ପୋଲସରାରେ ହିଂସାକାଣ୍ଡ ମସୁଧା!

ପୋଲସରାରେ ହିଂସାକାଣ୍ଡ ମସୁଧା!

Share :

ହେମାଙ୍ଗ ପ୍ରସାଦ ରାଉଳ ଗଂଜାମ ଜିଲ୍ଲାରେ ସଂପ୍ରତି ବିଜେଡ଼ିର ଗୋଷ୍ଠୀ କନ୍ଦଳ ବେଳକୁ ବେଳ ତୀବ୍ର ହେଉଛି। କିଛିନେତା ବିରୋଧୀ ବିଜେପି ଦଳର ସାମିଲ ହେବା ପରେ ନିର୍ବାଚନ ସମୟରେ ଆକ୍ରୋଶ ପାଇଁ ମଧ୍ୟ ରାଜନୈତିକ ଶକ୍ତିମାନେ ଉଗ୍ର ମନ୍ତ୍ରଣା ଚଳାଇଥିବା ଖବର ଆମର ହସ୍ତଗତ ହୋଇଛି। ବିଶେଷ କରି ବିଜୁ ଜନତା ଦଳର ଅନ୍ୟ ଏକ ପ୍ରଭାବଶାଳୀ କ୍ଷେତ୍ର ପୋଲସରା ନିର୍ବାଚନ ମଣ୍ଡଳୀରେ ଏପରି ଚିତ୍ର ଦେଖିବାକୁ ସମୟ ଜଗିବସିଛି। ଜିଲ୍ଲା ପ୍ରଶାସନ ଯଦି ତତ୍ପରତା ନପ୍ରକାଶ କରିବ ହୁଏତ ହିଂସାର ବାତାବରଣ ନିଶ୍ଚୟ ଫୁଟି ଉଠିବ। ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ଓ ପୋଲସରା ଅଂଚଳରେ ଏକ ପ୍ରକାର ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଶତ୍ରୁତାର ସ୍ୱର ବାରିହେବା ସହ କ୍ରମଶଃ ନିର୍ବାଚନ ପ୍ରଚାର ସମୟରେ ତତ୍ପରତା ପ୍ରକାଶ କରିବାକୁ ଜନସାଧାରଣ ଦାବି କରିଛନ୍ତି। ବିଜୁ ଜନତା ଦଳର ଶ୍ରୀକାନ୍ତ ସାହୁ ବିଜେଡ଼ିର ଟିକଟ ହାତେଇବାରେ ସଂପୂର୍ଣ୍ଣ ସକ୍ଷମ ହେଲାପରେ କିଛି ଅସନ୍ତୁଷ୍ଟ ନେତା ପ୍ରଭାକର ପଣ୍ଡା ଓ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ବିଜେପିର ଯୋଗଦାନ ଦେବା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ତୟ। ବିଜେପିରୁ ଯଦିଚ ଏଇ ଦୁଇ ନେତା କେହି ଟିକଟ ପାଇନାହାନ୍ତି ଗୋକୁଳାନନ୍ଦ ମଲ୍ଲିକଙ୍କ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ବିଜେଡ଼ିର ନେତାମାନେ ନିଶ୍ଚୟ ଆକ୍ରୋଶ ପରାୟଣ ହୋଇ ଦୁଇ ଦଳକୁ ଅଧିକ ଉଗ୍ର କରିବାକୁ ଚେଷ୍ଟା କରିବେ। ପୋଲସରା ଅଂଚଳର ଦୁଇ ପ୍ରମୁଖ ନେତା ନିରଞ୍ଜନ ପ୍ରଧାନ ଓ ଶ୍ରୀକାନ୍ତ ସାହୁ ପରସ୍ପର କାନ୍ଧ ମିଶାଇ ରାମକୃଷ୍ଣ ପଟ୍ଟନାୟକଙ୍କ ଆଧିପତ୍ୟକୁ ରସାତଳ କରିଥିଲେ। ବର୍ତ୍ତମାନ ଶ୍ରୀକାନ୍ତ ସାହୁ, ନିରଂଜନ ପ୍ରଧାନ ପରସ୍ପର ବିରୋଧୀ ଓ ସ୍ଥାଣୁ। ଘୋଡ଼ାପଲାଣ, କଳମ୍ୱ, ହାତୀଓଟ, ସୋଡ଼କ, ଲକ୍ଷବଚ୍ଚ ପଲ୍ଲୀ, ମଧୁପଲ୍ଲୀ, ପାଟିଗଡ଼ ଆଦି ଅଂଚଳରେ ଦୁଇ ପ୍ରମୁଖ ନେତାଙ୍କ ଶକ୍ତିଶାଳୀ ପ୍ରଭାବ ରହିଛି। ହିଂସାର ପଥରେ ଯଦି ନେତାମାନେ ଅତିଷ୍ଠ ହେବାର ବିଚାର ଗ୍ରହଣ କରିବେ। ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟିବ। ସୂଚନାଯୋଗ୍ୟ ଯେ ଗଂଜାମ ଜିଲ୍ଲାରେ କୋଦଳା ନିର୍ବାଚନ ମଣ୍ଡଳୀ ପୂର୍ବରୁ ଓଡ଼ିଶାର ସବୁଠାରୁ ରାଜନୈତିକ ହିଂସାର କେନ୍ଦ୍ରଥିଲା ବର୍ତ୍ତମାନ ପୋଲସରା ନିର୍ବାଚନ ମଣ୍ଡଳୀର ଚିତ୍ର ଦୁଇ ଦଶନ୍ଧି ପରେ ପୁନର୍ବାର ସେପରି ହିଂସାର ଆଭାସ ମିଳୁଛି।

Share :