ମନସାଣ୍ଟୋ ଘାସମରା କର୍କଟକାରକ!

ମନସାଣ୍ଟୋ ଘାସମରା କର୍କଟକାରକ!

Share :

ମନସାଣ୍ଟୋ ଘାସମରା ରାସାୟନିକ ଔଷଧରେ ରହିଥିବା ଗ୍ଲାଇଫୋସେଟ୍ ଯୋଗୁଁ କର୍କଟ ରୋଗ ବ୍ୟାପିଛି। ଏଭଳି ଅଭିଯୋଗ ହେବା ପରେ ଏହି କମ୍ପାନୀ ଉପରେ ୨୮୯ ନିୟୁତ ଡଲାରର ଜରିମାନା ଧାର୍ଯ୍ୟ କରିଛନ୍ତି ଆମେରିକା କାଲିଫର୍ଣ୍ଣିଆର ବିଚାରପତି। ଡିେୱନେ ଜନସନ ନାମକ ଜଣେ ଲୋକ ମନସାଣ୍ଟୋ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ତେବେ ମନସାଣ୍ଟୋ କମ୍ପାନୀ ଏହି ରାୟ ଭୁଲ ବୋଲି ଦାବି କରିଛି। କମ୍ପାନୀ କହିଛି ଯେ ତା’ର ଘାସ ଓ ଗୁଳ୍ମମରା ଔଷଧରେ ଗ୍ଲାଇଫୋସେଟ୍ ନାହିଁ। ମନସାଣ୍ଟୋ ହେଉଛି ପୃଥିବୀର ଅନ୍ୟମ ବୃହତ୍ତମ ରାସାୟନିକ କୀଟନାଶକ ଉପିାଦକ। ଏହି କମ୍ପାନୀ କୃଷି କ୍ଷେତ୍ରରେ କାର୍ଯ୍ୟ କରେ। କମ୍ପାନୀ ତରଫରୁ ଅନେକ ପ୍ରକାର ହାଇବ୍ରିଡ଼ ଓ ଜିଏମ ବିହନ, ରାସାୟନିକ ସାର ଓ କୀଟନାଶକ ଆଦି ଉପିାଦିତ ହୋଇଥାଏ। ତେବେ କମ୍ପାନୀର ଉପିାଦଗୁଡ଼ିକ ମଣିଷ ଓ ପଶୁଙ୍କ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବହୁ ବର୍ଷ ଧରି ଅଭିଯୋଗ ହୋଇଆସୁଛି। କମ୍ପାନୀର ରାଉଣ୍ଡ ଅପ୍ ଏବଂ ରେଞ୍ଜରପ୍ରୋ ନାମକ ଦୁଇଟି ଗୁଳ୍ମ ଓ ଘାସମରା ଔଷଧ ବିପଜ୍ଜନକ। ଏ ବିଷୟରେ କମ୍ପାନୀ ଲୋକମାନଙ୍କୁ ସତର୍କ ଓ ସଚେତନ କରିନାହିଁ ବୋଲି ରାୟ ଦେଇଛନ୍ତି ବିଚାରପତି। ଗ୍ଲାଇଫୋସେଟ୍ ଓ କର୍କଟ ମଧ୍ୟରେ ସଂପର୍କ ନେଇ ଏହା ହେଉଛି ପ୍ରଥମ ମାମଲା। ତେବେ ମନସାଣ୍ଟୋ କମ୍ପାନୀର ଉପସଭାପତି ସ୍କଟ୍ଟ ପ୍ୟାଟ୍ରିଜ କହିଛନ୍ତି ଯେ ଏହି ରାୟ ଭୁଲ। କମ୍ପାନୀ ଏହା ବିରୋଧରେ ଅପିଲ୍ କରିବ। ଆମେରିକାରେ ମନସାଣ୍ଟୋ କମ୍ପାନୀ ବିରୋଧରେ ପ୍ରାୟ ୫ ହଜାର ଏଭଳି ଅଭିଯୋଗକାରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଡିୱାନେ ଜନ୍ସନ୍ ଜଣେ। ତାଙ୍କ ଅଭିଯୋଗ ହେଲା ମନସାଣ୍ଟୋର ଘାସମରା ବ୍ୟବହାର କରିବାର ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ତାଙ୍କୁ କର୍କଟ ରୋଗ ହୋଇଛି। ସେ କାଲିଫର୍ଣ୍ଣିଆର ବେନିସିଆରେ ଏକ ସ୍କୁଲରେ ମାଳି ଭାବେ କାମ କରନ୍ତି। ସ୍କୁଲ ପଡ଼ିଆ ଓ ବଗୀଚା ପାଇଁ ସେ ରେଞ୍ଜରପ୍ରୋ ଘାସ ଓ ଗୁଳ୍ମମରା ଔଷଧ ବ୍ୟବହାର କରନ୍ତି। ୨୦୧୪ ମସିହାରେ ତାଙ୍କଠାରେ ଅଣ-ହୋଜକିନ୍ ଲିକ୍ସୋମିଆ ରୋଗ ଠାବ କରାଯାଇଥିଲା। ଏହା ଏକ ପ୍ରକାର କର୍କଟ ରୋଗ। ପୃଥିବୀର ବିଭିନ୍ନ ଦେଶରେ ଗ୍ଲାଇଫୋସେଟ୍କୁ ଗୁଳ୍ମ ଓ ଘାସମରା ଭାବେ ବ୍ୟବହାର କରାଯାଏ। ଏହାର ନିରାପତ୍ତା ନେଇ ଏଯାଏଁ କେହି କିଛି ଗ୍ୟାରେଣ୍ଟି ଦେଇ ନାହାନ୍ତି। ୨୦୧୫ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଅଧୀନସ୍ତ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା ରିପୋର୍ଟ କରିଥିଲା ଯେ ଏହା ମଣିଷ ପାଇଁ କାର୍ସିନୋଜେନିକ୍ ବା କର୍କଟକାରକ। କିନ୍ତୁ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା ବାରମ୍ୱାର କହିଛି ଯେ ସତର୍କତାର ସହିତ ଏହାକୁ ପ୍ରୟୋଗ କଲେ କର୍କଟ ରୋଗର କୌଣସି ଭୟ ନାହିଁ। ଆମେରିକାରେ ଗ୍ଲାଇଫୋସେଟକୁ ନେଇ ଏପରି ବିବାଦ ଚାଲିଥିବାବେଳେ ୟୁରୋପରେ ମଧ୍ୟ ଏହାକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କ ଦେଶରେ ଗ୍ଲାଇଫୋସେଟ୍କୁ ନିଷିଦ୍ଧ କରିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ତାହାକୁ କେତେକ ସାଂସଦ ବିରୋଧ କରୁଛନ୍ତି। ୟୁରୋପୀୟ କମିଶନ ମଧ୍ୟ ଏହି ଔଷଧକୁ ଆଉ ୫ ବର୍ଷ ପାଇଁ ଲାଇସେନ୍ସ ପ୍ରଦାନ କରିଛି। ଏସବୁ ଭିତରେ କିନ୍ତୁ କାଲିଫର୍ଣ୍ଣିଆର ବିଚାରପତି ଗ୍ଲାଇଫୋସେଟ୍ ପାଇଁ ମନସାଣ୍ଟୋ କମ୍ପାନୀକୁ ଦାୟୀ କରି କ୍ଷତିଗ୍ରସ୍ତ ଆବେଦନକାରୀଙ୍କୁ ୨୮୯ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିଦ୍ଦେର୍ଶ ଦେଇଛନ୍ତି।

Share :