ଫେବୃଆରୀ ୧୮ରେ ମାତୃଭାଷା ସମ୍ମିଳନୀ

ଫେବୃଆରୀ ୧୮ରେ ମାତୃଭାଷା ସମ୍ମିଳନୀ

Share :

ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ୍‌ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟାତାର ୩ୟ ବାର୍ଷିକ ଅବସରରେ ଆମରି ଭାଷା ପଥେ ଶୀର୍ଷକ ମାତୃଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରୁଛି। ଏହି ମାତୃଭାଷା ସମ୍ମିଳନୀରେ ଭାରତର ସମସ୍ତ ୬ଟି ଶାସ୍ତ୍ରୀୟ ଭାଷାର ବିଶେଷଜ୍ଞ ଯୋଗଦେବେ। ଏହି ପରିପ୍ରେକ୍ଷୀରେ ଶାସ୍ତ୍ରୀୟ ମାନ୍ୟତାର ଗୁରୁତ୍ବ ଓ ଏହାର ପ୍ରଭାବ ବିଷୟରେ ବିଶେଷ ଭାବରେ ଆଲୋଚନା ହେବ।   ଏହି ସମ୍ମିଳନୀର ସ୍ବାଗତ ସମିତିର ଅଧ୍ୟକ୍ଷ ବିଶିଷ୍ଠ ଭାଷାବିତ୍‌ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଆୟୋଜନ ସମିତିର ଅଧ୍ୟକ୍ଷ ଡଃ ଭଗବାନ ପ୍ରକାଶ ଓ ଆବାହକ ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତ ଅଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଆ ଭାଷା ପାଇଁ ଏକ କାର୍ଯ୍ୟସୂଚୀର ଖସଡା ପ୍ରସ୍ତୁତ କରି ଓଡିଶା ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟିର ଅଧ୍ୟକ୍ଷ ଡଃ ଭଗବାନ ପ୍ରକାଶ କହିଛନ୍ତି। ଦି ଇଣ୍ଟେଲେକ୍ଟସ୍‌ ନିରବଛିନ୍ନ ଭାବରେ ଓଡିଆ ଭାଷାକୁ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଚାର ଓ ପ୍ରସାରରେ କାର୍ଯ୍ୟରତ। ଏହି ମାତୃଭାଷା ସମ୍ମିଳନୀ ମାଧ୍ୟମରେ ଅନ୍ୟ ଭାଷାମାନଙ୍କ ସହିତ ସଂଯୋଗ ସ୍ଥାପନ ହେବା ସହିତ ଆମ ଭାଷାର ବେଶେଷତ୍ବ ଆନ୍ତର୍ଜାତୀୟ ସ୍ତରରେ ଆହୁରି ବୃଦ୍ଧି ପାଇବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।   ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରର ଭାଷାବିତ, ବୁଦ୍ଧିଜୀବୀ, ଲେଖକ, କବି, ସମାଲୋଚକ, ଗବେଷକ, ଶିକ୍ଷକ ଓ ଛାତ୍ର ଛାତ୍ରୀ ଯୋଗଦେଇ ସେମାନଙ୍କ ମତାମତ ଉପସ୍ଥାପନ କରିବେ। ଇତ୍ୟବସରରେ ଓଡିଆ ଭାଷାକୁ ସମୃଦ୍ଧ କରିଥିବା ବିଶେଷ ଚଳଚିତ୍ରମାନ ପ୍ରଦର୍ଶନ କରାଯିବ। ଦି ଇଣ୍ଟେଲେକ୍ଟସ୍‌ ତରଫରୁ ଭାଷା ଓ ସଂସ୍କୃତି କୁ ବିଶେଷ ଅବଦାନ ପାଇଁ ବ୍ୟକ୍ତିତ୍ବ ମାନଙ୍କୁ ଆମ ଗୌରବ ସମ୍ମାନ ଓ ପ୍ରବାସୀ ଭାଷା ସମ୍ମାନ ପ୍ରଦାନ କରାଯିବ।   ଏହି ସମ୍ମିଳନୀକୁ ସୂଚାରୂ ରୁପେ ପାଳନ କରିବା ପାଇଁ ବିଶିଷ୍ଟ କବି ତଥା ଆସିସିଆରର ନିର୍ଦେଶକ ଶ୍ରୀ ଅମରେନ୍ଦ୍ର ଖଟୁଆ, ବିଶିଷ୍ଟ ସାହିତ୍ୟକ ଡଃ ଗୌରହରି ଦାସ, ସଂଗଠନର ଉପଦେଷ୍ଟା ଏ.ଭି.ସ୍ବାମି, ରାମ ଚନ୍ଦ୍ର ଖୁଣ୍ଟିଆ, ବିରଜା ମହାପାତ୍ର, ଇଂ କାମଦେବ ବିଶ୍ବାଳ, ଡଃ ଅନିତା ପଣ୍ଡା, ଶଙ୍କର ପରିଡା ପ୍ରମୁଖ ସ୍ବତନ୍ତ୍ର ଭାବେ କାର୍ଯ୍ୟକରୁଛନ୍ତି। ସଙ୍ଗଠନର ସମସ୍ତ ସଦସ୍ୟ ତଥା ଓଡିଆ ଭାଷାର ଯୁବ ପିଢ଼ି ଏହି ସମ୍ମିଳନୀ ସହିତ ନିଜକୁ ସାମିଲ କରିଛନ୍ତି।

Share :