୪ ବର୍ଷରେ ପକ୍କା ହବ ୫୦ ଲକ୍ଷ କଚ୍ଚାଘର?

୪ ବର୍ଷରେ ପକ୍କା ହବ ୫୦ ଲକ୍ଷ କଚ୍ଚାଘର?

Share :

  ୨୦୧୯ ସୁଦ୍ଧା ରାଜ୍ୟର ସବୁ କଚ୍ଚା ଘର ପକ୍କା ଘର ହେବ | ୨୦୧୫ ସାଧାରଣ ନିର୍ବାଚନବେଳେ ଏହି ଗ୍ୟାରେଣ୍ଟି ଦେଇଥିଲା ଶାସକ ବିଜୁ ଜନତା ଦଳ| ହେଲେ ରାଜ୍ୟରେ ଯେତିକି କଚ୍ଚାଘର ରହିଛି ତାହା ଏହି ସମୟ ମଧ୍ୟରେ ପକ୍କାଘର ହେବାଭଳି ମନେହେଉ ନାହିଁ | କାହିଁକିନା ୨୦୧୫ ସୁଦ୍ଧା ପ୍ରାୟ 6 ଲକ୍ଷ କଚ୍ଚା ଘର ପକ୍କା ଘର ହୋଇଥିବା ସରକାର ଦାବି କରୁଛନ୍ତି| ତଥାପି ଆହୁରି 50 ଲକ୍ଷ ପକ୍କା ଘରର ଆବଶ୍ୟକଶ†ରହିଛି |  ଯଦି ଗୋଟିଏ ଘର ପିଛା 1 ଲକ୍ଷ ଟଙ୍କା ହିସାବ କରାଯାଏ ତେବେ ଏଥିପାଇଁ ପ୍ରାୟ 50 ହଜାର କୋଟି ଟଙ୍କା ଲାଗିବ ବୋଲି ଆକଳନ କରାଯାଇପାରେ  | ଆଉ 4 ବର୍ଷ ମଧ୍ୟରେ ଏତେ ଅର୍ଥ ଘର ପାଇଁ ବଜେଟରେ ବ୍ୟୟବରାଦ କରିବା କେତେଦୂର ସମ୍ଭବପର ସେନେଇ ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ସାମାଜିକ ଆର୍ଥନୀତି ଜନଗଣନା ରିପୋର୍ଟ ବା ଏସଇସିସି 2011 ଅନୁଯାୟୀ ରାଜ୍ୟରେ 766119 ଘର ବାଉଁଶ ଓ ନଡ଼ାରେ ତିଆରି ହୋଇଥିବାବେଳେ 31759 ହେଉଛି ପ୍ଲାଷ୍ଟିକ ବା ପଲିଥିନ…ଘର | ସେହିପରି 4469620 ଘର ମାଟିରେ ତିଆରି ହୋଇଥିବାବେଳେ 149744 ଘର କାଠରେ ନିର୍ମିତ ହୋଇଛି | ଅନ୍ୟ 184619 ଘର ପଥରରେ ନିମିର୍ତ ହୋଇନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି | ଏହିପରି ଭାବେ ମୋଟ…5601860 ଘର କଚ୍ଚା ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି | କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ 2340990 ଘର ଥିବାବେଳେ 2014-15 ଓ 2015-16ରେ 666280 ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ନିର୍ମାଣ ସରିଛି | ଫଳରେ ଆଉ ମାତ୍ର 1674710 ଘର ପକ୍କା ହୋଇଗଲେ ସାରା ରାଜ୍ୟରେ ସମସ୍ତଙ୍କର ପକ୍କା ଘର ସ୍ବପ୍ନ ପୂରଣ ହୋଇପାରିବ ବୋଲି ସରକାର ଦର୍ଶାଇଛନ୍ତି| ଆଗାମୀ 4 ବର୍ଷରେ ଏହି ଟାର୍ଗେଟ… ପୂରଣ ପାଇଁ ସରକାର କେନ୍ଦ୍ର ସରକାରଙ୍କ ଠାରୁ ବର୍ଷକୁ 4 ଲକ୍ଷ ଇନ୍ଦିରା ଆବାସ ଦାବି କରିଛନ୍ତି | ସରକାର କେନ୍ଦ୍ର ନିକଟରେ ଦର୍ଶାଇଥିବା ସଫଳତା ଅନୁଯାୟୀ, 2014-15 ଆର୍ଥିକ ବର୍ଷରେ ରାଜ୍ୟରେ 3 ଲକ୍ଷ 20 ହଜାର ଇନ୍ଦିରା ଆବାସ ଓ 30 ହଜାର ବିଜୁ ପକ୍କା ଘର ନିର୍ମିତ ହୋଇଛି  | ୨୦୧୩-୧୪ ଆର୍ଥିକ ବର୍ଷରେ ଏଥିପାଇଁ 1365 କୋଟି ଟଙ୍କା ଖର୍ଚ୍ଚ ହୋଇଛି  | ଅର୍ଥାତ…ହାରାହାରି 75 ହଜାର ହିସାବରେ ରାଜ୍ୟ ସରକାର 30 ହଜାର ବିଜୁ ପକ୍କାଘର ପାଇଁ ମାତ୍ର 225 କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ବାକି ଅର୍ଥ ଇନ୍ଦିରା ଆବାସ ପାଇଁ ରାଜ୍ୟ ଅଂଶ ବାବଦକୁ ଦିଆଯାଇଛି | ଖାଲି ସେତିକି ନୁହେଁ ରାଜ୍ୟ ସରକାରଙ୍କ ନିଜସ୍ବ ଆକଳନ ଅନୁଯାୟୀ, ପ୍ରତିଦିନ କଚ୍ଚାଘରେ ରହୁଥିବା ରାଜ୍ୟର 1500 ପରିବାର ନିଜ କୋଠା ଘରକୁ ଯାଉଛନ୍ତି |  ପ୍ରତିଦିନ 2 କୋଟି ଟଙ୍କା ଖର୍ଚ୍ଚ ହେଉଛି | ଗୋଟିଏ ପଟେ କହୁଛନ୍ତି ପ୍ରତିଦିନ 15 ଶହ ପରିବାରର କୋଠା ଘର ହେଉଛି, ସେପଟେ ଦର୍ଶାଯାଉଛି 2 କୋଟି ଖର୍ଚ୍ଚ ହେଉଛି | ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ | ଘର ପିଛା 75 ହଜାର ହିସାବରେ 15 ଶହ ଘର ପାଇଁ ପ୍ରାୟ 11 କୋଟି ଟଙ୍କା ଖର୍ଚ୍ଚ ହେବା କଥା |  2 କୋଟିରେ 15 ଶହ ଘର କିଭଳି ହେଲା ସେହି ପ୍ରଶ୍ନ ଉଠିବା ସ୍ବାଭାବିକ | କିନ୍ତୁ ବାସ୍ତବ କଥାଟି ହେଉଛି ସରକାର ସିନା କାର୍ଯ୍ୟାଦଶ ଦେଇ ଦେଉଛନ୍ତି କିନ୍ତୁ ବର୍ଷ ବର୍ଷ ଧରି ଘର ଅଧାପନ୍ତରିଆ ପଡ଼ିରହୁଥିବା ଉଦାହରଣ କିଛି କମ…ନୁହେଁ | ଏଠାରେ ରାଜ୍ୟ ସରକାରଙ୍କ ଆଉ ଏକ ତଥ୍ୟର ମଧ୍ୟ ଅବତାରଣା କରାଯାଇପାରେ | ୨୦୧୪-୧୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଅପ୍ରେଲ-ଜୁନ…ମଧ୍ୟରେ ରାଜ୍ୟରେ 1.25 ଲକ୍ଷ ଇନ୍ଦିରା ଆବାସ ଓ 25 ହଜାର ବିଜୁ ପକ୍କାଘର ହୋଇଥିବା ସରକାର ପ୍ରକାଶ କରିଥିଲେ|  ଏହା କେତେଦୂର ସତ†ତାହା ଭୁକ୍ତଭୋଗୀ ଜାଣିଥିବେ | ୨୦୧୪-୧୫ ବର୍ଷରେ ରାଜ୍ୟ ସରକାର 5 ଲକ୍ଷରୁ ଅଧିକ ପକ୍କା ଘର କରିବାର ଲକ୍ଷ୍ୟ ରଖିଥିଲେ | ରାଜ୍ୟ†ସରକାର ଅନୁଗୁଳରେ 9362, ବାଲେଶ୍ବରରେ 22416, ବରଗଡ଼ରେ 15400, ଭଦ୍ରକରେ 17656, ବଲାଙ୍ଗୀରରେ 25694, ବୌଦ୍ଧରେ 7991, କଟକରେ 18918, ଦେବଗଡ଼ରେ 6888, ଢେଙ୍କାନାଳରେ 22339, ଗଜପତିରେ 12666, ଗଂଜାମରେ 29383, ଜଗତସିଂହପୁରରେ 8725, ଯାଜପୁରରେ 19947, ଝାରସୁଗୁଡ଼ାରେ 6760, କଳାହାଣ୍ଡିରେ 23302, କନ୍ଧମାଳରେ 13641, କେନ୍ଦ୍ରାପଡ଼ାରେ 23581, କେନ୍ଦୁଝରରେ 20848, କୋରାପୁଟରେ 39354, ମାଲକାନାଗିରିରେ 19520, ମୟୂରଭରେ 46518, ସୁନ୍ଦରଗଡ଼ରେ 30287, ସୁବର୍ଣ୍ଣପୁରରେ 8213, ସମ୍ବଲପୁରରେ 17827, ରାୟଗଡ଼ାରେ 28722 ଓ ପୁରୀରେ 27503 ଇନ୍ଦିରା ଆବାସ ଓ ବିଜୁ ପକ୍କାଘର କରିବା ପାଇଁ ଲକ୍ଷ୍ୟ ରଖିଥିଲେ| ଏଥିରୁ ମୋଟାମୋଟି ଭାବେ ଅନୁମେୟ ରାଜ୍ୟ ସରକାରଙ୍କ ମତରେ ଆଉ 17 ଲକ୍ଷ ପକ୍କା ଘର ହେଲେ ଟାର୍ଗେଟ…ପୂରଣ ହୋଇପାରିବ | ତେବେ ଏହି 17 ଲକ୍ଷ ଘର ହୋଇଗଲେ ସରକାରଙ୍କ ଗ୍ୟାରେଣ୍ଟି ଓ ସଂକଳ୍ପ ସହ ଲୋକଙ୍କ ଆଶା ପୂରଣ ହୋଇପାରିବ ତ ?

Share :