ଦୁର୍ଯ୍ୟୋଧନର ଡାଏରୀ-୧

ଦୁର୍ଯ୍ୟୋଧନର ଡାଏରୀ-୧

ସୂର୍ଯ୍ୟମଣି ମିଶ୍ର ‘ଆଲୋଚନା ନୁହେଁ ଏବେ ଯୁଦ୍ଧ ହେବ’ ଏହା କହି କୃଷ୍ଣ ଚାଲିଗଲେ। ପାଣ୍ଡବ ଏବଂ କୌରବ ଉଭୟଙ୍କ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୁର୍ଯ୍ୟୋଧନ ଅଧିକରୁ ଅଧିକ ରାଜାଙ୍କୁ ନିଜ ପକ୍ଷରେ ସାମିଲ କରିଛନ୍ତି। ଏହି ତୁଳନାରେ ପାଣ୍ଡବଙ୍କ ପକ୍ଷରୁ ଯୁଦ୍ଧ କ୍ଷେତ୍ରରେ ଲଢ଼ିବା ପାଇଁ ଅନ୍ୟ ରାଜା କମ ରହିଥିଲେ। ପାଣ୍ଡବଙ୍କ ପକ୍ଷରୁ ରଣନୀତି ତିଆରି କାର୍ଯ୍ୟ ଅର୍ଜୁନ, ଧ୍ରୁଷ୍ଟଦ୍ୟୁମ୍ନ ଭଳି ଯୋଦ୍ଧା କରୁଛନ୍ତି। ଅନ୍ୟ ପକ୍ଷରେ ଦୁର୍ଯ୍ୟୋଧନଙ୍କ ପକ୍ଷରୁ ପିତାମହ ଭୀଷ୍ମ, ଦୁର୍ଯ୍ୟୋଧନ, କର୍ଣ୍ଣ, ଗୁରୁ ଦ୍ରୋଣଙ୍କ ଭଳି ମହାନ ଯୋଦ୍ଧା କରୁଛନ୍ତି। ଏହିପରି ଜଣେ ରାଜା ଥିଲେ ଯାହାଙ୍କ ଠିକଣା କେବଳ ଏଥିପାଇଁ କାଟି ଦିଆଯାଇଥିଲା- ଯେହେତୁ ସେ ବେଶି କୁହାଳିଆ, ଆଗ କୁହାଳିଆ ଥିଲେ। ଯେପରି ଜଣେ ମହାରାଜା ହେଉଛନ୍ତି ମହାରାଜା ରୁକିମ୍। ପ୍ରଥମେ ସେ ପାଣ୍ଡବଙ୍କ ପାଖକୁ ଯାଇ କହିଥିଲେ କୌରବ ଅଧର୍ମୀ, ଦୁର୍ବଳ, ମୁଁ ଏକାକି କୌରବଙ୍କୁ ବିନାଶ କରିପାରିବି। ଭୀଷ୍ମଙ୍କଠାରୁ ବଡ଼ ବୀର ମୁଁ। ଦୁର୍ଯ୍ୟୋଧନ ଏବଂ କର୍ଣ୍ଣଙ୍କୁ ଗୋଟିଏ ଥରରେ-ଏକାସାଙ୍ଗରେ ମାରିବି ଏବଂ ଏହି ଦୁହେଁ ମରିବେ। ମୋ ସମ ବୀର ଏହି ଧରାପୃଷ୍ଠରେ ନାହାଁନ୍ତି। ମୋ ଭଳି ବୀରର ବିକଳ୍ପ ଏଯାଏ ଜନ୍ମ ହୋଇନାହାଁନ୍ତି। ମୁଁ ହିଁ ମୁଁ, ମୁଁ ହିଁ ସର୍ବଶ୍ରେଷ୍ଠ ବୀର। ମହାରାଜା ରୁକିମ୍ଙ୍କର ଏପରି ବକ୍ତବ୍ୟ ଶୁଣି ଅର୍ଜୁନ ବୁଝିଗଲେ ଯେ ଏହି ବୀରଙ୍କୁ ମନା କରିବା ଉଚିତ୍ ହେବ। ନିଜ ସାମ୍ନାରେ କାହାଙ୍କୁ କିଛି ବୁଝାଇବା ଏ ସମୟରେ ଉଚିତ୍ ହେବନାହିଁ। ପୁଣି ମହାରାଜା ରୁକିମ୍ କୌରବଙ୍କ ପାଖକୁ ଗଲେ, କହିଲେ ଗୋଟିଏ ଦିନରେ ଯୁଦ୍ଧରେ ବିଜୟୀ କରିଦେବି। ମୁଁ କର୍ଣ୍ଣ, ଦୁର୍ଯ୍ୟୋଧନ, ପିତାମହଙ୍କ ଠାରୁ ମଧ୍ୟ ବଡ଼ ବୀର ଅଟେ। ମୋ ସମାନ ବୀର ଏହି ପୃଥିବୀରେ ଆଜି ଦିନରେ କେହି ନାହାଁନ୍ତି। ଏହା ଶୁଣିବା ପରେ ଦୁର୍ଯ୍ୟୋଧନ ତତ୍‌କ୍ଷଣାତ ଯୁଦ୍ଧରେ ସାମିଲ କରିବାକୁ ମନା କରିଦେଲେ। ଏଣେ ମିଡିଆ ସୂତ୍ରରୁ ଜଣାପଡ଼ିଲା ଯେ, ଯୁଦ୍ଧ ପ୍ରସ୍ତୁତିରେ ପାଣ୍ଡବମାନେ ଅଛନ୍ତି। ସୂତ୍ର ଅନୁଯାୟୀ ମହାରାଜ ଉଡ୍ଡୁପିଙ୍କୁ ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟ ଦିଆଯାଇଛି, କିପରି ଭାବେ ଖାଦ୍ୟ ତିଆରି କରିବେ। ଅନ୍ୟ ଏକ ସୂତ୍ର ଅନୁଯାୟୀ ଦୁର୍ଯ୍ୟୋଧନ ଗାନ୍ଧାର ଦେଶରୁ ଏପରି ଏକ ଗଦା ମଗାଇଛନ୍ତି ଯେ, ଏହି ଗଦା ପବନରେ ଉଡ଼ି ଉଡ଼ି ଯାଇ ଲୋକଙ୍କୁ ମାରିପାରୁଛି। ସମାନ ଭାବରେ କୌରବ-ପାଣ୍ଡବ ଉଭୟ ଯୁଦ୍ଧ ପ୍ରସ୍ତୁତିରେ। ଉଭୟ ପକ୍ଷ ଲୋକଙ୍କ ମନ ଭିତରେ ପ୍ରୋପାଗଣ୍ଡା ସହାୟତାରେ ଜଣେ ଆଉ ଜଣଙ୍କୁ ଭୟଭୀତ କରିବା ପାଇଁ ରଣନୀତି ଆପଣେଇଥିବା ଚର୍ଚ୍ଚା ହେଉଛି। ଏହି ସମୟରେ ହସ୍ତିନାପୁର ରାଜମହଲର ଷଡ଼ଯନ୍ତ୍ର କକ୍ଷରେ ବୈଠକ ଚାଲିଛି। ଉପସ୍ଥିତ ଲୋକଙ୍କ ସହ ଯୁବରାଜ ଦୁର୍ଯ୍ୟୋଧନ, ସହ ଯୁବରାଜ ଦୁଶାସନ, ବଂଧୁ ଶ୍ରୀ କର୍ଣ୍ଣ ଏବଂ ମାମୁଁ ଶ୍ରୀ ଶକୁନୀ ଅଛନ୍ତି। କିଛି ଦଳ ବିଳମ୍ୱ ସମୟଯାଏ କଥା ବାର୍ତ୍ତା ଚାଲିଥିଲା। ପ୍ରଥମେ ଦୁଃଶାସନ କହିଲେ ମାମୁଁ ଶ୍ରୀ ଆମେ ଯୁଦ୍ଧ ପ୍ରସ୍ତୁତି ଉପରେ ନଜର ତ ରଖିବା କିନ୍ତୁ ଆମର ମିଡିଆକୁ ବ୍ୟବହାର କରି ଏପରି ପ୍ରୋପାଗଣ୍ଡା କରିବା ଯେପରି ପାଣ୍ଡବ ଏବଂ ତାଙ୍କ ପକ୍ଷଧରମାନେ ଭୟଭୀତ ହେବେ। ଦୁର୍ଯ୍ୟୋଧନ କହିଲେ- ଦୁଃଶାସନ ଠିକ୍ କହିଛନ୍ତି, ଏହା ଦ୍ୱାପର ଅଟେ। ତ୍ରେତା ନୁହେଁ ଯେ, ଧନୁ-ବାଣ, କୃପାଣ ଏବଂ ଗଦାରେ ଯୁଦ୍ଧ ଲଢ଼ା ଯାଇପାରିବ, ଆପଣ ମାମୁଁ ଶ୍ରୀ ଦାୟାକରି ଏହି ପ୍ରସଙ୍ଗରେ କିଛି କରନ୍ତୁ। ଶକୁନି- ତୁମେ ଠିକ୍ କହିଛ ଭଣଜା। ଶତ୍ରୁଙ୍କୁ ଭୟଭୀତ କରିବାରେ ସଫଳ ହେଲେ ଜାଣ ଯେ ଅଧା ଯୁଦ୍ଧ ଜିତିଯାଇଛ, ଅନ୍ୟ ଅର୍ଥରେ ଜିତିବା ସମ୍ଭବ ନିଶ୍ଚିତ। ମୋତେ ପଶାପାଲି ସହ, ସାଧନା କରିବାକୁ କିଛି ସମୟ ଦିଅ ଭଣଜା। ଦୁର୍ଯ୍ୟୋଧନ- ଆପଣ ସାଧନା ପାଇଁ ଅଧିକ ସମୟ ନିଅନ୍ତୁ ମାମୁଁ ଶ୍ରୀ, କିନ୍ତୁ ରଣନୀତି ଆଉଟ୍ ଅଫ୍ ବକ୍ସ ହେବା ଦରକାର। ଶକୁନି ପଶାକାଠି ନେଇ ଗୋଟିଏ କୋଠରୀରେ ପ୍ରବେଶ କଲେ ଏବଂ ତିନିଶହ ସତାଇଶ କ୍ଷଣର ସାଧନା ପରେ କୋଠରୀରୁ ବାହାରକୁ ଆସିଲେ। ମୁଖ ମଣ୍ଡଳରେ ଦାର୍ଶନିକର ରହସ୍ୟଭରା ହସ ଫୁଟି ଉଠିଥିଲା। ଏଣେ ଦୁର୍ଯ୍ୟୋଧନ, ଦୁଃଶାସନ ଏବଂ କର୍ଣ୍ଣ ମାମୁଁଶ୍ରୀଙ୍କ ଠାରୁ ବ୍ୟସ୍ତ ହୋଇ ଅପେକ୍ଷାରେ ଥିଲେ। ଭଣଜାଙ୍କ ପ୍ରତୀକ୍ଷା ଏବଂ ବାସ୍ତତାକୁ ଦେଖି ମାମୁଁଶ୍ରୀ ଶକୁନି କହିଲେ ମୁଁ ସାଧନାରୁ ବାଟ ବାହାର କରିଛି ଭଣଜା। ଦୁର୍ଯ୍ୟୋଧନ- କୁହନ୍ତୁ ମାମୁଁଶ୍ରୀ କୁହନ୍ତୁ, ମୁଁ ଶୁଣିବା ପାଇଁ ଆତୁର। ଶକୁନୀ- ତେବେ ଶୁଣ ଭଣଜା, ନିଜ ସାଧନା ବଳରେ ମୁଁ ଯେଉଁ ବାଣ ଖୋଜି ପାଇଛି, ଏହି ବାଟ ବା ମାର୍ଗ ହେଲା ଆମେ ସୂତ୍ର ଅନୁଯାୟୀ ନିଜ ମିଡ଼ିଆରେ ଏପରି କଥା ପ୍ରଚାର ପ୍ରସାର କରିବା ଯେ କୌରବଙ୍କ ଦ୍ୱାରା ଯୁଦ୍ଧ ପାଇଁ ରଣନୀତିରେ ଭାଣିଜୀ ଦୁଃଶାଳା ମଧ୍ୟ ଭାଗ ନେଉଛନ୍ତି। ଦୁର୍ଯ୍ୟୋଧନ- କିନ୍ତୁ ଏପରି ପ୍ରଚାର ଦ୍ୱାରା କ’ଣ ହେବ ମାମୁଁଶ୍ରୀ? ପ୍ରଜାମାନେ ଦୁଃଶାଳାର ଇମେଜରେ ଯୁଦ୍ଧନୀତି ଥିବା ଜାଣନ୍ତି ନାହିଁ। ସେ ମଧ୍ୟ ଯୁଦ୍ଧ କରିବା ଜାଣନ୍ତି ନାହିଁ। ଶକୁନି-ପାଣ୍ଡବମାନେ ଦୁଃଶାଳାର ଯୁଦ୍ଧରେ ଯୋଗଦାନ ସଂପର୍କରେ ଜାଣିଲେ ଶଙ୍କାଗ୍ରସ୍ତ ହେବେ। ତାଙ୍କ ମନରେ ଏହି କଥା ଆସିବ ଯେ ଦୁଃଶାଳା ଯୁଦ୍ଧକଳା କେବେ ଜାଣିଲେ କେବେ ଶିଖିଲେ? ଯୋଦ୍ଧାଙ୍କ ଯୁଦ୍ଧ କଳା ସଂପର୍କରେ ଜାଣିଥିବା ଶତ୍ରୁପକ୍ଷ ମୁକାବିଲା କରିପାରିବେ। କିନ୍ତୁ ତାହାଙ୍କ ଯୁଦ୍ଧକଳା ସଂପର୍କରେ ଶତ୍ରୁପକ୍ଷ ଜାଣିନାହାଁନ୍ତି। ଏପରି ଭାବି ସେମାନେ ଦୁର୍ବଳ ବୋଧ କରିବେ। ଏହା ଆମ ମିଡ଼ିଆ ପ୍ରଚାର କରିସାରିବା ପରେ ଆଉ ଏକ କଥା ପ୍ରଚାର କରିବା। ଯେପରି ଦୁଃଶାଳା ଯୁଦ୍ଧକଳା ଶିକ୍ଷା ମହାନ୍ ଯୋଦ୍ଧା କଟପ୍ପାଠାରୁ ଗ୍ରହଣ କରିଥିଲେ। ଯିଏ କୈକେୟୀଙ୍କର ଗୁରୁଥିଲେ। ସେ ତ୍ରେତାଯୁଗରୁ ଆଜିଯାଏ ଜୀବିତ ଅଛନ୍ତି। କୈକେୟୀଙ୍କୁ ଏହି ପୃଥିବୀ ଜଣେ ଯୁଦ୍ଧକଳାର ମହାନ ଜ୍ଞାନୀ ଭାବେ ଜାଣନ୍ତି ବା ପରିଚୟ ରହିଛି। ଏହି ପ୍ରଚାରକୁ ଲୋକେ ବିଶ୍ୱାସ କରିବେ। ଏହି ପ୍ରଚାର ବିଶ୍ୱାସଯୋଗ୍ୟ ହେବ ତୁମେ ଭୁଲିଯାଅ ଭଣଜା, କୈକେୟୀ ମଧ୍ୟ ଗାନ୍ଧାରର ଥିଲେ। ପୁଣି ସୂତ୍ର ପ୍ରୟୋଗ କରି ତୃତୀୟ ଅପପ୍ରଚାର କରିବା, ଦୁଃଶାଳା ହେଉଛନ୍ତି ଗଙ୍ଗାପୂତ୍ରୀ। ଦୁର୍ଯ୍ୟୋଧନ- କିନ୍ତୁ ତାଙ୍କ ନାମ ଗଙ୍ଗାପୁତ୍ରୀ କାହିଁକି ରଖିବା ମାମୁଁଶ୍ରୀ? ଶକୁନୀ- ତୁମ ସୈନ୍ୟ ବାହିନୀରେ ସବୁଠୁ ବଡ଼ ଯୋଦ୍ଧା କିଏ? ଦୁର୍ଯ୍ୟୋଧନ କିଛି ସମୟ ଚିନ୍ତା କଲେ, ଶକୁନୀ ଏହା ଦେଖି କହିଲେ- ମୋତେ ଜଣା ଭଣଜା ତୁମ ମନରେ ନିଜକୁ ସବୁଠୁ ବଡ଼ ଯୋଦ୍ଧା ବୋଲି ଭାବୁଛ। କିନ୍ତୁ ସତ୍ୟ ଏହା ଯେ, କୌରବ ସେନାରେ ଗଙ୍ଗାପୁତ୍ର ଭୀଷ୍ମ ହେଉଛନ୍ତି ସବୁଠୁ ବଡ଼ ଯୋଦ୍ଧା। ଏପରିସ୍ଥିତିରେ ଭାଣିଜୀ ଦୁଃଶାଳାଙ୍କ ନାମକରଣ ଯଦି ଗଙ୍ଗାପୁତ୍ରୀ କରିଦିଆଯିବ ତେବେ ଅର୍ଜୁନ ଏବଂ ଭୀମଙ୍କ ଭଳି ପାଣ୍ଡବ ପକ୍ଷର ବଡ଼ ଯୋଦ୍ଧା ଭାବିବେ ବାସ୍ତବରେ ଦୁଃଶାଳା ବଡ଼ ଯୋଦ୍ଧା ଅଟନ୍ତି। ଏହାଦ୍ୱାରା ପାଣ୍ଡବ ପକ୍ଷର ଯୋଦ୍ଧାଙ୍କ ମନରେ ଶଙ୍କା ଦୁଇଗୁଣ ହୋଇଯିବ ତ ଆମେ ଯୁଦ୍ଧରେ ଜିତିଯିବା ଏବଂ ଆଗକୁ ବଢ଼ିବା। ହଁ ଭଣଜା ସ୍ମରଣକର ପୂର୍ବର ଦ୍ୱାରକାର ସାମାଜିକ ସମ୍ମିଳନୀ- ସେହି