ଚାଷୀଙ୍କୁ ଠକିଲେ ନବୀନ ସରକାର!

ଚାଷୀଙ୍କୁ ଠକିଲେ ନବୀନ ସରକାର!

Share :

ଓଡ଼ିଶା ସରକାର ପ୍ରାରମ୍ଭରେ କାଳିଆ ଯୋଜନା କରି ପିଏମ କିଷାନ ଯୋଜନାକୁ ରାଜ୍ୟରେ ଲାଗୁ କରେଇବା ପାଇଁ ଅମଙ୍ଗ ହେଇଥିଲେ। କିନ୍ତୁ ସାହାସ ଥିଲେ ନରେନ୍ଦ୍ର ମୋଦିଙ୍କ ପଇସାକୁ ଓଡ଼ିଶାର ଚାଷୀମାନଙ୍କୁ ବନ୍ଦ କରି ଦେଖାଅ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଥିଲା। ଏବେ ଓଡ଼ିଶା ସରକାର ଦିଲ୍ଲୀକୁ ୯ ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଯଦି ୫୦ ଲକ୍ଷ ଚାଷୀଙ୍କ ତାଲିକା ଅଛି, ତେବେ କାହିଁକି ୯ ଲକ୍ଷ ତାଲିକା ପଠାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସହ ସେ ଓଡ଼ିଶାର ଭୂମିହୀନ ଚାଷୀଙ୍କୁ ବାଦ୍େ ଦେଲେ ସମସ୍ତ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ନିର୍ଭୁଲ ଭାବେ ଜମିବାଡ଼ି ପ୍ରମାଣ ଏବଂ ବ୍ୟାଙ୍କ ଖାତା ସହ ଦିଲ୍ଲୀକୁ ପଠାଇବାକୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି। ବୌଦ୍ଧର କଂଟାମାଳଠାରେ ପ୍ରଧାନମବୀ କିଷାନ ନିଧି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉତ୍ତରପ୍ରଦେଶର ଗୋରଖପୁରଠାରେ ଚାଷୀଙ୍କୁ ବାର୍ଷିକ ୬୦୦୦ ସିଧାସଳଖ ଟଙ୍କା ଦେବାର ପ୍ରଧାନମମନ୍ତ୍ରୀ କିଷାନ ଯୋଜନା ପ୍ରଧାନମମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଦେଶର କୋଣ ଅନୁକୋଣରେ ପ୍ରଧାନମମମନ୍ତ୍ରୀ କିଷାନ ଯୋଜନାର ରାଷ୍ଟ୍ରୀୟ ଲୋକାର୍ପଣ ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମମନ୍ତ୍ରୀ କିଷାନ ଯୋଜନା ପାଇଁ ଓଡିଶାରୁ ୯ ଲକ୍ଷ ଚାଷୀଙ୍କ ତାଲିକା ଦିଲ୍ଲୀ ପଠାଯାଇଛି। କିନ୍ତୁ ୯ ଲକ୍ଷ କାହିଁକି, ନବୀନ ବାବୁ କାଳିଆ ଯୋଜନାରେ ୫୦ ଲକ୍ଷ ଲୋକଙ୍କୁ ଲାଭ ଦେବା କଥା କହିଲେ। ଆରମ୍ଭରେ କ୍ଷୁଦ୍ର ଓ ନାମ ମାତ୍ର ୧୨ ଲକ୍ଷ ଚାଷୀଙ୍କୁ ଟଙ୍କା ପଠାଇବାର ଦାବୀ କଲେ। ତା ହେଲେ କେନ୍ଦ୍ର ସରକାରଙ୍କୁ ତାଲିକା ଦେବାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି? ସରକାରଙ୍କ ପାଖରେ ଯଦି ୫୦ ଲକ୍ଷ ଲୋକଙ୍କ ତାଲିକା