ଶାସ୍ତ୍ରୀୟ ନୃତ୍ୟ ଦେଖିଲେ ଶିଳ୍ପପତି

ଶାସ୍ତ୍ରୀୟ ନୃତ୍ୟ ଦେଖିଲେ ଶିଳ୍ପପତି

Share :

  ଡିସେମ୍ବର ପହିଲା ଗୁରୁବାର ଏକ ମନୋରମ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦାର୍ଶନୀ-୨୦୧୬ ଉଦଘାଟିତ ହୋଇଯାଇଛି। ଉତ୍କଳୀୟ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଚରମ ନିଦର୍ଶନ ପୂର୍ବ ଏସିଆର ଏକମାତ୍ର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାର୍ଶ୍ୱରେ ଆଲୋକମାଳାରେ ସୁସଜ୍ଜିତ ସବୁଜିମା ଭରା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ପଞ୍ଚଦିବସୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମକୁ ମଞ୍ଚରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନିମାପଡା ବିଧାୟକ ସମୀରରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ, ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀ, କୋଣାର୍କ ଏନଏସି ଭାନୁମତୀ ରାଉତରାୟ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ପ୍ରମୁଖ ଉଦଘାଟନ କରିଥିଲେ। ପ୍ରଥମ ଦିନର କାର୍ଯ୍ୟକ୍ରମକୁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ପ୍ରାୟ ୨୦୦ ଶିଳ୍ପପତି ଉପଭୋଗ କରିଥିଲେ।   ପ୍ରମ ଦିନ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀର ମାଧବୀ ମୁଦଗଲ ଓ ସାଥୀଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟରେ ପରିବେଷଣ କରରଯାଇଥିଲା ସୂର୍ଯ୍ୟବନ୍ଦନା। ଏଥିରେ ନୃତ୍ୟଶିଳ୍ପୀମାନେ ସୂର୍ଯ୍ୟଙ୍କ ସ୍ତୁତି ଓ ବନ୍ଦାପନାକୁ ନେଇ ଚିତାକର୍ଷକ ନୃତ୍ୟପ୍ରଦର୍ଶନ କରିଥିଲୋ। ଦ୍ୱିତୀୟ ସେପାନରେ ବିବିଧ ତାଳବାଦ୍ୟର ଏକ ମିଶ୍ରରାଗରେ ନୃତ୍ୟଶିଳ୍ପୀମାନେ    ନୃତ୍ୟାଭିନୟ ମାଧ୍ୟମରେ ପ୍ରଦଶିତ କରାଯାଇଥିବା ବେଳେ ତୃତୀୟ ସେପାନରେ କୃଷ୍ଣଙ୍କ ମାଧୁର୍ଯ୍ୟର ଋପକାନ୍ତି ଓ ଲିଳାର ମାଧୁର୍ଯ୍ୟକୁ ନେଇ ନୃତ୍ୟ ପ୍ରଦର୍ଶନ କରିଥିଲେ। ପ୍ରଥମ ସନ୍ଧ୍ୟାର ଦ୍ୱିତୀୟ ଚରଣରେ ଚେନ୍ନାଇର ଜୟକିଶୋର ମୁଶଳକାନ୍ତି ଓ ସାଥୀଙ୍କ ପକ୍ଷରୁ କୁଚିପୁଡି ନୃତ୍ୟ ପ୍ରଦର୍ଶନ କରିଥିଲେ। ଏଥିରେ ନୃତ୍ୟ ଶିଳ୍ପୀମାନେ କୃଷ୍ଣଙ୍କ ଳିଳା ଓ ଜୟଦୁର୍ଗା ଓ ଲକ୍ଷ୍ମୀଙ୍କ ବିଷୟରେ  ନୃତ୍ୟଶିଳ୍ପୀମାନେ ବାଦ୍ୟଯନ୍ତ୍ରର ତାଳେ ତାଳେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣକରି କଳାପ୍ରେମୀ ଦର୍ଶକଙ୍କ ମନ ମୋହିଥିଲେ।   ଭୁବନେଶ୍ୱରଠାରେ ଆୟୋଜିତ ମେକ‌୍‍ ଇନ‌୍‍ ଓଡିଶା କନକ୍ଲେଭରେ ଯୋଗ ଦେଇଥିବା ଦେଶ ବିଦେଶର ୨୦୦ରୁ ଅଧିକ ଶିଳ୍ପପତି ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଦେଖିବା ପାଇଁ ଆସିଥିବାରୁ ଦର୍ଶକ ଗ୍ୟାଲେରି ଭରପୂର ଥିଲା। ସନ୍ଧ୍ୟାର ସଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ଡଃ ଆର୍ଶି୍‍ ସେଟୀ। ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଉତ୍ପଳ ପତି, ଓଡିଶୀ ଗବେଶଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ସଂଗୀତା ଗୋସାଇଁ ପରିଚାଳନା କରି ଥିଲେ।   ଏହି ଅବସରରେ ଅପରାହ୍ନ ୬ଟାରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ବାଲୁକା ଶିଳ୍ପୀଙ୍କ ଗହଣରେ ଅତିଥି ଓ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ବେଲୁନ ଉଡ଼ାଇ ଉଦଘାଟନ କରିଥିଲେ। ଏହି ଉତ୍ସବର ଅତିଥିମାନଙ୍କ ସହ ବ୍ରାଣ୍ଡ ଆମ୍ୱାସାଡ଼ର ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ବାଲୁକାଶିଳ୍ପୀ ମନମୋହନ ମହାପାତ୍ର ଉପସ୍ଥିତ ଥିଲେ। ବାଲୁକା କଳା ଉତ୍ସବର ପ୍ରଥମ ଦିବସରେ ‘ମେକ‌୍‍ ଇନ‌୍‍ ଓଡିଶା’ର ଥିମକୁ ନେଇ ବାଲୁକା ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ଚିତ୍ତାକର୍ଷକ ବାଲୁକା ସ୍ତୁପ। ମୁକ୍ତକାଶ ରଙ୍ଗମଞ୍ଚ ପରିସରରେ ପର୍ଯ୍ୟଟନ କାର୍ଯ୍ୟଳୟକୁ ଉଦଘାଟ କରାଯାଇଥିଲା। ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆସୁଥିବା ଶାରୀରିକ ଅସୁସ୍ଥ ଓ ଦିବ୍ୟାଙ୍ଗ ଦର୍ଶକଙ୍କ ପାଇଁ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଥିବା ବେଳେ ଅଗ୍ନିନିର୍ବାପକ ବ୍ୟବସ୍ଥା କରାଯାଇଛି। ଏତଦ ବ୍ୟତିତ ଅର୍ବାନ ହାଟପରିସରରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ହସ୍ତଶିଳ୍ପ ପ୍ରଦର୍ଶନୀ ଏବଂ କୋଣାର୍କ ପୁସ୍ତକ ମେଳା କମିଟି ପକ୍ଷରୁ ୫ ଦିନ ବ୍ୟାପି ପୁସ୍ତକ ମେଳା ବିକେ ଆର୍ଟ କଲେଜ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆର୍ଟିସାନ କ୍ୟାମ୍ପ ଓ କୋଣାର୍କ ହେଲିପ୍ୟାଡରେ ମିନାବଜାର ଓ ୪ଟି ଯାତ୍ରା ଦଳ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଛି।

Share :