ବିଜେପି ସପକ୍ଷରେ ଯିବ ଆନନ୍ଦପୁର!

ବିଜେପି ସପକ୍ଷରେ ଯିବ ଆନନ୍ଦପୁର!

Share :

ସତ୍ୟଜିତ ସାମନ୍ତରାୟ କେନ୍ଦୁଝରରେ ତୃତୀୟ ପର୍ଯ୍ୟାୟରେ ଭୋଟ ହେବ। ଆଉ ମାତ୍ର କେଇଟା ଦିନ ବାକି। ଆନନ୍ଦପୁରରେ ପ୍ରଚାର ଜୋରଦାର। ତ୍ରିମୁଖୀ ଲଢେଇର ଚାଲିଛି। କଂଗ୍ରେସ, ବିଜେପି ଓ ବିଜେଡି ତରଫରୁ ନିଜ ନିଜ ଷ୍ଟଇଲରେ ପ୍ରଚାର ଚଳେଇଛନ୍ତି। ରାଜନୈତିକ ପାଣିପାଗର ସମୀକ୍ଷା କରି ନିବାର୍ଚନ ବୈତରଣୀ ପାର ହେବାକୁ ଆଶାବାଦୀ ଅଛନ୍ତି ସମସ୍ତ ଦଳୀୟ ପ୍ରାର୍ଥୀ। ଆନନ୍ଦପୁରର ୧୫ଟି ଗ୍ରାମ ପଂଚାୟତ, ହାଟଡିହି ବ୍ଲକ ଓ ଆନନ୍ଦପୁର ପୌରପାଳିକାକୁ ନେଇ ହୋଇଥିବା ଆନନ୍ଦପୁର ନିବାର୍ଚନ ମଣ୍ଡଳୀର ଭୋଟରମାନେ ଏଥର ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ଜିତାଇବାକୁ ଅଣ୍ଟାଭିଡ଼ି ସାରିଲେଣି। ୨୦୧୪ରେ ଏହି ଆସନରୁ ମାୟାଧର ଯେନା ପ୍ରାର୍ଥୀ ହୋଇ ୮୨,୨୫୦ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ବୀ କଂଗ୍ରେସର ଜୟଦେବ ଯେନା ୬୦,୨୯୬ ଖଣ୍ଡ ଭୋଟ ପାଇ ୨୨,୨୨୪ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ବିଜେପିର ପ୍ରାର୍ଥୀ ହୋଇଥିବା ଆଲୋକ କୁମାର ସେଠୀ ୧୨୬୬୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଖୁସୀ ହୋଇଥିଲେ। କଂଗ୍ରେସ ଏଥର ପୂର୍ବତନ ପିସିସି ସଭାପତି ତଥା ୪ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ଜୟଦେବ ଯେନାଙ୍କୁ ଭରଷା କରି ଦଳୀୟ ଟିକେଟ ଦେଇଥିବା ବେଳେ ଏଥର ନିବାର୍ଚନରେ ନବମ ଥର ପାଇଁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଦିନେ କାଳେ ଦେଖା ଦେଉ ନଥିବା ଜୟଦେବ ନିଜର ନାମ ଘୋଷଣାର ଯଥେଷ୍ଟ ପୂର୍ବରୁ ନିଜର ଜୋରଦାର ପ୍ରଚାର ଚଳାଇଛନ୍ତି। ଏଥର ବିଗତ ଦିନରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଇ ନଥିବା ହେତୁ ତାଙ୍କ ଅଂଚଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ ରଖି ଜନସମ୍ପର୍କ ସଜାଡିବାକୁ ପ୍ରୟାସ ଜାରି ରଖିଛନ୍ତି। ପୁରୁଖା କଂଗ୍ରେସ କର୍ମୀଙ୍କୁ ଏକାଠି କରି ଏଥର ନିବାର୍ଚନ ବୈତରଣୀ ପାର ହେବାକୁ ମନ ବଳେଇଛନ୍ତି। ସେପଟେ ନିଜର ଆତ୍ମଗର୍ବ ଭିତରେ ବୁଡି ରହିଥିବା ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ୨୦୦୯ରେ ବିଜେଡି ଟିକେଟରେ ନିବାର୍ଚନ ଲଢି ବିଧାୟକ ହୋଇଥିବା ବେଳେ କିଛି ଉନ୍ନତିମୂଳକ କାର୍ଯ୍ୟ ନକରି କେବଳ କିଛି ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିଥିବା ଅଭିଯୋଗରେ ନିଜର ଲୋକପ୍ରିୟତା ହରାଇ ୨୦୧୪ରେ ବିଜେଡି ଟିକେଟରୁ ବଂଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ବିଜେଡି ଛାଡି ବିଜେପି ତରଫରୁ ଲଢ଼ି ପରାସ୍ତ ହୋଇଥିଲେ। ଏଥର କିନ୍ତୁ ବିଜେପିର ଟିକେଟ ହାତେବା ପରେ ଅଭ୍ୟାସଗତ ଦଳଡିଆଁ ପ୍ରାର୍ଥୀ ଭାବେ ବିଜେଡି ଟିକେଟ ହାତେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ତାଙ୍କର ଏହି ଦଳବଦଳ ପାଇଁ ଏଥର ଭୋଟ ପ୍ରଚାରରେ ଦଳୀୟ କର୍ମୀଙ୍କ ସମର୍ଥନ ଆଶାନୁରୂପକ ପାଇପାରୁ ନାହାନ୍ତି। ତା ଭିତରେ ବିଜେଡିର ଗୋଷ୍ଠୀକନ୍ଦଳ ସ୍ପଷ୍ଟ ବାରି ହୋଇପଡୁଥିବାବେଳେ ଭାଗିରଥୀଙ୍କ ଅଡୁଆ ବଢିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିତରେ ବିଜେଡି ପ୍ରତି ପ୍ରତ୍ୟାଖ୍ୟାନର ସ୍ୱର ତୀବ୍ର ହେଉଛି। ଗତଥର ବିଜେପି ଟିକେଟ ପାଇ ପ୍ରତିଦ୍ୱନ୍ଦ୍ବିତା କରି ପରାଜିତ ହୋଇଥିବା ଯୁବନେତା ଆଲୋକ ସେଠୀ ନିଜର ଭାବମୂର୍ତ୍ତି ସଜାଡି ଏଥର ବିଜେପି ପ୍ରାର୍ଥୀ ହୋଇଛନ୍ତି। ମୋଦି ଲହର ଓ ଆଲୋକଙ୍କୁ ନିର୍ବାଚନ ମଣ୍ଡଳୀର ସମସ୍ତ ନେତା ଓ କର୍ମୀଙ୍କ ସହେଯାଗ ବିଜୟ ସମ୍ଭାବନା ସୃଷ୍ଟି କରୁଛି। ଅନ୍ୟ ଦଳକୁ ଟାର୍ଗେଟ ନକରି ସେ ମୋଦି ସରକାରଙ୍କ ସଫଳତାକୁ ଲୋକଙ୍କ ଆଗରେ କହି ଭୋଟ ଭିକ୍ଷା କରୁଥିବା ଦେଖା ଯାଉଛି। ଏଥର ସନା ବିଜେଡି ଓ ବଦ୍ରୀ ବିଜେଡି ଭିତରେ କଡା ଟକ୍କର କିମ୍ୱା ମିଳିତ ସହଭାଗିତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଅପରପକ୍ଷେ ସନା ସେନା ବିଜେଡିକୁ ସହେଯାଗ କରିବା ଦେଖା ଯାଉନଥିବା ବେଳେ ନିର୍ଣ୍ଣାୟକ ଭୂମିକା ନେବା ସ୍ପଷ୍ଟ ହୋଇଛି। ସନା ସେନାର ପୂର୍ବତନ ଯୁଗ୍ମ ସମ୍ପାଦକ କଂଗ୍ରେସକୁ ସମର୍ଥନ କରୁଥିବା ବେଳେ ସନା ସେନାର କିଛି କର୍ମୀ ଜୟଦେବଙ୍କ ସହ ପ୍ରଚାରରେ ସାମିଲ ହେଉଥିବା ଦେଖାଯାଉଛି। ଏହି ଲଢେଇରେ ବିଜେପି ଫାଇଦା ଖୋଜୁଛି। ମୋଟାମୋଟି ଏହି ଗଡ଼ ଧୀରେ ଧୀରେ ବିଜେପି ଉପରେ ଭରସା କରିବା ଭଳି ମନେ ହେଉଛି।

Share :