ନିଫ୍ଟରେ ୧୮୫ ଜଣ ଛାତ୍ରଛାତ୍ରୀ ଗ୍ରାଜୁଏଟ୍

ନିଫ୍ଟରେ ୧୮୫ ଜଣ ଛାତ୍ରଛାତ୍ରୀ ଗ୍ରାଜୁଏଟ୍

Share :

ନେସ୍‌ନାଲ୍ ଇଂଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି (ନିଫ୍ଟ), ଭୁବନେଶ୍ୱରର ପରିସରରେ ତାହାର ୮ମ ଗ୍ରାଜୁଏସନ୍ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆସେସରିଜ୍ ଡିଜାଇନ୍, ଫ୍ୟାସନ୍ ଡିଜାଇନ୍, ଟେକ୍ସଟାଇଲ୍ ଡିଜାଇନ୍, ଫ୍ୟାସନ୍ କମ୍ୟୁନିକେସନ୍, ଫ୍ୟାସନ୍ ଟେକ୍ନୋଲୋଜି ଓ ଫ୍ୟାସନ୍ ମ୍ୟାନେଜମେଣ୍ଟ ପରି ୬ଟି ଭିନ୍ନ ବିଭାଗରୁ ମୋଟ ୧୮୫ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ କ୍ଲାସ୍ରୁମ୍ ଓ ଲ୍ୟାବ୍ ପ୍ରଶିକ୍ଷଣ ତଥା ଇଣ୍ଟର୍ଣ୍ଣସିପ୍ ଓ ପ୍ରୋଜେକ୍ଟ ମାଧ୍ୟମରେ ଇଣ୍ଡଷ୍ଟ୍ରିର ଅଭିଜ୍ଞତା ନେଇ ୪ ବର୍ଷର ସ୍ନାତକ ତଥା ୨ ବର୍ଷର ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଛନ୍ତି। ଚଳିତ ବର୍ଷ ଫନି ଘୂର୍ଣ୍ଣିବାତ୍ୟା ଲାଗି ରାଜ୍ୟ ସାମ୍ନା କରିଥିବା କଠିନ ପରିସ୍ଥିତିକୁ ଆଖିରେ ରଖି ନିଫ୍ଟ ଜାକଜମକରୁ ଦୂରେଇ ଅତି ସାଧାରଣ ଭାବେ ଗ୍ରାଜୁଏସନ୍ ଡେ ପାଳନ କରିଥିଲେ। ପ୍ୟାସନ୍ ସୋ ପରିବର୍ତ୍ତେ ଚଳିତ ବର୍ଷ ପାସ୍ ହେଉଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କଲେକ୍ସନ୍ ଗୁଡିକୁ ପ୍ରଦର୍ଶିତ କରାଯାଇଥିଲା। ଏହା ସହିତ ବହୁ ସମ୍ମାନୀୟ ବ୍ୟକ୍ତି ବିଶେଷ, ଶିକ୍ଷାବିତ୍ ଓ ଅଭିଭାବକ ତଥା ବହୁ ଲୋକ ଏହି ପ୍ରଦର୍ଶନୀ ଦେଖିବାକୁ ଆସିଥିଲେ। ଟ୍ରିବର୍ଗର ସିଓଓ ରଞ୍ଜିବ କପୁର; ଅସୀମା ଗ୍ରୁପ୍ର ବ୍ରାଣ୍ଡ ହେଡ୍ ଆଲୋକ ଉପ୍ରେତି; ପିଡବ୍ଲୁସିର ଡାଇରେକ୍ଟର ଦେବୋପମ ଦେବ; ପିଡବ୍ଲୁସିର ଡାଇରେକ୍ଟର ତୁରଜା ବାରୁଆ, ଏବିଏଫ୍‌ଆର୍‌ଏଲ୍‌ର ଅପୋରେସନ୍ ହେଡ୍ ରାହୁଲ ଜିନ୍ଦଲ, ନୂଆ ଦିଲ୍ଲୀର ଲି ଆଣ୍ଡ ଫୁଙ୍ଗର ମର୍‌ଚାଣ୍ଡାଇଜିଙ୍ଗ ମ୍ୟାନେଜର୍ ବିକ୍ରାନ୍ତ ଭାରତୀ, ନୂଆ ଦିଲ୍ଲୀର