ଡେଙ୍ଗୁଠୁଁ ସାଙ୍ଗାତିକ ମେଲେରିଆ

ଡେଙ୍ଗୁଠୁଁ ସାଙ୍ଗାତିକ ମେଲେରିଆ

Share :

ହେମାଙ୍ଗ ପ୍ରସାଦ ରାଉଳ ଦକ୍ଷିଣ ଓଡ଼ିଶାର ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାର ଚିତ୍ର ସୁଧାରିବା ପାଇଁ କେତେ କ’ଣ ଯୋଜନା କୋଟି କୋଟି ଟଙ୍କା ପାଣିପରି ବୋହିଯାଉଛି ସ୍ୱାସ୍ଥ୍ୟସେବା ନାମରେ । ଯୋଜନା ଉପରେ ଯୋଜନାର ଘୋଷଣା କରି ବାଃ ବାଃ ନେବାରେ ସରକାର ମନ୍ତ୍ରୀ ବାବୁ ଅଫିସର ବସି ସବୁ କିଛି ପାଳି ପକାଇ ଶୁଣାଇ ଦିଅନ୍ତି ପରଦା ଉପରେ । ସ୍ୱାସ୍ଥ୍ୟସେବାକୁ ନେଇ କୃତ୍ରିମ କାନ୍ଦଣା କାନ୍ଦୁଥିବା ଶାସନ ପ୍ରଶାସନ କିନ୍ତୁ ମେଲେରିଆ ଚିତ୍ର ବଦଳାଇବାରେ ଆଦୌ ସମର୍ଥ ନୁହନ୍ତି ବୋଲି ବ୍ରହ୍ମପୁର ବଡ଼ ମେଡ଼ିକାଲର ଜଣେ ବରିଷ୍ଠ ଭେଜଷ ବିଶାରଦ ସ୍ୱୀକାର କେବଳ କରି ନାହାନ୍ତି ବରଂ ଡ଼େଙ୍ଗୁ ଋତୁ ଆସିଲେ ସରକାର ଯାହାସବୁ ଦେଖାଇ ହେଲା ପରି ଆମକୁ ସ୍ୱାସ୍ଥ୍ୟସେବାର ସୁଧାରିବାର କଥା କୁହନ୍ତି ତାହାଠୁ ମେଲେରିଆର ଚିତ୍ର ଅଧିକରୁ ଅଧିକ ଭୟଙ୍କର ବୋଲି ଆମକୁ ସ୍ୱୀକାର କରିବାକୁ ପଡ଼ିବ । କୋରାପୁଟ, ମାଲକାନାଗିରି, ଗଜପତି, ରାୟଗଡ଼ାର ଚିତ୍ର ମେଲେରିଆକୁ ନେଇ ସବୁବେଳେ ଚିନ୍ତା କରାଯାଏ । ମେଲେରିଆ ପାଇଁ ଅଜସ୍ର ଅର୍ଥ ଅଜାଡ଼ି ଦିଆଯାଏ । ବହୁ ଡାକ୍ତର ପାରାମେଡ଼ିକାଲ୍ ଷ୍ଟାଫନର୍ସ ଓ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଆଲର୍ଟ କରାଯାଏ । ଆଜି ବି ମେଲେରିଆ ରୋଗୀଙ୍କ ସଂଖ୍ୟା ଯେଉଁ ହାରରେ ଦେଖାଦେଇଛି ତାହା ଡ଼େଙ୍ଗୁ ଆଗରେ ଅତ୍ୟନ୍ତ ଚିନ୍ତାଜନକ ବିଷୟ । ବ୍ରହ୍ମପୁର ବଡ଼ମେଡ଼ିକାଲ୍ ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟସେବାର ଏକ ପ୍ରମୁଖ ଚିକିତ୍ସାଳୟ । ଏଇଠି ବହୁ ସାଂଘାତିକ ରୋଗୀ ଆସିଥାନ୍ତି । ଜ୍ୱରରୋଗୀ ପାଂଚଦିନରୁ ଅଧିକ ହେଲେ ବଡ଼ ମେଡ଼ିକାଲ୍କୁ ଭରଷା କରି ପହଂଚିଲା ପରେ ଜଣାଯାଏ ଯେ ଏଇ ରୋଗୀ ମେଲେରିଆ ରୋଗାକ୍ରାନ୍ତ ଏବଂ ଯେଉଁ ଔଷଧ ଦିଆଯାଏ ତା’ର ପରିଣାମଠାରୁ ପାଶ୍ୱର୍ ପ୍ରତିକ୍ରିୟା ବିପଦଜନକ ଅବସ୍ଥାକୁ ରୋଗୀର ନେଇଥାଏ ଏବଂ ରୋଗୀ ଓ ରୋଗର ଅବସ୍ଥା ଅସାଧ୍ୟ ହୋଇ ଡ଼ାକ୍ତର ଚିକିତ୍ସା ଅବଧିରେ ପ୍ରାୟ ମୃତ୍ୟୁବରଣ କରନ୍ତି । ଅଧିକାଂଶ ରୋଗୀର ମୃତ୍ୟୁ ମଲଟିପଲ୍ ଅର୍ଗାନ୍ ଫେଲ୍ୟୁରରୁ ହୁଏ । ଏହାର କାରର ମଧ୍ୟ ଔଷଧର ସାଂଘାତିକ ପାଶ୍ୱର୍ପ୍ରତିକ୍ରିୟା କହିଲେ ଅତ୍ୟୁକ୍ତି ହେବନି । ସମଗ୍ର ବିଶ୍ୱରେ ଦକ୍ଷିଣ ଆଫ୍ରିକା ଓ ଇଣ୍ଡୋନେସିଆର କିଛି ଅଂଚଳ ଛାଡ଼ିଦେଲେ ଭାରତ ଓଡ଼ିଶାର ଦକ୍ଷିଣ ଭାଗ ମେଲେରିଆ ରୋଗ ପ୍ରବଣ ଅଂଚଳ । ଆଜି ବି ବହୁରୋଗୀ ପୋକମାଛି ପରି ଠିକ୍ ଚିକିତ୍ସା ଅଭାବ ସଚେତନତା ଅଭାବରୁ ରୋଗରେ ମରିଯିବା ପରି ଚାଂଚଲ୍ୟଜନକ ଖବର ଅଛି, ଯାହା ଡ଼େଙ୍ଗୁ ରୋଗୀରେ ମୃତ୍ୟୁବରଣ କରୁଥିବା ସଂଖ୍ୟାର କାହିଁଗୁଣରେ ଅଧିକ । ପ୍ରଶ୍ନ ଉଠୁଛି ଡ଼େଙ୍ଗୁ ଆସିଲେ ଆମ ନେତାମାନେ ରାଜନୀତି କରନ୍ତି । ପ୍ରଶାସନ ସଚେତନ ରହନ୍ତି । ଶାସନ କଳର ବିଭାଗୀୟ ସଚିବ, ମନ୍ତ୍ରୀ ତନ୍ତୀ ବହୁବାର ଘନଘନ ବୈଠକ ଡ଼କାଇ ସଚେତନତାର ସଂଦେଶ ଦିଅନ୍ତି । କିନ୍ତୁ ଡ଼େଙ୍ଗୁ ଆଗରେ ମେଲେରିଆର ଯେଉଁ ଚିତ୍ର ଚାଲେଞ୍ଜ ରହିଛି ତା’ର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ବିଫଳ । ଜଳକା ପରି ରୋଗୀଟିଏ ଖଟିଆରେ ପଡ଼ିପଡ଼ି ମରିଯାଏ । ଏହା ଆମ ନିଜ ପାଶ୍ୱର୍ ଅଂଚଳରେ ମଧ୍ୟ ଘଟିଥାଏ । କିନ୍ତୁ ସ୍ୱାସ୍ଥ୍ୟସେବାର କରିତ୍କର୍ମାମାନେ ଅସଲ ଚିତ୍ର ପ୍ରକାଶ କରିବା ପାଇଁ ଡରନ୍ତି । ସରକାରଙ୍କ ରାଜକୋଷରୁ ବିପୁଳ ଅର୍ଥ ମେଲେରିଆ ରୋଗର ନିରାକରଣ ପାଇଁ ଲୁଟ୍ ଚାଲିନି ତ? ଏଇପରି ଏକ ସାଂଘାତିକ ମହାଭିଯୋଗ ସହରର ସଚେତନ ନାଗରିକମାନେ ଉଠାଇବାରେ ପଛଘୁଂଚା କାହିଁକି? ଡାକ୍ତରମାନେ ମେଲେରିଆ ରୋଗୀକୁ ନିକଟରେ ଦେଖି ସେବା ଦେଇ ଆସି ଯେଉଁ ଚିତ୍ର ପ୍ରକାଶ କରିବାକୁ ଭୟ କରନ୍ତି ତା’ର କାହାଣୀ ଡେଙ୍ଗୁଠୁ ଅଧିକ ଭୟଙ୍କର ।

Share :