ଡ. ଲୋହିଆଙ୍କ ସହ ବିଶ୍ବାସଘାତ

ଡ. ଲୋହିଆଙ୍କ ସହ ବିଶ୍ବାସଘାତ

ନରେନ୍ଦ୍ର ମୋଦି, ଭାରତର ପ୍ରଧାନମନ୍ତ୍ରୀ ଆଜିର ଦିନ ଦେଶର ମହାନ ବିପ୍ଲବୀ ମାନଙ୍କ ସମ୍ମାନର ଦିନ। ମା’ ଭାରତୀର ଅମର ସୁପୁତ୍ର ବୀର ଭଗତ ସିଂହ, ସୁଖଦେବ ସିଂହ ଓ ରାଜଗୁରୁଙ୍କୁ ତାଙ୍କୁ ସର୍ବୋଚ୍ଚ ବଳିଦାନ ପାଇଁ ଦେଶ ତାଙ୍କୁ ଶ୍ରଦ୍ଧାଂଜଳି ଅର୍ପିତ କରୁଛି। ଏହା ସହିତ ଅଦ୍ୱିତୀୟ ବିଚାରକ, ବିପ୍ଲବୀ ତଥା ଅପ୍ରତିମ ଦେଶଭକ୍ତ ଡ. ରାମ ମନୋହର ଲୋହିଆଙ୍କୁ ତାଙ୍କର ଜୟନ୍ତୀ ଅବସରରେ ସାଦର ନମନ। ପ୍ରଖର ବୁଦ୍ଧିମାନ ଡ. ଲୋହିଆଙ୍କ ଲୋକଙ୍କ ସହ ଜଡିତ ରାଜନୀତି ପ୍ରତି ଗଭୀର ଆସ୍ଥା ଥିଲା। ଭାରତ ଛାଡ ଆନ୍ଦୋଳନ ଅବସରରେ ଦେଶର ଶୀର୍ଷ ନେତାମାନେ ଗିରଫ ହୋଇଥିଲେ, ସେତେବେଳେ ଯୁବକ ଲୋହିଆ ଏହି ଆନ୍ଦୋଳନର ନେତୃତ୍ୱ ସମ୍ଭାଳି ଥିଲେ। ସେ ଭୂମିଗତ ହୋଇ ଅଣ୍ଡର ଗ୍ରାଉଣ୍ଡ ସେବା ଆରମ୍ଭ କରିଥିଲେ ଓ ଏହା ଫଳରେ ଆନ୍ଦୋଳନର ଗତି ମନ୍ଥର ହୋଇ ନ ଥିଲା। ଗୋଆ ମୁକ୍ତି ଆନ୍ଦୋଳନର ଇତିହାସରେ ଡ. ଲୋହିଆଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଯେଉଁଠାରେ ଗରୀବ, ଶୋଷିତ, ବଂଚିତ ଲୋକ ମାନଙ୍କର ସହାୟତାର ଆବଶ୍ୟକତା ପଡୁଥିଲା ଡ. ଲୋହିଆ ସେଠାରେ ଉପସ୍ଥିତ ରହୁଥିଲେ। ଡ. ଲୋହିଆଙ୍କ ବିଚାର ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ। ସେ କୃଷିର ଆଧୁନିକୀକରଣ କରିବା, ଅନ୍ନଦାତାଙ୍କ ସଶକ୍ତିକରଣ ବିଷୟରେ ଅନେକ କିଛି ଲେଖିଛନ୍ତି। ତାଙ୍କର ଉକ୍ତ ବିଚାର ଅନୁରୂପ ଏନଡିଏ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, କୃଷି ସିଂଚାଇ ଯୋଜନା, ଇ- ନାମ, ସୋଏଲ ହେଲ୍ଥ କାର୍ଡ ଓ ଅନ୍ୟ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କର