ଶ୍ରୀ ଆଶ୍‌ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ଡାଇରେକ୍ଟର ଯୋଗେଶ ତିୱାରୀ, ଓଡିଶା ଆଦିତ୍ୟ ବିର୍ଲା ଫ୍ୟାସନ୍ ଆଣ୍ଡ ରିଟେଲର୍ ଲିମିଟେଡ୍‌ର ଗ୍ରୁପ୍ ମ୍ୟାନେଜର୍ ଏଚ୍‌ଆର୍‌ ରଞ୍ଜିତ ଟିଗ୍‌ଗା, ଋଷିକା ଟ୍ରେଣ୍ଡସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଫାଉଣ୍ଡର ଓ ସିଇଓ ଦୋମାନ ଟୁଡୁ, ମୋନ ଆଣ୍ଡ ମେଇର ସିଓଓ ରାଜକୁମାର ରାୟ, ସିଟିଟିସିର ସିନିୟର ମ୍ୟାନେଜର ଏମ୍ କେ ରାଜନ, ଟ୍ରାନ୍ସଫର୍ମ ପର୍ଣ୍ଣିଚର୍ର ଫାଉଣ୍ଡର ତଥା ଏମ୍‌ଡି ଦେବାଶିଷ ପଟ୍ଟନାୟକ, ଫିଲ୍ମ ମେକର୍ ବିରେନ ଦାସ, ସନ୍‌ମାର୍ଗର ଚିଫ୍ ଜେନେରାଲ୍ ମ୍ୟାନେଜର ଡକ୍ଟର ଆଶୋକ ପଣ୍ଡା ଏବଂ ଡିଜାଇନର୍ ସିଦ୍ଧାର୍ଥ ଦାସ ପ୍ରମୁଖ ଏହି ସମାରୋହରେ ଯୋଗଦାନ କରିଥିଲେ। କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ବର୍ତ୍ତମାନ ସୁଦ୍ଧା ଜାରି ଅଛି ଓ ଏହା ଦ୍ୱାରା ନିଫ୍ଟର ପାଖାପାଖି ୮୦ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇସାରିଲେଣି। ଏହା ଛଡ଼ା କିଛି ଛାତ୍ରଛାତ୍ରୀ ଉଦ୍ୟୋଗୀ ହେବା ପାଇଁ ରୁଚି ରଖିଥିବା ବେଳେ କିଛି ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରତି ବର୍ଷ ବଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଭଲ ସଂକେତ ଯେ, ଛାତ୍ରଛାତ୍ରୀ ଏହି କ୍ଷେତ୍ରରେ ନିଜର କ୍ୟାରିଅର୍ ରୂପେ ବାଛୁଛନ୍ତି। ଏହା ହିଁ ଭବିଷ୍ୟତରେ ଦେଶର ଫ୍ୟାସନ ବ୍ୟବସାୟର ଧାରା ପରିବର୍ତ୍ତନ କରିବ ବୋଲି ନିଫ୍ଟ ଭୁବନେଶ୍ୱରର ଡାଇରେକ୍ଟର ବିନୟ ଭୂଷଣ ଜେନା କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଫ୍ୟାସନ୍ ଇଣ୍ଡଷ୍ଟ୍ରିକୁ ପ୍ରମୋଟ କରିବା ପାଇଁ ଦେଶକୁ ଆହୁରୀ ଉଦ୍ୟୋଗୀମାନଙ୍କର ଆବଶ୍ୟକତା ରହିଛି। ଭୁବନେଶ୍ୱର ସେଣ୍ଟରର, ସେଣ୍ଟର ଆକାଡେମିକ୍ କୋର୍ଡିନେଟର୍ ସୁସ୍ମିତା ବେହେରା କହିଥିଲେ, ନିଫ୍ଟରୁ ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଏକ ଭିନ୍ନ ପ୍ରୋଫେସନାଲ୍‌ ପରିଚୟ ତଥା ସ୍ୱତନ୍ତ୍ର ବିଶ୍ୱାସଧାରା ରହିଛି ଯାହା ସେମାନଙ୍କୁ ନିଜେ ବାଛିଥିବା କର୍ମକ୍ଷେତ୍ରରେ ଆଗକୁ ବଢାଇବାରେ ସହାୟକ ହୋଇଥାଏ। ଏଫ୍‌ଏମ୍‌ଏସ୍‌ ବିଭାଗର ମୁଖ୍ୟ ଡକ୍ଟର ସନ୍ତୋଷ ତରାଇ କହିଥିଲେ, ଭାରତୀୟ ଫ୍ୟାସନ ବଜାରକୁ ଅଧିକ ଭାଇବ୍ରାଣ୍ଟ କରିବା ପାଇଁ ଭାରତକୁ ଅଧିକ ଏଥିକାଲ୍ ଫ୍ୟାସନ୍ ମ୍ୟାନେଜର ଦରକାର ଅଛନ୍ତି। ଟେକ୍ସଟାଇଲ୍ ଡିଜାଇନ୍ ବିଭାଗ ମୁଖ୍ୟ ସନ୍ଦୀପ କିଡିଲେ କହିଥିଲେ, ଇଣ୍ଡିଆନ୍ ଫାବ୍ରିକ୍ ଡିଜାଇନ୍ରେ ଆମକୁ ନିଜର ସାଂସ୍କୃତିକ ଲୋକନୀତିର ବ୍ୟବହାର କରିବା ଆବଶ୍ୟକ। ଏଫ୍‌ଡି ବିଭାଗ ମୁଖ୍ୟ ଶୋଭାରାଣୀ ଲାକ୍ରା କହିଥିଲେ, ଭବିଷ୍ୟତରେ ଭାରତୀୟ ଫ୍ୟାସନ୍ ଇଣ୍ଡଷ୍ଟ୍ରି ଏକ ପରିପୋଷଣୀୟ ଫ୍ୟାସନ୍ ଭ୍ୟାଲୁ ଚେନ୍ ଉପରେ ନିର୍ଭରଶୀଳ ହେବ। ବିଟେକ୍ ବିଭାଗ ମୁଖ୍ୟ ସୁଲଗ୍ନା ଶାହା କହଥିଲେ, ଆମ ଛାତ୍ରଛାତ୍ରୀମାନେ ଆମର ଇଣ୍ଡଷ୍ଟ୍ରୀକୁ ଆହୁରି ସୁସଂଗଠିତ କରିବା ଆବଶ୍ୟକ। ଫ୍ୟାସନ୍ କମ୍ୟୁନିକେସନ୍ ବିଭାଗ ମୁଖ୍ୟ ଅମିତ ଦାସ କହିଥିଲେ, ଏହି ଦେଶରେ କଳାତ୍ମକ ଅନୁଧାବନ କରାଯାଏ ନାହିଁ, ଆମକୁ ଏକ ଭିନ୍ନ ଓ ରୁଚିକର ଉପାୟରେ ବିଶ୍ୱକୁ ବାର୍ତ୍ତା ଦେବାର ଅଛି। ଯାହା ଆମେ ନିଫ୍ଟରେ କରୁ। ଶେଷରେ ଟ୍ରିବର୍ଗର ସିଓଓ ରଞ୍ଜିବ କପୁର ଅଭିଭାବକମାନଙ୍କୁ ସମ୍ୱୋଧନ କରି କହିଥିଲେ, ଆପଣମାନେ ନିଫ୍ଟକୁ ବାଛି ନିଜ ପିଲାମାନଙ୍କ ପାଇଁ ଏକ ସୁନିଶ୍ଚିତ ଉତମ ପାଠ୍ୟକ୍ରମ ବାଛିଛନ୍ତି। ଏବେକାର ପ୍ରତିଯୋଗିତାମୂଳକ ବ୍ୟବସାୟ ପରିବେଶରେ ଶିକ୍ଷା ହିଁ କେବଳ ଏକମାତ୍ର ସମ୍ୱଳ ଯାହା ସମଗ୍ର ବିଶ୍ୱର ଅନୁକୂଳ ପରିସ୍ଥିତି ସହ ମୁକାବିଲା କରିପାରିବ। ନିଫ୍ଟ ଭୁବନେଶ୍ୱର ୨୦୧୦ରେ ଆରମ୍ଭ ହୋଇଥିଲା ଯାହା ଆଦି ସମଗ୍ର ଦେଶରେ ଆଗୁଆ ୧୦ଟି ଫ୍ୟାସନ ଇଷ୍ଟିଟ୍ୟୁସନ୍‌ମାନଙ୍କ ମଧ୍ୟରେ ଅନ୍ୟତମ।

Share :