ଅନାବନା କବିତା

ଅନାବନା କବିତା

Share :

ରବି କାନୁନ୍‌ଗୋ ପାଚିଲା ଫଳ, ନାଚିଲା ଜଳ, ବଢିଲା ଝିଅ, ପୋଡ଼ିଲା ଘିଅ- ନଜର କେମିତି ନ ଯିବ କୁହ? ଯୁଝିବାକୁ ମାତ୍ର ଏକଇ ସମର କେହି ହାରେନି କି କେହି ଜିତେନି। ଆଶା ପରାକ୍ରମ ବିଅର୍ଥ ସୁଷମ ରାତି ହଜେନି କି ଦିନ ବିତେନି। ଆଶାରୁ ବଳି ନାହିଁ ରଥ, ବିଶ୍ୱାସୁ ବଳି ନାହିଁ ପଥ। ବଡ଼ଦାଣ୍ଡ ଛାଡ଼ି କାହିଁ ଗଡ଼ିବୁ? ମନ ଯଦି ନାହିଁ କାହୁଁ ଯୋଡ଼ିବୁ? ଗଅଁଠ ଛନ୍ଦରେ ଗଣ୍ଠି ନ ଭିଡ଼ିଲେ ଉପର ଥାକକୁ କାହୁଁ ଚଢିବୁ? ପାଗ ନିର୍ବାଚନ ମନ ଯେ ଉଚ୍ଛନ୍ନ - ପଛ ଦେଖିଦେଖି ଆଗେ ବଢ଼ିବୁ। ରାଜା ବେଶେ ମତେ ସଜେଇ ଦେ ଝୁମୁକା ଟିକିଏ ବଜେଇ ଦେ। ଖଳନାୟକ ମୁଁ ଆପେ ହେଇଯିବି, ତୋ ମନ ତୁ ଥରେ ହଜେଇ ଦେ।

Share :