ଆପ୍ ଓଡ଼ିଶା ଶାଖାର ପୁନର୍ବିନ୍ୟାସ ହେବ

ଆପ୍ ଓଡ଼ିଶା ଶାଖାର ପୁନର୍ବିନ୍ୟାସ ହେବ

Share :

ଆମ୍ ଆଦମୀ ପାର୍ଟି ବା ଆପ୍ ଓଡ଼ିଶା ଶାଖା ସଂଗଠନର ଖୁବଶୀଘ୍ର ପୁନର୍ବିନ୍ୟାସ କରାଯିବ | ୨୦୧୯ ନିର୍ବାଚନ ପୂର୍ବରୁ ଏହାକୁ ରାଜ୍ୟରେ ଏକ ବିଳକ୍ପ ରାଜନୀତିକ ଦଳ ଭାବେ ଗଠନ କରାଯିବ | ଏହା କହିଛନ୍ତି ଦଳର ଓଡ଼ିଶା ପ୍ରଭାରୀ କ୍ଷେମଚାନ୍ଦ ଜାଗିରଦାର | ବ୍ରହ୍ମପୁରଠାରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ସେ କହିଛନ୍ତି ଯେ ଓଡ଼ିଶା ଶାଖା କମିଟିକୁ ପୂର୍ବରୁ ଭାଙ୍ଗି ଦିଆଯାଇଛି | ଏବେ ଦଳ ତରଫରୁ ମିଶନ ବିସ୍ତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ଫେବୃଆରୀ ଭିତରେ ଏହି କାର୍ଯ୍ୟକ୍ରମ ଶେଷ ହେବ | ଏହା ପରେ ଓଡ଼ିଶା ଶାଖା କମିଟି ଗଠନ କରାଯିବ ଓ ନୂତନ କର୍ମକର୍ତ୍ତା ଦାୟିତ୍ବ ନେବେ | ଓଡ଼ିଶାର ବିଜୁ ଜନତା ଦଳ ସରକାର ସଂପର୍କରେ ସେ କହିଛନ୍ତି ଯେ ଏହି ଦଳ ଲୋକମାନଙ୍କର ପ୍ରକୃତି ବିକାଶ ଚାହୁଁ ନାହିଁ | ବିଜେଡି ସରକାର ବିରୋଧରେ ଖଣି, ପାଣି, ଡାଲି, ଜମି, ବିହନ ଆଦି ଅନେକ ଦୁର୍ନୀତି ଅଭିଯୋଗ ରହିଛି | କିନ୍ତୁ ଓଡ଼ିଶାବାସୀ ଏଯାଏଁ ବିଜେଡି ନେତୃତ୍ବର ବିକଳ୍ପ ଖୋଜିବାରେ ଦୟନୀୟ ଭାବେ ବିଫଳ ହୋଇଥିବାରୁ ଏହି ଦଳ ବିଜେଡି ବିକଳ୍ପହୀନ ଭାବେ ବାରମ୍ବାର ନିର୍ବାଚିତ ହେଉଛି | ଆମ୍ ଆଦମୀ ପାର୍ଟି ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିକଳ୍ପ ସୃଷ୍ଟି କରିବାକୁ ସମର୍ଥ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି |

Share :