ସ୍ୱାର୍ଥ ପାଇଁ କାମ କରିଛି। ଡ. ଲୋହିଆ ସମାଜରେ ବ୍ୟାପ୍ତ ଜାତି ବ୍ୟବସ୍ଥା, ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଥିବା ଅସାମନତାକୁ ଦେଖି ଖୁବ ଦୁଃଖୀ ହେଉଥିଲେ। ସବ କା ସାଥ ସବ କା ବିକାଶ ର ଆମର ମନ୍ତ୍ର ତଥା ଗତ ପାଂଚ ବର୍ଷର ଟ୍ରାକ ରେକର୍ଡ ଏହା ସ୍ପଷ୍ଟ କରିଥାଏ ଯେ ଆମେ ଡ. ଲୋହିଆଙ୍କ ଭିଜନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ ସଫଳତା ହାସଲ କରିଛୁ। ଆଜି ଯଦି ସେ ଥାଆନ୍ତେ ତେବେ ଏନଡିଏ ସରକାରଙ୍କ କାମକୁ ଦେଖି ତାଙ୍କୁ ନିଶ୍ଚିତ ରୂପେ ଗର୍ବ ଅନୁଭବ କରିଥାନ୍ତେ। ଯେତେବେଳେ ଡକ୍ଟର ଲୋହିଆ ସଂସଦ ଭିତରେ ବା ବାହାରେ କିଛି କହୁଥିଲେ ସେତେବେଳେ କଂଗ୍ରେସ ମଧ୍ୟରେ ଏହାକୁ ନେଇ ସବୁ ବେଳେ ଭୟ ରହୁଥିଲା। ଦେଶର ବିକାଶ ପାଇଁ କଂଗ୍ରେସ କେତେ ଘାତକ ହୋଇ ସାରିଛି, ଡ. ଲୋହିଆ ଏହାକୁ ଭଲ ଭାବେ ବୁଝୁଥିଲେ। ସେ ୧୯୬୨ ମସିହାରେ କହିଥିଲେ ଯେ କଂଗ୍ରେସ ଶାସନରେ କୃଷି ହେଉ ବା ଶିଳ୍ପ ବା ସେନା କୌଣସି କ୍ଷେତ୍ରରେ ବିକାଶ ହୋଇ ନାହିଁ। ତାଙ୍କର ଏହି ଶବ୍ଦ କଂଗ୍ରେସର ପରର ସରକାର ଉପରେ ମଧ୍ୟ ଅକ୍ଷରଶଃ ଲାଗୁ ହୋଇ ଚାଲିଛି। ପରେ କଂଗ୍ରେସର ଶାସନକାଳରେ ଚାଷୀମାନଙ୍କୁ ହଇରାଣ କରା ଗଲା, ଶିଳ୍ପଗୁଡିକୁ ହତୋତ୍ସାହିତ କରାଗଲା (କେବଳ କଂଗ୍ରେସ ନେତା ମାନଙ୍କ ବନ୍ଧୁ ଓ ସମ୍ପର୍କୀୟ ମାନଙ୍କର ଶିଳ୍ପକୁ ଛାଡି) ଓ ରାଷ୍ଟ୍ରୀୟ ସୁରକ୍ଷାକୁ ଅଣଦେଖା କରାଗଲା। କଂଗ୍ରେସବାଦର ବିରୋଧ ଡ. ଲୋହିଆଙ୍କ ହୃଦୟରେ ଥିଲା। ତାଙ୍କ ଚେଷ୍ଟା ଫଳରେ ୧୯୬୭ ମସିହାରେ ସାଧାରଣ ନିର୍ବାଚନରେ ସବୁ ପ୍ରକାର ସମ୍ୱଳ ବିଶିଷ୍ଟ ଓ ଶକ୍ତିଶାଳୀ କଂଗ୍ରେସକୁ ବଡ ଝଟକା ଲାଗିଥିଲା। ସେ ସମୟରେ ଅଟଳଜୀ କହିଥିଲେ ଯେ- ଡ. ଲୋହିଆଙ୍କ ପ୍ରୟାସର ପରିଣାମ ଫଳରେ ହାଓଡା-ଅମୃତସର ମେଲ ଜରିଆରେ ସମ୍ପୂର୍ଣ୍ଣ ଯାତ୍ରା ବିନା କୌଣସି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟରେ ଯାଇ କରା ଯାଇ ପାରିବ। ଦୁର୍ଭାଗ୍ୟର କଥା ଯେ ରାଜନୀତିରେ ଆଜି ଏପରି ଘଟଣାମାନ ସାମନାକୁ ଆସୁଛି, ଯାହାକୁ ଦେଖି ଡ. ଲୋହିଆ ବିଚଳିତ ଓ ବ୍ୟଥିତ ହୋଇ ଯାଆନ୍ତେ। ସେହି ଦଳ ଯିଏ ଡ. ଲୋହିଆଙ୍କୁ ନିଜର ଆଦର୍ଶ ବୋଲି କହିବାକୁ ଥକନ୍ତି ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ତାଙ୍କର ସିଦ୍ଧାନ୍ତକୁ ତିଳାଜଂଳି ଦେଇ ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ଦଳମାନେ ଡ. ଲୋହିଆଙ୍କୁ ଅପମାନିତ କରିବାକୁ କୌଣସି ସୁଯୋଗକୁ ହାତଛଡା କରୁ ନାହାନ୍ତି। ଓଡିଶାର ବରିଷ୍ଠ ସମାଜବାଦୀ ନେତା ସୁରେନ୍ଦ୍ର ନାଥ ଦ୍ୱିବେଦୀ କହିଥିଲେ ଯେ ଡ. ଲୋହିଆ ଇଂରେଜମାନଙ୍କ ଶାସନକାଳରେ ଯେତେଥର ଜେଲ ଯାଇଥିଲେ ତା ଠାରୁ ଅଧିକ ଥର କଂଗ୍ରେସ ସରକାର ତାଙ୍କୁ ଜେଲରେ ପୂରାଇଥିଲେ। ଆଜି ସେହି କଂଗ୍ରେସ ସହିତ ତଥାକଥିତ ଲୋହିଆବାଦୀ ପାର୍ଟୀମାନେ ସୁବିଧାବାଦୀ ମହା ମିଲାବଟୀ ମେଂଟ କରିବାକୁ ଉଦବିଗ୍ନ ଅଛନ୍ତି। ଏହି ବିଡମ୍ୱନା ହାସ୍ୟାସ୍ପଦ ହେବା ସହ ନିନ୍ଦନୀୟ ମଧ୍ୟ। ଡ. ଲୋହିଆ ବଂଶବାଦୀ ରାଜନୀତି ସବୁବେଳେ ଗଣତନ୍ତ୍ର ପାଇଁ ଘାତକ ବୋଲି ମନେ କରୁଥିଲେ। ତାଙ୍କର ଅନୁଗାମୀମାନଙ୍କ ପାଇଁ ନିଜ ପରିବାର ଦେଶର ସ୍ୱାର୍ଥଠାରୁ ଉପରେ, ଏହାକୁ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହେବା ସହ କଷ୍ଟରେ ଥାଆନ୍ତେ। ଡ. ଲୋହିଆ ମନେ କରୁଥିଲେ ଯେ ଯେଉଁ ବ୍ୟକ୍ତି ସମତା, ସମାନତା ଓ ସମତ୍ୱ ଭାବ ସହ କାମ କରିଥାଏ, ସେ ହିଁ ଯୋଗୀ। ଦୁଃଖର