ବ୍ରହ୍ମପୁର ମହାନଗର ନିର୍ବାଚନ ଉପରେ ନଜର

ବ୍ରହ୍ମପୁର ମହାନଗର ନିର୍ବାଚନ ଉପରେ ନଜର

Share :

ହେମାଙ୍ଗ ପ୍ରସାଦ ରାଉଳ ବିଧାନସଭା ଓ ସଂସଦ ପାଇଁ ଜନପ୍ରତିନିଧିଙ୍କୁ ଭୋଟ ଦେଲାପରେ ବ୍ରହ୍ମପୁରରେ ସଂପ୍ରତି ସବୁଠୁି ବଡ଼ ଚର୍ଚ୍ଚାର ବିଷୟ ମହାନଗର ନିର୍ବାଚନ। ପ୍ରାୟତଃ ସାତମାସ ହେବ ମହାନଗର ମେୟର ପଦବୀ ଶୂନ୍ୟ ଏବଂ କର୍ପୋରେଟରମାନଙ୍କ ହାତରୁ କ୍ଷମତା ଯିବାପରେ ସମସ୍ତେ ମାତିଥିଲେ ବିଧାୟକ ଓ ସାଂସଦ ନିବ୧ଚନରେ। ନିର୍ବାଚନ ସରିବା ପରେ ନୂଆ ବିଧାୟକ ବିକ୍ରମ ପଣ୍ଡା ଏବଂ ସାଂସଦ ହେଲେ ଚନ୍ଦ୍ରଶେଖର ସାହୁ। ସେମାନେ ମହାନଗର ନିଗମ ନିର୍ବଚନ କରାଇବାକୁ ତତ୍ପର ହେବେ କି ନହେବେ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ହାତ ଛାଡ଼ି କଂଗ୍ରେସକୁ ଡ଼ୁବାଇ ବିଜୁ ଜନତା ଦଳରେ ଏଇ ଦୁଇନେତା ଯୋଗଦେଇ ନିଜର ଲକ୍ଷ୍ୟ ପୂରଣରେ ସଫଳ ହୋଇଛନ୍ତି। ତେବେ ସହରବାସୀଙ୍କ ଆଶା ଆକାଙ୍‌କ୍ଷା ପୂରଣରେ ସେମାନ କେତେଦୂର ସଫଳ ହେବେ ତାହାକୁ ନେଇ ଚର୍ଚ୍ଚା। ନୂଆ ସାଂସଦ ଓ ବିଧାୟକଙ୍କ ଅଧୀନରେ ବିଜେଡିର ପୁରୁଣା ନେତାମାନେ ମହାନଗର ନିର୍ବାଚନକୁ କିଭଳି ସମ୍ମୁଖୀନ ହେବେ ନା ବିଦ୍ରୋହ ସୃଷ୍ଟି ହେବ ଏହା ସମୟ କହିବ। ନୂଆ ସାଂସଦ ଓ ବିଧାୟକଙ୍କ ଯୋଗୁଁ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଏସ୍ର. ଅନୀଲ କୁମାର, ଗୋପୀ, ମମତା ବିଷୋୟୀ, ସଂଘମିତ୍ରା ଦଳେଇ, ମେୟର ମାଧବୀଙ୍କ ପରି ଅନେକ ନେତା ନିଷ୍ପ୍ରଭ ହୋଇଯାଇଛନ୍ତ। ବ୍ରହ୍ମପୁର ମହାନଗର ନିର୍ବାଚନ ସମୟ ଏତେ ସବୁ ନାମ ମଧ୍ୟରୁ ବିକ୍ରମ ଓ ଶେଖର ଯୋଡ଼ିଙ୍କର କେମେଷ୍ଟ୍ରିରେ ନୂଆ କର୍ପୋରେସନ ନିର୍ବାଚନ ହେଲେ ମେୟର ମଧ୍ୟ ସେମାନଙ୍କ ଅନୁଗତ ନେତା ହେବେ ଏଥିରେ ସନ୍ଦହେ ନାହିଁ। ତେବେ ସୁବାଷ ମହାରଣା ଓ ଭଗବାନ ଗନ୍ତାୟତ ଉଭୟେ ମେୟର ପଦବୀ ପାଇଁ ଆଶାବାଦୀ ବୋଲି ଚର୍ଚ୍ଚା ଜୋର୍ ଧରିଛି। ସଂଘମିତ୍ରା ଦଳେଇ ଏବଂ ମମତା ବିଷୋୟୀ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି। ଭଗବାନ ଗନ୍ତାୟତ ଶେଖର ଓ ବିକ୍ରମଙ୍କ ସହ ଆସିଥିଲେ ବିଜେଡ଼ିକୁ। ତେଣୁ ଏହି ତ୍ରିମୁଖୀ ଆଗାମୀ ଦିନରେ ବ୍ରହ୍ମପୁରର ଭବିଷ୍ୟତକୁ ନେଇ ଅଣ୍ଟାଭିଡ଼ିବାର ସମ୍ଭାବନା ଅଧିକ। କିନ୍ତୁ ସୁବାଷ ମହାରଣା ବିଜେଡ଼ିର ପୁରୁଣା ନେତାଙ୍କ ମଧ୍ୟରେ ଅନ୍ୟତମ। ଯିଏକି ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଂଗଦ ପରି କୋଡ଼ିଏ ବର୍ଷ ଧରି ସାଥୀରେ ପାଦ ସହ ପାଦ ମିଶାଇ ଆସୁଛନ୍ତି। ବିଧାନସଭା ପ୍ରାର୍ଥୀ ଚୟନରେ ଭୟଙ୍କର ବିଶୃଙ୍ଖଳା ସୃଷ୍ଟି ହେବାର ସମ୍ଭାବନା ଦେଖି ନବୀନ ନିବାସ ରାଜ୍ୟସଭାର ସ୍ୱପ୍ନ ଦେଖାଇ ଚ୍ୟାଉ ପଟ୍ଟନାୟକକୁ ନୀରବ ରଖିବାରେ ସଫଳ ହେଲା। ପୂର୍ବତନ ମେୟର ମାଧବୀ ଭାଇ ଅନୀଲଙ୍କ ସ୍ୱପ୍ନ ମଧ୍ୟ ବାଲିଘର ପରି ଉଡ଼ିଗଲା। ଆଗାମୀ ଦିନରେ ମହାନଗର ନିର୍ବାଚନରେ ସିଧା ମେୟର ନିର୍ବାଚନ ଲଢ଼େଇ ହେବା ତୟ। କାହାକୁ ସୁହାଇଲା ପରି କିଏ ଦୌଡ଼ରେ ରହିବ ଏହା ଅପ୍ରତ୍ୟାଶିତ ସମ୍ଭାବନାର ଏକ ବିସ୍ମୟ ଭରା ପ୍ରଶ୍ନ। ଯଦି ନବୀନ ମହିଳାଙ୍କୁ ଅଗ୍ରାଧିକାର ଦିଅନ୍ତି ତେବେ ସଂଘମିତ୍ରା ଦଳେଇ ଏବଂ ମମତା ବିଷୋୟୀଙ୍କ ପଲା ଭାରୀ ହୋଇପାରେ। ଏହି ପାଞ୍ଚବର୍ଷ ଦୁଇନେତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଗାମୀ ଦିନରେ ବଣମଲ୍ଲୀ ବଣରେ ଝଡ଼ିଗଲା ପରି ଏମାନଙ୍କ ରାଜନୈତିକ କ୍ୟାରିୟରର ସମାପ୍ତି ହୋଇପାରେ। ୨୦୧୪ ନିର୍ବାଚନରେ ସଂଘମିତ୍ରା ଦଳେଇ କୋଣାର୍କ ଯାଇ କୋଣାର୍କ ମନ୍ଦିର ନଦେଖିବା ସଦୃଶ୍ୟ ହୋଇଥିଲେ। ତେଣୁ ଏଥର ତାଙ୍କର ସମ୍ଭାବନାକୁ ଏଡ଼ାଇ ଦିଆନଯାଇପାରେ। ଦକ୍ଷ ସଭାନେତ୍ରୀ ହିସାବରେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ତାଙ୍କର କାର୍ଯ୍ୟକଳାପ ଅତି ଉଚ୍ଚକୋଟିର ଥିଲା ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ବ୍ରହ୍ମପୁର ମେୟର ପଦବୀ ଦୌଡ଼ରେ କିଛି ନୂଆଁ ମୁହଁ ଏବଂ କିଛି ପୁରୁଣା ମୁହଁ ନିଜ ନିଜର ପ୍ରସ୍ତୁତି ଆରମ୍ଭ କଲେଣି। ଏହିକ୍ଷେତ୍ରରେ ନବୀନ ବାବୁ ଲଫାପା ଭିତରେ ନାମଟିଏ ଲେଖିଦେଇ ଯାହାକୁ ଲଢ଼େଇ କରିବାକୁ ଚୟନ କରିବେ ତେବେ କିଛି ନୂଆ ମୁହଁ ଆସିଯିବେ। ନଚେତ୍ୁ ଶେଖର, ବିକ୍ରମ, ଚ୍ୟାଉ ପଟ୍ଟନାୟକ, ସୁବାସ ମହାରଣା, ଅନୀଲ ମାଧବୀଙ୍କୁ ନେଇ ତ୍ରିକୋଣୀୟ ପ୍ରତିଯୋଗିତା ନିଶ୍ଚିତ। ବର୍ତ୍ତମାନ ସାଧାରଣ ନିର୍ବାଚନ ସରିଛି। ବିଜେଡ଼ି ସଂଖ୍ୟାଗରି ତା ଲାଭ କରିଛି। ବର୍ତ୍ତମାନ ପୌରପାଳିକା ନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ବିଜେପି ଏବଂ କଂଗ୍ରେସ ମଧ୍ୟ ନେବେ। ବର୍ତ୍ତମାନ ସାଧାରଣ ନିର୍ବାଚନ ପରି ମେୟର ନିର୍ବାଚନ ହୋଇଥିବା ଯୋଗୁଁ ଏହାର ଗୁରୁତ୍ୱ ଅହେତୁକ ଭାବେ ବୃଦ୍ଧି ପାଇବ। ସବୁକିଛି ନିର୍ଭର କରେ ଦଳୀୟ ଟିକେଟ୍ଂ ଉପରେ। ଏହି ପରିପ୍ରେକ୍ଷୀରେ ନବୀନଙ୍କ ବନ୍ଦ ଲଫାଫାରୁ ବାହାରିବା ନାମ ମଧ୍ୟ ଏକ ବିସ୍ମୟ ସୃଷ୍ଟି କରିବାର ସମ୍ଭାବନା ଅଛି।

Share :