ଖରାପ କାହିଁକି ସରକାରୀ ସ୍କୁଲର ପରୀକ୍ଷାଫଳ

ଖରାପ କାହିଁକି ସରକାରୀ ସ୍କୁଲର ପରୀକ୍ଷାଫଳ

ହେମାଙ୍ଗ ପ୍ରସାଦ ରାଉଳ ଶିକ୍ଷା ସମାଜର ମାନଦଣ୍ଡ। ଠିକ୍ ସମୟରେ ସଠିକ୍ ଜ୍ଞାନ ଆହରଣ କରି ଉନ୍ନତ ନାଗରିକ ଗଠନ କରିବା ପାଇଁ ଶିକ୍ଷାଦାନର ବ୍ୟବସ୍ଥା ସୁଦୃଢ଼ ହେବା ସକାଶେ ଅନେକ ଯୋଜନା ଅନେକ ଅଲୋଚନା। କିନ୍ତୁ ପରିବର୍ତ୍ତନଶୀଳ ଯୁଗ ସହ ତାଳ ଦେଇ ଚାଲୁଥିବା ପୃଥିବୀର ପଛରେ ପଡ଼ିଯାଇଛି ଆମ ସାଂପ୍ରତିକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷାୟତନ। ଅତୀତରେ ସରକାରୀ ବିଦ୍ୟାଳୟର ସୁନାମ ଆଜି କାହିଁ? ସେଇ ସମୟ ଶିକ୍ଷାୟତନର ମନ୍ଦିର ଭିତରେ ଗୁରୁଶିଷ୍ୟ ପରମ୍ପରା ବେଶ୍ ସୁଦୃଢ଼ ଥିଲା। ମାଇଲ୍ ମାଇଲ୍ ରାସ୍ତା ଅତିକ୍ରମ କରି ଛାତ୍ରଛାତ୍ରୀ ଆସୁଥିଲେ ସରକାରୀ ବିଦ୍ୟାଳୟକୁ। ଶୃଙ୍ଖଳିତ ସନ୍ଦର ନିରୋଳା ପରିବେଶରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଭିତରେ ଏଭଳି ସଂପର୍କ ଗଢ଼ି ଉଠୁଥିଲା। ଆଜି ବି ପୁରାତନ ଛାତ୍ର ସମାଜ ଅତୀତକୁ ଝୁରି ହୁଅନ୍ତି। ଶିକ୍ଷକ ସମାଜକୁ ଭେଟି ଦେଉଥିଲେ ମେଧାବୀ ସମାଜସେବୀ ସେବା ବ୍ରତୀ ବିଚାରର ନାଗରିକ। ଏପରିକି ହଷ୍ଟ୍ରେଲ୍ ମାନଙ୍କରେ ପିଲାମାନେ ରହି ଅଧ୍ୟୟନ ଅଧ୍ୟବସାୟ ଗୋଟିଏ ବ୍ରତ ଭାବରେ ଗ୍ରହଣ କରିନେଇ ପ୍ରବାସରେ ରହି ଗୁରୁଙ୍କଠାରୁ ମାତାପିତା ଅଭିଭାବକଙ୍କ ସ୍ନେହ ପାଇବା ସହ ଗୁରୁଙ୍କ ଅନୁଶାସନ ଭିତରେ ଗଢ଼ୁଥିଲେ ଭାଗ୍ୟ, ଭବିଷ୍ୟତ ଓ ଜୀବନ ଜୀବିକାର ଆଲୋକିତ ପଥ। ସେ ସମୟର ଗୁରୁଙ୍କ କାହାଣୀ ମଧ୍ୟ ସଂପର୍କୀୟ ଥିଲା। ଉପଯୁକ୍ତ ବୈଷୟିକ ସୂଚନା ପ୍ରଯୁକ୍ତି ଜ୍ଞାନଠାରୁ ଅନ୍ଧାରରେ ରହି ମଧ୍ୟ ବିଜ୍ଞାନ, ଗଣିତ, ପାଟିଗଣିତ, ଜ୍ୟାମିତି, ଇଂରାଜୀ, ଭୂଗୋଳ ଓ ଇତିହାସ, ସାହିତ୍ୟରେ ପିଲାଙ୍କୁ ପ୍ରବୀଣ କରାଇବାରେ ବେଶ୍ ଦକ୍ଷ ଥିଲେ ଗୁରୁ ସମାଜ। ଅଳ୍ପ ଦରମାରେ ମଧ୍ୟ ବହୁ ସମର୍ପଣ ଭାବନା ବିଚାରର ନୀତି ଆଧାରିତ ଜ୍ଞାନ ବିତରରରେ ତିନି ଦଶନ୍ଧି ତଳର ଗୁରୁ୍କ ସାହାଣୀ ଥିଲା ସଂଘର୍ଷ ପୂଣୋର୍ଣ। କିନ୍ତୁ ଯେଉଁ ଛାତ୍ର ନିର୍ମାଣ ପ୍ରୟୋଗଶାଳା ପିଲାଙ୍କ ଭବିଷ୍ୟତ ଗଢ଼ିଥିଲେ ସେଇମାନେ ଆଜି ଦେଶର ନାଗରିକ ଭାବରେ ସୁସଂସ୍କୃତ, ସଭ୍ୟ, ଆଦର୍ଶ ସର୍ବଗୁଣ ସଂପନ୍ନ ନିଃସଂଦେହରେ କୁହାଯାଇପାରେ। ଅନ୍ୟପକ୍ଷରେ ବିଗତ ଦୁଇ ଦଶନ୍ଧି ଭିତରେ ସରକାରୀ ବିଦ୍ୟାଳୟରେ ଶିକ୍ଷା ପ୍ରଣାଳୀ କ୍ରମଶଃ ଦୁର୍ବଳ ହୋଇ ଫଳାଫଳ ହାରରେ ଘରୋଇ ବିଦ୍ୟାଳୟ ଠାରୁ ପଛରେ ପଡ଼ିଛି। ସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କ ଜ୍ଞାନ ପ୍ରଯୁକ୍ତି ଶିକ୍ଷା ଦୀକ୍ଷା ମଧ୍ୟ ଯୋଗ୍ୟତାର କିଛି କମ୍ ନୁହେଁ । ଅନେକ ଶିକ୍ଷକ ମଧ୍ୟ ପିଏଚ୍ଡ଼ି ଡ଼୍ରିଗ୍ରୀଧାରୀ ଏବଂ ଗୋଟିଏ ଗୋଟିଏ ବିଷୟରେ ବେଶ୍ ଦକ୍ଷ ପ୍ରବୀଣ। କିନ୍ତୁ ସେଇ ଭବିଷ୍ୟତ ଗଠନ କରୁଥିବା ଛାତ୍ରଛାତ୍ରୀ ସରକାରୀ ଅନୁଷ୍ଠାନରେ ବହୁତ କମ୍ ମାର୍କ ଆଣିବା ଆମକୁ ଅନୁଶୀଳନ କରିବାକୁ ବାଧ୍ୟ କରୁଛି। ମୋଟା ଅଙ୍କର ଦରମା ନେଉଥିବା ଶିକ୍ଷକଙ୍କ ଛାତ୍ରଛାତ୍ରୀଙ୍କ ସହ ସଂପର୍କ ଯୋଡ଼ିବାରେ ଯେତିକି ଯତ୍ନବାନ୍ ତାହାବି ସମ୍ଭବ ହେଉନି। ସରକାର ଉଚ୍ଚ ବିଦ୍ୟାଳୟ ପ୍ରତି ପଞ୍ଚାୟତରେ ଠିଆ କରାଇଦେଲେ। ଉପକରଣ ବି ଯୋଗାଇଦେଲେ। ଉନ୍ନତ ଜ୍ଞାନ ନିପୁଣ ଶିକ୍ଷକଙ୍କୁ ଉଚ୍ଚ ବେତନ ଦେଇ ନିଯୁକ୍ତି ମଧ୍ୟ ଦେଇଥିଲେ। କିନ୍ତୁ ଶିକ୍ଷକଙ୍କ ମନୋବଳ ଭାଙ୍ଗିବା ପାଇଁ ବିଭିନ୍ନ ସଂଗଠନରେ ବିଭକ୍ତ କରିଦେଲା ପରେ ବାଟ ହୁଡ଼ିଲା ଶିକ୍ଷା ବ୍ୟବସ୍ଥା। ୧୨ ମାସରେ ୧୩ ଆନ୍ଦୋଳନ ଧର୍ମଘଟର ନାରା ସହ ସରକାର ମଧ୍ୟ ଶିକ୍ଷକଙ୍କୁ ନିଜର କାମ ପାଇଁ ଅନେକ ଯୋଜନା ସହ ଯୋଡ଼ିଦେଲେ। ନିର୍ବାଚନ ପାଇଁ ରହୁଥିବା ଅନେକ ବ୍ୟବସାୟ ଭିତରେ ଶିକ୍ଷକଙ୍କୁ ଯୋଡ଼ିଦେଇ ହଟହଟା କରାଯିବା ସହ ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥିତ ହାର କମାଇଦେବାର ମଧ୍ୟ ସରକାର ପ୍ରତ୍ୟକ୍ଷ ଭାବରେ ଦାୟୀ। ସୁତରାଂ ବିଦ୍ୟାଳୟର ଶିକ୍ଷାଦାନର ବ୍ୟବସ୍ଥା ଭୁଷୁଡ଼ିବା ସହ ଫଳାଫଳର ହାରରେ ବେସରକାରୀ ଅନୁଷ୍ଠାନଗୁଡ଼ିକ ବାଜି ମାରିନେଲେ। ଆଜି ଅଭିଭାବକମାନେ ସରକାରୀ ବିଦ୍ୟାଳୟରୁ ଶତପ୍ରତିଶତ ଆସ୍ଥା ତୁଟାଇ ଦେଇ ଘରୋଇ ବିଦ୍ୟାଳୟ ମୁହାଁ ହେବାକୁ ବାଧ୍ୟ ହେଲେ। ଅତୀତର ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଆଉ କ’ଣ ଫେରି ଆସିବ। ଆସିବା ପାଇଁ ସବୁ ସାଧନ ଥିଲେ ସୁଦ୍ଧା ବୈଚାରିକ ଆଧାରରେ ଶିକ୍ଷା ଶିକ୍ଷାୟତନ ଓ ଶିକ୍ଷକ କିନ୍ତୁ ଅସଜଡ଼ା ଯା’ର ଫଳ ଭୋଗିଛି ସମାଜ।

Share :