ନୀଳିମା ନିବେଦିତା ତା୧୦-୧୦-୨୦୧୮ । ଘରଣାଚକ୍ରଟି ପ୍ରାୟ ୫୨ ମିନିଟର । ଋତୁକୁ ଅନୁଧାବନ କରି ହେଉ କିମ୍ବା ହେଉ ସେ କେଉଁ ଏକ ଲଘୁଚାପ ଜନିତ ଅଦିନଆ ବର୍ଷା । ବର୍ଷା ମାନେ ହିଁ ତ କିଛି ଶୀତଳତା, ଅଳ୍ପ ପ୍ରବଣତା, ଚୁନାଚୁନା ମାଦକତାରେ ମନ ଉତୁରାଏ ନିଶ୍ଚୟ କେତେଗୋଟି ରୋମାଞ୍ଚଭରା ଶବ୍ଦ କେଇଟା । ଏସବୁ ପ୍ରେମିକ, ସାହିତ୍ୟିକ ଅଥବା ଅଭାବର ପବନ ଛୁଉଁ ନଥିବା କେତେକ ମଣିଷଙ୍କ ପାଇଁ ନିହାତି ପ୍ରଜୁର୍ଯ୍ୟ । ନହେଲେ ଏଇ ବର୍ଷା ବି ଦେଇପାରେ ଦାରୁଣ ଦୁଃଖ, ଅସହ୍ୟ ଯାତନା, ଲୁହର ବନ୍ୟା ଅଥବା ମୃତ୍ୟୁର ଆଶଙ୍କା । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ପ୍ପତିତଲିଡ୍ଗ ଏବେ ଗୋପାଳପୁର ବନ୍ଦରଠାରୁ ମାତ୍ର ୨୮୦ କିଲୋମିଟର ଦୂରରେ । ଆସନ୍ତାକାଲି ସକାଳ ୫ଟା ୩୦ ମିନିଟ ସୁଦ୍ଧା ସ୍ଥଳଭାଗ ଛୁଇଁବ । ଏ ସମୟରେ ପବନର ବେଗ ରହିବ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ବୋଲି ପାଣିପାଗ ବିଭାଗ ଆକଳନ କରିସାରିଛି ଦୁଇ ଦିନ ତଳୁ । ଜାରି କରିସାରିଛି କରାଳ ବାତ୍ୟାର ରୂପ ନେଇପାରେଗ୍ଦର ସମ୍ଭାବନା ନେଇ ରାଜ୍ୟ ସାରା ସତର୍କ ସୂଚନା । ମୁଁ କିନ୍ତୁ ରାଜଧାନୀବାସୀ । କହିବାର ତାତ୍ପର୍ଯ୍ୟ ଏହିକି ଯେ, ମୋତେ ସେତେଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନପାରେ । ସୁରକ୍ଷିତ କୋଠାଘର ଆଉ ସେ ବି ପାହାଡିଆ ଭୂମିରେ, ଅର୍ଥାତ ପଟିଆରେ । ବିଦ୍ୟୁତ ବି କଟିଗଲେ ପ୍ରାୟ ୧୩ / ୧୪ ଘଣ୍ଟା ଯାଏଁ ଗୋଟିଏ ଆଲୁଅ ଓ ଗୋଟାଏ ପଙ୍ଖା ଉପଲବ୍ଧ ହେବ ମୋତେ ଅତ୍ୟାଧୁନିକ ଇନଭର୍ଟର ଯୋଗୁ । ପାଣି ଟାଙ୍କି ବି ୨୦୦୦ ଲିଟରିଆ । ଦୁଇଦିନ ଚଳି ହେଇଯିବ କୌଣସି ମୋତେ । ଝରକାର ରେଲିଂ ସେପାଖରେ ବର୍ଷୁଥିଲା ଝିପିରି ଝିପିରି ବର୍ଷା । ସୁଲୁସୁଲିଆ ପବନରେ ମନ-ପ୍ରାଣ ଶାନ୍ତ ଓ ସ୍ନିଗ୍ଧ । ମୁଁ କମ୍ପୁଟର ପାଖରେ ବସିଥାଏ ଏକ ଜରୁରୀ କାମରେ । ହଠାତ ଏକ ବିକଳ ସ୍ଵର କେଉଆଡୁ ଭାସିଆସିଲା । କାନେଇଲି । ଅସ୍ପଷ୍ଟ ଥିଲା ସ୍ଵରଟି । ପୁଣି କାନେଇଲି । ସତ କଥା ତ ଏଇଆ ଯେ, ସ୍ଵରମନସ୍କ ହେଲି । କାରଣ, କମ୍ପ୍ୟୁଟର ପାଖରେ ବସିଲେ ସ୍ଵଭାବତଃ ମୁଁ ଟିକିଏ ଅନ୍ୟମନସ୍କ ରୁହେ । ଅନ୍ୟମନସ୍କ ମାନେ ଚିରାଚରିତ ଦୁନିଆଁରୁ ନିଜକୁ ଟିକିଏ ତଫାତ କରେଇଦିଏ, ଆଉ ସେ ବି ସଚେତନ ଭାବରେ । ଅନେକ ସମୟ କାନେଇଲା ପରେ ପରେ ଜାଣିଲି ସେ ସ୍ଵର ଏକ କୁକୁରର । ତେଣୁ ନିଘା ଦେଲିନି । ବୋଉ କୁହେ, ପଶୁମାନେ ଆମ ମଣିଷମାନଙ୍କ ଭଳି ନୁହନ୍ତି । ସେମାନେ ପ୍ରକୃତି ପ୍ରତି ଭାରି ନ୍ୟାୟବନ୍ତ । ପ୍ରକୃତି ନିୟମକୁ ସହଜେ ଉଲଂଘନ କରନ୍ତିନି । ସହଜେ କହିବା ମାନେ, ଆମେ ମଣିଷ କଦପାକେବେ ସେମାନଙ୍କୁ ଯାହା ବାଧ୍ୟ କରୁ ପ୍ରକୃତିର ନିୟମକୁ ଉଲଂଘନ କରିବାକୁ । ନଚେତ ସେମାନେ ସବୁବେଳେ ଖୁସି ଥାଆନ୍ତି ତାଙ୍କ ବନ୍ଧା ନିୟମରେ । ବର୍ଷା ଦିନ ହିଁ ଗୋଟିଏ ଉତ୍କୃଷ୍ଟ ସମୟ, ଯେତେବେଳେ କୁକୁରମାନେ ସଂଗମ କରନ୍ତି ଆଉ ଶୀତ ପଶୁ ପଶୁ ବାରିଘରେ କି କେଉଁ ବୁଦାମୂଳେ କୁନି କୁନି ପପିଙ୍କୁ ଜନ୍ମ ଦିଅନ୍ତି । ଭାରି ଗୁଲୁଗୁଲିଆ ହେଇଥାଆନ୍ତି ସେଇ ପପିମାନେ । ସେମିତିରେ ବି ଆମ ଲେନରେ ୮ / ୧୦ ଟା ବୁଲା କୁକୁର ବୁଲନ୍ତି । ମୁଁ କେବେ ବେଶୀ ଧ୍ୟାନ ଦେଇନି ସେମାନଙ୍କ ଆଡ଼େ । ତେଣୁ କହିପାରିବିନି ତାଙ୍କ ଭିତରେ ମାଈ କେତେଜଣ ଆଉ ଅଣ୍ଡିରା କେତୁଟା । ହେଲେ ଗୋଡ଼ାଗୋଡ଼ି, କାମୁଡାକାମୁଡି ହେବାର ଅନେକଥର ଦେଖିଛି ସେମାନଙ୍କୁ । ମଣିଷ ଭଳି ସେମାନଙ୍କର ତ ଆଉ ସମାଜ ନାହିଁ ! ସ୍ଵାମୀ କିମ୍ବା ସ୍ତ୍ରୀ ପ୍ରତି ପ୍ରତିବଦ୍ଧତା ନାହିଁ ! ଚୋରା ପୀରତି କି ପରକୀୟା