ପଂଚାୟତ ଘର କ’ଣ ଭୂତ ଖାଇଲା?

ପଂଚାୟତ ଘର କ’ଣ ଭୂତ ଖାଇଲା?

Share :

ସତ୍ୟଜିତ ସାମନ୍ତରାୟ ଜାତିର ପିତା ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଉପରେ ବିଶେଷ ଭାବେ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଗାଁ ଲୋକଙ୍କ ସମସ୍ୟା ଗାଁରେ ହିଁ ଦୂର ହେବ। ଆଉ ଗାଁ ଲୋକଙ୍କ ସମସ୍ୟା ଦୂର କରିବାକୁ ରହିଛି ପଂଚାୟତ। ଦାରିଦ୍ର୍ୟ ସୀମାରେଖା ତଳେଥିବା ଲୋକମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ସେମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଆଣୁଛନ୍ତି। ଏ ସବୁ ଏଯାଜନାକୁ କାର୍ଯ୍ୟକାରି କରିଥାନ୍ତି ପଂଚାୟତ। କିନ୍ତୁ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକମାନଙ୍କୁ ଘର ଯୋଗାଉଥିବା ପଂଚାୟତର ନିଜସ୍ୱ ଘରଖଣ୍ଡିଏ ନାହିଁ। ଅପଣ ଭାବୁଥିବେ ନିଶ୍ଚୟ ଏହା କେଉଁ ଉପାନ୍ତ ଅଥବା ଅପହଂଚ ଇଲାକାର ହୋଇଥିବ। ଏହା ହେଉଛି କେନ୍ଦୁଝର ସଦର ବ୍ଲକର ନେଲୁଙ୍ଗ ପଂଚାୟତ। ସଦର ମହକୁମାଠାରୁ ମାତ୍ର ୫ କିମି ଦୂରରେ ରହିଥିବା ଏହି ପଂଚାୟତ ଚାଲିଛି ଆମ୍ବୁଆପଶିର ରାଜୀବ ଗାନ୍ଧି ସେବା କେନ୍ଦ୍ର ଗୃହରେ। ଆମ୍ୱୁଆପଶି, ଟାଙ୍ଗାରାଣି, ମଥୁରାମଣ୍ଡଳୀ, ବେଲପଶି, ଝାଡବେଲଦା, ବେବତାର୍ପଶି ଓ ନେଲୁଙ୍ଗ ଗ୍ରାମକୁ ନେଇ ଗଠିତ ୭୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ପଂଚାୟତରେ ରହିଛି ୧୧ଟି ୱାର୍ଡ। ଏଠାରେ ନା ରହିଛି ଆବଶ୍ୟକୀୟ ସ୍ଥାନ ନା ରହିଛି କିଛି ସୁବିଧା। ପଂଚାୟତବାସୀ ଏଠାକୁ କୌଣସି କର୍ଯ୍ୟପାଇଁ ଆସିଲେ ବସିବା ପାଇଁ ଜାଗା ନାହିଁ। ସରକାରଙ୍କ ପିଠା ଯୋଜନା କୁହନ୍ତୁ କି କାଳିଆ, ଲୋକମାନେ ଆସିଲେ ଘଂଟା ଘଂଟା ଧରି ଖରାରେ ଠିଆ ହେବାକୁ ପଡିଥାଏ। ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କୋଠରିର ବ୍ୟବସ୍ଥା ମଧ୍ୟ ନାହିଁ। ଭିନ୍ନକ୍ଷମମାନଙ୍କ ପାଇଁ ସୁବିଧା କଥା କିଛି ନକହିବା ଭଲ। ଗୋଦାମ ଘର ଭାବେ ବ୍ୟବହୃତ ଘରେ ଚାଲିଛି ସବୁ କିଛି। ଯାହାର ନିଜ ପାଇଁ ସୁବିଧା ଉପଲବ୍ଧ ନାହିଁ ସିଏ ଅନ୍ୟ ଲୋକମାନଙ୍କୁ ବା