ସ୍ୱାମୀ ଛାଡ଼ିବା ମାନସିକତାରେ ଓଡ଼ିଆଣୀ!

ସ୍ୱାମୀ ଛାଡ଼ିବା ମାନସିକତାରେ ଓଡ଼ିଆଣୀ!

ବୈଷ୍ଣବ ଜେନା ରାମକୃଷ୍ଣ ମିଶନର ଜଣେ ସାଧୁ ଏବେ ଓଡ଼ିଶାରେ ଅଛନ୍ତି। ରାମକୃଷ୍ଣଙ୍କ ମହତ୍ବାଣୀ ପ୍ରଚାର ଲାଗି ସେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରଠାରେ ଏକ ଆଶ୍ରମଟିଏ ଖୋଲିଛନ୍ତି। ଉକ୍ତ ଆଶ୍ରମଟି ଦେଶର ଅନ୍ୟତମ ଶ୍ରେଷ୍ଠ ଗୁରୁକୁଳ ଭାବରେ ପରିଚିତ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ତାହାକୁ ଦେଖିବାକୁ ଯାଇଥିଲେ। ସେହି ସାଧୁ ବା ରାମକୃଷ୍ଣଙ୍କ ବାର୍ତ୍ତା ପ୍ରଚାରକଙ୍କ ସହିତ କିଛିଦିନ ତଳେ ଦେଖାହୋଇଥିଲା। ବହୁକଥା ଆଲୋଚନା ହେଲା। ଆଲୋଚନା ବେଳେ ଜାଣିବାକୁ ପାଇଲୁ ଯେ ସେହି ସାଧୁଜଣକ ଗତ ୮୦ ଓ ୯୦ ଦଶକରେ ଆଫ୍ରିକୀୟ ରାଷ୍ଟ୍ର କେନିଆର ରାଜଧାନୀ ନାଇରୋବିରେ ରାମକୃଷ୍ଣ ବିବେକାନନ୍ଦ ବାଣୀ ପ୍ରଚାର କରୁଥିଲେ। ସେଠାରେ ମଧ୍ୟ ଏକ ଆଶ୍ରମ ଅଛି। ଆମ୍ଭେ ତାଙ୍କୁ ଏହି ଅବସରରେ ସେଠାକାର ସାମାଜିକ ସ୍ଥିତି ଏବଂ ସାଧାରଣ ଲୋକଙ୍କ ଜୀବନ ଶୈଳୀ କଥା ପଚାରିଲୁ। ଏହି ପ୍ରଶ୍ନ ଶୁଣିବା ପରେ ସେ ଗମ୍ଭୀର ହୋଇଗଲେ। ତାହାପରେ ସେ କହିଲେ, ଏମିତି ଗୋଟେ ଅଭିଜ୍ଞତା କଥା କହିବି - ଯାହାକି ତୁମକୁ ଦୁଃଖ ଦେବ। ଆମ୍ଭେ ସେହି ଦୁଃଖ କାହାଣୀ ଶୁଣିବାକୁ ସମ୍ମତି ଜଣାଇଲୁ। ତାହା ପରେ ସେ କହିଲେ - ନାଇରୋବି ସହରରେ ଭାରତୀୟ ବଂଶୋଦ୍ଭବ ଏବଂ ଭାରତୀୟମାନଙ୍କର ବେଶ୍ ପ୍ରଭାବ ଅଛି। ରାଜନେତା, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କ୍ରିକେଟର - ଡାକ୍ତର ପର୍ଯ୍ୟନ୍ତ ସେଠାରେ ଜମେଇକରି ଅଛନ୍ତି। କେତେକ କଲୋନୀରେ ଭାରତୀୟ ପ୍ରତିଛବି ସୃଷ୍ଟି ହୋଇଥାଏ। ସେଠାରେ ଏପରି ଏକ ନିର୍ଦ୍ଦିଷ୍ଟ ଭାରତୀୟ କଲୋନୀ ଅଛି, ଯେଉଁଠାରେ ଗତ ୮୦ ଦଶକରେ ପ୍ରାୟ ୧୫ ଜଣ ଭାରତୀୟ ଯୁବତୀ (ଛାତ୍ରୀ)ଙ୍କୁ ହତ୍ୟା କରାଯାଇଥିଲା। ସେହି ଘଟଣା ଭାରତୀୟମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ସେ ଦେଶରେ ସମସ୍ୟା ସୃଷ୍ଟି କରିଥିଲା। ସେହି ଘଟଣା ଜାଣିଲା ପରେ ଉକ୍ତ ସାଧୁଜଣକ ବିବ୍ରତ ହୋଇପଡ଼ିଥିଲେ। ଏହା ସ୍ୱାଭାବିକ ମଧ୍ୟ। ତେବେ ସେ ଚପି ଯାଇ ନଥିଲେ। ନାଇରୋବି କେନ୍ଦ୍ରୀୟ ଜେଲକୁ ଯାଇ ସେହି ହତ୍ୟାକାରୀମାନଙ୍କୁ ଗୋଟି ଗୋଟି କରି ଭେଟିଥିଲେ। ସେମାନେ ସମସ୍ତେ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ ଏକା ପ୍ରକାର ଉତ୍ତର ଦେଇଥିଲେ। ଯାହାକି ଉକ୍ତ ସାଧୁଙ୍କୁ ଭ୍ରମରେ ପକାଇ ଦେଇଥିଲା। ସେମାନେ କହିଥିଲେ - ଆମ୍ଭେମାନେ ଭାରତୀୟ ଯୁବତୀମାନଙ୍କୁ ବିବାହ କରିବାକୁ ଚାହଁୁଥିଲୁ- ଏବେ ମଧ୍ୟ ଚାହଁୁଛୁ। କିନ୍ତୁ ଭାରତୀୟ ଯୁବତୀ (ହିନ୍ଦୁ, ଶିଖ୍, ମୁସଲମାନ କିମ୍ୱା ଖ୍ରୀଷ୍ଟିଆନ୍)ମାନେ ଆମକୁ ବିବାହ କରିବାକୁ ଚାହିଁଲେ ନାହିଁ। ତେଣୁ ଆମ୍ଭେ ସେମାନଙ୍କୁ ହତ୍ୟା କରିଛୁ। ଏକଥା ଶୁଣି ସାଧୁଜଣକ ଦୀର୍ଘଶ୍ୱାସ ଛାଡ଼ି କହିଲେ - ତୁମ୍ଭେମାନେ କାହିଁକି ଭାରତୀୟ ଯୁବତୀମାନଙ୍କୁ ବିବାହ କରିବାକୁ ଚାହଁୁଛ? କ’ଣ ବିଶେଷ କାରଣ ? ନାଇରୋବି ଏକ କସମୋପଲିଟାନ ସିଟି। ଏଠାରେ ବହୁ ଦେଶର ଲୋକ ଅଛନ୍ତି, ଭାରତୀୟଙ୍କଠାରୁ ସୁନ୍ଦର ଏବଂ ଶ୍ୱେତ ବର୍ଣ୍ଣର ଲୋକ ଅଛନ୍ତି। ଏହାସତ୍ତ୍ୱେ ଭାରତୀୟ ଯୁବତୀଙ୍କ ପ୍ରତି ତୁମ୍ଭେମାନେ କାହିଁକି ଆକର୍ଷିତ। ଏହାର ଉତ୍ତରରେ ଜଣେ ନିଗ୍ରୋ ଯୁବକ କହିଲେ - ଆମ୍ଭେମାନେ ଭାରତୀୟ ଯୁବତୀଙ୍କ ସୁନ୍ଦରତା କିମ୍ୱା ଉତ୍ତମ ଶରୀର ଗଠନ ପାଇଁ ଆକର୍ଷିତ ନୋହଁୁ ? ମାତ୍ର ସେମାନଙ୍କ ଅନ୍ତର୍ନିହିତ ଗୁଣପାଇଁ ଆକର୍ଷିତ। କାରଣ ଭାରତୀୟ ମହିଳାମାନେ ଏକ ପତିବ୍ରତା, ସ୍ୱାମୀଙ୍କୁ ଭଗବାନ ବୋଲି ବିଶ୍ୱାସ କରନ୍ତି। ଭାରତୀୟ ଯୁବତୀ ବା ମହିଳାମାନେ ଆଜୀବନ ଗୋଟିଏ ସ୍ୱାମୀ ସହିତ ରୁହନ୍ତି। କୌଣସି ପରିସ୍ଥିତିରେ ସ୍ୱାମୀ ଛାଡ଼ନ୍ତି ନାହିଁ - ବର୍ଷବର୍ଷ ଧରି ଘୋର ନିର୍ଯାତନାର ଶିକାର ହୋଇଥିଲେ ବି ସ୍ୱାମୀକୁ ଛାଡ଼ିବା କଥା ଚିନ୍ତା କରନ୍ତି ନାହିଁ - ଜଣଙ୍କୁ ବିବାହ କରନ୍ତି, ମଲା ପର୍ଯ୍ୟନ୍ତ ତାଙ୍କ ସହିତ ରୁହନ୍ତି। ସ୍ୱାମୀ ମରିଗଲେ ସ୍ୱାମୀଙ୍କ ସ୍ମୃତିକୁ ଜାବୁଡ଼ି ଧରନ୍ତି ଏବଂ ନିଜ ସ୍ୱାମୀର ବିଧବା ବୋଲି ପରିଚୟ ଦେଇ ଗର୍ବ କରନ୍ତି। ପର ପୁରୁଷ ସହିତ ସମ୍ପର୍କକୁ ପାର୍ଥିବ ଦୁନିଆର ସବୁଠାରୁ ବଡ଼ ପାପ ବୋଲି ବିଚାର କରନ୍ତି। କେନିଆରେ ଦ୍ୱିତୀୟ ବିବାହ କରିଥିବା ଭାରତୀୟ ମହିଳା ନାହାନ୍ତି। ମାତ୍ର ଆମ ଦେଶରେ ନାରୀମାନେ ଗୋଟିଏ ସ୍ୱାମୀ ସହିତ ସାରା ଜୀବନ କଟାଇବାକୁ ଚାହାଁନ୍ତି ନାହିଁ। ସେପରି ମାନସିକତା ମଧ୍ୟ ନାହିଁ। ଛୋଟଛୋଟ କଥାରେ ସ୍ୱାମୀ ପରିବର୍ତ୍ତନ କରନ୍ତି। ଆମେ ଏହି ଧାରାରେ ପରିବର୍ତ୍ତନ ଚାହଁୁ - ଭାରତୀୟ ପୁରୁଷଙ୍କ ପରି ଆମେ ସୁନ୍ଦର ସରଳ ଜୀବନଯାପନ କରିବାକୁ ଚାହଁୁ - ଜଣକୁ ବିବାହ କରି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାହା ସହିତ ରହିବୁ। ଆମର