ଥିରି ପାଦ ଗୋରୀ ହାଉଲେ ପକା

ଥିରି ପାଦ ଗୋରୀ ହାଉଲେ ପକା

Share :

ରବି କାନୁନ୍‌ଗୋ ଧୋଇଲେ ରୋଇବୁ, ରୋଇଲେ ଖାଇବୁ ନ ଡରି ନ କାନ୍ଦି କହିବୁ କଥା। ବେଦୀ ଡେଇଁଲେ ତୁ ସଂସାର ଦେଖିବୁ ଥିରି ପାଦ ଗୋରୀ ହାଉଲେ ପକା। ମାଜିମୁଜି ଦେଲେ ଗହଣା ଚିକ୍କଣ ଘଷାଘଷି କଲେ ପିତଳ ସଫା। ନାରୀ ଭାଗ୍ୟ ଆଜି ପତର ତଳେ ଲୋ ପୁରୁଷ ଯେ ଖୋଜେ ବଞ୍ଚିବା ଦଫା।ା କାଳିଆ କାନ୍ଧରେ ହଳଦୀବସନ୍ତ କଷରା କାନ୍ଧରେ କଜଳପାତି । ଶୁଣିବାକୁ କହୁ ଅସଭ୍ୟ ଅଶିଷ୍ଟ ମାଡ଼ି ବସିଥାଉ ପୁରୁଣା ଜାତି।ା କରମା କାକୁଡ଼ି କୁଆମଇତା ଲୋ ପଚା ଘୋଳଦହି କଲରା ପିତା। ରୁଚୁ କି ନ ରୁଚୁ ପଢ଼ିବୁ ଗୀତା ରେ ଧୋଇଧାଇ ଦେଲେ ଦ୍ରୌପଦୀ ସୀତା।ା ପାପି ଙ୍କ ପାଇଁ ଶୁଭ ଭୂଇଁ ଇଏ- ଭଲଙ୍କ ପାଇଁ ତ ପୂରା ‘ମିରେଜ୍’। ଗୀତ ପାଇଁ ଏଠି ଛନ୍ଦ ଲୋଡ଼ା ନାହିଁ- ପତି ନ ଥିଲେ ବି ହୁଏ ମ୍ୟାରେଜ୍।ା ନିଲାମ ଡାକିଲେ ସତ ମିଳୁଥାଏ- ବାକି ସବୁ ମିଳେ ବ୍ରାଇବ୍ ଦେଲେ। ଜିଇବା ନାଁରେ ସମସ୍ତେ ଲଢ଼ନ୍ତି- କାଷ୍ଟ୍ ସବ୍-କାଷ୍ଟ୍ ଟ୍ରାଇବ୍ ଚାଲେ।ା ସାରୀ କହେ- ଇଏ ଓଲୁ ରାଇଜଟେ ବିପରୀତ ଠାଣି ସବୁ ଏଇଠି। ଉପରଟା ଦୁଶେ ଡଉଲଡାଉଲ ତଳେ ଥାଏ ମଥା ଶୂନ୍ୟେ ଗୋଇଠି? (ମୋ: ୦୯୪୩୭୧-୯୪୬୦୦)

Share :