ଖଣ୍ଡାଧାରକୁ ଖଣିଖନନ ମୁକ୍ତ ଅଞ୍ଚଳ କରିବା ଦାବୀ

ଖଣ୍ଡାଧାରକୁ ଖଣିଖନନ ମୁକ୍ତ ଅଞ୍ଚଳ କରିବା ଦାବୀ

Share :

  ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମ‘ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ ଖଣ୍ଡାଧାର ସୁରକ୍ଷା ସଂଗ୍ରାମ ତରଫରୁ ଖଣ୍ଡାଧାରରେ ଖଣିଖନନ ନିଷିଧ ଦାବୀରେ ସତ୍ୟାଗ୍ରହ ଜାନୁଆରୀ ୨୬6ରେ ଆରମ୍ଭ ହୋଇ ୨୮ରେ  ତାରିଖରେ ବିରାଟ ସମାବେଶ ହେବ | ଏହି ସତ୍ୟାଗ୍ରହରେ ଲୋକଶକ୍ତି ଅଭିଯାନ ଓ ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ବୟ ସଂପୂର୍ଣ୍ଣ ସହଯୋଗ ଓ ସାମିଲ ହେବା ସହ ସେ ନିଜେ ଏହି ତିନିଦିନ ସତ୍ୟାଗ୍ରହ ସ୍ଥଳରେ ଅନଶନ କରିବେ | ରାଜ୍ୟର ଜଳବାୟୁ ପରିବର୍ତ୍ତନ ନିରାକରଣ ପାଇଁ ଓ ପୂର୍ବଘାଟ ପର୍ବତମାଳା ଗୁଡିକରୁ ଜନ୍ମ ନେଇଥିବା ଜଳସ୍ରୋତ ଓ ନଦୀମାନଙ୍କ ସୁରକ୍ଷା ସହ ଆଦିବାସୀଙ୍କ ଜୀବନ-ଜୀବିକାର ସୁରକ୍ଷା ପାଇଁ ଖଣ୍ଡାଧାର ପରି ଜଳପ୍ରପାତ ଧାରଣ କରିଥିବା ଜଙ୍ଗଲରେ ଖଣିଖନନ ନିଷେଧ ହେବା ଏକାନ୍ତ ଜରୁରୀ | ସେହି ଦୃଷ୍ଟିରୁ ସୁନ୍ଦରଗଡ ଓ କେନ୍ଦୁଝର ଜିଲାରେ ଥିବା ଦୁଇ ଖଣ୍ଡାଧାର ଜଳପ୍ରପାତ ପର୍ବତମାଳାକୁ ଖଣିଖନନ ମୁକ୍ତ ଅଞ୍ଚଳ ଘୋଷଣା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ଦାବି କରିଛନ୍ତି | ଖଣ୍ଡାଧାରରେ ରାଜ୍ୟ ସରକାର ପୋସ୍କୋ ପାଇଁ କିମ୍ବା କେନ୍ଦ୍ର ସରକାର ଯେ କୌଣସି କମ୍ପାନୀ ପାଇଁ ଖଣିଲିଜ ଦେବା ପାଇଁ ରଖିଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ସାମନ୍ତରା ଦାବୀ କରିବା ସହିତ ଏହି ଦାବୀରେ ସତ୍ୟାଗ୍ରହରେ ଅନଶନରେ ବସିବକୁ ସ ଘୋଷଣା କରିଛନ୍ତି | ପ୍ରକୃତି ପ୍ରେମୀ ଓ ରାଜ୍ୟର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କାର୍ଯ୍ୟରତ ତଥା ଆନ୍ଦୋଳନ ସାଥୀ ଓ ସମର୍ଥକ ମାନେ ଏହି ସତ୍ୟାଗ୍ରହରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି | ଖଣ୍ଡାଧାର ପ୍ରାକୃତିକ ପରିବେଶର ସ୍ଥାୟିତ୍ବ ପାଇଁ ଏହାର ୨୫ କିମି ବ୍ୟାପକ ପରିସରରେ ଖଣି ଖନନ ନିଷେଧ କରିବାକୁ ସେ ଦାବି କରିଛନ୍ତି | ଏହା ସହିତ ଛେଳିଆ ଟୋକା ସମେତ ଖଣ୍ଡାଧାର ଅଞ୍ଚଳରେ ଚାଲିଥିବା ଖଣିଖନନ ପ୍ରକ୍ରିୟା ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି | ଜଙ୍ଗଲ ଅଧିକାର ଆଇନ ୨୦୦୬କୁ କାର୍ଯ୍ୟକାରୀ କରାଯାଇ ଆଦିବାସୀ ସମାଜର ସାମୂହିକ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ ଓ ସମ୍ବିଧାନର ୫ମ ଅନୁଛେଦ ଓ ପେସା ଆଇନକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ମଧ୍ୟ ସେ ଦାବି କରିଛନ୍ତି | ଜଳପ୍ରପାତର ନିର୍ବାଚିତ ଜଳକୁ ବେଆଇନ ଭାବେ ରାସ୍ତାରୁ ଅଟକାଇ ବିଭିନ୍ନ ଖଣି କମ୍ପାନୀମାନେ ନେଇଯାଇ ପ୍ରାକୃତିକ ସ୍ରୋତକୁ ବାଧା ଦେଇଛନ୍ତି ଏବଂ ଜଳଧାରକୁ ମାରି ଦେଉଛନ୍ତି ଫଳରେ ସାଧାରଣ ଗାଁ ଲୋକଙ୍କ ପାଇଁ ଜଳ ମିଳୁନାହିଁ ଓ ନଦୀକୁ ଆବଶ୍ୟକ ଜଳ ମିଳୁ ନାହିଁ ତେଣୁ ଜଳ ସ୍ରୋତର ପ୍ରତିବନ୍ଧକୁ ହଟାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ | କେନ୍ଦ୍ର ସରକାର ଏଠାରେ ପୋସ୍କୋ ସମେତ ଯେକୌଣସି କମ୍ପାନୀ ପାଇଁ ଖଣି ଖନନ ନିଷିଧ କରି ନିଲାମ ତାଲିକାର ପ୍ରତ୍ୟାହାର କରନ୍ତୁ ଏହାର ସଂରକ୍ଷଣ ପାଇଁ ଖଣ୍ଡାଧାରକୁ ଜାତୀୟ ପ୍ରାକୃତିକ ଐତିହ୍ୟ ରୂପେ କେନ୍ଦ୍ର ସରକାର ଦ୍ବାରା ଘୋଷଣା କରାଯାଉ |

Share :