ଦୁର୍ଯ୍ୟୋଧନଙ୍କ ବୟସ ହେଲା!

ଦୁର୍ଯ୍ୟୋଧନଙ୍କ ବୟସ ହେଲା!

Share :

ସୂର୍ଯ୍ୟମଣି ମିଶ୍ର ହସ୍ତିନାପୁର ରାଜଦରବାର ବୈଠକ ଚାଲିଛି। ଉପସ୍ଥିତ ଅଛନ୍ତି ମହାରାଜ ଧୃତରାଷ୍ଟ୍ର, ପିତାମହ, ମହାମନ୍ତ୍ରୀ ବିଦୁର, କୃପାଚାର୍ଯ୍ୟ, ଦ୍ରୋଣାଚାର୍ଯ୍ୟ, ଯୁବରାଜ ଦୁର୍ଯ୍ୟୋଧନ, ଉପଯୁବରାଜ ଦୁଃଶାସନ, ଶକୁନି ଏବଂ ସଂଜୟ। ମହାରାଜ ଧୃତରାଷ୍ଟ୍ର ନିଜର ଦୁଇ ହାତକୁ ସଂପୂର୍ଣ୍ଣ ବଳ ଲଗାଇ ମୁଠାଇ ଚୌଷଠି ଅଂଶକୁ ନେଇ ମୁହଁକୁ ଉପରକୁ କରି ବାୟୁମଣ୍ଡଳକୁ ଲକ୍ଷ୍ୟକରି ଇନ୍ଦ୍ରଙ୍କୁ ଦେଖୁଛନ୍ତି। କୃପାଚାର୍ଯ୍ୟ ଏକ ପୁସ୍ତକ ପୃଷ୍ଠାକୁ ଓଲଟାଇ କିଛି ଐତିହାସିକ ତଥ୍ୟକୁ ଖୋଜୁଥିବା ମନେହେଉଛି। କିଞ୍ଚିତ ରାଜଦରବାରରେ ଧର୍ମ-ଅଧର୍ମକୁ ନେଇ ଶାସ୍ତ୍ରଜ୍ଞ ଛିଡା କରାଯାଏ। ତାହା ହସ୍ତିନାପୁର ରାଜଦରବାରରେ ଅନୁଷ୍ଠିତ ବୈଠକରେ ଦେଖିବାକୁ ମିଳୁଛି। ଦ୍ରୋଣାଚାର୍ଯ୍ୟ ନିଜ ଜ୍ଞାନଦ୍ୱାରା ବିକଶିତ ଯୁଦ୍ଧକଳାର ନୂଆ କୌଶଳ ସଂପର୍କରେ ଚିନ୍ତାକରି ମନକୁମନ ବିକଶିତ କରୁଛନ୍ତି। ଏଣେ ପିତାମହ ସଂପୂର୍ଣ୍ଣ ସଂସାରକୁ ନେଇ ମୁଖମଣ୍ଡଳ ଯୁବରାଜ ଦୁର୍ଯ୍ୟାଧନଙ୍କ ଉପରେ କେନ୍ଦ୍ରିତ କରି କହୁଛନ୍ତି- ତୁମର ଜିଦ୍ ଯୋଗୁଁ ହସ୍ତିନାପୁରକୁ ବର୍ଷେ ହେଲା କେବଳ ଅପଯଶ ମିଳିଛି। ପୁତ୍ର ବର୍ଷସାରା ବହୁତ ଅପଯଶ ମିଳିଛି। ତୁମେ ନିଜର ଜିଦ୍ ଅଧର୍ମ ଏବଂ ଅତ୍ୟାଚାର ପାଇଁ ହସ୍ତିନାପୁରକୁ ବନ୍ଦୀକରି ରଖିଛ ପୁତ୍ର। ବନ୍ଦୀକରି ରଖିଛ। ଉପରେ ତୁମର ମାମୁଁ ସବୁବେଳେ ନିଆଁରେ ଗାଈର ଶୁଦ୍ଧ ଦେଶୀ ଘିଅ ଢାଳୁଛନ୍ତି। ତୁମେ ଚାରିଦଶକ ହେଲା ଏପରି କରିଛ। ତୁମକୁ ବୁଝିବାକୁ ହେବ। ସଂପୂର୍ଣ୍ଣ ରାଜ୍ୟକୁ ଜିଦ୍ ଦ୍ୱାରା ଅଧର୍ମ-ଅତ୍ୟାଚାର ଦ୍ୱାରା ଚଳାଇଲେ ପରିଣାମ-ପରିଣତି କିପରି ଭୋଗିବାକୁ ହେବ। ସଂପୂର୍ଣ୍ଣ କୌରବକୂଳ ଦିନେ ବିନାଶ ହେବ। ତୁମେ ଆଚାର୍ଯ୍ୟ ଦ୍ରୋଣଙ୍କ ପାଠଶାଳାରେ ମନ ଲଗାଇ ଶିକ୍ଷା ଗ୍ରହଣ କରିନାହଁ। ମନେରଖ ପୁତ୍ର, ତୁମର ମାତ୍ର ଯୁଦ୍ଧକଳା ଏବଂ ଷଡଯନ୍ତ୍ର ଶାସ୍ତ୍ର ପ୍ରତି ଆଦର ରହିଛି। ଗଣିତ-ବିଜ୍ଞାନ-ସାହିତ୍ୟ, ଧର୍ମ, ନାଗରିକ ଶାସ୍ତ୍ର ଭଳି ବିଷୟ ପ୍ରତି ଶତ୍ରୁତା ଭାବ ରଖୁଛୁ ପୁତ୍ର। ଏଥିପାଇଁ ପାଠଶାଳାରେ ତୁମେ ଭୀମକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲ। ସେ ସେଠାରୁ ରକ୍ଷା ପାଇବା ପରେ ପାଣ୍ଡବଙ୍କ ସହ ତୁମ ଶତ୍ରୁତା ନୂଆ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହା ପରେ ତୁମେ କର୍ଣ୍ଣଙ୍କୁ ନିଜର ବନ୍ଧୁ ଭାବେ ଗ୍ରହଣକଲ। ଦ୍ରୋପଦୀ ସ୍ୱୟମ୍ୱରରେ କୁତ୍ସିତ କାର୍ଯ୍ୟ କଲ। ଦ୍ରୋପଦୀଙ୍କ ପ୍ରତି ଅସୀମ ଅପମାନଙ୍କୁ କିଏ ବା ଭୁଲି ପାରିବ। ସଂପୂର୍ଣ୍ଣ ହସ୍ତିନାପୁର ଆଜି ଯାଏ ଲଜ୍ଜିତ ପୁତ୍ର। ଆଜିଯାଏ ଲଜ୍ଜିତ, ପାଣ୍ଡବଙ୍କୁ ତୁମେ ଲାକ୍ଷାଗୃହରେ ମାରିବାକୁ ଅପରାଧ ମୂଳକ ଉଦ୍ୟମ କଲ। ଅଧର୍ମ ଉପାୟରେ ପାଣ୍ଡବଙ୍କ ବନବାସ ପାଇଁ ପଦକ୍ଷେପ ନେଲ। ଶ୍ରୀକୃଷ୍ଣଙ୍କୁ ବାରମ୍ୱାର ଅପମାନ କଲ ପୁତ୍ର। ଆଜି ତୁମେ.... ପିତାମହଙ୍କ କଥାକୁ ଗ୍ରହଣ ନକରି ଦୁର୍ଯ୍ୟୋଧନ କହିଲେ- ଆପଣ ଯେତେ ତର୍କ କଲେବି, ଯେତେ ଧର୍ମ-ଅଧର୍ମର କଥା କହିଲେ ମଧ୍ୟ ମୋର ଦାବୀରେ ମୁଁ ଅଟଳ। ଏଯାଏ ପିତାମହଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣୁଥିବା ମହାମନ୍ତ୍ରୀ ବିଦୁର କହିଲେ- କିନ୍ତୁ ଯୁବରାଜଙ୍କ ଦାବୀ କ’ଣ ପିତାମହ। ଭୀଷ୍ମ ଆଖିବନ୍ଦ କରି ନିଜ ମସ୍ତକ ହଲାଇ କହିଲେ- ମୋତେ ନ ପଚାରି ଆପଣ ପୁତ୍ର ଦୁର୍ଯ୍ୟୋଧନଙ୍କୁ ତାଙ୍କ ଦାବୀ ସଂପର୍କରେ ପଚାର। ଦୁର୍ଯ୍ୟୋଦନ କହିଲେ- ମୋର ଦାବୀ ବର୍ତ୍ତମାନର ହସ୍ତିନାପୁରର ରାଜା ଇସ୍ତଫା ଦିଅନ୍ତୁ। ରାଜ ଦରବାରରେ ଉପସ୍ଥିତ-ସମବେତ ସମର୍ଥକମାନେ ଉଚ୍ଚ ସ୍ୱରରେ ନାରା ଦେଲେ- ଯୁବରାଜ ଦୁର୍ଯ୍ୟୋଧନ କି ଜୟ। ଯୁବରାଜ ତୁମେ ଆଗକୁ ବଢ ଆମେ ତୁମ ସହ ରହିଛୁ। ପିଓ ବିୟର ୱାଇନ ନାଓ- ରାଜା ମଷ୍ଟ ରିଜାଇନ୍ ନାଓ। ଦୁର୍ଯ୍ୟୋଧନ ତୁମେ ଲଢେଇ କର- ଆମେ ତୁମ ସହ ରହିବୁ। ଶେଷ ସ୍ଲୋଗାନ ଶୁଣି ଦୁଃଶାସନ ଚିହିିଁକି ପଡିଲେ। ସେ ସମର୍ଥକଙ୍କୁ କହିଲେ ଭାଇମାନେ ହସ୍ତିନାପୁରରେ ଯୁବରାଜ ମୁର୍ଖ, ସେ କି ଲଢେଇ କରିବେ। ଅର୍ଥ ନବୁଝି କାହିଁକି ସ୍ଲୋଗାନ ଦେଉଛ? ଦୁର୍ଯ୍ୟୋଧନ ଦୁଃଶାସନଙ୍କୁ ବୁଝାଇବାକୁ ଯାଇ କହିଲେ ନାରା ବା ସ୍ଲୋଗାନର ଅର୍ଥ ସଂପର୍କରେ ଅନୁଧ୍ୟାନ କରିବା/ଖୋଜିବା ଦୁର୍ବଳ ରାଜନୀତିର ଲକ୍ଷ୍ୟ ସାନଭାଇ। ନାରା ଲଗାଇବାକୁ ଦିଅ - ବନ୍ଦ କରନାହିଁି। ପରଦିନ ହସ୍ତିନାପୁର ଏକ୍ସପ୍ରେସ୍, ଟାଇମ୍ସ ଅଫ ହସ୍ତିନାପୁର ଏବଂ ହସ୍ତିନାପୁର ଟାଇମ୍ସରେ ପ୍ରଶ୍ନ ଥିଲା-ଇଜ୍ ପ୍ରିନ୍ସ ଦୁର୍ଯ୍ୟୋଧନ ଫାଇନାଲି କମିଙ୍ଗ୍ ଅଫ୍ ଏଜ୍? ୨. ଶାନ୍ତି ପୁରୁଷ ମହାଭାରତର ତେର ଦିନ। ଦୁଃଶାସନ, ଜୟଦ୍ରଥ ଏବଂ ଦୁଃଶାସନ ପୁତ୍ର ଦୁମସେନ ଅଭିମନ୍ୟୁଙ୍କୁ ମାରିଦେଲେ। ମହାଭାରତର ଚଉଦ ଦିନ। ଭୀମ ଦୁଃଶାସନଙ୍କୁ ମାରି ପକାଇ ଦେଲେ। ପନ୍ଦର ଦିନର ସଂଧ୍ୟାବେଳେ, ଦିନର