ସମ୍ମିନଳୀରେ ତୁମେ ମହିଳା ସଶକ୍ତିକରଣ ଉପରେ ଜଣାଇଥିଲ। ଯଦି ଏବେ ଦୁଃଶାଳାଙ୍କ ଯୁଦ୍ଧକଳା ଉପରେ ପ୍ରଚାର କରିବ ତେବେ ପ୍ରଜାମାନଙ୍କ ମଧ୍ୟରେ ତୁମର ଇମେଜ ଦୃଢ ହେବ। ମନେରଖ, ଭବିଷ୍ୟତରେ ହସ୍ତିନାପୁରରେ ତୁମେ ହିଁ ରାଜ କରିବ ଭଣଜା। ଦୁର୍ଯ୍ୟୋଧନ- କିନ୍ତୁ ମାମୁଁ ଶ୍ରୀ ଦୁଃଶାଳାଙ୍କୁ ଗଙ୍ଗାପୁତ୍ରୀ ଭାବରେ ପ୍ରଚାର କରିବା ତାର୍କିକ ଲାଗୁନାହିଁ। ଶକୁନୀ- ଦୁର୍ଯ୍ୟୋଧନ, ମନେରଖ ଯେ ଯୁଦ୍ଧ ଏବଂ ରାଜନୀତିରେ ତର୍କ ଖୋଜୁଥିବା କେହି ବି କିଛି ବି ଜାଣିପାରନ୍ତି ନାହିଁ। ପରଦିନ ହସ୍ତିନାପୁର ଏକ୍ସପ୍ରେସ ଏବଂ ଟାଇମ୍ସ ଅଫ୍ ହସ୍ତିନାପୁରର ହେଡଲାଇନ ଥିଲା- ଗଙ୍ଗାପୁତ୍ରୀ ଦୁଃଶାଳା ଆଜି ଆସିବେ କୁରୁକ୍ଷେତ୍ରକୁ, ପାଣ୍ଡବ ଶଙ୍କାରେ। ହେଡଲାଇନ ପଢି କୃଷ୍ଣ ହସିଲେ। ଏପାଖରେ ଭୀଷ୍ମ ମୁଣ୍ଡ ହଲାଇ କହୁଥିଲେ, ଏହି ନୀତି ଧର୍ମ ବିରୁଦ୍ଧ। ଏହା ନୀତି ଏବଂ ଧର୍ମର ବିରୁଦ୍ଧ। ଏହା ମଧ୍ୟରେ ଯୁଦ୍ଧ ଶେଷ ହୋଇଛି। ପାଣ୍ଡବଙ୍କର ବିଜୟ ହୋଇଛି। ସମସ୍ତ ମିଛ ପ୍ରୋପାଗଣ୍ଡା ସତ୍ୱେ ଧର୍ମରକ୍ଷା ପ୍ରଜାପାଳନ ପାଇଁ ପ୍ରତିଶ୍ରୁତିବଦ୍ଧ ପାଣ୍ଡବଙ୍କ ସପକ୍ଷରେ ପ୍ରଜାମାନେ ନିଜର ମତ ରଖିଛନ୍ତି। ଯୁଦ୍ଧରେ ପାଣ୍ଡବଙ୍କୁ ବିଜୟୀ କରିବା ପାଇଁ ହାତ ସହ ହାତ ମିଳାଇଛନ୍ତି। ଷଡଯନ୍ତ୍ରରେ ପାରଙ୍ଗମ କୌରବଙ୍କର ଥରକୁ ଥର ଷଡ଼ଯନ୍ତ୍ର ରଚନା ବିଫଳ ହୋଇଛି। ଅଭିମନ୍ୟୁଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କଲେ ଅର୍ଜୁନ ଦୁଃଖି ହେବେ। ସନ୍ନ୍ୟାସ ଗ୍ରହଣ କରି ହିମାଳୟ ଚାଲିଯିବେ। କୌରବଙ୍କର ଏହି ଭାବନା ମଧ୍ୟ ପଣ୍ଡ ହୋଇଛି। ମିଛ ପ୍ରଚାରରେ- ପ୍ରୋପାଗଣ୍ଡାରେ କେହି ଯୁଦ୍ଧରେ ବିଜୟୀ ହୋଇପାରନ୍ତି ନାହିଁ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପାଣ୍ଡବ।

Share :