ପ୍ରୀତିରେ ବି ସେମାନେ ସାମିଲ ନୁହନ୍ତି ତେଣୁ । ଯାହା କରନ୍ତି ଖୁଲମଖୁଲା । ସେଇଥିପାଇଁ ହୁଏତ ଲାଇନ ମରାମରି ହେଉଥିବେ ଅଥବା ପ୍ରତିଯୋଗୀତାମୂଳକ ଜଣେ ଜଣକୁ ହାସିଲ କରିବାର ପ୍ରବୃତ୍ତିରେ ଲିପ୍ତ ଥାଇପାରନ୍ତି । ସେ ଯାହାହେଉ, ଶୁଣିଛି କୁକୁର କାନ୍ଦିଲେ କାଳେ ସଙ୍କଟ ପଡ଼େ । ଆଗତ ବିପଦ ସେମାନେ ଜାଣିପାରନ୍ତି ! ଆଉ ସତକୁ ସତ ଆଖପାଖରେ ନିଶ୍ଚୟ କେହି ମରେ । ଏଇଟାକୁ କିନ୍ତୁ ମୋ ଅଭିଜ୍ଞତାରୁ ଫେଡ଼ି ହେବନି ବରଂ ଯୋଡ଼ି ହେବ ସହଜରେ । ହେଲେ ଏ ସ୍ଵର ? ଶୁଭୁଥିବା ସେ ବିକଳ ସ୍ଵରକୁ ବାରୁ ବାରୁ ଜାଣିଲି ଯେ କେହି କୁକୁର ନିଜେ ସଙ୍କଟରେ ପଡ଼ି ବିକଳରେ ସାହାଯ୍ୟ ପାଇଁ ଡାକ ଛାଡିଛି । କିନ୍ତୁ କଉଠି, କି ପ୍ରକାର ବିପତ୍ତିରେ ଥାଇପାରେ ସେ ! ଏଇ କେଇଦିନ ତଳେ ମୋ ପଡ଼ୋଶୀ ଘର ଦୁଆରେ କୁକୁରଟେ ମରି ପଡ଼ିଥିଲା । ସଞ୍ଜବେଳିଆ ବୋଉ ସାଙ୍ଗରେ ଚାଲିବାକୁ ଗଲାବେଳେ ଦେଖିଥିଲି ଯେ, ରାତିଯାକ ଆଉ ମୁଁ ଶୋଇପାରିନି । ତାର ନିରୀହ ଶବରେ ଲାଗିଥିବା ତା ଆଖିର ଅପଲକ ଚାହାଣି ଓ ତା ପାଟିରୁ ବୋହି ଯାଇଥିବା ଶୁଖିଲା ରକ୍ତ, ଶୁଆଇ ଦେଇନି ମୋତେ ରାତିସାରା । ଆଉ ଆଜି ପୁଣି ଏ ସ୍ଵର । ବାହାରିଗଲି ଦୁଆର ଆଡ଼କୁ । ଆଉରି କାନେଇଲି । କାନେଇଲି ଆଉ ଆଗେଇଲି ଦୁଆରର ବଡ ଗେଟ ଆଡ଼କୁ । ସ୍ଵର ଆସୁଥିବାର ଦିଗ ବାରିଲି । ଦେଖୁ ଦେଖୁ ଘର ସାମ୍ନା ରାସ୍ତା ସେପାଖରେ ଦିଆଲ ବୁଲିଥିବା ଅନାବନା ଗଛରେ ପରିପୂର୍ଣ୍ଣ ମିଶ୍ରବାବୁଙ୍କ ଖାଲି ପ୍ଳଟରୁ ଭାସି ଆସୁଛି ସେ ଭୟ, ସାହାଯ୍ୟ ମାଗିବାର ମିଶାମିଶି ସ୍ଵର । ଚେଷ୍ଟାରେ ହାରି ବୋଧେ ସ୍ଵର କ୍ଷୀଣ ହେଲାଣି ପ୍ରାୟ । ଭୟ ବଢି ସ୍ଵରରେ ବିକଳତା ଫେଣ୍ଟିହେଲାଣି । ମୋତେ କିନ୍ତୁ ସେଯାଏଁ ବି କିଛି ଦିଶୁ ନଥାଏ । ଛତା ଧରି ପାଖକୁ ଗଲିସିନା, ହେଲେ ସେଇ ଅସ୍ପଷ୍ଟ ସ୍ଵରକୁ ସ୍ପଷ୍ଟ ଭାବରେ ଶୁଣିବା ଛଡ଼ା କିନ୍ତୁ କିଛି ଦେଖି ପାରୁନଥାଏ ମୁଁ । ଏଣେ ବାପା, ବୋଉ ପଛରୁ ଡାକୁ ଥାଆନ୍ତି ଓ କହୁଥାନ୍ତି- ବର୍ଷାରେ ଓଦା ହଅନି । ତେଣେ ସେ ସ୍ଵର ମୋତେ ଭିତରୁ ଓଦା କରି ଚାଲିଥାଏ । ଦିଆଲଟା ଥିଲା ମିଶ୍ରବାବୁ ଓ ସାମଲ ବାବୁଙ୍କ ମିଶାମିଶି ଦିଆଲ । ଦିଆଲ ସାରା ଏକ ପ୍ରକାର ଲଟା ମାଡ଼ି ଯାଇ ଦିଆଲରେ ଥିବା ଗେଟଟାକୁ ଘୋଡ଼େଇ ପକେଇଛି । ଖୁବ ସଂତର୍ପଣରେ ଦେଖିଲେ ଲଟା ପଛପଟେ ଲୁଚକାଳି ଖେଳୁଥିବା କେତୋଟି ରେଲିଂକୁ ଦେଖିହେବ ଯାହା । ନଇଁ ପଡ଼ି ସେଇ ସ୍ପଷ୍ଟ ସ୍ଵରକୁ ଖୋଜୁ ଖୋଜୁ ଚମକେଇ ଦେଇ ଉଭା ହେଲା କୁକୁରଟି । ବିଚାରା କି ବିଚାରୀ କେଜାଣି ? କିନ୍ତୁ ସିଏ ଖୁବ ଏକ ଆଶା ନେଇ କାନ୍ଦି ଚାଲିଛି । ବାକି ତାର ସାଥୀ କୁକୁରମାନେ ଆଖପାଖରେ ଦିଶୁନାହାନ୍ତି । ଗୋଟାଏ କୁକୁର କେବଳ ସେଇ ରାସ୍ତାରେ ପହିନ୍ତେରା ମାରୁଥାଏ ଏ ମୁଣ୍ଡରୁ ସେମୁଣ୍ଡକୁ । ପାଖକୁ ଯାଇ ତାକୁ ଦେଖି ପୁଣି ଆସି ଏପାଖ ସେପାଖ ହେଇ ମାଟି ଶୁଙ୍ଘୁ ଥାଏ । କୁକୁରଟିକୁ ଦେଖିସାରିଲା ପରେ ବାପାଙ୍କୁ ଡାକିଲି । ଯେମିତି ବି ହେଲେ ତାକୁ ଏବେ ସେଠୁ ଉଦ୍ଧାର କରିବାକୁ ହେବ, ଯଦିଓ ବୋହେ ଶୁଣେଇ ସାରିଲିଣି ତାକୁ ଳ୍କ ପ୍ପଆରେ ସେପଟକୁ କାଇଁ ଗଲୁ ? କେମିତି ଗଲୁ ? ଆଉ ଥରେ ଚେଷ୍ଟା କରୁନୁ ଏ ଉଚ୍ଚା ଦିଆଲ ଡେଇଁବାକୁ ।ପ୍ପ ସେ ଖାଲି ସେଇ, କୁ ... ଉଁ ... କୁ ... ଉଁ ... ହେଉଥାଏ । ଗେଟ ମାନେ ତ ତାଲା ଥିବ ନା ! ସନ୍ଦେହ ବି ଠିକ ହେଲା ଯେତେବେଳେ ବାପା ଆସି ସେ ଲଟାସବୁକୁ ଆଡ଼େଇ ଦେଖିଲେ । ଏହି ଦିଆଲ ଉପରେ ଚଢି ନିଇତି ଯାଗ୍ଦଆସ କରନ୍ତି ସେଇ ପଲେ କୁକୁର । ଆଜି ବି ଚଢିଥିବେ । ସାମଲ ବାବୁ ଓ ମିଶ୍ର ବାବୁ ଦୁହେଁ ସାଙ୍ଗ ହେଇ ଏ ଜାଗା ଦୁଇ ଖଣ୍ଡ କିଣିଥିଲେ । ଏକାଠି ରହିବେ ବୋଲି ଲାଗି ଲାଗି ଥିବାବାଲା ପ୍ଳଟ କିଣିଥିଲେ । ଦିଆଲ ବି ଦୁହେଁ ବୁଲେଇଛନ୍ତି । ହେଲେ ମିଶ୍ରବାବୁ ଉଚ୍ଚା ଦିଆଲରେ ଗେଟ ଲଗେଇ ତାଲା ପକେଇଥିବାବେଳେ ସାମଲ ବାବୁଙ୍କର ଦିଆଲ ଅପେକ୍ଷାକୃତ ଛୋଟ । ଏ କୁକୁର ପଲ ବି ନିଇତି ଚଢନ୍ତି ସେଠେଇଁ ସେକଥା ସତ, ହେଲେ ପ୍ରତିଥର ସାମଲ ବାବୁଙ୍କ ପ୍ଳଟ ପାଖକୁ ଡେଇଁ ରାସ୍ତାକୁ ଓହ୍ଲାନ୍ତି । ଭୁଲବଶତଃ କି ବର୍ଷା ଯୋଗୁ ପାଦ ଖସିଥିବ ସେ କୁକୁରର, କେଜାଣି ? ଏକାଥରେ ଯାଇ ପଡିଛି ଅନାବନା ଗଛର ଘଞ୍ଚ ଜଙ୍ଗଲ ଓ ଉଚ୍ଚା ଦିଆଲ ଘେରା ମିଶ୍ର ବାବୁଙ୍କ ପ୍ଳଟରେ । ବାପା ଶାବଳ ନେଇ ଗଲେ ଓ କହିଲେ, ପ୍ପତୁ ଛତା ଦେଖା ମୁଣ୍ଡ ଉପରେ, ଏ ତାଲାଟାକୁ ଭାଙ୍ଗିବାକୁ ପଡିବ । ନେହେଲେ ସେ କୁକୁରଟା ମରିଯିବ । ଚଢି ଆସିବାର ଥିଲେ ଆସି ସାରନ୍ତାଣି ।ପ୍ପ ହେଲେ କାହା ସୁରକ୍ଷାକୁ ଭାଙ୍ଗିବା ତା ବି, ତା ମାଲିକର ବିନା ଅନୁମତିରେ ? ମୁଁ ଟିକେ ବିରତି ଦେଇ କହିଲି । ପ୍ରକାରେ ମନା କଲି ଆଉ ସେ କୁକୁରକୁ ପୁଣି ପାଟି କଲି । ପ୍ପଆରେ ଆସୁନୁ । ଆଉଥରେ ଚେଷ୍ଟା କର ଏ ଉଚ୍ଚା ଦିଆଲ ଡେଇଁବାକୁ । ତୋ ପାଇଁ ଆମେ ଅପରାଧୀ ସାଜିବୁନା କଗ୍ଦଣ ? ଆମ ବାପା ଝିଅଙ୍କୁ ଦେଖି ନିରବି ଯାଇଥିବା ତା କୋହ ପୁଣି ବିକଳ ସ୍ଵରରେ ପରିଣତ ହେଲା । କୁ ... ଉଁ ... କୁ ... ଉଁ ... ହେଲା ନିରୀହ ଆଖିରେ ଗେଟ ରେଲିଂ ଭିତରେ ମୁହଁ ଦେଖେଇ । ଏବେ ମୁଁ ବି ବାପା ସପକ୍ଷରେ । ପ୍ପହଁ, ବାପା ! ଭାଙ୍ଗି ଦିଅ । ତାକୁ କାଢି ସାରିଲା ପରେ ଗୋଟେ ତାଲା କିଣିଆଣି ପକେଇ ଦେବା । କିନ୍ତୁ ଏବେ ଏ କୁକୁରକୁ ନିଶ୍ଚେ ଉଦ୍ଧାର କରିବା । ତାକୁ ବଞ୍ଚାଇବା ଆମ କର୍ତ୍ତବ୍ୟ ଆଉ ଧର୍ମ ବି ।