ଦେଖିବାକୁ ମିଳୁନାହାନ୍ତି ବାଇଚଢ଼େଇ

ଦେଖିବାକୁ ମିଳୁନାହାନ୍ତି ବାଇଚଢ଼େଇ

Share :

  ଓଡ଼ିଶାରେ ଏକ ଅତି ଲୋକପ୍ରିୟ ଚଢ଼େଇ ଭାବେ ପରିଚିତ ବାଇଚଢ଼େଇ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। କୁଶଳୀ ବାଇଚଢ଼େଇର ବସା ପ୍ରକୃତିର ଅନ୍ୟ ଏକ ଆଶ୍ଚର୍ଯ୍ୟ। ଏବେକିନ୍ତୁ ବାଇ ଚଢ଼େଇ ବା ବାୟା ଚଢ଼େଇ ଓ ସେମାନଙ୍କ ବସା ଆଉ ଗାଁ ଗହଳରେ ଦେଖିବାକୁ ମିଳୁନାହାନ୍ତି। ପକ୍ଷୀଜଗତର ଶ୍ରେଷ୍ଠ ସ୍ଥପତି ତଥା କୁଶଳୀ କାରିଗର ରୂପେ ପରିଚିତ ଏହି ଚଢ଼େଇ ବିଶେଷକରି ତାଳ ଓ ନଡ଼ିଆ ଆଦି ଡେଙ୍ଗା ଗଛରେ ବସା ତିଆରି କରିଥାନ୍ତି।   ଲୋକଙ୍କ ବିଶ୍ବାସ ଯେ ଏହି ପକ୍ଷୀ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ସେମାନଙ୍କର ଅସ୍ୱାଭାବିକ ରାବ ଜରିଆରେ ଦେଇଥାନ୍ତି। ଦିଲ୍ଲୀର ରାଜ୍ୟ ସରକାର ବାଇ ଚଢ଼େଇକୁ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଥିବା ବେଳେ ଆମ ରାଜ୍ୟ ସରକାର ଏହି ପକ୍ଷୀ ଉପରେ ନଜର ନ ଦେବା ଦୁଖ ଓ ପରିତାପର ବିଷୟ। ବାଇଚଢ଼େଇ ବସାକୁ କିଛି ଲୋକ ଭାଙ୍ଗି ବଜାରେର ବିକ୍ରି କରୁଥିବା ଲକ୍ଷ୍ୟ କରାଯାଉଛି।   ସମାଜରେ ସଚେତନତା ଅଭାବ ଯୋଗୁଁ ପକ୍ଷୀ ଜଗତରେ ଆମ ଓଡ଼ିଶାରେ ଦେଖା ଯାଉଥିବା ଶଗୁଣା, ଚିଲ, ଧଳାପେଚା ଏମିତି ଅନ୍ୟ କେତେକ ବିରଳ ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି। ଏହି ପକ୍ଷୀମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଦେଖି ପରିବେଶବିତମାନେ ଘୋର ଉଦବେଗ ପ୍ରକାଶ କରିଛନ୍ତି।

Share :