ଭୁବନେଶ୍ୱର ଏସଡିଆଇରେ ଏଲପିଜି ମେକାନିକ ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର ଏସଡିଆଇରେ ଏଲପିଜି ମେକାନିକ ପାଠ୍ୟକ୍ରମ ଆରମ୍ଭ

Share :

ଏସ୍ଡିଆଇ, ଭୁବନେଶ୍ୱର ଓଡ଼ିଶାରେ ବେରୋଜଗାର ଏବଂ ସ୍ୱଳ୍ପଶିକ୍ଷିତ ଯୁବବର୍ଗଙ୍କ ଦକ୍ଷତା ତାଲିମ କ୍ଷେତ୍ରରେ ୨ ବର୍ଷର ସଫଳତାର ଯାତ୍ରା ଶେଷ କରିଛି । ୨୦୧୮ ମେ ୨୦ ତାରିଖରେ ଏହାର ମଂଚେଶ୍ୱରସ୍ଥିତ ଅସ୍ଥାୟୀ କ୍ୟାମ୍ପସ ପରିସରରେ ଏହାର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏସଡିଆଇ, ଭୁବନେଶ୍ୱରର ପ୍ରମୁଖ କର୍ମକର୍ତ୍ତା, ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଉପସ୍ଥିତ ଥିଲେ । ଏହି ସମାରୋହକୁ ଉଦବୋଧନ ଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କୌଶଳ ଭାରତ ମିଶନ ସ୍ୱପ୍ନକୁ ପୂରଣ ନିମନ୍ତେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ତତ୍ୱାବଧାନରେ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ ଦ୍ୱାରା ପରିଚାଳିତ ତଥା ଆଇଓସିଏଲ୍, ଓଏନଜିସି, ଗେଲ୍, ବିପିସିଏଲ୍, ଏଚପିସିଏଲ୍, ଓଆଇଏଲ୍, ଇଆଇଏଲ୍ ଏବଂ ବାଲମର ଲରି ଭଳି ତୈଳ ଉଦ୍ୟୋଗ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରୋତ୍ସାହିତ ଏହି ଦକ୍ଷତା ବିକାଶ ଅନୁଷ୍ଠାନ ଆଜି ସଫଳତାର ସହ ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳନ କରିଥିବାରୁ ମୁଁ ବେଶ୍ ଖୁସି । ଏହାର ଅଦ୍ଭୁତପୂର୍ବ ସଫଳତା ଦେଖି ଭାରତର ଅନ୍ୟ ୫ଟି ସ୍ଥାନରେ ଭାଇଜାଗ୍, କୋଚି, ଗୌହାଟୀ, ରାୟବରେଲୀ, ଅହମଦାବାଦରେ ଏହା ଖୋଲାଯାଇଛି । ବେରୋଜଗାର ଏବଂ ସ୍ୱଳ୍ପ ଶିକ୍ଷିତ ଯୁବବର୍ଗଙ୍କୁ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିଳ୍ପରେ ଦକ୍ଷ କରିବା ଏବଂ ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ମେଗା ମଡେଲ ସ୍କିଲ ଏକାଡେମୀ ନିର୍ମାଣ କ୍ଷେତ୍ରରେ ଆଗକୁ ବଢ଼ିବା ଲକ୍ଷ୍ୟ ନେଇ ଏସଡିଆଇ, ଭୁବନେଶ୍ୱର ବର୍ତ୍ତମାନ ମଂଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟସ୍ଥିତ ଏକ ପାଇଲଟ କ୍ୟାମ୍ପସରେ ପରିଚାଳନା କରାଯାଉଛି, ଯାହା କି ହାଇଡ୍ରୋକାର୍ବନ ଏବଂ ସ୍ଥାନୀୟ ଉଦ୍ୟୋଗ ସହ ସମ୍ବନ୍ଧିତ ବ୍ୟାପାରରେ କୁଶଳ ଯୁବବର୍ଗଙ୍କ ଏକ ସମୂହ ନିର୍ମାଣ କରିବାରେ ଏକ ଦୃଢ ସଂସ୍ଥାଗତ ଢାଂଚା ପ୍ରଦାନ କରିବ । ମେଗା ମଡେଲ ସ୍କିଲ ଏକାଡେମୀ ନିମନ୍ତେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏସଡିଆଇ ଏହାର ମୁଖ୍ୟ କ୍ୟାମ୍ପସର ଭିତ୍ତିଭୂମି ନିର୍ମାଣ କରିବା ପାଇଁ ନବରତ୍ନ ମାନ୍ୟତା ପ୍ରାପ୍ତ ପବ୍ଲିକ ସେକ୍ଟର ଏଂଟରପ୍ରାଇଜ୍ ଏନବିସିସି ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛି ଏବଂ ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ । ବିଶେଷ ଭାବେ ଉଦ୍ୟମଶୀଳତା/ସ୍ୱ-ରୋଜଗାରକୁ ପ୍ରୋତ୍ସାହନ କରିବା ସହିତ ନିଯୁକ୍ତିର ସୁଯୋଗ କୌଶଳ ପ୍ରଦାନ କରିବା ନିମନ୍ତେ ଏନଏସଡିସି ଠାରୁ ପ୍ରଯୁକ୍ତି ସହାୟତା ସହିତ ମଡେଲ ସଂସ୍ଥାନ ସ୍ଥାପନ କରାଯାଉଛି ଯେଉଁଠାରେ ସାଧାରଣ ଉଦ୍ୟୋଗ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ଆବଶ୍ୟକ କୌଶଳ ପାଠ୍ୟକ୍ରମ ଉପଲବ୍ଧ ହେବ । ଏହା ବ୍ୟତୀତ ଯୁବବର୍ଗ ମଧ୍ୟରେ ନୂତନ କୌଶଳ ବୃଦ୍ଧି ନିମନ୍ତେ ଉତ୍ସାହିତ କରିବା ଏବଂ ଷ୍ଟାର୍ଟଅପକୁ ତ୍ୱରାନ୍ୱିତ କରିବା ନିମନ୍ତେ ଇନକ୍ୟୁବେଶନ କେନ୍ଦ୍ରର ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି । ପ୍ରତିଷ୍ଠିତ କର୍ମଚାରୀ / ନିଯୁକ୍ତିକାରମାନେ ଏସଡିଆଇ ଦ୍ୱାରା ପ୍ରଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକ ରୁଚି ଦେଖାଉଛନ୍ତିି କାରଣ ଏସଡିଆଇରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ସେମାନଙ୍କ ନିଜସ୍ୱ ସଂଗଠନରେ ଉକ୍ରୃଷ୍ଟ କୁଶଳୀ କାରିଗରଙ୍କ ଦ୍ୱାରା ନିଜର ଦକ୍ଷତା ପ୍ରମାଣ କରି ସାରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ଦର୍ଶାଇବା ନିମନ୍ତେ କୋଣାର୍କ ସମ୍ବନ୍ଧୀୟ ଏକ ବିଶେଷ ଡାକଟିକଟକୁ ଏସଡିଆଇ ପାଇଲଟ କ୍ୟାମ୍ପସ୍ ପରିସରର ଦ୍ୱିତୀୟ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଏସଡିଆଇ, ଭୁବନେଶ୍ୱର ବ୍ରାଣ୍ଡ ଲୋଗୋ ସହିତ ଜାରି କରାଯାଇଛି । ଏଲପିଜି ମେକାନିକ ପାଠ୍ୟକ୍ରମ ଦକ୍ଷତା/(ଆରପିଏଲ୍)/ଉଦ୍ୟମିତା ଏବଂ ସ୍ୱରୋଜଗାର ନିମନ୍ତେ ଉଚିତ ନିଯୁକ୍ତିର ଭୂମିକା ସହିତ ଘରୋଇ ଏବଂ ବାଣିଜ୍ୟିକ ଏଲ୍ପିଜି ପ୍ରତିଷ୍ଠାନରେ ଏଲପିଜିର ଉପଯୋଗ ଏବଂ ରକ୍ଷଣାବେକ୍ଷଣ ଏବଂ ମରାମତିରେ ସୁରକ୍ଷା ଉପରେ ନବୀକୃତ ଧ୍ୟାନ ଦେବା ପାଇଁ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଏଲପିଜି ମେକାନିକ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଏସ୍ଡିିଆଇ, ଭୁବନେଶ୍ୱରର ୫ ଜଣ ବିଦ୍ୟାର୍ଥୀଙ୍କୁ ପ୍ରଂଶସାପତ୍ର ପ୍ରଦାନ କରାଯାଇଥିଲା । ଏମାନେ ରାଜ୍ୟସ୍ତରୀୟ ଇଣ୍ଡିଆସ୍କିଲ୍ସ ୨୦୧୮ର ଏକ ଅଂଶଭାବେ ୱେଲଡିଂ ଦକ୍ଷତା ପ୍ରତିଯୋଗିତାରେ ୧ମ, ୨ୟ ଏବଂ ୩ୟ ସ୍ଥାନ ଏବଂ ଇଲେକ୍ଟ୍ରିକାଲରେ ୨ୟ ଏବଂ ୩ୟ ସ୍ଥାନ ହାସଲ କରିଛନ୍ତି । ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାଇଥିବା ବିଦ୍ୟାର୍ଥୀ ଆଂଚଳିକ ସ୍ତରୀୟ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବେ । ଏସଡିଆଇ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କ ସଫଳତାର କାହାଣୀ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ଉପାୟରେ ନିଜ ଜୀବନର ପରିବର୍ତ୍ତନରେ ପ୍ରଦାନ କରାଯାଉଥିବା କୌଶଳ ପ୍ରଶିକ୍ଷଣର ପ୍ରଭାବ ସଂପର୍କରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଛି । ଏକ ବେରୋଜଗାର ସ୍ଥିତିରୁ ଉଦ୍ୟମୀ /ସ୍ୱରୋଜଗାର, ବେରୋଜଗାର ରୁ ରୋଜଗାର, ରୋଜଗାରରୁ କୁଶଳୀ ତଥା ଦକ୍ଷ ରୋଜଗାରକ୍ଷମ ସ୍ଥିତିକୁ ଯାତ୍ରା ର ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଏବଂ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଏସ୍ଡିଆଇ ଦ୍ୱାରା ନିଆଯାଉଥିବା ମହତ୍ତ୍ୱପୂର୍ଣ୍ଣ ଉଦ୍ୟମ ମହିଳା ଶସକ୍ତିକରଣ ।

Share :