ଅଛି, ତେବେ କାହିଁକି ୯ ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ଭୂମିହୀନ ଚାଷୀଙ୍କୁ ବାଦ୍େ ଦେଲେ ୪୫ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ତା ହେଲେ ୪୫ ଲକ୍ଷ ତାଲିକା ନପଠାଇ ୯ ଲକ୍ଷ ତାଲିକା କାହିଁକି ପଠାଇଲେ? ରାଜ୍ୟ ସରକାର ପ୍ରଥମ ୧୨ ଲକ୍ଷ ଚାଷୀଙ୍କ ତାଲିକା ପଠାଇଲେ ନାହିଁ କାହିଁକି? ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ପ୍ରଧାନମବୀ କିଷାନ ଯୋଜନା କରି ଚଳିତ ବଜେଟରେ ୨୦୧୮ -୧୯ ଆର୍ଥିକ ବର୍ଷ ପାଇଁ ୨୦ ହଜାର କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କଲେ। ୨୦୧୯ -୨୦ ପାଇଁ ୭୫ ହଜାର କୋଟି ଟଙ୍କା ବଜେଟରେ ଅର୍ଥ ବ୍ୟବସ୍ଥା କଲେ। ଆଗାମୀ ଦିନରେ ଚାଷୀଙ୍କୁ ଦିଆଯାଉଥିବା ଟଙ୍କା ବୃଦ୍ଧି ମଧ୍ୟ କରାଯାଇପାରେ ବୋଲି ଅର୍ଥମମନ୍ତ୍ରୀ କହିଲେ। ଅନ୍ୟପଟେ କିନ୍ତୁ ଓଡିଶା ସରକାର ବଜେଟର ବ୍ୟବସ୍ଥା କରିନାହାନ୍ତି। ଏ ଘର ମାଉସୀ ସେ ଘର ପିଉସୀ ନାଁରେ ଏପଟ ସେପଟ କରିଟଙ୍କା ଯୋଗାଡ କରିବାର ଲକ୍ଷ୍ୟ ରଖିଛନ୍ତି। ଶ୍ରୀ ପ୍ରଧାନ ଆହରି କହିଛନ୍ତି ଯେ ଓଡିଶା ସରକାର କହିଲେ କାଳିଆ ରଥ ଅଟକିବ ନାହିଁ। ମାତ୍ର ବଜେଟରେ ପଇସା ନାହିଁ। ପକେଟରେ ଧନ ନାହିଁ, ଯାତ୍ରା ଦେଖିବାକୁ ଭାରି ମନ ବୋଲି ସେ ତାତ୍ସଲ୍ୟ କରିଛନ୍ତି। କାଳିଆ ଯୋଜନାରେ ପ୍ରଥମେ ୧୨ ଲକ୍ଷ ତାଲିକା ରଖିଦିଆଗଲା। ପରେ ଗଣମାଧ୍ୟମରେ ଯୋଜନାରେ ମନ୍ତ୍ରୀ, ବିଧାୟକଙ୍କ ସମ୍ପର୍କୀୟ ଓ ସରକାରୀ କର୍ମଚାରୀଙ୍କ ନାଁ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଲା। କାଳିଆ ଯୋଜନା ଥିଲାବାଲା ନା ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ସରକାର କାଳବିଳମ୍ବ ନକରି ୪୫ ଲକ୍ଷ ଲୋକଙ୍କର ନିର୍ଭୁଲ ତାଲିକା ଜମିବାଡି ପ୍ରମାଣ ଏବଂ ବ୍ୟାଙ୍କ ଖାତା ସହ ଦିଲ୍ଲୀ ପଠାଇଦିଅନ୍ତୁ। ଭୂମିହୀନ, କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ସଂଖ୍ୟା ୫୦ ଲକ୍ଷ ବୋଲି ରାଜ୍ୟ ସରକାର ଦାବୀ କରୁଥିବା ବେଳେ ୬୭ ଲକ୍ଷ ଫର୍ମ କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Share :