିରେ ୭୩, ଧୋବାସାହିରେ ୧୭୦, ମଠ ସାହିରେ ୯୦, କମାଶାସନରେ ୯୦, ଓଁ ସାଇ ବାଳଶ୍ରମରେ ୪, ଚନ୍ଦନପୁରର ବାହୁଡା ସାହିରେ ୬, ଚନ୍ଦନପୁରରେ ୯୦, ଗୋପୀନାଥପୁରର ମୁକୁନ୍ଦମିଶ୍ର ନଗରରେ ୮, ଖଣ୍ଡିଆବନ୍ଧରେ ୧୦, କାଶୀ ହରିପୁରର ଭାରତୀପୁରରେ ୨୦, ମାଳତୀପାଟପୁରର ତୁଳସୀ ଚଉଲା ଗାଁରେ ୭୯, ଗୌଡକେରାରେ ୫୦, ହନ୍ତୁକରେ ୫୦, ବୀରରାମଚନ୍ଦ୍ରପୁର ପଂଚାୟତରେ ୫୦, କେରାଣ୍ଡିପୁର ପଂଚାୟତର କୃଷ୍ଣାଞ୍ଜଳିପୁରରେ ୫, ବାସୁଦେବପୁରରେ ୪୧ଟି ପରିବାରକୁ ସୋଲାର ଲାଇଟ୍ ଦିଆଯାଇଛି। ସେହିପରି ପୁରୀ ସହରର ଓ୍ୱାର୍ଡ ନମ୍ୱର ୨୪ର ମଳିକ ସାହିରେ ୧୨, ଧୋବାସାହିରେ ୧୪, ଓ୍ୱାର୍ଡ ନମ୍ୱର ୨୩ ଘୋଡ଼ାବଜାରରେ ୭୭, ଜଲି ସାହିରେ ୩୦, ଓ୍ୱାର୍ଡ ନମ୍ୱର ୧ ମାଟି ତୋଟାରେ ୭୦, ଅନ୍ନପୂର୍ଣ୍ଣା ନଗରରେ ୫୦ ପରିବାରକୁ ସୋଲାର ଲାଇଟ ବିତରଣ କରାଯାଇଛି। ସୋଲାର ଲାଇଟ୍୦ ବିତରଣ ସହ ପୁରୀ ସଦର ଓ ପୁରୀ ନଗରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ରାଷ୍ଟ୍ରୀୟ ସେବାଭାରତୀ ସହଯୋଗରେ ଓ ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ବିଭିନ୍ନ ପ୍ରକାର ସେବାକାର୍ଯ୍ୟ କରାଯାଉଛି। ପୁରୀର ୧୧୦ଟି ଗ୍ରାମ ଓ ୭୪ଟି ବସ୍ତି ଓ କଲୋନୀର ୫୧୬୮୭ ଜଣଙ୍କୁ ସଂଘ ତରଫରୁ ସାହାଯ୍ୟ ସହଯୋଗ ଯୋଗଇ ଦିଆଯାଇଛି। ୨୦୧୩୮ ଜଣଙ୍କୁ ରନ୍ଧାଖାଦ୍ୟ, ୧୭୧୧୯ ଜଣଙ୍କୁ ଶୁଖିଲା ଖାଦ୍ୟ, ୧୪୯୦ ଜଣଙ୍କୁ ପଲିଥିନ, ୩୪୧୦ ଜଣଙ୍କୁ ତାର୍ପୋଲିନ, ୧୩୦୦ କିଟ୍ଫ, ୮୩୬୯ ଜଣଙ୍କୁ ସ୍ୱାସ୍ଥ୍ୟ ସେବା, ୬୦୦୦ ମହମବତୀ, ୭୩୦ ମଶାରୀ, ୧୭୭୯ ସୋଲାର ଲାଇଟି ଯୋଗାଇ ଦେବା ସହ ୧୪ଟି ସ୍ଥାନରେ ସଫେଇ କରାଯାଇଛି। ଏହି ସବୁ ସେବା କାର୍ଯ୍ୟରେ ଗଜପତିରୁ ୪୬ ଜଣ, କେନ୍ଦୁଝରରୁ ୪ଜଣ, ଫୁଲବାଣୀରୁ ୩ ଜଣ, ନୟାଗଡରୁ ୭ ଜଣ, ଭୁବନେଶ୍ୱରରୁ ୮ ଜଣ, ରାମେଶ୍ୱର ପାଟଣାରୁ ୮ ଜଣ, ଭଦ୍ରକରୁ ୧୦ ଜଣ ଓ ପୁରୀରୁ ୬୦ ଜଣ ମୋଟ ୧୪୬ ଜଣ ସ୍ୱୟଂସେବକ ସାମିଲ ହୋଇଛନ୍ତି। ସଂଘ ତରଫରୁ ପୁନେ ଓ ବାରାଣାସୀରୁ ଆସିଥିବା ଡାକ୍ତରୀ ଦଳ ଓ ୟୁବିଏସ୍ାଏସ୍େର ଆମ୍ୱୁଲାନ୍ଣସ ଦ୍ୱାରା ପୁରୀ ସଦରର ୨୭ଟି ଗ୍ରାମରେ ୨୫୨୦ ଜଣ ପୁରୁଷ, ୨୧୧୬ ମହିଳା, ୯୧୭ ଶିଶୁ ମୋଟ ୫୫୫୩ ଜଣ ସେହିପରି ପୁରୀ ସହରର ୧୨ ଟି ବସ୍ତି ଓ କଲୋନୀର ୧୬୨୨ ଜଣ ପୁରୁଷ, ୧୧୯୪ ଜଣ ମହିଳା ମୋଟ ୨୮୧୬ ଜଣଙ୍କର ସ୍ୱାସ୍ତ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଛି। ପ୍ରତ୍ୟେକ ଟିମ୍ସରେ ଗୋଟିଏ ଆମ୍ୱୁଲାନ୍ସ, ଜଣେ ଡାକ୍ତର, ବିଭିନ୍ନ ପ୍ରକାର ନମୁନା ପରୀକ୍ଷା କରିବା ପାଇଁ ଆବଶ୍ୟକୀୟ ଜନ୍ତ୍ରପାତି ସହ ଜଣେ ଲାବରଟେରିଆନ, ଜଣେ ନର୍ସ, ଜଣେ କଂପାଉଣ୍ଡରଙ୍କ ସହିତ ସ୍ଥାନୀୟ ଅଂଚଳର ସ୍ୱୟଂସେବକମାନେ ସାମିଲ ହୋଇଛନ୍ତି। ଏହି ଟିମ୍ ସମ୍ୱେଦନଶୀଳ ଅଂଚଳ ଗୁଡିକ ଗସ୍ତ କରି ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି ବୋଲି ସଂଘର ପୁରୀ ସହାୟତା କେନ୍ଦ୍ର ଦାୟିତ୍ୱରେ ଥିବା କେନ୍ଦ୍ର ପ୍ରମୁଖ ସୀମାଚଂଳ ଖଟୁଆ ପ୍ରକାଶ କରିଛନ୍ତି।

Share :