କଂଗ୍ରେସର ଭୁଲ… ଦୋହରାଉଛି ବିଜେପି

କଂଗ୍ରେସର ଭୁଲ… ଦୋହରାଉଛି ବିଜେପି

Share :

କେନ୍ଦ୍ରୀୟ ନେତାଙ୍କ ନବୀନ ପ୍ରୀତି ଅତୀତରେ ଯେଉଁ ଭୁଲ…କେନ୍ଦ୍ରୀୟ କଂଗ୍ରେସ ନେତାମାନେ କରି ଆସୁଥିଲେ ସେହି ଭୁଲ…ଦୋହରାଇବାରେ ଲାଗିଛନ୍ତି କେନ୍ଦ୍ରୀୟ ବିଜେପି ନେତାମାନେ |  ଗୋଟିଏ ପଟେ କଂଗ୍ରେସ ମୁଖ୍ୟ†ବିରୋଧୀ ଦଳ ହୋଇଥିଲେ ମଧ୍ୟ ଏହାର କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ନରମ ଆଭିମୁଖ୍ୟ†ପୋଷଣ କରୁଥିଲେ | ଯେଉଁଥିପାଇଁ ଦଳ ବାରବାର ବିପର୍ଯୟର ସାମ୍ନା କରୁଥିଲା ବୋଲି ଖୋଦ…କଂଗ୍ରେସ ନେତାମାନେ କହିବାକୁ ପଛଉନଥିଲେ | ଏବେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସମାନ ଆଭିମୁଖ†ରାଜ୍ୟ†ବିଜେପି ନେତାଙ୍କୁ ଚିନ୍ତାରେ ପକାଇଛି | ଯେଉଁ ନେତାମାନେ 2019ରେ ଆମେ ନିଶ୍ଚିତ କ୍ଷମତାକୁ ଆସିବୁ ବୋଲି ଛାତିରେ ହାତପିଟି ଚିତ୍କାର କରୁଥିଲେ ଏବେ ସେମାନଙ୍କ ମୁହଁରେ କେନ୍ଦ୍ରୀୟ ବିଜେପି ନେତାମାନେ ସେଲୋଟେପ…ଲଗାଇ ଦେଇଛନ୍ତି ବୋଲି କହିଲେ ବୋଧହୁଏ ଭୁଲ…ହେବ ନାହିଁ | ପ୍ରଥମ ଦୃଶ୍ୟ:†କେଇ ଦିନ ତଳେ ପିପିଲିରେ ବିଜେଡ଼ି ତା’ର ଦମ…ଦେଖାଇଥିଲା  | ମଂଚ ଉପରେ  ମଂଚ ତଳେ ବିଜେଡ଼ି ନେତା ଓ କର୍ମୀଙ୍କ ଆଚରଣ-ଉଚ୍ଚାରଣ ବିଜେପି ନେତା ଓ କର୍ମୀଙ୍କୁ କେତେ ଅତିଷ୍ଠ କରିଥିଲା ତାହା ସେମାନେ ମର୍ମେମର୍ମେ ଅନୁଭବ କରିଥିବେ| କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଆରେ ବୁଝିପାରିବେ ନାହିଁ ବୋଲି ତାଙ୍କୁ ହିନ୍ଦୀରେ ବୁଝାଇ ଦିଆଗଲା ଯେ ବିଜେଡିକୁ ଅଣଦେଖା କଲେ ପସ୍ତେଇବ | ଏପଟେ ମଂଚ ତଳେ ବିଜେଡ଼ି କର୍ମୀଙ୍କ ଆଚରଣରେ ରାଗ ଗରଗର ହାତଗଣତି ବିଜେପି ନେତା ଓ କର୍ମୀ ଖାଲି ମୋଦିମୋଦି ଚିତ୍କାର କରି ମନ ବୁଝେଇଥିଲେ | ସମସ୍ତଙ୍କ ମୁହଁ ରାଗ ଓ ଅପମାନରେ ଲାଲ ପଡ଼ିଯାଇଥିଲା | ଦ୍ବିତୀୟ ଦୃଶ୍ୟ:†ବିଜେପି କର୍ମୀ ଓ ନେତାଙ୍କୁ ଆଉ ଏକ ଝଟକା ଦେଇଥିଲା  ଗଡ଼କରୀଙ୍କ ଆଚରଣ| ପିପିଲିର ଅପମାନରୂପକ ଘାଆରେ ପୁଣି ଲଙ୍କାଗୁଣ୍ଡ ମାରିଥିଲେ ଗଡ଼କରୀ | ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ | ଆଲୋଚନା ସରକାରୀ ନଥିଲା | ନବୀନଙ୍କ ସେ କ’ଣ ଆଲୋଚନା କଲେ ତାହାକୁ ସିକ୍ରେଟ…ରଖିବାକୁ ଦିଆଯାଉ ବୋଲି ଖୋଦ… ଗଡ଼କରୀ ଗଣମାଧ୍ୟମକୁ କହିଥିଲେ | ଯଦି ସରକାରୀ ଆଲୋଚନା ଥିଲା ତାହେଲେ ଖୁଲମ…ଖୋଲା କହିବାରେ କିଛି ଅସୁବିଧା ନଥିଲା | ତେଣୁ ଏଥିରୁ ସ୍ପଷ୍ଟ ଯେ, ଆଲୋଚନା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ବେସରକାରୀ ଥିଲା  | ଦଳୀୟ ବୋଲି କହିଲେ ବି କିଛି ଅସୁବିଧା ହେବ ନାହିଁ | କାହିଁକିନା ଆରଏସଏସ…ବ୍ରାଣ୍ଡ ନେତା ଗଡ଼କରୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ | ଦଳୀୟ ଦୃଷ୍ଟିକୋଣରୁ ନବୀନଙ୍କ ସହ ଗଡ଼କରୀଙ୍କ କି ଆଲୋଚନା ଥିଲା ତାହା ରାଜ୍ୟ†ବିଜେପିର ଅବୁଝା ହୋଇରହିଛି | ତୃତୀୟ ଦୃଶ୍ୟ:† ପୁଣି ମାଡ଼ ଖାଇଯାଇଥିଲା ବିଜେପି ଗଡ଼କରୀଙ୍କ ସାମ୍ବାଦିକ ସମ୍ମିଳନୀରେ| ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ ଏବଂ ବରିଷ୍ଠ ନେତା ବିଜୟ ମହାପାତ୍ର ଉପସ୍ଥିତ ଥିଲେ | ଫଳରେ ସମସ୍ତେ ଆଶା କରୁଥିଲେ ଗଡ଼କରୀ ହୁଏତ ରାଜ୍ୟ ସରକାରଙ୍କୁ ଟାର୍ଗେଟ…କରିପାରନ୍ତି | କାହିଁକିନା ଯଦି ସେ କେବଳ କେନ୍ଦ୍ରମନ୍ତ୍ରୀ ହିସାବରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ତେବେ ବିଜେପି ନେତାମାନେ ମଂଚରେ ବସିଥିଲେ କାହିଁକି ? ସେ ପ୍ରଶ୍ନ ମଧ୍ୟ ଗୁଂଜରିତ ହୋଇଥିଲା | କିନ୍ତୁ ସେଭଳି କିଛି ହେଲାନାହିଁ | 35 ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା ଓ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବାରେ ସମୟ ସରି ଯାଇଥିଲା | ରାଜ୍ୟ ସରକାରଙ୍କ ବିଷୟରେ ପଦୁଟିଏ ବି କହିନଥିଲେ ଗଡ଼କରୀ | ଚତୁର୍ଥ ଦୃଶ୍ୟ ଥିଲା ରାଜ୍ୟ ବିଜପି ପାଇଁ ଆହୁରି ଯନ୍ତ୍ରଣାଦାୟକ | ପ୍ରଥମେ ଜୁଲାଇ 10ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମହେଶ ଶର୍ମା ଦିଲ୍ଲୀର ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବରରୁ ଆବୁଧାବି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ ବୋଲି ଘୋଷଣା କରିଥିଲେ | ଏମିତିକି ଭୁବନେଶ୍ବର ବିମାନବନ୍ଦରରେ ଡ୍ରାଏ ରନ…ମଧ୍ୟ ହୋଇଥିଲା | ମିଛିମିଛିକା ଯାତ୍ରୀଙ୍କର କଷ୍ଟମ…ଇମିଗ୍ରେସନ…ମଧ୍ୟ ଯାଂଚ ହେଲା | କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେବନାହିଁ | ବରଂ ଏୟାର ଇଣ୍ଡିଆର ଖାଲି ନମ୍ବର ପ୍ଲେଟ…ପରିବର୍ତ୍ତନ ହେବ | ଫଳରେ ଅନ୍ତର୍ଜାତୀୟ ଉଡ଼ାଣ ଆମେ ଆରମ୍ଭ କଲୁ ବୋଲି ବାହାବା ନେବା ବଦଳରେ ସମାଲୋଚନାର ଶିକାର ହୋଇଥିଲେ ବିଜେପି କର୍ମୀ | ସବୁଠାରୁ ବଡ଼ କଥା ହେଉଛି ଏହାର ଜୋରଦାର ପ୍ରତିବାଦ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଉକ୍ତ ଶୁଭାରମ୍ଭ ଉତ୍ସବରେ ସେ ମୁଖ୍ୟଅତିଥି ହେବାର ଥିଲେ ହେଁ ଯୋଗ ଦେଇନଥିଲେ | ଯାହାକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ ରାଜନୀତି ଜୋର ଧରିଥିଲା | କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଉଭୟଙ୍କୁ ସମାଲୋଚନା କରିବାର ବଢ଼ିଆ ମଉକା ପାଇଥିଲା | ପୂର୍ବରୁ ଅମିତ…ଶାହା ରାଜ୍ୟ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ†ପୋଷଣ କରିଥିବାରୁ ଦଳୀୟ ନେତା ଓ କର୍ମୀମାନେ ନିରୁତ୍ସାହିତ ହୋଇଥିଲେ | ସେହିପରି ନବକଳେବର ପ୍ରସଙ୍ଗରେ ବିଜେପି ଯେଉଁ ରଥଯାତ୍ରା ଆରମ୍ଭ କରିଥିଲା ତାହାର ପ୍ରଭାବ ମଧ୍ୟ ଯେଉଁଭଳି ପଡ଼ିବା କଥା ପଡ଼ିନଥିଲା | ସେପଟେ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବିରୋଧରେ ବିଜେପି ଯୁବମୋର୍ଚ୍ଚାର ସଂଯୋଜକ ଅପହରଣ ଓ ହତ୍ୟା ଉଦ୍ୟମ ଭଳି ମାମଲା ରୁଜୁ କରି ଦଳୀୟ କନ୍ଦଳକୁ ପଦାକୁ ଆଣିଲେ| ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାରର ଭୂମିକା ସର୍ବାଧିକ ହୋଇଥିଲେ ହେଁ ସେଥିରୁ ବିଜେପି ଅପେକ୍ଷା ବିଜେଡ଼ି ଅଧିକ ଶ୍ରେୟ ନେଇସାରିଛି | ରାଜ୍ୟ ବିଜେପିର ଲଢ଼ୁଆ ନେତାମାନେ ରାଜ୍ୟ ସରକାରଙ୍କର ନାନାଦି ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ, ଅପାରଗତା ଆଦି ପ୍ରସଙ୍ଗ ଉଠାଇ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଧ୍ବଂସ କରିବାକୁ ଚାହୁଁଥିବା ସମୟେର ଦଳର କେନ୍ଦ୍ରୀୟ ନେତାମାନ ତାଙ୍କ ସହ ବ୍ୟକ୍ତିଗତ ସଂପର୍କ ରଖିବା, ତାଙ୍କ ଘରକୁ ଯାଇଁ ଚା ପିଇବା ଓ ତାଙ୍କ ବିରୋଧରେ ମୂକ ପାଲଟିବା ରାଜ୍ୟ ବିଜେପି ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି| ଏହି ପରିସ୍ଥିତିରେ ପୁଣି ରାଜ୍ୟ ବିଜେପିର ମୁଖିଆ ଭାବେ ମନୋନୀତ ହୋଇଥିବା ବସନ୍ତ ପଣ୍ଡାଙ୍କ ପଛରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ ରହିଛି ଓ ସେ ବିଜେଡି ମୁଖିଆଙ୍କ ସହିତ ସମଝୌତା କରି ତାଙ୍କୁ ଏହି ପଦ ପ୍ରଦାନ କରିଛନ୍ତି ବୋଲି ବିଜେପ କର୍ମ ମହଲରେ ହେଉଥିବା ଚର୍ଚ୍ଚ କାଦିଚିତ ଦଳ ପାଇଁ ଶୁଭଙ୍କର ହେବ ନାହିଁ |

Share :