ପୋଲସରାରେ ବିଦ୍ରୋହ- ସ୍ବାଧୀନ ଲଢ଼ିବେ ଆରତୀ!

ପୋଲସରାରେ ବିଦ୍ରୋହ- ସ୍ବାଧୀନ ଲଢ଼ିବେ ଆରତୀ!

Share :

ହେମାଙ୍ଗ ପ୍ରସାଦ ରାଉଳ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ବିପର୍ଯ୍ୟୟ ଆଭାସ ଦେଖିବାକୁ ମିଳୁଛି ଗଂଜାମର ପ୍ରମୁଖ ବିଧାନସଭା କ୍ଷେତ୍ରରେ ଯେଉଁଠି ଏକାଧିକ ବିଧାୟକ ପ୍ରାର୍ଥୀ ନିଜ ନିଜର ଟାଣପଣ ଦେଖାଇ ଦଳକୁ ରସାତଳଗାମୀ କରିବାର ସ୍ପଷ୍ଟ ସଂକେତ ଦେଇଛନ୍ତି। ଏପରି କେବେ ଦେଖିବାକୁ ମିଳିନଥିବା ଗଂଜାମ ଜିଲ୍ଲାରେ ବୋଲି ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ଗଂଜାମର ଦୁଇ ପ୍ରମୁଖ ନିର୍ବାଚନ ସଂସଦୀୟ କ୍ଷେତ୍ର ସହ ବିଧାନସଭାରେ ବିଜେଡ଼ିର କେବଳ ବିଦ୍ରୋହ ଦେଖିବାକୁ ମିଳିନି ବରଂ ବିଜେଡ଼ିକୁ ବିରୋଧ କରି ଯିଏ ନିର୍ବାଚନ ଲଢ଼ିବାକୁ ଯିବ ତା’ର ପଛରେ ଦଳୀୟ କର୍ମୀମାନେ ଯିବାକୁ ମନ ବଳାଇଛନ୍ତି। ସବୁ ଦିଗରୁ ନବୀନଙ୍କୁ କ୍ଷତି ପହଞ୍ଚାଇବାର ପ୍ରସ୍ତୁତି ନିଶ୍ଚୟ ଏକ କୁହୁଳୁଥିବା ଅସନ୍ତୋଷର ପରିଣାମ ବୋଲି କହିବାକୁ ହେବ। ବିଜେଡ଼ି ସଭାପତି ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ଗଂଜାମର ଅନ୍ୟତମ ବିଜେଡ଼ି ଦୁର୍ଗ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଦ୍ରୋହର ସ୍ୱର ଉଠିଛି। ଟିକେଟ୍ ଆଶାୟୀ ଥିବା ଢ଼ୁଙ୍କାପଡ଼ା ସରପଞ୍ଚ ତଥା ଉଚ୍ଚଶିକ୍ଷିତା ନାରୀନେତ୍ରୀ, ସମାଜସେବୀ ଆରତୀ ଦେବୀ ଦୁଃଖ ପ୍ରକାଶ କରିବା ସହ ତାଙ୍କ ସମର୍ଥକମାନେ ନିରାଶ ହୋଇଛନ୍ତି। ପୋଲସରା ନିର୍ବାଚନ ମଣ୍ଡଳୀରେ ବିଗତ ପାଞ୍ଚ ବର୍ଷରେ ଆରତୀ ଦେବୀଙ୍କ ପତିଆରା ଅହେତୁକ ଭାବେ ବୃଦ୍ଧି ପାଇଛି। ଲୋକମାନଙ୍କ ବିଶ୍ୱାସଭାଜନ ହେବା ସହ ଲୋକଙ୍କ ସୁଖଦୁଃଖରେ ସମଭାଗିଦାରୀ ହୋଇଛନ୍ତି। ଯଦି ବିଗତ ପାଞ୍ଚ ବର୍ଷର ସର୍ଭେ କରାଯାଏ ଶ୍ରୀକାନ୍ତ ସାହୁ ବିଧାୟକ ହେଲେ ମଧ୍ୟ ଶେଷ ମୁହୂର୍ତ୍ତ ଯାଏଁ ଦୁର୍ନୀତି ତାଙ୍କ ପିଛା ଛାଡ଼ିନଥିଲା। ପ୍ରତ୍ୟେକ ଦିନ ପ୍ରତ୍ୟେକ ଖବରକାଗଜର ପୃଷ୍ଠା ତାଙ୍କ ବିରୋଧରେ ଲେଖାମାନ ପ୍ରକାଶ ପାଉଥିଲେ ସୁଦ୍ଧା ସେ ପୁଣି ଥରେ ଟିକେଟ ପାଇବା ପରେ ଅଂଚଳରେ ବିଜେଡ଼ି ବିରୋଧୀ ମନୋଭାବ ପ୍ରକାଶ ପାଇଛି। ଯାହାକି ବିଜେଡ଼ି ପାଇଁ ୨୦୧୯ ନିର୍ବାଚନ ବହୁମୂଲ୍ୟ ଦେବାକୁ ପଡ଼ିବ। ତଳେ ଦିନେ ବିଧାୟକଙ୍କ ନାମରେ ବହୁ ପ୍ରକାର ଅଭିଯୋଗ ଆସିଥିବାବେଳେ ଲୋକେ ତାଙ୍କ ପ୍ରତି ବର୍ତ୍ତମାନ ବିମୁଖ ଅଛନ୍ତି। ଖେଳପଡ଼ିଆ ଦୁର୍ନୀତି ହେଉ କିମ୍ୱା ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଶ୍ନବାଚୀ ହେଉ, ନାରୀ ଦୁଷ୍କର୍ମକାରୀଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ମଧ୍ୟ ତଳେ ଦିନେ ଅଭିଯୋଗ ହୋଇଥିଲା। ଇନ୍ଦିରାବାସଠାରୁ ଆରମ୍ଭ କରି ତିତିଲ୍ କ୍ଷୟକ୍ଷତି, କାଳିଆ ଯୋଜନାର ଟଙ୍କା ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାଗୁଡ଼ିକରେ ହେରାଫେରିରେ ସେ ସଂପୂର୍ଣ୍ଣ ଭାବେ ଜଡ଼ିତ ଥିବା ଅଂଚଳର ବୁ୍ଦ୍ଧିଜୀବୀ ତଥା ସାଧାରଣରେ ଅଭିଯୋଗ ହେବା ସଂଗେ ସଂଗେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ତାଙ୍କର ପଆର୍ଥିତ୍ବ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ବାଟଖୋଲିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିଜେଡ଼ିକୁ ବିରୋଧ ନକଲେ ମଧ୍ୟ ବ୍ୟକ୍ତିକୁ ବିରୋଧ କରି ଭୋଟରମାନେ କଂଗ୍ରେସ ଏବଂ ବିଜେପି ସହିତ ଯିବାର ସମ୍ଭାବନା ଅଧିକ। ଆରତୀଙ୍କ ପାଇଁ ବର୍ତ୍ତମାନ କଂଗ୍ରେସ ଏବଂ ବିଜେପି ଉଭୟ ଆପଣାଇବା ପାଇଁ ତତ୍ପର ହେବା ସହିତ ସବୁକିଛି ସର୍ତ୍ତରେ ରାଜି ଥିଲା ପରି ମନେହେଉଛି। ଯଦି ଆରତୀ ଦେବୀ କଂଗ୍ରେସ କିମ୍ୱା ବିଜେପିରେ ସାମିଲ ହୁଅନ୍ତି ବା ସ୍ୱାଧୀନରେ ପୋଲସରା ନିର୍ବାଚନ ମଣ୍ଡଳୀ ପାର୍ଥ ପ୍ରାର୍ଥୀପତ୍ର ଦାଖଲ କରନ୍ତି ତାଙ୍କର ବିଜୟ ଅସମ୍ଭବ ନୁହେଁ କହିଲେ କିଛି ଭୁଲ୍ ହେବ ନାହିଁ। ଏଠାରେ ଗୋଟିଏ କଥା ଦେଖିବାକୁ ରହିଲା ୨୦୧୪ ନିର୍ବାଚନରେ ନୀର ପ୍ରଧାନ ମଧ୍ୟ ଟିକେଟ୍ ଦୌଡ଼ରେ ଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଟିକେଟ୍ରୁ ବଂଚିତ ହୋଇ ହାତୀଓଟ ସରପଞ୍ଚ ଥିବା ଶ୍ରୀକାନ୍ତ ସାହୁଙ୍କୁ ଟିକେଟ୍ ମିଳିଥିଲା। ସେଦିନଠାରୁ ପୋଲସରା ବିଜେଡ଼ି ଦୁଇଭାଗରେ ବିଭକ୍ତ ହୋଇଥିଲା। ସବୁ ଦଳୀୟ କାର୍ଯ୍ୟକ୍ରମରେ ସମାନ୍ତରଳ ସଭାମାନ ଆୟୋଜନ କରାଯାଇ ବିଜେଡ଼ି ମଧ୍ୟରେ ଫାଟ ଥିବା ଦେଖିବାକୁ ମିଳୁଥିଲା। ସେ ଏହିଥର ମଧ୍ୟ ଟିକେଟ୍ ଦୌଡ଼ରେ ରହିଥିଲେ। ତାଙ୍କୁ ଟିକେଟ୍ ନଦେବାରୁ ସେ ବର୍ତ୍ତମାନ ଗେମ୍ଚେଞ୍ଜର ରୋଲ୍ ନେଇପାରନ୍ତି। ଆରତୀ ଦେବୀ ଯଦି ସ୍ୱାଧୀନରେ ପ୍ରାର୍ଥୀପତ୍ର ଦାଖଲ କରନ୍ତି ତେବେ ସେ ତାଙ୍କୁ ସମର୍ଥନ ଦେଲେ ଆରତୀଙ୍କ ବିଜୟ ନିଶ୍ଚିତ ହୋଇଯିବା ସ୍ୱାଭାବିକ। ପୋଲସରା ନିର୍ବାଚନରେ ବିଜେପିର ଦୁର୍ବଳ ନେତୃତ୍ୱ ଓ କଂଗ୍ରେସର ଦିଶାହୀନ ସଂଗଠନରୁ ବିଜୁ ଜନତା ଦଳର ପ୍ରାର୍ଥୀ ବାଜି ମାରିବା ସମ୍ଭାବନା ଅଛି। କିନ୍ତୁ ଆରତୀଙ୍କ ବ୍ୟକ୍ତିତ୍ୱ ଆଧାରରେ ଯଦି ନିର୍ବାଚନ ପାଇଁ ସେ ଦୃଢ଼ ମନୋବଳାଇ ବିଜେଡ଼ି ନହେଲା ନାହିଁ ସ୍ୱାଧୀନ ଭାବରେ ଉପସ୍ଥାପିତ କରନ୍ତି ପୋଲସରା ବିଧାନସଭା କ୍ଷେତ୍ରରେ ବିଜେଡ଼ିରେ ଅଙ୍କ ସବୁ ଓଲଟପାଲଟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

Share :