କୁଲ୍ କପ୍‌ରେ ମିଲ୍କମନ୍ତ୍ରର ଲସି ଓ ଘୋଳଦହି

କୁଲ୍ କପ୍‌ରେ ମିଲ୍କମନ୍ତ୍ରର ଲସି ଓ ଘୋଳଦହି

Share :

ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ନିଜର ନୂତନତାକୁ ଜାରି ରଖିବା ସହ ଓଡିଶାର ଗ୍ରାହକଙ୍କ ପାଇଁ ନୂଆ ପ୍ୟାକେଜିଙ୍ଗ ଜରିଆରେ କୁଲ୍ କପ୍‌ରେ ମିଲ୍କ ମନ୍ତ୍ର ବଜାର ପ୍ରବେଶ କରାଇଛି ଏହାର ଲୋକପ୍ରିୟ ଗ୍ରୀଷ୍ମକାଳୀନ ମିଲ୍କି୍ି ମୁ ଲସି ଏବଂ ଘୋଳଦହି ଯାହା ଗ୍ରାହକଙ୍କୁ କୁଲ୍ କପ୍‌ରେ ପିଇବାର ଅନୁଭୂତି ପ୍ରଦାନ କରିବ। ଏହି କୁଲ୍ କପ୍ ଜନିତ ମିଲ୍କି୍ ମୁ ଲସି ଏବଂ ଘୋଳଦହି ୨୦୦ ମି.ଲି. ପ୍ୟାକେଟ୍‌ରେ ଓଡିଶାର ୧୫୦୦ଟି ଦୋକାନରେ ମିଳିବ ଯାହା ୧୨ ଦିନ ପର୍ଯ୍ୟନ୍ତ ସତେଜ ରହିବ। ବର୍ତ୍ତମାନ ଏହାର ପ୍ରାରମ୍ଭିକ ଶୁକ୍ଳ ଯଥାକ୍ରମେ ୧୫ ଟଙ୍କା ଓ ୧୨ ଟଙ୍କା ରଖାଯାଇଛି। ପାରମ୍ପରିକ ଭାବେ ଗ୍ଳାସ୍‌ରେ ଲସି ଓ ଘୋଳଦହି ପିଇବା ପଦ୍ଧତିକୁ ଆଖିରେ ରଖି ମିଲ୍କି୍ ମୁ ଲସି ଓ ଘୋଳଦହି କପ୍ ପ୍ରସ୍ତୁତ କରାଯାଇଛି। ନୂଆ ପ୍ୟାକେଜିଙ୍ଗର ମାଧ୍ୟମରେ ଗ୍ରାହକମାନେ କିପରି ସହଜରେ ଏହାକୁ ପିଇପାରିବେ ସେଥି ଉପରେ ଗୁରୁତ୍ୱ ଦିଆଯାଇଛି। ମିଲ୍କି୍ ମୁ ଲସି ଓ ଘୋଳଦହି ପ୍ରିମିୟମ୍ କ୍ୱାଲିଟି ଦହିରୁ ନିର୍ମିତ ଯେଉଁଥିରେ କୌଣସି ପ୍ରିଜରଭେଟିଭ୍ ମିଶ୍ରିତ ହୋଇନାହିଁ ଏବଂ ଏହାର ଦହି କମ୍ପାନୀର ଦୁଗ୍ଧ ସଂଗ୍ରହ ଯୋଜନା ଦ୍ୱାରା ସଂଗୃହିତ ଖାଣ୍ଟି କ୍ଷୀରରୁ ପ୍ରସ୍ତୁତ। ଏହି ଅବସରରେ ମିଲ୍କ ମନ୍ତ୍ରର ଗୁଣବତ୍ତା ଓ ଏନ୍‌ପିଡି