ସୁସ୍ଥ କଢ଼ ହିଁ ବିକଶିତ ହୁଏ

ସୁସ୍ଥ କଢ଼ ହିଁ ବିକଶିତ ହୁଏ

Share :

ଶ୍ରୀ ଶ୍ରୀ ରବି ଶଙ୍କର ସୁସ୍ଥର ଅର୍ଥ କ’ଣ? ସ୍ବାସ୍ଥ୍ୟ ହେଲା ଶରୀର ଶକ୍ତିଶାଳୀ, ମନ ଶାନ୍ତ ଓ ସ୍ଥିର ଏବଂ ଅନ୍ତରର ଆବେଗତା କୋମଳ ହେବା ଉଚିତ। ଏସବୁ ଅସମ ହେଲେ ଆପଣ ସୁସ୍ଥ ହୋଇପାରିବେ ନାହିଁ। ମନ ଭିତରୁ କଠୋର ଏବଂ ବିଚାରଶୀଳ ଅନୁଭବ କଲେ ସୁସ୍ଥ ରହି ପାରିବେ ନାହିଁ। ସୁସ୍ଥତା ଭିତରୁ ବାହାରକୁ ଏବଂ ଏହାର ବିପରୀତ ବାହାରୁ ଭିତରକୁ ପ୍ରବାହିତ ହୋଇଥାଏ। ଜୀବନର ଚାରୋଟି ଲକ୍ଷଣ: ଜୀବନକୁ ସ୍ଥିର, ବିକଶିତ, ପ୍ରକାଶିତ ଏବଂ ନିର୍ବାପିତ କରିବାକୁ ହେଲେ ପଞ୍ଚତତ୍ତ୍ବ: ପୃଥିବୀ, ଆପ, ତେଜ, ମରୁତ ଏବଂ ବ୍ୟୋମ ଉପରେ ନିର୍ଭର କରିବାକୁ ପଡ଼େ। ଆର୍ୟୁବେଦ ଅନୁସାରେ ଜୀବନ କଠୋର ଅଂଶରେ ନିର୍ମିତ ନୁହେଁ। ଏହା ସୁସଙ୍ଗତ ପ୍ରବାହ। ଏହି ପଞ୍ଚତତ୍ତ୍ବ ଯେଉଁଥିରେ ଏହି ବିଶ୍ବ ଗଢା ହୋଇଛି ତାହା ମଧ୍ୟ ନିର୍ଦ୍ଦିଷ୍ଟ କଠୋର ଅଂଶରେ ନର୍ମିତ ହୋଇନାହିଁ। ସେଇଗୁଡ଼ିକ ପରସ୍ପର ମଧ୍ୟରେ ପ୍ରବାହିତ ହୋଇଥାନ୍ତି - ଅଗ୍ନି ବାୟୁ ବିନା ଓ ପୃଥିବୀ ଜଳ ବିନା ଅସମ୍ଭବ। ଆର୍ୟୁବେଦ ହେଲା ଜୀବନର ଏକ ଶିକ୍ଷା। ବେଦ ଅର୍ଥ ଜ୍ଞାନ, ଜାଣିବା ଏବଂ ଆୟୁ ହେଲା ଜୀବନ। ଆର୍ୟୁବେଦରେ କେବଳ ରୋଗର ଲକ୍ଷଣକୁ ଚିକିତ୍ସା ନ କରି ପୂରା ବ୍ୟକ୍ତିଙ୍କ ସମ୍ବନ୍ଧରେ ମୂଲ୍ୟାଙ୍କନ କରାଯାଏ। ସେଥିପାଇଁ ସେଥିରେ ବ୍ୟାୟାମ, ଖାଦ୍ୟ, ନିଃଶ୍ବାସ ପ୍ରଶ୍ବାସ ଏବଂ ଧ୍ୟାନ ସଂଶ୍ଳୀଷ୍ଟ ହୋଇଛି। କିପରି ଆପଣ ଭଲ ସ୍ବାସ୍ଥ୍ୟ ପାଇବେ? ବ୍ୟୋମ ତତ୍ତ୍ବରେ ମନ ଯଦି ମନଟି ଅନେକ ସଂସ୍କାର ଏବଂ ଚିନ୍ତାରେ ପୂର୍ଣ୍ଣ ହୋଇଥାଏ। ତାହା ପ୍ରତିରୋଧକ ଶକ୍ତିକୁ ନିଷ୍କାସିତ କରିଦିଏ ଏବଂ ଶରୀରକୁ ରୋଗଗ୍ରସ୍ତ କରାଏ ା ଯଦି ମନ ପରିସ୍କାର, ସ୍ଥିର, ଧ୍ୟାନସ୍ଥ ଏବଂ ସୁଖକର ହେବ ଶରୀରର ପ୍ରତିରୋଧକ ଶକ୍ତି ବଢ଼ିବ ଏବଂ କୌଣସି ରୋଗ ସହଜରେ ଆକ୍ରମଣ କରିବ ନାହିଁ। ପ୍ରଥମ ପ୍ରତିକାର ହେଲା ମନକୁ ଶାନ୍ତ ରଖିବା- ଯାହାକି ମହାଶୂନ୍ୟର ସୂକ୍ଷ୍ମତମ ଦୃଷ୍ଟି କୋଣର ସୃଷ୍ଟି, ଇଥର ଆପତତ୍ତ୍ବ। ଏହାପରେ ଆସିବ ବାୟୁ ତତ୍ତ୍ବ ବା ନିଃଶ୍ବାସ ପ୍ରଶ୍ବାସ। ସୁଗନ୍ଧ ଚିକିତ୍ସା ଇତ୍ୟାଦି ଏହି ତତ୍ତ୍ବର ସ୍ତରରେ ପରିବର୍ତ୍ତନ ସୃଷ୍ଟି କରିବାକୁ ପ୍ରୟୋଗ କରୀଯାଏ। ଏହାପରେ ଆଲୋକ ଏବଂ ରଙ୍ଗ ଚିକିତ୍ସା। ଆମ ପ୍ରଣାଳୀକୁ ପ୍ରାଣ ଦ୍ବାରା ଶକ୍ତି ସଂଚାର କରେଇ ଜୀବନ ଶକ୍ତି ଏବଂ ଶ୍ବାସ କ୍ରିୟା ଦ୍ବାରା ରୋଗ ଆରମ୍ଭ ହେବା ଆଗରୁ ରକ୍ଷା କରି ପାରିବା। ଯୋଗ ଏହା ହିଁ କରେଇଥାଏ। ଯୋଗସୂତ୍ରରେ ପତଞ୍ଜଳି କହିଛନ୍ତି, ଯୋଗର ଉଦ୍ଦେଶ୍ୟ ହେଲା ଦୁଃଖ ସୃଷ୍ଟି ହେବା ଆଗରୁ ତାକୁ ରୋକିବା, ଅଙ୍କୁରିତ ହେବା ଆଗରୁ ଜାଳି ଦେବା। ଏହା ଏକ ଅତି ସୁନ୍ଦର ସୂତ୍ର। ପରବର୍ତ୍ତୀ ତତ୍ତ୍ବ ହେଲା ଆପ ବା ଜଳ ତତ୍ତ୍ବ। ଉପବାସ ଏବଂ ଜଳ ଦ୍ବାରା ପ୍ରଣାଳୀକୁ ପବିତ୍ର କଲେ ପ୍ରଣାଳୀରେ ସାମଞ୍ଜସ୍ୟ ଆଣିପାରିବେ। ବିଭିନ୍ନ ପ୍ରକାରର ଜଡି ବୁଟି, ଔଷଧ ଏବଂ ଅସ୍ତ୍ରୋପଚାର ବା ପୃଥିବୀ ତତ୍ତ୍ବ ଶେଷ ପର୍ଯ୍ୟାୟର ସାଧାନା। ଯେତେବେଳେ ଆପଣ ସବୁ ସ୍ତରକୁ ଅବହେଳା କରିବେ ସେତେବେଳେ ରୋଗ ଅନିବାର୍ଯ୍ୟ ହେବ। ଆମର ଶ୍ବାସ ଆମକୁ ଅନେକ ଗୁପ୍ତ ତଥ୍ୟ ପ୍ରଦାନ କରିଥାଏ। ମସ୍ତିଷ୍କର ପ୍ରତ୍ୟେକ ଉତ୍ତେଜନା ଲାଗି ଶ୍ବାସରେ ଏକ ଲୟ ବିନିମୟ ହୋଇଥାଏା ଏବଂ ପ୍ରତ୍ୟେକ ଲୟ ଶରୀରର ଏକ ନିଶ୍ଚିତ ଅଂଶକୁ ଭୌତିକ ରୂପେ ପ୍ରଭାବିତ କରିଥାଏ। ଆପଣ ତାହା କେବଳ ଲକ୍ଷ୍ୟ କଲେ ଅନୁଭବ କରି ପାରିବେ। ମନୋଦଶା ଏବଂ ମନର ସମ୍ବେଦନା ମଧ୍ୟରେ ସମ୍ବନ୍ଧକୁ ଅନୁଭବ କରିବା ହେଲା ଧ୍ୟାନ। ଏହା ପରେ ଉପଯୁକ୍ତ ଖାଦ୍ୟ ଅଭ୍ୟାସ। ଉପଯୁକ୍ତ ଖାଦ୍ୟ ଅର୍ଥାତ୍ ଯେତିକି ଆବଶ୍ୟକ ସେତିକି ଖାଦ୍ୟ ଆପଣ ଖାଇବେ ଯାହା କି ଭଲକି ହଜମ ହେବ। ଯଦ୍ବାରା ଆପଣ ଶୋଇବା ଆଗରୁ କିମ୍ବା ଶୋଇକି ଉଠିଲା ପରେ ଭାରି ଅନୁଭବ କରିବେ ନାହିଁ ଏବଂ ଧ୍ୟାନ କରିବାକୁ ଆସିବେ। ଉପଯୁକ୍ତ ପରିମାଣ ଖାଦ୍ୟ ଏବଂ ମଧୁର ଓ ତାଜା ଖାଦ୍ୟ ଗ୍ରହଣୀୟ। ସର୍ବ ଶେଷରେ, ନିଜ ଲାଗି ପ୍ରତିବର୍ଷ ସପ୍ତାହେ ଛୁଟି ନିଅ। ସେଇ ସମୟରେ ପ୍ରକୃତି ସହ ନିଜକୁ ସଂଶ୍ଳୀଷ୍ଟ କର। ସୂର୍ଯ୍ୟ ଉଦୟ ସହ ଉଠିପଡ଼। ଉପଯୁକ୍ତ ଖାଦ୍ୟ ଯେତିକି ଆବଶ୍ୟକ ସେତିକି ଖାଅ। କିଛି ବ୍ୟାୟାମ କର। ଅଳ୍ପ ସମୟ ସଙ୍ଗୀତ ଗାନ କର। ସୃଷ୍ଟିକୁ ଉପଭୋଗ କର। ପ୍ରକୃତି ସହ ନିଜକୁ ସଂଶ୍ଳୀଷ୍ଟ କରିବା ଦ୍ବାରା ସମ୍ପୂର୍ଣ୍ଣ ପ୍ରଣାଳୀ ପୁନର୍ବୀର ଶକ୍ତି ସଂଚାରିତ ହୋଇଯାଏ ଏବଂ ଆପଣ ଅନେକ ସମୟ ଲାଗି କମ୍ପିତ ଓ ଉତ୍ସାହିତ ଅନୁଭବ କରନ୍ତି।

Share :