ନବୀନ ଓ ଉଷାଙ୍କ ଜିତିବା ଆଶା

ନବୀନ ଓ ଉଷାଙ୍କ ଜିତିବା ଆଶା

Share :

ହେମାଙ୍ଗ ପ୍ରସାଦ ରାଉଳ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ଗଂଜାମର ସ୍ଥାନ ସ୍ୱତନ୍ତ୍ର। ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୈତିକ ଜୀବନ ଆରମ୍ଭ କରି ଦୁଇ ଦଶନ୍ଧି ଭିତରେ ମହାନାୟକର ଭାବମୂର୍ତ୍ତି ଅର୍ଜନ କରିଛନ୍ତି। କୋଡ଼ିଏ ବର୍ଷ ତଳେ ଯାହାର ଓଡ଼ିଶାର ସଂସ୍କୃତି, ରାଜନୀତି ଓ ଜୀବନଶୈଳୀ ସହ ସଂପର୍କ ଆଦୌ ନଥିଲା ସିଏ ଆଜି ଭାରତ ରାଜନୀତିର ଶିରୋନାମାରେ ଚର୍ଚ୍ଚାରେ ଶୀର୍ଷରେ। ଆସିକା ନିର୍ବାଚନ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ତାଙ୍କର ଯଦିଓ କ୍ୟାରିୟର ଆରମ୍ଭ ହିଂଜିଳିକାଟୁରୁ ବିଧାନସଭା କ୍ଷେତ୍ର ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭିନ୍ନ ଏକ ଧୂରୀଣ ରାଜନୀତି ଭାବରେ ଠିଆ କରାଇଛି। ଏଠାକାର ୧ ଲକ୍ଷ ୩୦ ହଜାର ପୁରୁଷ ଓ ୯୮ ହଜାର ମହିଳା ଭୋଟଙ୍କ ମଧ୍ୟରେ ନବୀନବାବୁ ଆଜି ବି ଲୋକପ୍ରିୟ। ଶେରଗଡ଼ ଓ ହିଂଜିଳି ବ୍ଲକ୍ରୁ ହଜାର ହଜାର ଭୋଟରଙ୍କ ମତରେ ଆଜି ବି ନବୀନ ଯଶସ୍ୱୀ ରାଜନେତା। ଶରତ ମହାପାତ୍ର, ସୁରେନ୍ଦ୍ର ପ୍ରଧାନ, ବାବୁଲା ଚୌଧୁରୀ, ପବିତ୍ର ପାଣିଗ୍ରାହୀଙ୍କ ପରି ରଥୀମାନେ ନବୀନଙ୍କ ସାରଥୀ ହୋଇ ବିଜୁ ଜନତା ଦଳକୁ ଭିନ୍ନ ପରିଚୟ ଦେଇଛନ୍ତି। ଗଂଜାମ ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ଆପ୍ରାଣ ଚେଷ୍ଟା ଓ ଉଦ୍ୟମ ଫଳରେ ଜିଲ୍ଲାରେ ନାରୀ ଶକ୍ତି ଆଗକୁ ବଢ଼ିଛି। ହିଂଜିଳି ନିର୍ବାଚନ ମଣ୍ଡଳୀରେ ସଂଘମିତ୍ରା ଦଳେଇ, ମମତା ରେଡ଼ୀ, ଶ୍ରୀମତୀ ପାଢ଼ୀ, ଉମା ବେହେରା ଏବଂ ଚିକିଟି ନିର୍ବାଚନ ମଣ୍ଡଳୀରେ ରୀତା ମହାନ୍ତି, କେ. ରେଭାବତୀ, ଭି. ଲକ୍ଷ୍ମୀରେଡ଼ିଙ୍କୁ ନେଇ ସଂଗଠନ ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନରେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟର ସଂଖ୍ୟା ଗତ ନିର୍ବାଚନ ଅପେକ୍ଷା ବୃଦ୍ଧି ପାଇବା ସମ୍ଭାବନା ରହିବା ସହ ଜିଲ୍ଲାରେ ନାରୀ ସଶକ୍ତିକରଣ, ଘରଘରକୁ ଶଂଖ ଏବଂ ବିଭିନ୍ନ ଯୋଜନା ଯାହାକି ବିରୋଧୀଙ୍କ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ସ୍ପଷ୍ଟ ଅନୁମାନ ବାରି ହେଉଛି। ସରକାରଙ୍କ ଦ୍ୱାରା ନାରୀମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇଛି ତାହାକୁ ଲୋକଲୋଚନକୁ ଆଣିବା ସହ ନାରୀ କିପରି ସ୍ୱାବଲମ୍ୱୀ ହେବ ଏହି ଦିଗରେ ମଧ୍ୟ ଆପ୍ରାଣ ଚେଷ୍ଟା କରିଛନ୍ତି। ୨୦୧୪ ନିର୍ବାଚନରେ ଉଭୟ ହିଂଜିଳି ଏବଂ ଚିକିଟି ନିର୍ବାଚନ କ୍ଷେତ୍ରରେ ଭୋଟ ମଧ୍ୟ ବିଜେଡ଼ି ସପକ୍ଷରେ ଯାଇଥିଲା। ତଳଦିନେ ନାରୀମାନେ ଭୋଟଦେବା ପାଇଁ ଆଗଭର ହେଉନଥିବାବେଳେ ସରକାରଙ୍କର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ବହୁ ଲୋକପ୍ରିୟତା ହାସଲ କରିଛି। ଏହିକ୍ଷେତ୍ରରେ ସଂଘମିତ୍ରା ଦଳେଇଙ୍କ ତତ୍ତ୍ୱାବଧାନରେ ଅଂଚଳରେ ମିନତୀ ପ୍ରଧାନ ଓ ଉମା ବେହେରା ଗ୍ରାମାଞ୍ଚଳରେ ବିଜେଡ଼ିର ସ୍ଳୋଗାନ ମାଆକୁ ସମ୍ମାନ ନାରାରେ ମହୀୟାନ କରି ଶକ୍ତିଧାରା ଭାବରେ କାର୍ଯ୍ୟ କରନ୍ତି। କଂଗ୍ରେସର ଶମ୍ଭୁନାଥ ପଣ୍ଡା ଓ ବିଜେପିର ଦେବାନନ୍ଦ ମହାପାତ୍ର ନବୀନ ବାବୁଙ୍କୁ ଟକ୍କର ଦେଇ ହୁଏତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି କିନ୍ତୁ ସେମାନଙ୍କର ବିଜୟ ସମ୍ଭାବନା କମ। କୃଷକ ଓ ଶ୍ରମିକଙ୍କ କ୍ଷେତ୍ର ହେଉଛି ହିଂଜିଳି। ରାସ୍ତାଘାଟ ଓ କୃଷିକ୍ଷେତ୍ରରେ ବିକାଶ ସହ ହିଂଜିଳିକାଟୁକୁ ମ୍ୟୁନିସିପାଲ୍ଟିର ମାନ୍ୟତା ଦେବା ନବୀନ ବାବୁଙ୍କ ସ୍ୱାକ୍ଷର ରହିବ। ଚିକିଟି ନିର୍ବାଚନ ମଣ୍ଡଳୀ ରାଜ ପରିବାରର ଦାୟାଦ ଭାବରେ ଊଷା ଦେବୀଙ୍କୁ ହିଁ ସାଧାରଣ ଜନତା ସ୍ୱୀକାର କରି ନେଇଛନ୍ତି। ଚିନ୍ତାମଣି ଦ୍ୟାନ ସାମନ୍ତରାୟଙ୍କ ସମୟ ଶେଷ ହେବା ପରେ ରାଜନୀତିର ପରିସରର ଊଷା ଦେବୀଙ୍କ ପଥ ପ୍ରଶସ୍ତ। ୨୦୧୪ରେ ୯୫ ହଜାରରୁ ଉର୍ଦ୍ଧ୍ୱ ଭୋଟ ପାଇଥିଲେ ଏବଂ ୯୧ ହଜାର ପୁରୁଷ, ୬୩ ହଜାର ମହିଳାଙ୍କ ଭୋଟର ମଧ୍ୟ ସେ ଥିଲେ ସମସ୍ତଙ୍କ ପ୍ରିୟ ନେତ୍ରୀ। ମନୋରଂଜନ ଦ୍ୟାନ ସାମନ୍ତରାୟ ବିଜେପିରୁ ପ୍ରାର୍ଥୀ ହୋଇ ମାତ୍ର ୪୨ ହଜାର ୭୦୧ ଭୋଟ ପାଇଥିଲେ। ଚିକିଟି ଅଶାନ୍ତ ହୋଇଥିଲା ଦଶବର୍ଷ ତଳେ। ମେଡ଼ିକାଲ୍ ଇସ୍ୟୁକୁ ନେଇ ସଂଘର୍ଷ ହୋଇଥିଲା। ଉଷା ଦେବୀଙ୍କ ରାଜନୈତିକ ଭବିଷ୍ୟତକୁ ମଧ୍ୟ ଆହ୍ୱାନ ସମୟ ଥିଲା, ତଥାପି ସେ ତାଙ୍କର ଚତୁର ରାଜନୈତିକ ଖେଳରେ ଅମଳିନ ଭାବରେ ସମସ୍ତଙ୍କ ନେତ୍ରୀ ଭାବରେ ପରିଚିତ। କୃଷି ସଂପଦ ସହ ରାସ୍ତାଘାଟ ଓ ସ୍ଥାନୀୟ ଜଳସେଚନ ପର୍ଯ୍ୟଟନ, ସଂସ୍କୃତି ସେବାରେ ଊଷା ଦେବୀ ବେଶ୍ ସୁନ୍ଦର କାର୍ଯ୍ୟ କରିଛନ୍ତି। ବିରୋଧୀ ସ୍ୱର ନିଷ୍ପ୍ରଭ ପ୍ରାୟ। କଂଗ୍ରେସର ଗୋ ୀ କନ୍ଦଳ ଓ ବିଜେପିର ସ୍ଥାଣୁତା କାର୍ଯ୍ୟରେ ସଠିକ୍ ମଣିଷ ଚୟନରେ ଦୁର୍ବଳତା ହେତୁ ପୁନଶ୍ଚ ଊଷା ଦେବୀଙ୍କ କ୍ୟାରିୟର ନିଷ୍କଳକଙ୍କ ଏବଂ ୨୦୧୯ ନିର୍ବାଚନ ପ୍ରାୟତଃ ସହଜ ହୋଇ ରହିଛି। ଗଂଜାମର ଏଇ ଦୁଇ ବିଧାନସଭା କ୍ଷେତ୍ର ହିଂଜିଳି ଓ ଚିକିଟିରେ ଦୁଇ ଟାଣୁଆ ନେତା ଜଣେ ମୁଖ୍ୟମନ୍ତ୍ରୀ ଓ ଅନ୍ୟଜଣେ ମନ୍ତ୍ରୀ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସୁରକ୍ଷିତ ଓ ଆସନ୍ନ ବିପଦ ମୁକ୍ତ ବୋଲି ଅନୁଶୀଳନୀୟ।

Share :