ସୁବିଧା ଯୋଗାଇବ କେମିତି? ସରପଂଚ, ପିଇଓ, ଜିଆରଏସ, ଜିଓ ଟ୍ୟାଗ ପିଲାଙ୍କ ବସିବାର ଆବଶ୍ୟକୀୟ ସୁବିଧା ବି ନାହିଁ। ପିଇବା ପାଣିର ବି ଅସୁବିଧା। ସଦରବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜିଲାପାଳଙ୍କ ଠାରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ଆଜିଯାଏ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମର ବୁଦ୍ଧିଜୀବୀମାନେ। ପ୍ରଶାସନ ଏଦିଗରେ ଗୁରୁତ୍ୱ ଦେଇ ନେଲୁଙ୍ଗ ପଂଚାୟତବାସୀଙ୍କ ପାଇଁ ପଂଚାୟତର ନିଜସ୍ୱଗୃହ ନିମାଁଣ ନକଲେ ନିବାର୍ଚନରେ ସେମାନେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି। ସରକାର ତୁରନ୍ତ ସେମାନଙ୍କ ସୁବିଧା ପାଇଁ ପଂଚାୟତ ଘର ନିର୍ମାଣ କରିବାକୁ ଦାବି କରିଛନ୍ତି। ଗ୍ରାମରେ ଥିବା ଭାରାତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପଂଚାୟତ ଚାଲୁଥିଲେ ବି କେବେ ଖୋଲା ହେବା ଲୋକେ ଜାଣନ୍ତି ନାହିଁ। ଦିନ ତମାମ ଲୋକେ ପଂଚାୟତରୁ ସୁବିଧା ପାଇବାକୁ ଆସି ନିରାଶ ହୋଇ ଫେରିବାକୁ ପଡିଥାଏ। ନା ଆସନ୍ତି ସରପଂଚ ନା ନିବାର୍ହୀ ଅଧିକାରୀ। କାହାର କାମ ପଡିଲେ ସେମାନଙ୍କ ଘରକୁ ଜିବାକୁ ପଡେ। ଅଫିସ ନଆସି ଯଦି ଦରମା ମିଳି ଯାଉଛି ଅଫିସ ଆସିବା କ’ଣ ଦରକାର ବୋଲି କହନ୍ତି ନିର୍ବାହୀ ଅଧିକାରୀ। ସେ ବିଷୟରେ ବାରମ୍ୱାର ଅଭିଯୋଗ କଲା ପରେ ବି ସଦର ବ୍ଲକ ଅଧିକାରୀମାନେ ବି କିଛି ଉତ୍ତର ନଦେଇ ଚୁପ ରହିଥାନ୍ତି। ଭତ୍ତା ଓ ବିଭିନ୍ନ ସାମଗ୍ରୀ ବଣ୍ଟନ ଦିନଗୁଡିକରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବାରଣ୍ଡାରେ ଅଫିସ ଚାଲିବା ଭଳି ମନେ ହୁଏ। ପଂଚାୟତରେ କୌଣସି କାର୍ଯ୍ୟର ଅଗ୍ରଗତି ବା ହେବ କେମିତି? ଘର ନଥିବା ପଂଚାୟତର ଅଫିସ ଗୃହ ନିର୍ମାଣ ପାଇଁ ସରକାର ଟଙ୍କା ଦେଇଥାନ୍ତି। ଏ ପଂଚାୟତ ଟଙ୍କା ଆସିନାହିଁ ନା କିଏ ଖାଇ ଦେଲା? ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଏହି ପଂଚାୟତକୁ ସବୁ ଦିନ ଖୋଲା ରଖିଲେ ନେଲୁଙ୍ଗ ପଂଚାୟତ ଉପରେ ନିର୍ଭର କରୁଥିବା ଲୋକେ ଉପକୃତ ହୁଅନ୍ତେ।

Share :