ମ୍ୟାଟ୍ରିକ ପାସ୍ ହାର ୧୦% କମିଲା

ମ୍ୟାଟ୍ରିକ ପାସ୍ ହାର ୧୦% କମିଲା

Share :

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବା ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଆଜି ବୋଡର଼୍ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଉନ୍ମୋଚନ କରିଥିଲେ । ଚଳିତବର୍ଷ ମାଟ୍ରିକରେ ପାସ୍ହାର ୭୬.୨୩ ପ୍ରତିଶତ ହୋଇଥିବା ବେଳେ ମଧ୍ୟମାରେ ପାସ୍ହାର ୯୨.୪୭ ପ୍ରତିଶତ ଏବଂ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାସ୍ହାର ୪୧.୯୩ ପ୍ରତିଶତ ହୋଇଛି । ଚଳିତ ବର୍ଷ ୫ ଲକ୍ଷ ୯୦ ହଜାର ୩୬୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ୍ରୂରଣ କରିଥିଲେ । ଏଥିରୁ ୧୩ ହଜାର ୯୬୯ ଜଣ ଅନୁପସ୍ଥିତ ଥିବା ବେଳେ ୧୩୩୨ ଜଣଙ୍କୁ ମାଲ୍ପ୍ରାକ୍ଟିସ ପାଇଁ ବୁକ୍ କରାଯାଇଥିଲା । ଏହି ହିସାବରେ ମୋଟ୍ ୫ ଲକ୍ଷ ୭୫ ହଜାର ୬୫ ଜଣ ଛାତ୍ରଛାତ୍ରଙ୍କ ମଧ୍ୟରୁ ୪ ଲକ୍ଷ ୩୮ ହଜାର ୩୪୮ଜଣ ପାସ୍ କରିଥିବା ବେଳେ ୧ ଲକ୍ଷ ୩୬ ହଜାର ୭୧୭ ଜଣ ଫେଲ ହୋଇଛନ୍ତି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଚଳିତ ବର୍ଷ ୨ ଲକ୍ଷ ୨୨ ହଜାର ୪୩ ଜଣ ଛାତ୍ରୀ ପାସ୍ ହୋଇଥିବା ବେଳେ ୨ ଲକ୍ଷ ୧୬ ହଜାର ୩୦୫ ଜଣ ଛାତ୍ର ପାସ୍ କରିଛନ୍ତି । ସେହପିରି ଏ-୧ ଗ୍ରେଡ଼ରେ ୧୭୧୫ ଜଣ, ଏ-୨ ଗ୍ରେଡ଼ରେ ୧୫ ହଜାର ୬୮୯ ଜଣ, ବି-୧ ଗ୍ରେଡ଼ରେ ୩୯ ହଜାର ୨୫୨ ଜଣ, ବି-୨ରେ ୬୮ ହଜାର ୯ ଜଣ, ସି ଗ୍ରେଡ଼ରେ ୯୮,୯୪୭ ଜଣ ପାସ୍ କରିଥିବା ବେଳେ ଡ଼ି ଗ୍ରେଡ଼ରେ ୧ ଲକ୍ଷ ୨୭ ହଜାର ୨୪୩ ଜଣ ଓ ଇ ଗ୍ରେଡ଼ରେ ୮୭ ହଜାର ୨୭୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୯୨ଟି ସ୍କୁଲର ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୩୬ଟି ସ୍କୁଲରେ ପରୀକ୍ଷାଫଳ ଶୂନ ରହିଛି । ଅନୁଷ୍ଠିତ ପରୀକ୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ସ୍କୁଲଗୁଡିକ ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ପାଶ୍ ହାର ୮୮.୧୫ ପ୍ରତିଶତ ରହିଥିବା ଦ୍ୱିତୀୟ ସ୍ଥାନରେ ଝାରସୁଗୁଡ଼ା ଜିଲ୍ଲାର ପାସ୍ ହାର ୮୬.୨୫ ପ୍ରତିଶତ ରହିଛି । ତେବେ ସର୍ବନିମ୍ନ ପାଶ୍ ହାର ରହିଛି ମାଲକାନଗିରି ଜିଲ୍ଲା । ଏହି ଜିଲ୍ଲାର ପାଶ୍ ହାର ରହିଛି ୫୯.୩୨ ପ୍ରତିଶତ । ଚଳିତବର୍ଷ ଏସ୍ସିଙ୍କ ପାସ୍ହାର ୭୦.୩୪ ପ୍ରତିଶତ ଥିବା ବେଳେ ଏସ୍ଟିଙ୍କ ପାସ୍ହାର ୭୧.୯୪ ପ୍ରତିଶତ ହୋଇଛି । ଏହି ଅବସରରେ ଶିକ୍ଷା ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର, ଗଣଶିକ୍ଷା ବିଭାଗର ନିଦେ୍ର୍ଧଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ, ବୋଡର଼୍ ସଭାପତି ଜାହାନାରା ବେଗମ, ସମ୍ପାଦକ ରାମାଶିଷ ହାଜରା, ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି ଯେ ବୋଡର଼୍ରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଯଦି ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କ କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ବୋଡର଼୍ ପକ୍ଷରୁ ଖୋଲିଥିବା ୦୬୭୧-୨୪୧୨୦୫୯ ଓ ୨୪୧୨୦୬୦ ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ପରୀକ୍ଷାଫଳର କୌଣସି ତଥ୍ୟ ସମ୍ବନ୍ଧରେ ପଚାରିପାରିବେ । ସେହିପରି କୌଣସି ଛାତ୍ରଛାତ୍ରୀ ଯଦି ଭାବୁଛନ୍ତି ସେମାନଙ୍କର ନିର୍ଦ୍ଧିଷ୍ଟ ବିଷୟରେ ନମ୍ବର କମିଯାଇଛି ସେମାବେ ରିଚେକିଂ ପାଇଁ ମଧ୍ୟ ଆବେଦନ କରିପାରିବେ । ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀମାନେ ମଇ ୨୫ ତାରିଖରୁ ୩୧ ତାରିଖ ମଧ୍ୟରେ ଅନ୍ ଲାଇନରେ ଫର୍ମ ପୂରଣ କରି ଜୁନ୍ ୨୫ ତାରିଖରୁ ସପ୍ଲିମେଂଟାରୀ ପରୀକ୍ଷାରେ ଭାଗ ନେଇପାରିବେ ।

Share :