ବିଜେପି ଟିକଟ ଲବିରେ ଡା. ସାହୁ

ବିଜେପି ଟିକଟ ଲବିରେ ଡା. ସାହୁ

Share :

ହେମାଙ୍ଗ ପ୍ରସାଦ ରାଉଳ ଭାରତରେ ଭାରତୀୟ ଜନତା ପାର୍ଟିର ଶାସନ ବିଶ୍ୱରେ ବହୁ ରାଷ୍ଟ୍ରଙ୍କୁ ପ୍ରଭାବିତ କରି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟତା ବେଶ୍ ବୃଦ୍ଧି ପାଇଛି। ୨୦୧୪ ନିର୍ବାଚନରେ ବିଜେପି ନିଜ ଦମ୍ଭରେ ସଂଖ୍ୟା ଗରିଷ୍ଠ ଦଳ ଭାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶାସନ ସିଂହାସନରେ ବସାଇ ନୂଆ କୀର୍ତ୍ତିମାନ ସୃଷ୍ଟି କରିଥିଲା। ଦେଶରେ ବିଜେପି ବିଜୟଧାରାରେ କିନ୍ତୁ ବହୁ ପଛରେ ପଡ଼ିଯାଇଥିଲା ଓଡ଼ିଶା। କେବଳ ମାତ୍ର ଗୋଟିଏ ଲୋକସଭା ଆସନରୁ ଜୁଏଲ୍ ଓରାମ୍ ଜୟ ଲାଭ କରିଥିଲ। ନବୀନ ବାବୁଙ୍କ ଲୋକପ୍ରିୟତାରେ ବିଜେଡ଼ିରେ ସ୍ୱର ଶାଣିତ ଥିଲା ଏବଂ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟ ରାଜ୍ୟରୁ ରାଜ୍ୟସଭା ସାଂସଦ ସହ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ପାଇଲେ। ତେବେ ୨୦୧୪-୨୦୧୯ରେ ଓଡ଼ିଶାରେ ବିଜେପି କେନ୍ଦ୍ର ସରକାରଙ୍କ ନୀତି, ଆଦର୍ଶକୁ ପାଥେୟ କରି ପଞ୍ଚାୟତ ନିର୍ବାଚନରେ ଉନ୍ନତି କରି ନବୀନ ବାବୁଙ୍କୁ ସଂକେତ ଦେଲା ଯେ ହଁ ଆମେ ବି ପାରିବୁ। ଏମିତି ସମୟରେ ଓଡ଼ିଶାରେ ବିଜେପି ପ୍ରତି ବହୁ ନୂତନ ପିଢ଼ିର ମୁହଁ ସହ ବଳିଷ୍ଠ ସଂଗଠନ କିଛି ପ୍ରଶାସନିକ ପଦାଧିକାରୀ, ଡ଼ାକ୍ତର, ଅଧ୍ୟାପକ ମଧ୍ୟ ଆକର୍ଷଣ ହୋଇ କିଛି ମାସ ମଧ୍ୟରେ ବିଜେପିର ଧାରାରେ ନିଜ ସ୍ୱର ଯୋଡ଼ି ଦେଇଛନ୍ତି। ଏପରି ପରିସ୍ଥିତିରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରମୁଖ ନେତୃତ୍ୱର ସ୍ଥାନ ପୂରଣ ପାଇଁ ଜଣେ ଦକ୍ଷ ଡ଼ାକ୍ତର ସଂଗଠକ ସମାଜସେବୀ ନିଶ୍ଚେତକ ବିଶେଷଜ୍ଞ ଡା. ସୁବାସ ଚନ୍ଦ୍ର ସାହୁ ଆଶାୟୀ ରହିଥିବା ଖବର ନିଶ୍ଚୟ ବିଜେପି ଶିବିରକୁ ଉତ୍ସାହିତ କରିଛି। ଗଂଜାମ ସୋରଡ଼ାରୁ ଶୈଶବର ଜୀବନ ଖେଳ ଖେଳି ବ୍ରହ୍ମପୁର ବଡ଼ ମେଡ଼ିକାଲ୍ରୁ ମେଡ଼ିକାଲ ଶିକ୍ଷା ସହ ନିଜ ଗଂଜାମ ମାଟିର ସେବାବ୍ରତୀ ଡା. ସୁବାସ ଚନ୍ଦ୍ର ସାହୁଙ୍କ ସାଙ୍ଗଠନିକ ଦକ୍ଷତା ରହିବା ସହ ବ୍ରହ୍ମପୁରର ବହୁ ସାମାଜିକ ସାଂସ୍କୃତିକ ଶିକ୍ଷାଦାନର ଅନୁଷ୍ଠାନରେ ଶାଖା ପରିଚାଳକ ଭାବରେ ଅମଳିନ ଚେହେରା। ବ୍ରହ୍ମପୁର ଲୋକସଭାରେ ବିଜେପି ସାଂସଦ ଭାବରେ ଏନଡିଏ ଶାସନରେ ଏଠାକାର ବାସିନ୍ଦାଙ୍କ ଶ୍ରଦ୍ଧା ସମ୍ମାନ ରହିଥିଲା। ଅନାଦି ସାହୁ ବ୍ରହ୍ମପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସାଂସଦ ହେବା ବିଜେପି ପାଇଁ ଉତ୍ସାହପୂର୍ଣ୍ଣ ଥିଲା। କିନ୍ତୁ ରାଜ୍ୟ ସଂଗଠନର ଦୁର୍ବଳ ନୀତିରୁ ସେ ଦୂରେଇ ନେଇ ରାଜନୀତିରୁ ପ୍ରାୟତଃ ସନ୍ନ୍ୟାସ ନେଇଯିବା ପରେ ବ୍ରହ୍ମପୁର ବିଜେପି ସଂଗଠନ ଦୁର୍ବଳ ହେଲା। ଶେଷରେ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଜୟ ଲାଭ କରି ୟୁପିଏ ସରକାରରେ ମନ୍ତ୍ରୀ ମଧ୍ୟ ରହିଲେ। କିନ୍ତୁ ତାଙ୍କର କ୍ଷମତା ଅପସରିଗଲା ପରେ ସେ ମଧ୍ୟ ଗ୍ରହଣୀୟ ହେଲେ ନାହିଁ। ତାଙ୍କ ସ୍ଥା ନେଲେ ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର। କଂଗ୍ରେସ ମଧ୍ୟ ନିଷ୍ପ୍ରଭ ହେଲା। ଆଜି ଚନ୍ଦ୍ରଶେଖର ସାହୁ ବିଜେଡ଼ିରେ, ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେଡ଼ିର ସାଂସଦ ଓ ଆଶାୟୀ ଭାବରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜେପି ଯଦି ଉପଯୁକ୍ତ ପ୍ରାର୍ଥୀଟିଏ ଠିଆ କରାଇବ ପଦ୍ମର ମଳିନ ଚେହେରାରେ ପୁଣି ରଂଗ ଆସିବ ବୋଲି ଡା. ସାହୁ କହିଛନ୍ତି। ଡା. ସୁବାସ ଚନ୍ଦ୍ର ସାହୁ ଦାବି କରନ୍ତି ଯେ ସେ ବିଜେପି ସାଂସଦ ପ୍ରାର୍ଥୀ ହେଲେ ନରେନ୍ଦ୍ର ମୋଦିଙ୍କ ବିଚାରଧାରାର ଯୁବ ପୀଢ଼ିଙ୍କୁ ମନେଇବାରେ ସକ୍ଷମ ହେବା ସହ ଗଂଜାମ ଓ ଗଜପତି ଜିଲ୍ଲାରେ ତାଙ୍କର ବହୁମୁଖୀ ସାମାଜିକ ସେବାର ପରିଣାମ ଅବଶ୍ୟ ମିଳିବ। ଜଣେ ମେଳାପୀ ମାନବବାଦୀ ଲୋକପ୍ରିୟ ନେତା ଡା. ସୁବାସ ଚନ୍ଦ୍ର ସାହୁ ଯଦି ବିଜେପିର ନୂଆ ମୁହଁ ତଥାପି ବିଜେପିର ନିର୍ବାଚନ ପର୍ବରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ସେ ଗ୍ରହଣୀୟ ହେବାର ଅଧିକ ସମ୍ଭାବନା ମଧ୍ୟ ରହିଛି। ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାରେ ବିଜେପି ଯଦି ଜିତିବାକୁ ଚାହେଁ ସଂଗଠନର ଦାୟିତ୍ୱ ଥିବା ଲୋକମାନେ ବଳିଷ୍ଠ ଚେହେରା ଆଦର୍ଶବାନ ନୀତି ଆଧାରିତ ନେତା ଚୟନ କରିବା ମଧ୍ୟ ଜରୁରୀ। ବହୁ ବଳିଷ୍ଠ ଚେହେରା ଖୁବ୍ କମ୍ ଦିନ ଭିତରେ ଅଂଚଳର ବିକାଶ ଧାରାରେ ନିଜକୁ ଯୋଡ଼ି ଉନ୍ନୟନମୂଳକ ଚିନ୍ତା ରଖିଥାନ୍ତି। ବ୍ରହ୍ମପୁର ଲୋକସଭା ଓ ବିଧାନସଭାରେ ବିଜେପି ଓ ବିଜେଡ଼ି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହେବା ସମ୍ଭାବନା ଅଧିକ। ବିଜେଡ଼ିରେ ବିଦ୍ରୋହୀ ପ୍ରାର୍ଥୀମାନେ ମଧ୍ୟ ଅଣ୍ଟା ଭିଡ଼ିବା ନିଶ୍ଚିତ। ଏହିପରି ସମୟରେ ଠିକଣା ମଣିଷଟିଏ ବିଜେପିର ମୁହଁ ହୋଇ ଠିଆ ହେଲେ ବ୍ରହ୍ମପୁରର ପୁରୁଣା ରେକର୍ଡ଼ ବିଜେପି ପାଇଁ ନିଶ୍ଚୟ ଶୁଭଙ୍କର ହେବ ବୋଲି ସହରରେ ଚର୍ଚ୍ଚା। ଡା. ସୁବାସ ଚନ୍ଦ୍ର ସାହୁ ବିଜେପି ଛାମୁଆ ନେତାଙ୍କ ଠାରୁ ସବୁଜ ସଂକେତ ପାଇବା ଅପେକ୍ଷାରେ। ଏହି ଅପେକ୍ଷାର ମୂଲ୍ୟ ବିଜେପି ନିଶ୍ଚୟ ଦେବ ବୋଲି ସେ ଆଶାବାଦୀ।

Share :