‘ସୁପ୍ରିମ କୋର୍ଟଙ୍କ ରାୟ ମାନୁନି ଓଡ଼ିଶା ପୁଲିସ’

‘ସୁପ୍ରିମ କୋର୍ଟଙ୍କ ରାୟ ମାନୁନି ଓଡ଼ିଶା ପୁଲିସ’

Share :

ରାଜ୍ୟ ସରକାରଙ୍କ ଦ୍ୱାରା ମାଓବାଦୀ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉଭୟ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ପୁଲିସକୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ସରକାରଙ୍କ ଏକ ସ୍ୱୀକାରୋକ୍ତି ଯେ ପୁଲିସ ଆତ୍ମସୁରକ୍ଷା ନାମରେ ଗୁଳି କରି ନାହିଁ ବରଂ ଉଭୟ ଘଟଣାରେ ସମୁଦାୟ ସାତ ଜଣ "ମାଓବାଦୀଙ୍କୁ’ ହତ୍ୟା କରିଛି ଯାହାକି ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ । ସମ୍ବିଧାନର ସୁରକ୍ଷା ଲାଗି ଶପଥ ନେଇଥିବା ସରକାର ନିଜେ ସମ୍ବିଧାନ ବିିରୋଧୀ ଓ ନିଜେ ହତ୍ୟାକାରୀ ସାଜିବା ଏକ ଦୁଃଖଦ ଘଟଣା ଯାହାକୁ "ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ', ଓଡିଶା ଦୃଢ ଭାବରେ ନିନ୍ଦା କରିଛି । ସଂସ୍ଥାର ସଭାପତି ଗୋଲକ ବିହାରୀ ନାଥ ଓ ସାଧାରଣ ସଂପାଦକ ଦେବରଂଜନ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ କୌଣସି ବ୍ୟକ୍ତିର ପୁଲିସ ଦ୍ୱାରା ହତ୍ୟା ଯେ ଆଇନ ସମ୍ମତ ଏହା ସମ୍ବିଧାନର କୌଣସି ଧାରାରେ ଉଲ୍ଲେଖ ନାହିଁ । ଏଥିପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଦିଆଯାଇଥିôବା ନିର୍ଦ୍ଦେଶ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ଏନକାଉଣ୍ଟରର (ସେଥିରେ ମାଓବାଦୀ ଅଥବା କ୍ରିମିନାଲ ବା ଉଗ୍ରପନ୍ଥୀ କେହି ବି ମୃତ୍ୟୁବରଣ କରନ୍ତୁ ନା କାହିଁକି) ଏଫଆଇଆର ହୋଇ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଏହାର ଅନୁସନ୍ଧାନ କରାଯିବ । ଏହାର ରିପୋର୍ଟ କମିଶନକୁ ପଠାଇବା ଜରୁରୀ । ଏଭଳି ନିର୍ଦ୍ଦେଶ ଦେବାର ଅର୍ଥ ହେଲା ଯେ ଆତ୍ମସୁରକ୍ଷା ନାମରେ ପୁଲିସ୍‍ ଯେପରି ହତ୍ୟା ଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ନହେଉ । ସେହି କନ୍ଧମାଳ ଜିଲ୍ଳାରେ ପୂର୍ବରୁ ମାଓବାଦୀ ନାମରେ ଗୁୁମୁଡୁମାହାଠାରେ ଏକ ଶିଶୁ ଓ ଦୁଇ ମହିଳା ସମେତ ପାଞ୍ଚ ଜଣଙ୍କୁ ହତ୍ୟା କରିବା (୦୮ ଜୁଲାଇ ୨୦୧୬), ପାଙ୍ଗଳାପଦରଠାରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ସେହିଭଳି ଫୋନ କରି ଫେରୁଥିବା ସମୟରେ ହତ୍ୟା କରିବା (୨୬ ଜୁଲାଇ ୨୦୧୬), କଳାହାଣ୍ଡି ଜିଲ୍ଳା ନିଶାନଗୁନାଠାରେ ତିନି ଜଣ ଆଦିବାସୀ ଓ ଦଳିତ ଗ୍ରାମବାସୀଙ୍କୁ ‘ମାଓବାଦୀ’ ନାମରେ ହତ୍ୟା (୨୩ ନଭେମ୍ବର ୨୦୧୫) ଏପରିକି କୋରାପୁଟ ଜିଲ୍ଳା ଲମତାପୁଟଠାରେ ଆଦିବାସୀ ଓ ଦଳିତ ଯୁବକଙ୍କୁ ହତ୍ୟା (୧୪ ନଭେମ୍ବର ୨୦୧୨) ବିପକ୍ଷରେ ପରିବାର ଲୋକେ ଏଫଆଇଆର ଦେଇଥିବା ସତ୍ୱେ ଏହାର କୌଣସି ଶୁଣାଣି ହୋଇନାହିଁ କିମ୍ବା ଦୋଷୀ ଯବାନଙ୍କୁ ଦଣ୍ଡିତ କରାଯାଇ ନାହିଁ । ତେଣୁ ସରକାରଙ୍କ ପୁରସ୍କାର ଘୋଷଣା ବରଂ ଏହିଭଳି ମିଥ୍ୟା ଏନକାଉଣ୍ଟର ସଂଖ୍ୟା ବଢ଼ାଇ ଉପେକ୍ଷିତ ଜିଲ୍ଲାମାନଙ୍କରେ ଥିବା ଆଦିବାସୀ, ଦଳିତ, ମହିଳା ଓ ଚାଷୀ ବର୍ଗର ଲୋକଙ୍କ ଜୀବନ ଅଧିକରୁ ଅଧିକରୁ ଭୟଗ୍ରସ୍ତ କରାଇଦେବ । ଏଠାରେ "ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ', ଓଡିଶା ଦାବି କରେ କି ରାଜ୍ୟ ସରକାର ପୁଲିସକୁ ଆଇନକୁ ହାତକୁ ନେବା ଭଳି କାର୍ଯ୍ୟରୁ କ୍ଷାନ୍ତ ରଖିବା ଜରୁରୀ । ସଂଗଠନ ଏହା ମଧ୍ୟ ଦାବି କରୁଛି ଯେ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରନ୍ତୁ ।

Share :