ସୌଭାଗ୍ୟ ନିଳୟ

ସୌଭାଗ୍ୟ ନିଳୟ

Share :

ମୂଳ ଲେଖା-ଖଲିଲ ଜିବ୍ରାନ, ଅନୁବାଦ- ରବି ନାରାୟଣ ସେନାପତି ଶ୍ରାନ୍ତ ହୃଦୟ ମୋର ବିଦାୟ ମାଗୁଣି ନେଇ ସୌଭାଗ୍ୟ ନିଳୟ ଗମନ କଲେ। ଯେଉଁ ସୌଭାଗ୍ୟ ସହର ଉନ୍ମୁକ୍ତ ମିଳିଥିଲା ଆଜୀବନ ପ୍ରାର୍ଥନାର ଆଶୀର୍ବାଦରୁ, ତହିଁ ପହଞ୍ଚି ସେ ଖୋଜୁଥିଲେ ତାଙ୍କ ଚିରକଳ୍ପିତ ସମସ୍ତ ଐଶ୍ବର୍ଯ୍ୟ ସେ ସହରେ ନଥିଲେ ଶାସକ, କ୍ଷମତା କେନ୍ଦ୍ର ଅବା ଅର୍ଥର ପ୍ରାଦୁର୍ଭାବ। ପ୍ରେମର ଦୁଲ୍ଲାଳୀକୁ ଭେଟି ହୃଦୟ ମୋ ପ୍ରଶ୍ନ କଲା, ହେ ପ୍ରେମମୟୀ, ମୁଁ କେଉଁଠି ତୃପ୍ତିଙ୍କୁ ପାଇ ପାରିବି? ମୁଁ ଶୁଣିଛି ସେ ଆସି ତୁମ ସହ ବାସ କରୁଛନ୍ତି। ପ୍ରେମର ଦୁଲ୍ଲାଳୀ ଉତ୍ତର ଦେଲେ, ତୃପ୍ତି ସହର ମଧ୍ୟକୁ ଯାଇ ସାରିଲେଣି ହିତୋପଦେଶ ଦେବାକୁ, ଯେଉଁଠି ଲୋଭ ଏବଂ ଦୁନ୍ନୀତି ପ୍ରବଳ; ଆମ୍ଭର ଲୋଡ଼ା ନାହିଁ ତାଙ୍କ ଉପସ୍ଥିତି। ଐଶ୍ବର୍ଯ୍ୟ ପାଇଁ ବ୍ୟାକୁଳତା, ତୃପ୍ତି ପାଇଁ ନୁହେଁ କାରଣ ଏହା ଏକ ପ୍ରର୍ାଥୀବ ବସ୍ତୁର ଆଶା ଓ ସେ ଇପ୍ସିତ ବସ୍ତୁକୁ ହାତେଇବାରେ ମିଳେ କିନ୍ତୁ ତୃପ୍ତି ସେମିତି ନୁହେଁ, ସେ ପାଇଁ ବସ୍ତୁ ହେୟ, ଏହା ହାର୍ଦ୍ଦିକ ଅନୁଭବ ମାତ୍ର। କିନ୍ତୁ ନୈସର୍ଗିକ ଆତ୍ମା କେବେ ତୃପ୍ତ ହୁଏନି; ଏହା ଲୋଡ଼େ ଉନ୍ନତିର ପର ପାହାଚ। ଅତଃପର ମୋ ହୃଦୟ ଆଭାମୟୀଙ୍କୁ ଦୃଷ୍ଟି ଅବଲୋକନ କରି ପଚାରିଲା, ହେ ଜ୍ଞାନର କଳାତ୍ମକ ସୃଜନ! ନାରୀର ସୌନ୍ଦର୍ଯ୍ୟର ରହସ୍ୟରେ ଆଲୋକିତ କରନ୍ତୁ। ସେ ଉତ୍ତର ଦେଲେ, ହେ ମାନବ ହୃଦୟ, ନାରୀ ତୁମ୍ଭର ହିଁ ପ୍ରତିଫଳନ, ତୁମ୍ଭେ ଯାହା, ସେ ମଧ୍ୟ ତାହା; ତୁମ୍ଭେ ଯେଉଁଠି ବାସକର ସେ ମଧ୍ୟ ସେଇଠି ଥାଏ, ସେ ସ୍ବଭାବେ ଧର୍ମ ଯଦି ବ୍ୟାଖ୍ୟାକାର ମୂର୍ଖ ନୁହେଁ, ଏବଂ ସେ ଆକାଶର ଚନ୍ଦ୍ରମା ଯଦି ନ ଢାଙ୍କିଛି ବାଦଲ, ସେ ପୁଣି ମଳୟ ଯଦି ପ୍ରଦ୍ୟୁଷଣରେ ବିଷାକ୍ତ ନୁହନ୍ତି। ଏଥୁଅନ୍ତେ ମୋ ହୃଦୟ ପହଞ୍ଚିଲା, ପ୍ରେମ ଓ ସୌନ୍ଦର୍ଯ୍ୟ ତନୟା, ଜ୍ଞାନ ସନ୍ନିକଟେ ଏବଂ କହିଲା, ଜ୍ଞାନଂ ଦେହି ମାତେ, ଯାହା ମୁଁ ଜନ ମାନସରେ ବଣ୍ଟନ କରିବି। ସେ ଦେଲେ ତତକ୍ଷଣ ଉତ୍ତର, ଜ୍ଞାନ ଲୋଡା ନାହିଁ ସୌଭାଗ୍ୟ ପ୍ରାର୍ଥନା କର, ପ୍ରକୃତ ସୌଭାଗ୍ୟ ଦୂରାନ୍ତରୁ ଆସେ ନାହିଁ, ଏହାର ପ୍ରାରମ୍ଭ ହୁଏ ପବିତ୍ରରୁ ପବିତ୍ରତର ପ୍ରାଣ କେନ୍ଦ୍ରରୁ। ଆପଣାକୁ ବାଣ୍ଟିଦିଅ ଜନତା ଜନାର୍ଦ୍ଦନଙ୍କ ମଧ୍ୟରେ।

Share :