ପାରଳାଖେମୁଣ୍ଡି- ଚିନ୍ନି କାହିଁକି ପିତା?

ପାରଳାଖେମୁଣ୍ଡି- ଚିନ୍ନି କାହିଁକି ପିତା?

Share :

ହେମାଙ୍ଗ ପ୍ରସାଦ ରାଉଳ ପାରଳାଖେମୁଣ୍ଡିର କଂଗ୍ରେସ ବିଧାୟକ କେ. ସୁରିଆ ରାଓଙ୍କୁ ହତ୍ୟା ଷଡଯନ୍ତ୍ର କରୁଥିବା ମାମଲା(୯୯/୧୮) ଏବଂ ଏକ ଜାଗା ରେଜିଷ୍ଟ୍ରେସନ ପାଇଁ ବାଧ୍ୟ କରିବା ସହ ଏହା ନହେବାରୁ ୧୪ ଲକ୍ଷ ଟଙ୍କା ଦାବି କରି ଜେନୈକ ଶ୍ରୀରାମୁଲୁଙ୍କ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର କରିବା ମାମଲା(୯୮/୧୮) ଅଭିଯୁକ୍ତ ପୂର୍ବତନ କାଉନ୍ସିଲର ଜି. ବିଜୟ କୁମାର ଓରଫ ଚିନ୍ନି ଗିରଫ ହେବା ଘଟଣା ଏବେ ପାରଳାଖେମୁଣ୍ଡିରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଦୁଇ ଘଟଣାରେ ଅନେକ କିଛି ଅସମାହିତ ପ୍ରଶ୍ନ ଏବେବି ରହସ୍ୟ ଘେରରେ ରହିଥିବା ନେଇ ଆଲୋଚନା ଜୋର ଧରିଛି। କାରଣ ଏହି ଘଟଣା ବର୍ତ୍ତମାନ ପାରଳାଖେମୁଣ୍ଡି ତଥା ସାରା ଗଜପତି ଜିଲ୍ଲା ପାଇଁ ବେଶ ଗୁରୁତ୍ବ ବହନ କରୁଛି। କାରଣ ଚିନ୍ନିଙ୍କ ଗିରଫ ପରେ କଂଗ୍ରେସ ଦୁଇ ଫାଳ ହୋଇଯାଇଥିବା ପରି ପରିସ୍ଥିତି ସୃଷ୍ଟି ହୋଇଥଇଭା ବେଳେ ବିଜେଡି ଏଥିଇରୁ ଫାଇଦା ନେବା ପାଇଁ ପ୍ରୟାସ ଆରମ୍ଭ କରିଛି। ସର୍ବ ସାଧାରଣରେ ଘୂରି ବୁଲୁଥିବା ଏକ ଭିଡିଓ ରେକର୍ଡିଂରେ କୃଷକ ଶୋଭାଯାତ୍ରା ଯାଉଥିବା ଦେଖିବାକୁ ମିଳୁଥିବା ବେଳେ ମଝିରେ ମଝିରେ ଚିନ୍ନିଙ୍କ ଚେହେରା ଦୃଷ୍ଟିଗୋଚର ହେଉଛି। ଏହି ଭିଡିଓରେ ଦୁଇ ଜଣ ବ୍ୟକ୍ତି ତେଲୁଗୁରେ କଥାବାର୍ତ୍ତା ହେଉଛନ୍ତି। ସେହି କଥା ବାର୍ତ୍ତାଟା ହେଉଛି ସକାଳେ ଦାମୋଦର ଭେଟିଥିଲା। ଏହି ଶୋଭାଯାତ୍ରାକୁ ଯିବା ପାଇଁ ବିଧାୟକ ମନା କରୁଛି। ତେବେ ୧୫/୨୦ ଦେଲେ ତାକୁ ସଫା କରିଦେବା। ଯଦି ଏହାକୁ ଭିତ୍ତି କରି ଏତଲା ଦିଆଯାଇଛି ତାହାହେଲେ କୌଣସି ସ୍ଥାନରେ ପାରଳାଖେମୁଣ୍ଡି ବିଧାୟକ କିମ୍ୱା ବିଧାୟକଙ୍କ ନାମକୁ ଉଚ୍ଚାରଣ କରାଯାଇ ନାହିଁ କି ୧୫/୨୦ ଲକ୍ଷ କୁହାଯାଇ ନାହିଁ। ତେଣୁ ଏହି ରେକର୍ଡିଂକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ. ସୁରିଆ ରାଓ ନିଜେ ଅସୁରକ୍ଷିତ ମଣିବା ସହ ଏହି ଅଙ୍କକୁ ଲକ୍ଷରେ ହିସାବ କରିବା ପଛରେ କି କାରଣ ରହିଛି ତାହା ତଦନ୍ତ ସାପେକ୍ଷ। ସବୁଠାରୁ ବଡପ୍ରଶ୍ନ ଏହି ରେକର୍ଡିଂରେ ‘ବାବୁ’ ଏହି ଟଙ୍କା ମାଗିବାକୁ କୁହାଯାଇଥିଲା ତାହାର ଖୋଳତାଡ ଏଯାଏଁ କରାଯାଇନାହିଁ। କିମ୍ୱା ଏନେଇ ପଚରା ଉଚୁରା ପାଇଁ ଚିନ୍ନିକୁ ରିମାଣ୍ଡରେ ଆଣିବା ପାଇଁ ମଧ୍ୟ ପୁଲିସ ଏଯାଏଁ ପ୍ରୟାସ କରିନାହିଁ। ଏହି ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୁଇଟି ଯାକ ଘଟଣା ଅଲଗା