ମୁଖ୍ୟ ଦେବାଶିଷ ମହାନ୍ତି କହିଲେ, ଉତ୍ପାଦ ଏବଂ ଏହାର ପ୍ୟାକେଜିଙ୍ଗରେ ନୂତନତ୍ୱ ମିଲ୍କ ୍ମନ୍ତ୍ରର ମୂଳ ଲକ୍ଷ୍ୟ ଏବଂ ଆମେ ଆଜି ଗ୍ରାହକଙ୍କ ନିମନ୍ତେ ଭିନ୍ନ ଏକ ଉତ୍ପାଦର ବଜାର ପ୍ରବେଶ କରାଇଛୁ ଯାହା ପାରମ୍ପରିକ ସ୍ୱାଦ ଦେବା ସହ ଉନ୍ନତ ପ୍ୟାକେଜିଙ୍ଗ ଆମର ଗ୍ରାହକମାନଙ୍କୁ ନିଶ୍ଚିନ୍ତ ଏକ ନିଆରା ଅନୁଭୂତି ପ୍ରଦାନ କରିବ। ତାଜା କ୍ଷୀର ବ୍ୟତୀତ ମିଲ୍କ୍ ମନ୍ତ୍ର ପ୍ରିମିୟମ୍ ଦୁଗ୍ଧ ଉତ୍ପାଦ, ଫୋର୍ଟିଫାଏଡ୍ ଦୁଗ୍ଧ, ପ୍ରୋବାୟୋଟିକ ଦହି, ଅଧିକ ଦିନ ତାଜା ରହିପାରୁଥିବା ପନିର, ଫଳଯୁକ୍ତ ଦୁଗ୍ଧ ଉତ୍ପାଦ ଯଥା- ମିଲ୍କି ମୁ ଲିଚି ଲସି, ମିଲ୍କିି ମୁ ଆମ୍ୱ ଦହି ଏବଂ ମିଲ୍କିି ମୁ ବ୍ରାଣ୍ଡର ବିଭିନ୍ନ ଉତ୍ପାଦ ତିଆରି କରିଥାଏ। ମିଲ୍କି ମୁ ବ୍ରାଣ୍ଡ୍ ଓଡିଶା ତଥା କୋଲକାତା, ଝାରଖଣ୍ଡ ଏବଂ ଛତିଶଗଡ ବଜାରରେ ଉପଲବ୍ଧ। ମିଲ୍କ ମନ୍ତ୍ର ହେଉଛି ଭାରତର ପ୍ରଥମ କୃଷି ଭିତ୍ତିକ ଭିସି ପଣ୍ଡେଡ୍ କମ୍ପାନି। ଏହାର ଫ୍ଲାଗ୍ସିପ୍ ବ୍ରାଣ୍ଡ ମିଲ୍କି ମୁ ହେଉଛି ଦେଶର ଦୃତତମ ପ୍ରଗତିଶୀଳ ଡେରୀ ବ୍ରାଣ୍ଡମାନଙ୍କ ମଧ୍ୟରୁ ଅନ୍ୟତମ। ଯାହା ବର୍ତ୍ତମାନ ସମଗ୍ର ଓଡିଶା ତଥା କଲିକତା, ଝାରଖଣ୍ଡ ଓ ଛତିଶଗଡ ଆଦି ରାଜ୍ୟରେ ମଧ୍ୟ ଉପଲବ୍ଧ ଅଛି। ଗ୍ରାହକମାନଙ୍କୁ ସ୍ୱଚ୍ଛ ଦୁଗ୍ଧଜାତ ଉତ୍ପାଦ ଯୋଗାଇବା ତଥା ଦୁଗ୍ଧଶିଳ୍ପରେ ସୁଦୃଢ ସପ୍ଲାଏ ଚେନ୍ ଗଠନ ଦିଗରେ ଏକ ସୁଚିନ୍ତିତ ଚିନ୍ତାଧାରା ସହିତ କମ୍ପାନି ଔଦ୍ୟୋଗିକ ଶ୍ୱେତ ବିପ୍ଳବ ଆରମ୍ଭ କରିଛି।

Share :