ସେହି ବୈବାହିକ ଜୀବନ ଭାରତୀୟଙ୍କ ପରି ହେବ ବୋଲି ଆମର ବିଶ୍ୱାସ ଥିଲା - ଦେଶରେ ପରିବର୍ତ୍ତନ ଆଣିବ ବୋଲି ଆମେ ଭାବିଥିଲୁ - ମାତ୍ର ତାହା ସମ୍ଭବ ହେଲାନାହିଁ - ଭାରତୀୟ ଯୁବତୀମାନେ ସେମାନଙ୍କର ଧାରା ପରିବର୍ତ୍ତନ ପୂର୍ବକ ଆମକୁ ବିବାହ କରିବାକୁ ଚାହଁିଲେ ନାହିଁ, ଯାହାକି ଆମକୁ ନିରାଶ କଲା ଓ ଆମେ ହତ୍ୟାକାରୀ ହୋଇଗଲୁ। ସେହି ହତ୍ୟାକାରୀଙ୍କ ବକ୍ତବ୍ୟକୁ ସାଧୁ ଜଣକ ଶୁଣିବା ସହିତ ମନେ ମନେ ଭାରତୀୟ ଯୁବତୀ (ହିନ୍ଦୁ, ଶିଖ୍, ମୁସଲମାନ୍ କିମ୍ୱା ଖ୍ରୀଷ୍ଟିଆନ୍) ମାନଙ୍କର ସ୍ୱତନ୍ତ୍ରତାକୁ ନେଇ ଗର୍ବ ଅନୁଭବ କଲେ। ଏବେ ମଧ୍ୟ ଭାରତୀୟ ନାରୀ ଜଣେ ଜଣେ ସୀତା ଓ ସାବିତ୍ରୀ ବୋଲି ସେ ଧରିନେଲେ। ଏହି ଘଟଣାର ଅବତାରଣା କରିବାର ସାଂପ୍ରତିକ ପ୍ରାସଙ୍ଗିକତା ରହିଛି। କାରଣ ଆମ ଦେଶ ଓ ରାଜ୍ୟରେ ସ୍ୱାମୀଛାଡ଼ିମାନଙ୍କର ସଂଖ୍ୟା ବଢ଼ିବଢ଼ି ଚାଲିଛି। ସ୍ୱାମୀ (ଘଇତା ଗୃହସ୍ଥ, ପତି, ମରଦ, ମଣିଷ, ମାନାଇ, ବର, ମିଣିପ, ଗେରସ୍ତ, ଘରଲୋକ, ଅଣ୍ଡିରା, ଗୋସେୟାଁ) ଛାଡ଼ି ଅନ୍ୟତ୍ର ରହିବା ଭାରତୀୟ ମହିଳାମାନଙ୍କର ଏକ ଧାରା ବା ମାନସିକତାରେ ପରିଣତ ହୋଇଗଲାଣି। ଆମ ଓଡ଼ିଶାରେ ଏହି ନଜିର କମ୍ ନୁହେଁ। କଥା କଥାରେ ବିବାହିତାମାନେ ସ୍ୱାମୀଙ୍କୁ ଛାଡ଼ି ଦେଉଛନ୍ତି। ପୁତ୍ରକନ୍ୟାମାନଙ୍କୁ ମଧ୍ୟ ବହୁ କ୍ଷେତ୍ରରେ ଛାଡ଼ି ଦେଉଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି ଯେ, କେତେକ ଘଟଣାରେ ଆମର ସେହି ତଥାକଥିତ ସୀତା ସାବିତ୍ରୀମାନେ ଦ୍ୱିତୀୟ ସ୍ୱାମୀଙ୍କୁ ମଧ୍ୟ ଛାଡ଼ି ଦେଉଛନ୍ତି। କିଛିଦିନ ତଳେ ସହରାଞ୍ଚଳରେ ସ୍ୱାମୀ ଛାଡ଼ି ଓଡ଼ିଆଣୀମାନଙ୍କୁ ଦେଖିବାକୁ ମିଳୁଥିଲା। ଏବେ ଗ୍ରାମାଞ୍ଚଳରେ ପ୍ରବଳ ହେଲାଣି। ଏବେ ପ୍ରତ୍ୟେକ ଗ୍ରାମର ସ୍ୱାମୀଛାଡ଼ିମାନେ ଅଛନ୍ତି। ସ୍ୱାମୀ ସହିତ ସାରା ଜୀବନ ରହିବା ମାନସିକତା ଆଉ ନାହିଁ। ସାମାନ୍ୟ ମତାନ୍ତରରୁ ମନାନ୍ତର ଓ ପରେ ସ୍ୱାମୀମାନେ ପର ହୋଇଯାଉଛନ୍ତି। ସ୍ୱାମୀଛାଡ଼ିଙ୍କ ପାଇଁ କାମ କରୁଥିବା ଏକ େସ୍ୱଚ୍ଛାସେବୀ ସଂଗଠନର ଆକଳନ ଅନୁସାରେ ସ୍ୱାମୀଛାଡ଼ି ବାପଘରେ ରହୁଥିବା ମହିଳାଙ୍କ ସଂଖ୍ୟା ରାଜ୍ୟରେ ପ୍ରାୟ ୫ ଲକ୍ଷ। କାରଣ ଯାହା ହେଉନା କାହିଁକି ସେମାନେ ସମାଜରେ ଏବେ ନିନ୍ଦିତ ମହିଳା। ଏହାର ଏକ ଦଶମାଂଶ ମାମଲା କୋର୍ଟ କଚେରୀକୁ ଯାଇଛି। ଅନ୍ୟଗୁଡ଼ିକ ରାଗ-ରୁଷା ଓ ଅଭିମାନ କିମ୍ୱା ଝଗଡ଼ାରେ ଅଲଗା। ଖାଲି ବାପଘରେ ନୁହେଁ, ଅଲଗା ଘରେ ସେମାନେ ମଧ୍ୟ ରହୁଛନ୍ତି। ବିଶେଷକରି ସ୍ୱାମୀଛାଡ଼ି କର୍ମଜୀବୀ ମହିଳାମାନେ ବାପଘର ଲୋକଙ୍କଠାରୁ ମଧ୍ୟ ସମ୍ପର୍କ ଛିନ୍ନ କରି ଅଲଗା ରହୁଛନ୍ତି। କାହା ସହିତ ପୁଅ କିମ୍ୱା ଝିଅ ରହୁଛନ୍ତି, ନଚେତ୍ ଅନ୍ୟମାନେ ନିଃସଙ୍ଗ - ଏକାଏକା। ସେହି େସ୍ୱଚ୍ଛାସେବୀ ସଂଗଠନର କହିବା ଅନୁସାରେ କାଁ ଭାଁ କ୍ଷେତ୍ରରେ ସେହି ମହିଳାମାନଙ୍କର ସ୍ୱାମୀମାନଙ୍କର ଭୁଲ୍, ମାତ୍ର ବହୁତ କ୍ଷେତ୍ରରେ ଏମାନଙ୍କର ଭୁଲ୍। କେତେକ ସ୍ୱାମୀ ଭଲ, ମାତ୍ର ଶାଶୁ, ଶ୍ୱଶୁର ଓ ନଣନ୍ଦ ଦିଅର ଖରାପ ବୋଲି କହି ସ୍ୱାମୀଠାରୁ ଅଲଗା ରହୁଛନ୍ତି। ଯେଉଁ ଛୋଟମୋଟ୍ ଅଭିଯୋଗ ସେମାନେ କହୁଛନ୍ତି - ତାହାର ସମାଧାନ ଭଲରେ ହୋଇପାରିଥାଆନ୍ତା। କିନ୍ତୁ ଆଜିକାଲିକା ନାରୀମାନେ ନିଜ ଜିଦ୍ରେ ଅଚଳ - ସ୍ୱାମୀଙ୍କୁ ଛାଡ଼ିବେ ଓ ଶ୍ୱଶୁରଘର ସହିତ ସଂପର୍କ ଛିନ୍ନ କରିବେ। ପରପୁରୁଷ ସହିତ ସମ୍ପର୍କ ଯୋଗଁୁ ବହୁ ମହିଳା ସ୍ୱାମୀ ଛାଡ଼ୁଛନ୍ତି। ଏଭଳି ସମ୍ପର୍କ ଆଜିକାଲି ବ୍ୟାପକ ହେଲାଣି। ବହୁ ବିବାହିତା ମହିଳା ସ୍ୱାମୀଙ୍କ ସହିତ ରହିବାକୁ ଜେଲ୍ ଦଣ୍ଡ ବୋଲି ବିଚାର କରୁଛନ୍ତି। ଆଉ କେତେକ ଆଧୁନିକାଙ୍କ ଯୁକ୍ତି ଅତ୍ୟନ୍ତ ଗର୍ହିତ। ସ୍ୱାମୀଙ୍କ ସହିତ ରହିଲେ ପିଲାଛୁଆ ହେବାର ସମ୍ଭାବନା ଅଛି, ଯେଉଁମାନଙ୍କ ଦାୟିତ୍ୱ ସେ କଦାପି ନେଇପାରିବେ ନାହିଁ, ବାପଘରେ ରହୁଥିବା ସ୍ୱାମୀଛାଡ଼ିମାନଙ୍କୁ ନେଇ ପରବର୍ତ୍ତି ଜୀବନରେ ବହୁ ସାମାଜିକ ଓ ପାରିବାରିକ ସମସ୍ୟା ସୃଷ୍ଟି ହେଉଛି। ଯେଉଁମାନେ ସ୍ୱାମୀ ବା ଶ୍ୱଶୁରଘର ଛାଡ଼ି ବାପଘରକୁ ସ୍ଥାୟୀ ରହଣୀସ୍ଥଳ ଭାବେ ଧରିନେଇଛନ୍ତି, ସେମାନେ ବାପାମାଆ ଥିଲା ପର୍ଯ୍ୟନ୍ତ ଭଲ୍ରେ ରହୁଛନ୍ତି। ପରବର୍ତ୍ତୀ ସମୟରେ ଭାଇ-ଭାଉଜଙ୍କ ସହିତ ରହିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହେଉଛି। ସେଠୁ ବର୍ତ୍ତିଗଲେ ସେହି ଭାଇମାନଙ୍କ ପୁଅ (ପୁତୁରା)ମାନଙ୍କ ସହିତ ବୁଢ଼ୀ ଦିନେ ରହିବା ନର୍କ ଗଞ୍ଜଣା ଭଳି ହେଉଛି। ସେତେବେଳେ ବହୁ ସ୍ୱାମୀ ଛାଡ଼ି ବୃଦ୍ଧା ଘୋର ଅନୁତାପ କରୁଛନ୍ତି। ଏକଥା ସମସ୍ତେ ଜାଣନ୍ତି, ସମସ୍ତଙ୍କ ଅନୁଭବରେ ଅଛି, କିନ୍ତୁ ସ୍ୱାମୀ ଛାଡ଼ିବା ଭଳି ଯେଉଁ ଅଲୋଡ଼ା ଘୃଣ୍ୟଧାରା ଆରମ୍ଭ ହୋଇଛି, ତାହାକୁ ରୋକିବା ପାଇଁ କାହାର ସାମର୍ଥ୍ୟ ନାହିଁ। ଏଥିପାଇଁ ପର୍ଯ୍ୟାପ୍ତ ଉଦ୍ୟମ ମଧ୍ୟ ହେଉନାହିଁ। ସ୍ୱାମୀଛାଡ଼ୁଥିବା ନବବିବାହିତାମାନଙ୍କ ପ୍ରତି ତାଙ୍କର ପିତାମାତାମାନେ ଯେତିକି ଦରଦ ପ୍ରକଟ କରୁଛନ୍ତି, ଝିଅର ସଂସାରକୁ ସୁନ୍ଦର କରବାକୁ ସେତିକି କରୁନାହାଁନ୍ତି। ଯଦି ସେହି ଭାରତୀୟ ଯୁବତୀ ହତ୍ୟାକାରୀ ନିଗ୍ରୋ ଯୁବକମାନେ ଜାଣିବେ ଯେ, ଓଡ଼ିଶାରେ କିମ୍ୱା ଭାରତ ବର୍ଷରେ ମଧ୍ୟ କଥା କଥାକେ ଯୁବତୀମାନେ ସ୍ୱାମୀ ଛାଡ଼ନ୍ତି, ତେବେ ସେମାନଙ୍କର ଯେଉଁ ଭାବନା ଭାରତୀୟ ମହିଳାମାନଙ୍କ ପ୍ରତି ରହିଛି, ତାହା ରହିବ କି? ସାମୟିକ ଉତ୍ତେଜନା ଓ ବିକୃତ ମନୋଭାବର ବଶବର୍ତ୍ତୀ ହୋଇ ଯେଉଁ ଯୁବତୀମାନେ ସ୍ୱାମୀ ଛାଡ଼ୁଛନ୍ତି, ସେମାନଙ୍କ ପରବର୍ତ୍ତୀ ଜୀବନ କେତେ ଭୟଙ୍କର ହୁଏ, ତାହା ଆମ୍ଭେମାନେ ଓଡ଼ିଶା ରାଜ୍ୟରେ ନିକଟ ଅତୀତରେ ଦେଖିସାରିଲେଣି। ବହୁ ସ୍ୱାମୀଛାଡ଼ି ହତ୍ୟା ଓ ଆମିହତ୍ୟାର ଶିକାର ହୋଇ ସାରିଲେଣି। ଉଚ୍ଚଶିକ୍ଷିତଙ୍କଠାରୁ ଅଣଶିକ୍ଷିତଙ୍କ ପର୍ଯ୍ୟନ୍ତ ସେଥିରେ ସାମିଲ୍। କିଛିଦିନ ତଳେ କଟକ ସହରରେ ଅଳକାନନ୍ଦା ମିଶ୍ର ହତ୍ୟାକାଣ୍ଡ ଘଟଣାକୁ ଯିଏ ଅନୁଧାନ କରିଛି, ସିଏ ଜାଣିଛି। ବାଲେଶ୍ୱରର ପୂର୍ବତନ ବିଚାରପତି ଅନୁପମା ବେହେରାଙ୍କ ପରକିୟା ପ୍ରୀତି ଓ ହତ୍ୟାକାଣ୍ଡ ଅନ୍ୟ ଏକ ସ୍ୱାମୀଛାଡ଼ି ଘଟଣାର ଦୁଃଖଦ ସମାପ୍ତି। ସ୍ଥାନୀୟ ଚନ୍ଦ୍ରଶେଖରପୁରରେ ହତ୍ୟା ବା ଆତ୍ମହତ୍ୟାର ଶିକାର ହୋଇଥିବା ଜିଜ୍ଞାସା ମିଶ୍ର ମଧ୍ୟ ଜଣେ ସ୍ୱାମୀଛାଡ଼ି। ଜଣେ ଓଡ଼ିଆ ଅଭିନେତ୍ରୀ ଦ୍ୱିତୀୟ ସ୍ୱାମୀକୁ ଛାଡ଼ି ତୃତୀୟ ସହିତ ରହୁଛନ୍ତି, ସେଠିମଧ୍ୟ ସେ ଅଶାନ୍ତିରେ ଅଛନ୍ତି। ସଚିବାଳୟରେ କେତେକ ସ୍ୱାମୀ ଛାଡ଼ି ବହୁ ଚର୍ଚ୍ଚିତ ଅଟନ୍ତି। ଆଇ.ଏ.ଏସ୍., ଆଇ.ପି.