କଥା ଯେ ନିଜକୁ ଲୋହିଆବାଦୀ ବୋଲି ଦାବି କରୁଥିବା ପାର୍ଟିମାନେ ଏହି ସିଦ୍ଧାନ୍ତକୁ ଭୁଲି ଯାଇଛନ୍ତି। ସେମାନେ ସ୍ୱାର୍ଥ ଓ ଶୋଷଣରେ ବିଶ୍ୱାସ କରନ୍ତି। ଏହି ପାର୍ଟିମାନେ ଯେପରି ଭାବରେ ମଧ୍ୟ କ୍ଷମତା ହାସଲ କରିବା, ଜନ ସାଧାରଣଙ୍କ ଧନ-ସମ୍ପତିକୁ ଲୁଟ କରିବା ଓ ଶୋଷଣ କରିବାରେ ସେମାନେ ସିଦ୍ଧହସ୍ତ। ଗରୀବ, ଦଳିତ, ପଛୁଆ, ବଂଚିତ ବର୍ଗର ଲୋକମାନଙ୍କର ସହିତ ମହିଳାମାନେ ଏମାନଙ୍କର ଶାସନରେ ସୁରକ୍ଷିତ ଥିବା ଅନୁଭବ କରନ୍ତି ନାହିଁ, କାରଣ ଏହି ପାର୍ଟିମାନେ ଅପରାଧୀ ଓ ଅସାମାଜିକ ତତ୍ତ୍ବଙ୍କୁ ଖୋଲାଖୋଲି ଭାବେ କାମ କରିବାକୁ ଦେଇଥାନ୍ତି। ଡ. ଲୋହିଆ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ସମାନତା ରହିବା ଆବଶ୍ୟକ ବୋଲି ମନେ କରୁଥିଲେ। କିନ୍ତୁ ଭୋଟ ବ୍ୟାଙ୍କ ରାଜନୀତିରେ ଆକଂଠ ବୁଡି ରହିଥିବା ପାର୍ଟିମାନଙ୍କର ଆଚରଣ ଏହାଠାରୁ ସମ୍ପୂଣ୍ଣ ଭିନ୍ନ ରହିଛି। ଏହି କାରଣରୁ ତଥାକଥିତ ଲୋହିବାଦୀ ପାର୍ଟିମାନେ ତିନି ତଲାକ ଭଳି ଅମାନବୀୟ ପ୍ରଥାକୁ ସମାପ୍ତ କରିବାକୁ ଏନଡିଏ ସରକାରଙ୍କ ପ୍ରୟାସକୁ ବିରୋଧ କରିଥିଲେ। ଏହି ପାର୍ଟିମାନଙ୍କୁ ଏହା ସ୍ପଷ୍ଟ କରିବା ଉଚିତ ଡ. ଲୋହିଆଙ୍କ ବିଚାର ଓ ଆଦର୍ଶ ତାଙ୍କ ପାଇଁ ବଡ଼ ନା ଭୋଟ ବ୍ୟାଙ୍କ ରାଜନୀତି ତାଙ୍କ ପାଇଁ ବଡ଼ ? ଆଜି ୧୩୦ କୋଟି ଭାରତୀୟଙ୍କ ସାମନାରେ ଏହି ପ୍ରଶ୍ନ ସାମନାରେ ଠିଆ ହୋଇଛି- ଯେଉଁ ଲୋକମାନେ ଡ. ଲୋହିଆଙ୍କ ଭଳି ଲୋକଙ୍କ ସହ ବିଶ୍ୱାସଘାତ କରିଥିଲେ ସେମାନଙ୍କଠାରୁ ଆମେ ଦେଶ ସେବାର ଆଶା କିପରି କରି ପାରିବା? ବାସ୍ତବରେ ଯେଉଁ ଲୋକମାନେ ଡ. ଲୋହିଆଙ୍କ ସିଦ୍ଧାନ୍ତ ପ୍ରତି ଛଳ କରିଛନ୍ତି, ସେମାନେ ସବୁ ବେଳ ଭଳି ଦେଶବାସୀଙ୍କ ସହ ମଧ୍ୟ ଛଳ କରିବେ।

Share :