ଗହମ ଘାସ ଏକ ଜୈବିକ ଔଷଧ

ଗହମ ଘାସ ଏକ ଜୈବିକ ଔଷଧ

Share :

ବିଶ୍ୱଜିତ ମଲ୍ଲିକ କିଛି ବର୍ଷ ହେବ ଗହମ ଘାସ ଶରୀରର ରୋଗ ନିରାକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୁପରଫୁଡ଼୍ ଭାବେ ଆଜିକାଲି ଏହା ପରିଚିତ। ଲୋକମାନେ ଏବେ ଗହମଘାସକୁ ଦୈନିକ ଜୁସ୍ ଭାବେ ମଧ୍ୟ ଗ୍ରହଣ କଲେଣି। ବର୍ତ୍ତମାନ ଏହା ପାଉଡ଼ର ଭାବେ ଉପଲବ୍ଧ। ତେବେ ଆସନ୍ତୁ ଜାଣିବା ଏ ଗହମଘାସ କ’ଣ? ଗହମଘାସରେ ଥିବା ପୋଷକଦ୍ରବ୍ୟ- ଭିଟାମିନ୍ ସି(ଲେମ୍ୱୁରେ ଥିବା ପରିମାଣ ସହ ସମାନ)। ଭିଟାମିନ୍ ଏ (ଗାଜରରେ ଥିବା ପରିମାଣ ସହ ସମାନ)। ବିଭିନ୍ନ ଖଣିଜଲବଣ ଯଥା- କ୍ୟାଲସିୟମ୍, ଆଇରନ୍, ପଟାସିୟମ୍ ଇତ୍ୟାଦି। ଏହା ଛଡ଼ା ବିଭିନ୍ନ ଆମିନୋଏସିଡ଼, ଏନଜାଇମ୍ ପ୍ରଭୃତି ଥାନ୍ତି। ଆଣ୍ଟିଅକ୍ସିଡ଼ାଣ୍ଟରେ ଭରପୂର ଏ ଗହମଘାସ ଏବେ ସମସ୍ତଙ୍କ ଘରେ ଆଦୃତ। ଉପଯୋଗିତା- ଏହା ଓଜନ କମାଇବାରେ ସାହାଯ୍ୟ କାର। ରକ୍ତ ସଂଚାଳନରେ ସାହାଯ୍ୟ କରେ। ଏହା କର୍କଟ ପ୍ରତିରୋଧକ ଅଟେ। ଏହା ଦାନ୍ତମାଢି ଶକ୍ତ ରଖିବାରେ ସାହାଯ୍ୟ କରେ। ବିଭିନ୍ନ ଚର୍ମରୋଗରୁ ରକ୍ଷା କରେ। ଏହାଛଡ଼ା ଏହା ହିମୋଗ୍ଲୋବିନ୍ ପରିମାଣ ବଢାଇଥାଏ। ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ପ୍ରୟୋଗ ବିଧି- ଗୋଟେ ଚାମଚ ଗହମଘାସ ପାଉଡ଼ର (୩ଗ୍ରାମ)କୁ ୫୦ମିଲି ପାଣିରେ ପକାଇ ଭଲଭାବେ ଗୋଳାନ୍ତୁ।ଭଲଭାବେ ଏହା ମିଶିବା ଯାଏଁ ଅପେକ୍ଷା କରନ୍ତୁ। ଆପଣ ଏହାକୁ କ୍ଷୀର ସହ ମଧ୍ୟ ମିଶାଇ ପିଇ ପାରିବେ। ଏହାକୁ ସକାଳେ ଖାଲି ପେଟରେ ପିଇବା ଆବଶ୍ୟକ। ସାବଧାନତା- ଏହାକୁ ମିଶାଇବାର କିଛି ସମୟ ଭିତରେ ପିଅନ୍ତୁ। ନହେଲେ ଏହାର କ୍ଷମତା ହ୍ରାସ ପାଏ। ଏହାକୁ ଖରା ନ ପଡ଼ୁଥିବା ସ୍ଥାନରେ ରଖିବା ଆବଶ୍ୟକ। ନଚେତ୍ ଏହା ବ୍ୟାକ୍ଟେରିଆ ସଂକ୍ରମିତ ହୋଇପାରେ। ତେବେ ଆସନ୍ତୁ ଏହାକୁ ପିଇବା ଏବଂ ଏହାର ଉପଯୋଗିତାକୁ ଅନୁଭବ କରିବା। ଏ ସର୍ମ୍ପକରେ ଏବେ ଏମ୍ଏସ୍ ସ୍ବାମୀନାଥନ୍ କୃଷି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗବେଷଣାରତ। ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ। (କୋଟାଙ୍ଗ, କୋଣାର୍କ, ପୁରୀ) ମୋ-୮୯୮୪୪୨୬୦୫୮

Share :