କୋଣାର୍କରେ ମିନି ସାଇକ୍ଲୋଥନ

କୋଣାର୍କରେ ମିନି ସାଇକ୍ଲୋଥନ

Share :

  କୋଣାର୍କ ଉତ୍ସବ-୨୦୧୬ ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ଅବ୍ୟବେହିତ ପୂର୍ବରୁ ନଭେମ୍ବର ୩୦ ତାରିଖରେ କୋଣାର୍କ ପ୍ରେସ‌୍‍ କ୍ଲବ ପକ୍ଷରୁ ‘ସ୍ବଚ୍ଛ କୋଣାର୍କ-ସବୁଜ କୋଣାର୍କ’ ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଯାଇଛି ମିନି ସାଇକ୍ଲୋଥନ। ଦୀର୍ଘ ୨୬ ବର୍ଷ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ଉତ୍ସବ ପାଳିତ ହୋଇ ଆସୁଥିବାରୁ  ଏହାର ସ୍ମୃତି ଉଦ୍ଦେଶ୍ୟରେ ୨୬ଟି ପାରାଙ୍କୁ ଅତିଥିମାନେ ଉଡାଇ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଉଦଘାଟନୀ ଉତ୍ସବକୁ କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ ସବୁଜ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟର ସହ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଥାନାଧିକାରୀ ଅରୁଣକୁମାର ତ୍ରିପାଠୀ, କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, ଅବସର ପ୍ରାପ୍ତ ଅଧ୍ୟାପକ ଶରତଚନ୍ଦ୍ର ପ୍ରଧାନ, ସମାଜସେବୀ ହରିଶ୍ଚନ୍ଦ୍ର ଦାଶ, ଉମେଶଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ପାତ୍ର, ସାଇକଲରେ ଭାରତ ଭ୍ରମଣ କରିଥିବା ସାଇକଲ ଚାଳକ ମନୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।   ସାଇକଲଥୋନରେ ଯୋଗ ଦେଇଥିବା ଯୁବଗୋଷ୍ଠୀ ରଙ୍ଗମଞ୍ଚ ପରିସରରୁ ବିଭିନ୍ନ ସ୍ଲୋଗାନ ଦେବା ସହ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ସଚେତନ କରାଇ ବଜାର ପରିକ୍ରମା କରିଥିଲେ। କୋଣାର୍କ-ପୁରୀ ବେଳାମାର୍ଗ ଦେଇ ମା’ ରାମଚଣ୍ଡୀଙ୍କ ପୀଠରେ ଏହା ଶେଷ ହୋଇଥିଲା। ବେଳାମାର୍ଗରେ ସାଇକ ଶୋଭାଯାତ୍ରା ଯାଉଥିବା ବେଳେ ଚନ୍ଦ୍ରଭାଗା ବଜାର କମିଟି, ଲୋଟସ‌୍‍ ରିସୋର୍ଟ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ସାଇକ୍ଲୋଥୋନର ସାମିଲ ହୋଇଥିବା ଯୁବକମାନଙ୍କୁ ମା’ଙ୍କ ପୀଠରେ ମା’ରାମଚଣ୍ଡୀ ବଜାର କମିଟି ଓ ମା’ ରାମଚଣ୍ଡୀ ରାମେଶ୍ୱର ମଟର ବୋଟ ଆସୋସିଏସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏଠାରେ ଏକ ସଚେତନତା ଓ ଉଦଯାପନୀ ସଭା ଆୟୋଜନ କରାଯାଇ ପରିବେଶ ସ୍ୱଚ୍ଛତା ସଂପର୍କ୍ତିତ ବାର୍ତ୍ତା ପ୍ରଦାନ କରାଯାଇଥିଲା।   ଏହି ସାଇକ୍ଲୋଥନରେ କଲେଜ ଛାତ୍ରଛାତ୍ରୀ, େସ୍ୱଚ୍ଛାସେବୀ, ସାଇକଲ ରାଇଡର ଓ ପରିବେଶବିତଙ୍କ ସମେତ ସାଇକଲ ଚାଳନାରେ ରୁଚି ରଖିଥିବା ବ୍ୟକ୍ତିମାନେ ସାମିଲ ହୋଇଥିଲେ। ଏହି ଅବସରେ ନାଟ୍ୟଦୀପ ସଂସ୍ଥା ପକ୍ଷରୁ ପର୍ଯ୍ୟଟନ ଓ ସ୍ୱଚ୍ଛତା ସଂପର୍କରେ ଏକ କ୍ଷୁଦ୍ରନାଟକ ପରିବେଷଣ କରାଯାଇଥିବା ବେଳେ ଉପସ୍ଥିତ ଅତିଥି ଓ ଯୁବଗୋଷ୍ଠୀଙ୍କୁ ଆମୋଦିତ କରିଥିଲା। ଏହି କାର୍ଯ୍ୟକ୍ରମକୁ କୋଣାର୍କ ପ୍ରେସ‌୍‍ କ୍ଲବର ସଭାପତି ସଞ୍ଜୟ ପତି, ଉପ ସଭାପତି ଅବନୀଭୂଷଣ ବାରିକ, ସଂପାଦକ ମାନସରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ଅଜିତ କୁମାର ମଲ୍ଲିକଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share :