ଅଲଗା ଦିନ ହୋଇଥିବା ବେଳେ ଗୋଟିଏ ଦିନରେ ଥାନାରେ ଏତଲା ପହଂଚିବା ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଅବଶ୍ୟ ଏହା ସଂଯୋଗ ବଶତଃ ହୋଇଥାଇପାରେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ଏହି ଦୁଇଟି ଏତଲାକୁ ଗ୍ରହଣ କରିବାର ୧୨ ଘଂଟା ମଧ୍ୟରେ ଚିନ୍ନିକୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ଯଦି ପ୍ରକୃତରେ ବିଧାୟକଙ୍କ ପ୍ରତି ବିପଦ ରହିଛି ତାହାହେଲେ ବିଧାୟକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ରରେ କେଉଁ ‘ବାବୁ’ ଟଙ୍କା ଲଗାଇବାକୁ ଚାହୁଥିଲେ ତାହା ବର୍ତ୍ତମାନ ଯାଏଁ ଖୋଲତାଡ କରି ସଂପୃକ୍ତ ‘ବାବୁ’କୁ ଠାବ କରି ଗିରଫ କରିନାହିଁ। ଚିନ୍ନି ନିଜ ରାଜନୈତିକ କ୍ୟାରିୟର ବିଜେପିରୁ ଆରମ୍ଭ କରିଥିଲେ। ବିଜେପି ଟିକଟରେ ଦୁଇ ଦୁଇ ଥର କାଉନ୍ସିଲର ମଧ୍ୟ ହୋଇଥିଲେ। ତେବେ ତେବେ ପାରଳାଖେମୁଣ୍ଡି ବିଧାୟକ କେ. ସୁରିଆ ରାଓଙ୍କ ସହ ତାଙ୍କର ଘନିଷ୍ଠତା ବଢିବା ପରେ ସେ କଂଗ୍ରେସରେ ଯୋଗଦାନ କରିଥିଲେ। ଏପରିକି ସୁରିଆ ରାଓଙ୍କ ସମିତି ସଭ୍ୟ ନିର୍ବାଚନଠାରୁ ଆରମ୍ଭ କରି ବିଧାୟକ ନିର୍ବାଚନ ଯାଏଁ ସବୁ ସମୟରେ ପାଖେ ପାଖେ ରହିଥିଲେ। ବିଧାୟକଙ୍କ ଜଣେ ଶୁଭେଚ୍ଛୁ ଭାବେ ବେଶ ଜଣାଶୁଣା ଚିନ୍ନି ପୌର ପରିଷଦ ନିର୍ବାଚନ ସମୟରେ ୧୦ ନମ୍ୱର ୱାର୍ଡରୁ ପ୍ରର୍ଥୀ ହେବା ପାଇଁ ଚାହିଥିଲେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଚିନ୍ନିଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ ମଧ୍ୟ ବିଧାୟକଙ୍କ ଆଶ୍ୱାସନା ପରେ ସେ ଏଥିରୁ ନିଜକୁ ଦୁରେଇ ରଖି ଦଳ ପାଇଁ କାମ କରିଥିଲେ। ତେବେ ସୁରିଆ ରାଓ ଏବଂ ଚିନ୍ନିଙ୍କ ମଧ୍ୟ କେବେ ଏବଂ କେଉଁ କାରଣରୁ ଏତେ ଶତୃତା ହୋଇଗଲା ଯେ, ସେ ବିଧାୟକଙ୍କୁୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିବା ଯାଏଁ ଚାଲିଗଲେ। ତେଣୁ ଏହି ସବୁ ଘଟଣାର ତଦନ୍ତ କରିଲେ ହିଁ ପ୍ରକୃତ ରହସ୍ୟ ପଦାକୁ ଆସିବ ଏବଂ ସବୁକିଛି ସ୍ପଷ୍ଟ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏନେଇ ବିଧାୟକ କେ. ସୁରିଆ ରାଓଙ୍କ ସହ ଯୋଗାଯୋଗ କରାଯିବାରେ ସେ ଏନେଇ କୌଣସି ମତାମତ ଦେବାକୁ ମନା କରିଦେବା ସହ ସେ ବର୍ତ୍ତମାନ ଚିନ୍ତାରେ ଅଛନ୍ତି ଏବଂ ସେ ଜଣେ ହୃଦରୋଗୀ ହୋଇଥିବାରୁ ତାଙ୍କୁ ଟେନସନ ନଦେବା ପାଇଁ ଅନୁରୋଧ କରିଥିଲେ। ତେଣୁ ତାଙ୍କ ନିକଟରୁ କୌଣସି ମତାମତ ମିଳିପାରି ନାହିଁ। ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏକ ସାମ୍ୱାଦିକ ସମ୍ମିଳନୀରେ ହିଁ ସ୍ପଷ୍ଟ କରିସାରିଛନ୍ତି ଯେ, ଏହି ଦୁଇ ମାମଲାର ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହୋଇପାରିବ। ତେବେ ଏହି ଘଟଣା ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଚିନ୍ନି ଜଣେ କଂଗ୍ରେସ ନେତା ଏବଂ ବିଗତ ଦିନରେ ବିଧାୟକଙ୍କ ଏକାନ୍ତ ସହେଯାଗୀ ରହିଥିଲେ। କେବଳ ସେତିକି ନୁହେଁ ସେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟା ବିମଳା ସାମଲଙ୍କ ଜାମାତା ମଧ୍ୟ। ତେବେ ଗତ କିଛି ଦିନ ହେଲା କଂଗ୍ରେସ ଟିକଟ ଲବିରେ ଥିବା ତିରୁପତି ପାଣିଗ୍ରାହୀଙ୍କ ସହ ମିଶି ସେ କାମ କରୁଛନ୍ତି। ଏହି ସବୁ ପାଇଁ ଚିନ୍ନିଙ୍କ ଉପରେ ବିଧାୟକ ଖପ୍ପା ଥିଲେ କି? ଯାହାର ବଦଲା ନେବା ପାଇଁ ଏହି ରେକର୍ଡିଂକୁ ଆଳ କରାଯାଇଛି। କାରଣ ତିରୁପତି ପାଣିଗ୍ରାହୀ ସକ୍ରିୟ ରଜନୀତି କରିବେ ଏବଂ କଂଗ୍ରେସରୁ ଲଢିବେ ବୋଲି ପ୍ରଚାର ହେବା ପରେ ବିଧାୟକଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜିଲ୍ଲାର ୭୦ ପ୍ରତିଶତ କଂଗ୍ରେସ ନେତା ଓ କର୍ମୀ ବର୍ତ୍ତମାନ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ତିରୁପତିଙ୍କ କ୍ୟାମ୍ପ ସହ ଯୋଗାଯୋଗରେ ରହିଛନ୍ତି। ତେଣୁ ବିଧାୟକ ଶ୍ରୀ ରାଓ ଏହାକୁ ନେଇ ଖପ୍ପା ଥିବା ଜଣାପଡିଛି। ସେହିଭଳି କଂଗ୍ରେସରେ ହଠାତ୍ ତିରୁପତି ସକ୍ରିୟ ହେବା ଏବଂ ତାହା ପୁଣି ଚିନ୍ନିଙ୍କୁ ପ୍ରାଧାନ୍ୟ ଦେଇ କାମ କରିବା ପଛରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ମଧ୍ୟ କୁହାଯାଉଛି। ଆଉ ଏହାର ମାଧ୍ୟମ ସାଜିଛନ୍ତି ବିମଳାଙ୍କ ଜ୍ୱାଇଁପୁଅ ଚିନ୍ନି। ପାରଳାଖେମୁଣ୍ଡି କଂଗ୍ରେସର ଦୁର୍ଗ ରହିଥିବାରୁ ଏହି ଦୁର୍ଗପତନ ପାଇଁ କଂଗ୍ରେସରେ ଗୋ ୀ କନ୍ଦଳ କରି ଗୋଳିଆ ପାଣିରୁ ଫାଇଦା ନେବା ପାଇଁ ବିଜେଡି ଚାହୁଁଥାଇପାରେ। ତେବେ ଯଦି ବିଜେଡିର ଏହା ଗେମ ପ୍ଲାନ ହୋଇଥିବ ତାହାହେଲେ ସେ ଅନେକାଂଶରେ ସଫଳ ହୋଇସାରିଛି ବୋଲି କହିଲେ କିଛି ଭୂଲ ହେବ ନାହିଁ। କାରଣ ଏହି ମାମଲା ପରେ ତିରୁପତି ଏବଂ ବିଧାୟୟକ ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ ଯେଉଁ ସ୍ତରକୁ ଚାଲି ଗଲାଣି ଆଉ ଦୁଇ ଗୋ ୀ ମିଶିବା ମୁଡରେ ନାହାନ୍ତି। ଯଦି କୌଣସି ପ୍ରକାରେ ମିଶନ୍ତି ତାହାହେଲେ ଚୌକି ପାଇଁ ଏହି ନେତାମାନେ ସବୁକିଛି କରିପାରନ୍ତି ବୋଲି ସାଧାରଣରେ ଏକ ବାର୍ତ୍ତା ଯିବା ନିଶ୍ଚିତ। ତେଣୁ ଏହି ଘଟଣା ଏୁପରେ ଏବେ ସମସ୍ତଙ୍କ ନଜର ରହିବା ସହ କିଏ କିଭଳି ଚାଲ ଚଳାଉଛି ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

Share :