କେନ୍ଦୁଝରରେ ଗଡ଼ ଜିଣିବ ବିଜେପି!

କେନ୍ଦୁଝରରେ ଗଡ଼ ଜିଣିବ ବିଜେପି!

Share :

ସତ୍ୟଜିତ ସାମନ୍ତରାୟ କେନ୍ଦୁଝରରେ ଶୁକ୍ରବାର ଅମିତ ଶାହାଙ୍କ ନିବାର୍ଚନୀ ସଭା ଉଭୟ ନେତା ଓ ଦଳୀୟ କର୍ମୀଙ୍କ ଉତ୍ସାହକୁ ବହୁ ମାତ୍ରାରେ ବଢାଇଥିବା ବେଳେ ଗଡ଼ ଜିତିବା ଲକ୍ଷରେ ଶନିବାର ମାରାଥନ ଗସ୍ତ କରି ଓଡିଶା ପ୍ରଭାରୀ ଅରୁଣ ସିଂ କେନ୍ଦୁଝରରେ ଏକ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିବାର୍ଚନ ଶେଷ ହେବା ପରେ ଆସୁଥିବା ସମ୍ଭାବନାକୁ ଦେଖି ଓଡିଶାରେ ତିନି ଚତୁର୍ଥାଂଶ ବହୁମତରେ ବିଜେପି ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। କେନ୍ଦୁଝରରେ ସମସ୍ତ ବିଧାନ ସଭା ଓ ଲୗାକସଭା ଆସନ ବିଜେପି ହାତକୁ ଯିବ ବୋଲି ସେ କହିଛନ୍ତି। ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଚିଟ ଫଣ୍ଡ ଚୋରଙ୍କୁ ଏକମାସ ଭିତରେ ଜେଲରେ ପୁରାଇବା ସହ ଏକ ସ୍ୱଚ୍ଛ ଶାସନ ଦେଇପାରିବାର ଆଶ୍ୱାସନା ସେ ସାମ୍ୱାଦିକ ସମ୍ମିଳନୀରେ ଦେଇଥିଲେ। ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର, ପ୍ରତି ଘରକୁ ଉଚ୍ଚ କ୍ଷମତା ସଂପନ୍ନ ପାଣିଟାଙ୍କିରୁ ନଳ ଯୋଗେ ପିଇବା ପାଣିର ସୁବିଧା ଯୋଗାଇବା ସହ ସମସ୍ତ ଚାଷୀଙ୍କୁ ଚାଷ ପାଇଁ ଜଳର ସୁବିଧା ଯୋଗାଇ ଦିଆଯିବ। ଚାଷୀଙ୍କୁ ବିନା ସୁଧରେ କୃଷି ଋଣ ଦିଆଯିବା ସହ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଦେଢ ଗୁଣା ନିମ୍ନତମ ବିକ୍ରୟ ମୂଲ୍ୟ ଧାର୍ଯ୍ୟ କରାଯିବ। ରାଜ୍ୟରେ ସମସ୍ତ ବରିଷ୍ଠ ନାଗରୀକଙ୍କୁ ପେନସନ ଦିଆଯିବା ସହ ପୂର୍ବରୁ ରହିଥିବା ପେନସନ ଭୋଗୀଙ୍କ ପେନସନ ଦୁଇଗୁଣା କରାଯିବ। ଛୋଟ, ମଧ୍ୟମ ବର୍ଗ ବ୍ୟବସାୟୀଙ୍କୁ ସହଜରେ ଓ ସୁବିଧାରେ ଋଣ ଯୋଗାଇବା ସହ ସେମାନଙ୍କ ବ୍ୟବସାୟର ଉନ୍ନତି ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଦେଶର ସମସ୍ତ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସହ, କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜର ସମ୍ଭାବନା ରହିଥିବା କହିଥିଲେ। ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ସୁବିଧା ସହିତ ସମସ୍ତ ଡାକ୍ତରଖାନାରେ ଖାଲି ରହିଥିବା ଡାକ୍ତର ପଦବୀକୁ ପୁରଣ କରିବାର ପ୍ରତିଶୃତି ଦେଇଥିଲେ। ବ୍ୟବସୟୀଙ୍କୁ ପେନସନର ବ୍ୟବସ୍ତା ବିଜେପି ସରକାର ଆଣିବାକୁ ଯାଉଛି ବୋଲି ସେ କହିଥିଲେ। ବିଜେପି ସରକାର ଆସାମ, ଉତ୍ତାରାଂଚଳ, ଉତ୍ତର ପ୍ରଦେଶରେ ଯାହା କରିବାର ପ୍ରତିଶୃତି ଦେଇଥିଲେ ସେ ପ୍ରତିଶୃତି ସବୁ ପାଳନ କରିଥିବା କଥା କହିଥିଲେ। ଓଡିଶାରେ ରୋଗୀ ଆମ୍ୱୁଲାନ୍ସ ମିଳୁନଥିବା ବେଳେ ବିଜେଡି ନିବାର୍ଚନରେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବାପାଇଁ କେନ୍ଦ୍ରୀୟ ଯୋଜନାରେ ରୋଗୀଙ୍କ ସେବାପାଇଁ ଆସିଥିବା ୧୦୮ ଆମ୍ୱୁଲାନ୍ସ ଯୋଗେ ଟଙ୍କା ବୋହୁଛନ୍ତି। ଏ ବିଷୟରେ ବିଜେପି ନିବାର୍ଚନ କମିଶନଙ୍କ ଦୃଷ୍ଟି ଆକର୍ଶଣ କରିଛନ୍ତି। ବିଜେପି ସରକାର ଆସିଲେ ଆମ୍ୱୁଲାନ୍ସ ଅଧାଘଣ୍ଟା ଭିତରେ ନପହଁଚିଲେ ଭଡ଼ାକରି ଆସୁଥିବା ରୋଗୀଙ୍କୁ ୨୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ। ଏଥର ନିବାର୍ଚନରେ ମୋଦି ଇଫେକ୍ଟରେ ଲୋକେ ବିଜେପିକୁ ଅଧିକ ସଂଖ୍ୟାରେ ଭୋଟ ଦେଉଛନ୍ତି। ମୋଦି ଲହର କାର୍ଯ୍ୟ କରୁଥିବାରୁ ଓଡିଶାରେ ବିଜେପି ସରକାର ଗଢିବାର ନିଶ୍ଚିତତା ରହିଥିବା ସେ କହିବା ସହ କେନ୍ଦୁଝର ଲୋକସଭା ଓ ସମସ୍ତ ବିଧାନସଭାରେ ଭାଜପା ବିଜୟଲାଭ କରିବାର ସୂଚନା ଦେଇଥିଲେ।

Share :