କୃଷକ ବନ୍ଧୁ ଟ୍ରାଇକୋଡର୍ମା

କୃଷକ ବନ୍ଧୁ ଟ୍ରାଇକୋଡର୍ମା

Share :

ପ୍ରୀତିଲଗ୍ନା ଧଳ ଓ ଡି. ଶୁଭମ କବକ ଏକ ଅଣୁ ଜୀବ। ଖାଲି ଆଖିରେ ଏମାନଙ୍କୁ ଦେଖି ହୁଏ ନାହିଁ। ଏହି କବକମାନଙ୍କ ମଧ୍ୟରୁ ଅନେକ ଫସଲର କ୍ଷତି କରିଥାନ୍ତି। ତେବେ ପ୍ରକୃତିରେ ଏପରି କେତେକ ଉପକାରୀ କବକ ମଧ୍ୟ ଅଛନ୍ତି ଯେଉଁମାନେ ଅପକାରୀ କବକ ଓ କୀଟମାନଙ୍କୁ ଦମନ କରି ଫସଲର ସୁରକ୍ଷା କରିଥାନ୍ତି। ଟ୍ରାଇକୋଡର୍ମା ଏକ ଉପକାରୀ କବକ। ଏହା ଗାର୍ଡ, ଫଜିଂନିଲ, ବାଇଓଗାର୍ଡ, ନିସର୍ଗ, ଅଂଟାଗୋନ, ମୋନିଟର, ଟିଭି, ଇକୋଫିଟ, ରକ୍ଷକ, ବାଇଓହିଲ ପରି ଜୈବ ନାଶକକୁ ବିହନ ବିଶୋଧନ, ତଳି ଉପଚାର, ମୃତ୍ତିକା ଉପଚାର ଓ ପତ୍ର ସିଞ୍ଚନ ପାଇଁ ବ୍ୟବହାର କରାଯାଏ। ବିହନ ବିଶୋଧନ- ଏକ କିଗ୍ରା ବିହନ ପାଇଁ ଚାରି ଗ୍ରାମ ଟ୍ରାଇକୋଡ଼ରମା କଲଚ଼ର ଦସ ମିଲି ପାଣିରେ ଭଲ ଭାବରେ ଗୋଳେଇ ଉପଚାର କରନ୍ତୁ। ହଳଦୀ, ଅଦା, ଆଳୁ, ଆଖୁ ଖଣ୍ଡ, କନ୍ଦମୂଳ ଜାତୀୟ ବିହନ ପାଇଁ ଏକ ଲିଟର ପାଣିରେ ଦଶ ଗ୍ରାମ ଟ୍ରାଇକୋଡର୍ମା କଲଚରରେ ମିଶେଇ ସେହି ଦ୍ରବଣରେ ବିହନ ବିଶୋଧନ କରନ୍ତୁ। ତଳି ଉପଚାର- ୧ ଲିଟର ପାଣିରେ ୧୦ ଗ୍ରାମ ଟ୍ରାଇକୋଡ଼ର୍ମା ମିଶେଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ ଓ ସେଥିରେ ତଳି ୧୮ ମିନିଟ ପାଇଁ ବୁଡାଇ ମୁଖ୍ୟ କିଆରୀରେ ରୁଅନ୍ତୁ। ପତ୍ର ସିଞ୍ଚନ- ୧ ଲିଟର ପାଣିରେ ୫ ଗ୍ରାମ କଲଚର ମିଶେଇ ଗୋଟିଏ ଋତୁରେ ଅମଳ ହେଉଥିବା ଫସଲରେ ଥରେ ଏବଂ ଆଖୁ, କଦଳୀ ଅନ୍ୟାନ୍ୟ ଫସଲରେ ବର୍ଷକୁ ୨ ଥର ପ୍ରୟୋଗ କରନ୍ତୁ। ମୃତ୍ତିକା ଉପଚାର- ୫୦ କିଗ୍ରା ଗୋବର ବା କମ୍ପୋଷ୍ଟ ସହ ୧ କିଗ୍ରା ଟ୍ରାଇକୋଡ଼ର୍ମା କଲଚର ମିଶେଇ ମାଟିରେ ବତର ଅବସ୍ଥାରେ ପ୍ରୟୋଗ କରନ୍ତୁ। ତଳି ପଟିରେ ପ୍ରୟୋଗ କରିବାକୁ ହେଲେ ପ୍ରତି ୫ ଡିସିମିଲି ପାଇଁ ୨୫୦ ଗ୍ରାମ କଲଚରକୁ ୫୦ ଲିଟର ପାଣିରେ ମିଶେଇ ପ୍ରୟୋଗ କରନ୍ତୁ ଓ ସଂଗେ ସଂଗେ ତଳି ପକାନ୍ତୁ। ଟ୍ରାଇକୋଡ଼ର୍ମା ଦ୍ୱାରା ନିୟନ୍ତ୍ରଣ ହେଉଥିବା ରୋଗ- ଏହା ଦ୍ୱାରା ଟମାଟୋର ଝାଉଁଳା ରୋଗ, ଓ ଘରିକଟା ରୋଗ, ଆଳୁ ଓ ଧୂଆଁ ପତ୍ରରେ ମୂଳସଧା ରୋଗ, କପା ଓ ମଟରରେ ଝାଉଁଳା ଓ ଚେର ପଛ ରୋଗ, ଫୁଲକୋବି ଓ ବନ୍ଧାକୋବିରେ ଘରିକଟା ରୋଗ, ଚା ଫସଲରେ ବେକ ପଛ ରୋଗ, ଅଳେଇଚରେ ଫଳ ପଛ ରୋଗ, କାକୁଡି, କଫି, କଦଳୀରେ ଝାଉଁଳା ରୋଗ, ଅଦା ଓ ହଳଦୀରେ ପାଦପଚା ରୋଗ, ବାଇଗଣ ଓ ସୁର୍ଯ୍ୟମୁଖୀ ଫସଲରେ ବେକପଚା ରୋଗ, ପିଆଜରେ ଚେର ପଛ ରୋଗ ଲଙ୍କା ମରିଚରେ ଘରିକଟା ତଥା ଝାଉଁଳା ରୋଗ ନିୟନ୍ତ୍ରଣ କରେ।

Share :