ଯୁଦ୍ଧ ଶେଷ ପରେ ଦୁଃଶାସନ ଏକ ସାମ୍ୱାଦିକ ସମ୍ମିଳନୀ ଡାକିଲେ। ସାମ୍ୱାଦିକ ଯେତେବେଳେ ଆସି ଗଲେ ସେତେବେଳେ ସେମାନଙ୍କୁ ଦହି-ସରବତ ପ୍ରଦାନ ପୂର୍ବକ ଆପ୍ୟାୟିତ କରାଗଲା। ଏହା ପରେ ଦୁଃଶାସନ କହିଲେ- ମୁଁ ଆପଣଙ୍କ ପାଖକୁ ଶାନ୍ତି ପ୍ରସ୍ତାବ ପଠାଇଛି। ମହାନ ବୁଦ୍ଧିଜୀବୀମାନେ ଆଜି ମୋତେ କହିବେ ଯେ ଯୁଦ୍ଧରେ ଆଜିଯାଏ କାହାରି ଭଲ ହୋଇନାହିଁ। ଜଣେ ସାମ୍ୱାଦିକ ପ୍ରଶ୍ନକଲେ- କିନ୍ତୁ ଆପଣ ତ ଦ୍ରୋପଦୀଙ୍କୁ ଅପମାନିତ କରିଥିଲେ। ଭୀମଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ ପୁଣି କିପରି ହୃଦୟର ପରିବର୍ତ୍ତନ ହେଲା। ଦୁଃଶାସନ କହିଲେ- ଏବେ ମୁଁ ଷ୍ଟେଟସ୍ମ୍ୟାନ ଭାବେ କହିବାକୁ ଚାହୁଁଛି ଯେ ଚଉଦ ଦିନଯାକ ଯୁଦ୍ଧରୁ ମୁଁ ବୁଝି ପାରୁଛି ଯେ ଯୁଦ୍ଧ ଏକ ନିରର୍ଥକ ପ୍ରସଙ୍ଗ, ମୁଁ କିନ୍ତୁ ଭୟଭୀତ ନୁହେଁ। କାରଣ ମୋ ପାଖରେ ଅସ୍ତ୍ର-ଶସ୍ତ୍ର। କିନ୍ତୁ ମୁଁ ମାନୁଛି ଯେ ଏବେ ମୋତେ ମାରି ଦେବାର ଶପଥକୁ ଭୁଲିଯିବା ଉଚିତ୍। କେଶବ ଏବଂ କାର୍ତ୍ତିକ ପ୍ରେସ୍ କନଫରେନ୍ସର ସିଧାପ୍ରସାରଣ ଦେଖି କେଶବ କହିଲେ- ମୃତ୍ୟୁ ମୁଣ୍ଡ ଉପରେ ତ ବୁଦ୍ଧି ବାହାରିବା ଆଶ୍ଚର୍ଯ୍ୟର କଥା ନୁହେଁ। କାର୍ତ୍ତିକ କହିଲେ- ଦେଖ କେଶବ ମୁଁ କହୁଛି ଦୁର୍ଯ୍ୟୋଧନ ଏବଂ ଦୁଃଶାସନ ଆମର ଶତ୍ରୁ ନୁହଁନ୍ତି, କେବେ କେବେ ଅପରାଧ କରିବସିଛନ୍ତି। ଆଜି ଦୁଃଶାସନ ଏହି ପ୍ରେସ୍ କନ୍‌ଫେରେନ୍ସ ମାଧ୍ୟମରେ ଶାନ୍ତିବାର୍ତ୍ତା ଦେଇଛନ୍ତି। ଏହାକୁ ଯୁଧିଷ୍ଠିର, ଅର୍ଜୁନ ଏବଂ ଭୀମଙ୍କ ଦ୍ୱାରା ସ୍ୱାଗତ କରାଯିବା ଉଚିତ୍। ପରଦିନ ସକାଳେ ସର୍ବ ନିଉଜ୍ ଡଟ୍କମ୍ ଭଳି ଗଣମାଧ୍ୟମରେ ଦୁଃଶାସନଙ୍କୁ ଦ୍ୱାପର ଯୁଗର ସବୁଠୁ ବଡ଼ ଶାନ୍ତିପୁରୁଷ ବୋଲି ଲେଖାଯାଇଛି। ମହାଭାରତର ସତର ଦିନ। ଭୀମ ଦୁଃଶାସନଙ୍କର ବାହୁ ଭଙ୍ଗ କଲେ। ୩. ରାମାୟଣ ମହାଭାରତର ଭଲ ଦିନ ଶାସକ ଏବେ ପୁଣି ଗୀତା, ରାମାୟଣ, ମହାଭାରତ ଭଳି ଭଲ ଦିନର କଥା ପଢ଼ି ଶୁଣାଉଛନ୍ତି। ଗତ ନିର୍ବାଚନରେ ଏହାକୁ ପଢି ଶୁଣାଇ ବହୁ ସଂଖ୍ୟାରେ ବରଦାନ ମିଳିଥିଲା। ଏଯାଏ ଲୋକ ସନ୍ଦେହରେ ଭଲଦିନ-ସୁଶାସନ-ସ୍ୱଚ୍ଛ ଉତ୍ତରଦାୟୀ ଶାସନ କ’ଣ? କାହିଁ ବାସ୍ତବମରେ ନା ଦେଖିପାରିଛନ୍ତି ନା ଚାଖିପାରିଛନ୍ତି ନା ଅଙ୍ଗେ ଅଙ୍ଗେ ନିଭାଇପାରିଛନ୍ତି। ଭଲ ଦିନ କ’ଣ? ସତରେ କ’ଣ ଭଲ ଦିନ ଆସିବାର ଥିଲା? ଆସିଛି ତ କାହାଙ୍କୁ ମିଳିଛି? କେତେ ସତ କେତେ ମିଛ ଏହି ଭଲ ଦିନ ଏବଂ ସୁଶାସନର ଶପଥ ପାଠ। ୬୭ ବର୍ଷ ପରେ ତ ଭଲଦିନ ଅଦୃଶ୍ୟ। ସଞ୍ଜୟ ଉବାଚ- ରାଜନ୍ ଆପଣଙ୍କ ଟ୍ରେଜେରିରେ ଭଲଦିନ ମିଳିଛି। ଏହାର ଚାବିକାଠି ଏହି ପୁସ୍ତକ ତଳେ ରଖି ଦେଇଛି। ବିରୋଧୀ ଦଳର ଆଖି ପଡିବ ତ ସେମାନେ ଏହାକୁ ଚୋରି କରି ନେଇଯିବେ। ଏହି ଚାବିକାଠି ହିଁ ଲକ୍କର କାଠି। ଏହି ଲକ୍କର୍ ଭୋଟରେ ଜିତିବା ପାଇଁ ଭଲଦିନ- ସୁଶାସନ ଆସିବା ସଂପର୍କରେ ସୂତ୍ର ଅଛି ମନ୍ତ୍ର ଅଛି, କଳା ଅଛି, କୌଶଳ ସଂପର୍କରେ ବର୍ଣ୍ଣନା ଗ୍ରନ୍ଥ ମଧ୍ୟ ଅଛି। ପପୁ ହୁହନ୍ତୁ କି ଫେକୁ! ଅବା ନୂତନ-ପୁରାତନ ସଭିଏଁ ଜାଣନ୍ତି ମିଛ ନକହିଲେ ନିର୍ବାଚନରେ ଜିତିବା କଷ୍ଟ। ମିଛ ଆମ୍ଭର ଧର୍ମ। କ୍ଷମତା ପ୍ରାପ୍ତି ଯାହା ମିଛ କହି ଲୋକଙ୍କୁ ଭ୍ରମିତ କରିବା ପାପ ନୁହେଁ ବରଂ ରାଜଧର୍ମ। ରାଜସିଂହାସନ ପ୍ରାପ୍ତି ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଜିତିବା ନିମନ୍ତେ ମହାଭାରତ ରାମାୟଣର ଯୁଦ୍ଧ ସୁତ୍ରକୁ ଗତ ନିର୍ବାଚନରେ ପ୍ରୟୋଗ କରି ବିଜୟୀ ହୋଇଛୁ। ଆଗାମୀ ନିର୍ବାଚନରେ ମଧ୍ୟ ଜିତିବୁ। ମୋ ଦଳ ଅଷ୍ଟାଙ୍ଗୁଳୀ ଦଳ ଏଥର ଏହି ଫର୍ମୁଲାରେ ବିଜୟୀ ହେବୁ ବୋଲି ଘୋଷଣା କଲେ ପପୁ। ଫେକୁ କହିଲେ, ଆରେ ବାବା ନା ଅଛି ଅନୁଭବ ନା ଅଛି ଅଭିଜ୍ଞତା, ପିଲାଲୋକ ବୟସ ପାକଳ ହେଲେ ଏପରି ଉଦ୍ୟମ କରିବା ଭଲ। ସଂହତି- ଏବଂ ସଂହାର ସୂତ୍ର କେବେ ମୋ ପାଖରେ ନା ତୁମେ ରାମାୟଣ ପଢିଛି ନା ପଢିଛନ୍ତି ନୂତନ-ପୁରାତନ। ମୁଁ ହିଁ ମୁଁ ତୁମର ପ୍ରିୟ ଫେକୁ। ଲୋକଙ୍କର-ଲୋକଙ୍କ ପାଇଁ ପୁଣି ଥରେ ଜିତିବି। ଏହା ଶୁଣି ସଂଞ୍ଜୟ କହିଲେ- ସତରେ ନାମଧାରୀ ନେତା ଅନେକ, ଧାମଧାରୀ ନେତା କାହିଁରେ କେତେ? କିନ୍ତୁ ସ୍ୱଚ୍ଛ-ସୁଶାସନ ଏବଂ ଭଲଦିନ ଆସିବାର ପ୍ରତିଶୃତି ଦେଇ ଲୋକଙ୍କ ମନକୁ ଜିତିବାର ଦେଶ ସାରା ହସ୍ତିନାପୁରରେ ଏବେ ସିଏ ଏକମାତ୍ର। ହେ ପପୁ! ଏହି ଗୁରୁଜ୍ଞାନ ପାଠକୁ ରାମାୟଣ-ମହାଭାରତ ପୃଷ୍ଠାକୁ ଲେଉଟାଇ ପଢିଲେ ଜାଣିବା ଅପେକ୍ଷା ସିଂହାସନ ପ୍ରାପ୍ତିର ମୋହରୁ ନିଜକୁ ଦୂରେଇ ରଖିବା ଉଚିତ ହେବ। ସଞ୍ଜୟଙ୍କର ଏମନ୍ତ କଥା ଶୁଣି ସମଗ୍ର ହସ୍ତିନାପୁର ରାଜବାଟୀରେ ପକ୍ଷ-ବିପକ୍ଷମାନେ ଏକା ସ୍ୱରରେ - ସଞ୍ଜୟଙ୍କ ବାକ୍ୟ ସତ୍ୟ ହେ ବୋଲି ନାରା ଦେବାକୁ ଲାଗିଲେ। ଏହାପରେ ରାଜା ନରଶ୍ରେଷ୍ଠ ନରେନ୍ଦ୍ର ନୂତନ-ପୁରାତନ ପପୁଙ୍କୁ ସାଥିରେ ଧରି ଗାଇଲେ- ମିଶୁ ଆମ୍ଭ ଦେହ ଏ ହସ୍ତିନାପୁର ମାଟିରେ। ହସ୍ତିନାପୁର ବାସୀ .......ପିଠିରେ।

Share :