ଏସ୍., ଇଂଜିନିୟର ଓ ଡାକ୍ତରାଣୀଙ୍କ କ୍ଷେତ୍ରରେ ଏମାନଙ୍କ ସଂଖ୍ୟା ଉଲ୍ଲେଖନୀୟ। ସବୁଠାରୁ ଚମତ୍କାର କଥା ହେଉଛି ଯେ, କିଛିଦିନ ତଳେ ଜଣେ ଯୁବତୀଙ୍କର ସ୍ୱାମୀ ଓ ଶ୍ୱଶୁରଘର ଛାଡ଼ିବା ଘଟଣା ରାଜ୍ୟରେ ହଟ୍ଟଚମଟ ସୃଷ୍ଟି କରିଥିଲା। ରାଜନୈତିକ ଝଡ଼ ସୃଷ୍ଟି କରିଥିଲା। ବିନା ଦୋଷର ସେହି ଯୁବତୀଙ୍କର ଶ୍ୱଶୁର ଶାଶୁ ଜେଲ୍ ଯାଇଥିଲେ - ସର୍ବ ସମ୍ମୁଖରେ ନିନ୍ଦିତ ହୋଇଥିଲେ। ନଣନ୍ଦ ଓ ନଣନ୍ଦେଇ ଘୋର ସମାଲୋଚନାର ଶିକାର ହୋଇଥିଲେ। ମୁହଁ ଲୁଚାଇବାକୁ ବାଧ୍ୟ ହୋଇଥିଲେ। ବିବାଦୀୟ ବିବାହିତାର ବାପାମାଆ ମଉସାମାଉସୀ, ମାମୁମାଇଁ, ବନ୍ଧୁବାନ୍ଧବ ସେହି ଯୁବକ ଯୁବତୀଙ୍କୁ ମିଳାଇବା ପାଇଁ ଉଦ୍ୟମ କରିନଥିଲେ। ବରଂ ସେହି ଯୁବତୀଙ୍କୁ ଜୀବନବ୍ୟାପୀ ଅଲଗା ରହିବାକୁ ପ୍ରୋତ୍ସାହିତ କରିଥିଲେ। ତେବେ ଜଣେ ଦୁଇଜଣଙ୍କ ସାମାନ୍ୟ ଉଦ୍ୟମ ପରେ ସେହି ଯୁବକଯୁବତୀ ଏକତ୍ର ହୋଇଗଲେ - ଏବେ ସବୁଠାରୁ ସୁଖି ଦମ୍ପତ୍ତି। ତିନି ବର୍ଷର ବ୍ୟବଧାନ ପରେ ସେମାନେ ଏକାଠି ହେଲେ। କୋର୍ଟ, କଚେରୀ ମାମଲା ପାଣିରେ ପଡ଼ିଲା। ବେଶୀ ମଧ୍ୟସ୍ଥତା କିମ୍ୱା ଉଭୟ ପକ୍ଷର ପିତାମାତାଙ୍କର ଆବଶ୍ୟକତା ପଡ଼ିଲା ନାହିଁ। ଖାଲି ବୁଝାମଣା ଟିକେ ଦୂର ହେଲା। ସେମାନେ ଏବେ ଗୋଟିଏ ପୁତ୍ର ସନ୍ତାନର ପିତାମାତା। ସେହି ଯୁବତୀଙ୍କ କହିବାନୁସାରେ ତାଙ୍କ ଶାଶୁଙ୍କର ପଟାନ୍ତର ନାହିଁ। ଜଣେ ଶ୍ରେଷ୍ଠ ମାତା - ଶ୍ରେଷ୍ଠ ଶାଶୁ - ଶ୍ରେଷ୍ଠ ଜେଜେମା’ ଏବଂ ତାଙ୍କ ଶ୍ୱଶୁର ଧର୍ମରାଜ ଯୁଧିଷ୍ଠିର। ବଡ଼ ନଣନ୍ଦ ଏବେ ବଡ଼ ଭଉଣୀ। ଆଉ ସ୍ୱାମୀ ଛାଡ଼ି କିଛିବର୍ଷ ଏକାକି ବା ନିସଙ୍ଗ ରହିବା ହେଉଛି ତାଙ୍କର ଏକମାତ୍ର ଓ ଶେଷ ଅପରାଧ। ସାମ୍ୱାଦିକ ମୋ-୯୪୩୭୦୦୭୨୦୦

Share :