ଘୃଣା ରାଜନୀତି ଓ କର୍ପୋରେଟ ଲୁଟ ବିରୋଧୀ ଅଭିଯୋଗ ପତ୍ର

ଘୃଣା ରାଜନୀତି ଓ କର୍ପୋରେଟ ଲୁଟ ବିରୋଧୀ ଅଭିଯୋଗ ପତ୍ର

Share :

ଦେଶର ବିଭିନ୍ନ ଗଣ ସଂଗଠନମାନଙ୍କ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ପ୍ରସ୍ତୁତ କରିଥିବା ଘୃଣା ରାଜନୀତି ବିରୋଧରେ ଅଭିଯୋଗ ପତ୍ର ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥାପିତ କରି ନକରାତ୍ମକ ତଥା ଘୃଣା ଓ ହିଂସା ରାଜନୀତି ଓ କର୍ପୋରେଟ ଲୁଟ ପାଇଁ ଦୁଆର ଖୋଲି ଦେବା ବିରୋଧରେ ଭୋଟରମାନେ ବିଚାର କରିବାକୁ ଜେଏନୟୁର ପ୍ରଫେସର ଜୟତୀ ଘୋଷ ଓ ବରିଷ୍ଠ ସାମ୍ୱାଦିକ ମନୋଜ ମିତ୍ତ ନିବେଦନ କରିଛନ୍ତି। ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ଗୋଲଖ ନାଥ, ଅଭିରାମ ବେହେରା, ନରେନ୍ଦ୍ର ମହାନ୍ତିଙ୍କ ଉପସ୍ଥିତିରେ ଏପ୍ରିଲ ୧୮ ତାରିଖରେ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ପ୍ରଫେସର ଜୟତୀ ଘୋଷ ଅଭିଯୋଗ ପତ୍ର ଜାରି କରି କହିଛନ୍ତି ଯେ ଆଦିବାସୀମାନଙ୍କ ଜଙ୍ଗଲ ଅଧିକାର ଆଇନିକୁ ଠିକ ଭାବେ ଲାଗୁକରାନଯାଇ ଗ୍ରାମସଭା ଅଧିକାରକୁ ଗୌଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବଜେଟକୁ ହ୍ରାସ କରାଯାଇ ଶିଶୁ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଇ ନାହଁି। ଆଇସିଡିଏସ ସ୍କିମକୁ ଘରୋଇକରଣ କରିବା ଆରମ୍ଭ କରାଯାଇଛି। ସାମାଜିକ ଭତ୍ତା ବୃଦ୍ଧି କରାଗଲା ନାହଁି। ସର୍ବାଧିକ ବେକାର ପ୍ରତିଶତ ୭% ପହଂଚିଛି। ୨୦୧୮ରେ ଏକ କୋଟି ଏକ ଲକ୍ଷ ନିଯୁକ୍ତି ହରାଇଛି ଭାରତ, ଏଥିରେ ଗ୍ରାମାଚଂଳର ୯୦ ଲକ୍ଷ। ୨ କୋଟି ପ୍ରତିବର୍ଷ ନିଯୁକ୍ତି ଦେବା ବଦଳରେ ବର୍ତ୍ତମାନ ୧୧.୫୬ କୋଟି ଶିକ୍ଷିତ ବେକାର ରହିଛନ୍ତି। ବିମୁଦ୍ରିକରଣ ଏକ ବିଫଳ ପ୍ରୟାସ ଥିଲା ଯାହାଦ୍ୱାରା କଳାଟଙ୍କା ଧଳା ହୋଇଗଲା। ୫୭ ହଜାର ହେକ୍ଟର ଜଙ୍ଗଲ ୨୦୧୪-୧୬ ମଧ୍ୟରେ ଅଣଜଙ୍ଗଲରେ ପରିଣତ କରାଯାଇଛି। ଘୃଣା ଓ ହିଂସାର ରାଜନୀତି ଜରିଆରେ ଅପରାଧ ବୃଦ୍ଧିପାଇଲା। ଭିଡତନ୍ତ୍ର ଜରିଆରେ ଗାଇ ନାମରେ ଦଳିତ ଓ ସଂଖ୍ୟାଲଘୁ ଶ୍ରେଣୀର ମଣିଷମାନଙ୍କୁ ହତ୍ୟା କରାଗଲା। ଏହି ଅପରାଧ ସହ ବିଜେପିର ହିନ୍ଦୁତ୍ୱ ବାହିନୀ ସଂଗଠନଗୁଡିକ ଜଡିତ। ଏହା ସହ ଯେଉଁମାନେ ମାନବିକ ଅଧିକାର ସୁରକ୍ଷା ଓ ଧର୍ମ ନିରପେକ୍ଷତାର ସୁରକ୍ଷା ସହ ଆଦିବାସୀମାନଙ୍କ ଅଧିକାର ପାଇଁ ଲଢୁଛନ୍ତି ସେମାନଙ୍କୁ ମିଥ୍ୟା ମାମଲାରେ ଦେଶଦ୍ରୋହୀ ଅପରାଧ ଅଭିଯୋଗରେ ଜେଲରେ ରଖାଯାଉଛି। ଏହା ଦ୍ୱାରା ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ହେଉଛି। ସମ୍ୱାଦପତ୍ର ତଥା ଗଣଯାଗାଯୋଗ କର୍ପୋରେଟ ଆଧିପତ୍ୟରେ ଥିବା ଯୋଗୁଁ ସ୍ୱାଧୀନ ମତ ମଧ୍ୟ ପ୍ରକାଶିତ ହୋଇପାରୁନାହଁି। ସଂସ୍ଥାଗତ ଗଣତାନ୍ତ୍ରିକ ଅନୁଷ୍ଠାନ, ୟୁଜିସି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସିବିଆଇ, ଲୋକପାଳ, ସିଭିସି, ସିଇସି ପ୍ରମୁଖ ସଂସ୍ଥା ଗୁଡିକରେ ରାଜନୈତିକ ହସ୍ତକ୍ଷେପ ଦ୍ୱାରା ସ୍ୱାତନ୍ତ୍ରତାକୁ ନଷ୍ଟ କରାଯାଉଛି। କୃଷିପ୍ରତି ଅବହେଳା କରାଯାଇ କୃଷକକୁ ଦିଆଯାଇଥିବା ପ୍ରତିଶୃତି ଭଙ୍ଗ କରାଯାଇଛି। ସାମ୍ବିଧାନିକ ଅଧିକାର ଉପରେ ବାରମ୍ୱାର ଆକ୍ରମଣ ଚାଲିଛି। ଏହାର ଅନ୍ତ ପାଇଁ ବିଜେପି ବିରୋଧରେ ଜନମତ ହେବା ପାଇଁ ଆହ୍ୱାନ କରାଯାଇଛି। ସମସ୍ତ ରାଜନୈତିକ ଦଳ ନୂଆ ସରକାର ଗଠନ କରିବା ପରେ ନିମ୍ନ ଲିଖିତ ଦାବୀ ପୂରଣ ପାଇଁ ମଧ୍ୟ ଆହ୍ୱାନ କରାଯାଉଛି। ଜଙ୍ଗଲ ଅଧିକାରକୁ ସଂପୂର୍ଣ୍ଣ ଲାଗୁ କରିବାକୁ ମଧ୍ୟ ଦାବୀ ହୋଇଛି। ଜଙ୍ଗଲନୀତିକୁ ପରିବର୍ତ୍ତନ ପ୍ରସ୍ତୁତ ଚିଠାକୁ ପ୍ରତ୍ୟାହାର କରାଯାଇ ଜଙ୍ଗଲରେ ବନବାସୀଙ୍କ ଅଧିକାରକୁ ସୁରକ୍ଷିତ ରଖିବା ସହିତ ଶାନ୍ତି ଓ ସଦଭାବନା କମିଶନ ଜରିଆରେ ହିଂସା ପ୍ରଭାବିତ ଅଂଚଳରେ ଶାନ୍ତି ରକ୍ଷା ସହ ବିଚାରାଧୀନ ବନ୍ଦୀମାନଙ୍କୁ ଖଲାସ କରିବାମୁ ମଧ୍ୟ ଦାବୀ ହୋଇଛି। ସେହିପରି ଗ୍ରାମସଭାକୁ ଅଧିକ କ୍ଷମତା ଦେଇ ସମ୍ୱିଧାନ ବିରୋଧୀ ଓ ମାନବ ଅଧିକାର ବିରୋଧୀ ଆଇନଗୁଡିକୁ ହଟାଇ ଦେବାକୁ ଏବଂ ଗଣତାନ୍ତ୍ରୀକ ଅନୁଷ୍ଠାନଗୁଡିକର ସ୍ବତନ୍ତ୍ରତାର ପୁନଃଉଧାର ପାଇଁ ଦାବୀ କରାଯାଇଛି।

Share :