ପ୍ପ୧୦/୧୫ ମିନିଟର ପ୍ରାୟ ଅକ୍ଲାନ୍ତ ଚେଷ୍ଟା ପରେ ବି ଶାବଳରେ ତାଲା ଭାଙ୍ଗିବା ସମ୍ଭବ ହେଉ ନଥାଏ । ବନ୍ଦ ଦିଆଲରୁ ସେ ବାହାରି ଆସିବ ବୋଲି କିନ୍ତୁ କୁକୁରଟି କ୍ରମେ ନିଶ୍ଚିନ୍ତ ହେଉଥାଏ । ହଠାତ କାନକୁ ଶୁଭିଲା ଆଉ ଏକ ଶବ୍ଦ, ଯଦିଓ ଦୁଇଦିନ ହେବ ଅହରହ ତାହା ଶୁଭୁଥିଲା । ପାଖପଡ଼ୋଶୀ ଘରେ ଘର ମରାମତି କାମ ଚାଲିଛି । କଲିକତାରୁ ଦୁଇ ଜଣ ଆସି ରାତି ଦିନ କାମ କରୁଛନ୍ତି । ତାଙ୍କ ପାଖରେ ନିହାତି କିଛି ଯନ୍ତ୍ରପାତି ଥିବ ଯଦ୍ୱାରା ଏ ତାଲା ଭାଙ୍ଗି ପାରିବ । ଦୌଡ଼ି ଗଲି । ସାହାଯ୍ୟ ମାଗିବାର କାରଣ କହି ସାହାଯ୍ୟ ମାଗିଲି । ସେ ବି କୁଣ୍ଠାବୋଧ କଲେନି । ଜଣେ ୨୫ /୨୭ ବର୍ଷର ଯୁବକ, ଆଉ ଜଣେ ୧୦ । ୧୨ ବର୍ଷର ବାଳକ । ଦୁହେଁ ବର୍ଷାରେ ଓଦା ହେଇ ଆସିଲେ ଦୁଇଟା ଯନ୍ତ୍ରପାତି ଧରି । ଥରୁଟିଏ ପଚାରିଲେନି ସେ କୁକୁର ମୋ ନିଜର ଘର କୁକୁର ନା ରାସ୍ତାର ଏକ ବୁଲା କୁକୁର । ମୋ ହାତର ସେ ଗୋଟାଏ ଛତା ଆମ ଚାରି ଜଣଙ୍କୁ ବର୍ଷାରୁ ବଞ୍ଚେଇ ପାରୁ ନଥାଏ । ତେଣେ କିନ୍ତୁ ରେଲିଂ ସେପାଖରେ ଥିବା ସେଇ ଅସହାୟ କୁକୁର ମୁହଁରେ ଆଶ୍ଵସ୍ତ ଘନେଇ ଚାଲିଥାଏ । ଦେଖୁ ଦେଖୁ ୧୦ରୁ ୧୫ ମିନିଟର ଚେଷ୍ଟା ସଫଳତାର ମୋଡ଼ ନେଲା । ତାଲା ଭାଙ୍ଗିଲା । ଗେଟ ଖୋଲିଲା । ଲଟାର ଗହଳକୁ ବାପା କଟୁରୀ ସାହାଯ୍ୟରେ କାଟି ସଫା କଲେ ଓ ରାସ୍ତାକୁ ବାହାରିବାର ତା ବାଟକୁ ପରିଷ୍କାର କଲେ, ଏଇଟା କହିବା ନିହାତି ଗୌଣ କଥା । ମୋଟାମୋଟି କହିବାକୁ ଗଲେ ତିତଲିର ଏଇ ବର୍ଷା କୋପ ମଧ୍ୟରେ କାହାର ଆଶୁ ସଙ୍କଟକୁ ମୁଁ ଏଡ଼ାଇ ଦେବାରେ ସକ୍ଷମ ହେଲି । କୁକୁରଟି ଗେଟ ଦେଇ ବାହାରି ଗଲାବେଳେ ମୋ ଓଠ ଦେଇ ବାହାରି ଯାଉଥିଲା ଫାଳେ ମୃଦୁ ହସ, ନାକପୁଡ଼ା ଦେଇ ମେଞ୍ଚେ ଦୀର୍ଘ ଶ୍ଵାସ । ଛାତି ତଳେ ବହି ଯାଉଥିଲା ଏକ ଆତ୍ମସନ୍ତୋଷର ବନ୍ୟା ଓ ଆଖିରେ ବିଜୟର ଝଡ଼ । ଧୀରେ ଧୀରେ ମୁଁ ନିଜେ ବୋଧେ ତିତଲି ପାଳଟୁଥିଲି । ପଟିଆ, ଭୁବନେଶ୍ଵର