ନୂଆ କୋଠାରେ ମଦ ଆସର, ପୁରୁଣା କୋଠା ଜରାଜୀର୍ଣ୍ଣ

ନୂଆ କୋଠାରେ ମଦ ଆସର, ପୁରୁଣା କୋଠା ଜରାଜୀର୍ଣ୍ଣ

Share :

ହେମାଙ୍ଗ ପ୍ରସାଦ ରାଉଳ ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟସେବାର ବିଧ୍ୱସ୍ତ ଛବିରେ ପ୍ରାଣଦେବା ପାଇଁ ବ୍ରହ୍ମପୁରରେ ଏକଦା ବଡ଼ ମେଡ଼ିକାଲ୍ର ଯେଉଁ ସୁଖ୍ୟାତି ରହି ଜନ ଭାବନା ସହ ଯୋଡ଼ି ହୋଇଯାଉଥିଲା ତାହା ପ୍ରାୟତଃ ଆଦୌ ନାହିଁ। କୌଣସି ସାଂଘାତିକ ରୋଗୀଟିଏ ବଡ଼ ମେଡ଼ିକାଲ୍କୁ ଆସିଲେ ଏଠାକାର ରୋଗୀ ଡ଼ାକ୍ତରର ସଂପର୍କ ଯେପରି ଦୁର୍ବଳ ତାହାଠାରୁ ଅଧିକ ବଡ଼ ମେଡ଼ିକାଲ୍ ଅସୁରକ୍ଷିତ କୋଠାରେ ରହି ଚିକିତ୍ସିତ ହେବା। ସୁବର୍ଣ୍ଣ ଜୟନ୍ତୀ ପରେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ କଲେଜର ନବ କଳେବର କରାଯାଇଛି। ଏକହଜାର କୋଟି ଟଙ୍କାର କାମ ମଧ୍ୟ ସରିଛି। ୪୫୦ କୋଟି ଟଙ୍କାର ଅଟ୍ଟାଳିକା ଗଢ଼ି ସେଠାରେ ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀ ଆସି ଉଦ୍ଘାଟନ କରିଛନ୍ତି। କିନ୍ତୁ ସହରବାସୀଙ୍କ ମନରେ ପ୍ରଶ୍ନ କ’ଣ ପାଇଁ ନୂଆ କୋଠାର ଦୁଆର ପଡ଼ିଛି ରୋଗୀ ସେବା ଅପହଞ୍ଚ। ହଁ, ପୁରୁଣା ବଡ଼ କୋଠାରେ ଅନ୍ତଃବିଭାଗ (ଇନ୍ଡ଼ୋର)କୁ ନେଇ ଅନେକ ପ୍ରଶ୍ନ। ହାଜର ହଜାର ରୋଗୀ, ଡ଼ାକ୍ତର, ନର୍ସ, ସାଧାରଣ ଜନତାଙ୍କ ମରଣଯନ୍ତା ପାଲଟି ଯିବନି ତ ପୁରୁଣା କୋଠା। କାହା ସ୍ୱାର୍ଥରେ ଭବ୍ୟ ନୂଆ କୋଠାରୁ ଇନ୍ଡ଼ୋର୍ ଆଜି ସ୍ୱାସ୍ଥ୍ୟସେବାରେ ପଛରେ ପଡ଼ିଛି। ଆମର ପ୍ରତିନିଧିମାନେ ବହୁ ବଡ଼ ବଡ଼ କଥା କହିଦିଅନ୍ତି । ସରକାରୀ ଅନୁଦାନ ଉଛୁଳି ପଡ଼ିବା ସହ ଯନ୍ତ୍ରପାତି, ଡ଼ାକ୍ତର ମଧ୍ୟ ସେବାରେ ନିୟୋଜିତ। ଅଥଚ ନୂତନ ଅଟ୍ଟାଳିକାର କୋଠରୀର ମଦ ଭୋଜିର ଆସର ହେଉଛି, କିନ୍ତୁ ରୋଗୀର ଜୀବନକୁ ଅନ୍ୟପଟେ ପାଣି ଛଡ଼ାଇ ପୁରୁଣା କୋଠାରେ ସ୍ୱାସ୍ଥ୍ୟସେବା କି ଭୟଙ୍କର ବିଚାର! ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ କଲେଜର ମୁରବୀମାନେ କହନ୍ତି ଆମ ହାତରେ ନାହିଁ ଏଇ ବିଲଡ଼ିଂ ହସ୍ତାନ୍ତର। ପ୍ରକୃତରେ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇଛି କି ନାହିଁ ଜଣାପଡ଼ୁନି। ଆର୍ଡ଼ିସି ଘନଘନ ସମୀକ୍ଷା କରୁଛନ୍ତି। ଦାବିପତ୍ରର ତନତନ ପରୀକ୍ଷା ହେଉଛି। ଘଣ୍ଟ ପିଟିବାର ବାହା ବା ନେଇ ମଧ୍ୟ ସଂଗଠନ ପ୍ରତି ମଙ୍ଗଳବାର ଫଟୋ ଉଠାଇ ସ୍ୱର ଉଠାଉଛନ୍ତି। ଏମିତିରେ ରୋଗୀର ଭାଗ୍ୟ ସହ ବଡ଼କୋଠାର ଭାଗ୍ୟ କିନ୍ତୁ ବଦଳୁନାହିଁ। ଏମ୍କେସିଜି ମେଡ଼ିକାଲ୍ ସୁପର ସ୍ପେଶିଲିଷ୍ଟ ବିଭାଗ ବ୍ୟବସ୍ଥା ପାଇଁ ଯାବତୀୟ ରୂପରେଖ ଥାଇ ସୁଦ୍ଧା ଡ଼ାକ୍ତରମାନଙ୍କର ଆନ୍ତରିକତା ଅଭାବ ଅନେକ ବିଭାଗର ବ୍ୟବସ୍ଥା ମଧ୍ୟ ବେଳକୁ ବେଳ ରସାତଳ। ସରକାର ତିନରୁ ଛଅକୁ ମେଡ଼ିକାଲ୍ କଲେଜ ସଂଖ୍ୟା ବୃଦ୍ଧି କରିଲେ। ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍ କଲେଜର ସୁରମ୍ୟ ଅଟ୍ଟାଳିକା ପାଇଁ ଅଜସ୍ର ପାଣ୍ଠି ଦେଇ ଲୋକଙ୍କୁ ଖୋଇବା ପରି ଚିତ୍ରଟିଏ ଏମ୍କେସିଜି କୋଠାର କାହାଣୀ ତିଆରି କରିଲେ । ଅଥଚ ଏଇ କୋଠାରେ କେବେ ଜୀବନ ଦାନ ମିଳିବ ରୋଗୀ ସେବା ମିଳିବ ଏହାକୁ ନେଇ ସମୟ ଅପେକ୍ଷା କରିଛି । ଜରାଜୀର୍ଣ୍ଣ କୋଠାରେ ରୋଗୀ ସେବା ବୋଧେ ସେଇ ଦିନ ବନ୍ଦ ହୋଇ ନୂଆ କୋଠା ନିଜର ପରିଚୟ ଦେଇ ଯେଉଁ ଦିନ ଏମ୍କେସିଜି ପୁରୁଣା କୋଠା କବରଖାନାର ମାନ୍ୟତା ପାଇବ! ଭବ୍ୟ ନୂଆ କୋଠାର ଚିତ୍ର ଭାରି ସୁନ୍ଦର ଏଠାରେ ବହୁସଂଖ୍ୟାରେ ରୋଗୀ ଏକକାଳୀନ ଚିକିତ୍ସା ମଧ୍ୟ ହୋଇପାରିବେ। ପୂର୍ଣ୍ଣ ଆଲୋକ ପବନର ସୁନ୍ଦର ବ୍ୟବସ୍ଥା ଉପଲବ୍ଧ ଥିବା ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ନିଜ ହାତରେ ଟେକିଦେଲେ ସହରବାସୀଙ୍କୁ। ତଥାପି ରୋଗୀ ସେବାକୁ ନେଇ ସରକାରୀ ତତ୍ପରତା ଆଦୌ ପ୍ରକାଶ ପାଉନି। ହଜାର ହଜାର ରୋଗୀଙ୍କ ଦୈନିକ ସେବା ପାଇଁ ଏମ୍କେସଜିର ପରିବେଶ କୋଳାହଳମୟ। ସାଧାରଣ ଅବ୍ୟବସ୍ଥାରେ ଜରାଜୀର୍ଣ୍ଣ କୋଠାରୁ ଯେଉଁ ବିପଦ ମାଡ଼ି ଆସିବ ତାହା ନିଶ୍ଚୟ ସାଂଘାତିକ ରୂପଧାରଣ କରିବ। ବେଳ ଥାଉ ଥାଉ ସରକାର ପ୍ରଶାସନ ତପିରତା ପ୍ରକାଶ ପାଇ ନୂଆ କୋଠାରେ ରୋଗୀସେବା କରାଯାଉ। ନଚେତ୍ ଏମ୍କେସିଜି ମେଡ଼ିକାଲ୍ କଲେଜର କୋଠା ଭିତରୁ ରୋଗୀଙ୍କର ଜୀବନ କେଉଁଦିନ ଭୟଙ୍କର ବିପତ୍ତିର ସମ୍ମୁଖୀନ ହେଲେ କେବଳ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ।

Share :