ସ୍ୱଚ୍ଛ କୋଣାର୍କ ପାଇଁ ମିନି ସାଇକ୍ଲୋଥନ

ସ୍ୱଚ୍ଛ କୋଣାର୍କ ପାଇଁ ମିନି ସାଇକ୍ଲୋଥନ

Share :

  କୋଣାର୍କ ଉତ୍ସବ-୨୦୧୬ ଅବସରରେ ଓଡିଶାପର୍ଯ୍ୟଟନ ବିଭାଗ ପକ୍ଷରୁ  ଡିସେମ୍ୱର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଂଗୀତର ମହାକୁମ୍ଭ  ଓ ଚନ୍ଦ୍ରଭାଗାର ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ-୨୦୧୬ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେବ। ନଭେମ୍ୱର ୩୦ ତାରିଖ ଉତ୍ସବର ଅବ୍ୟବହିତ ପୂର୍ବରୁ ପର୍ଯ୍ୟଟନ ବିଭାଗ ସହାୟତାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ କୋଣାର୍କ ପ୍ରେସ‌୍‍ କ୍ଲବ ପକ୍ଷରୁ କୋଣାର୍କ ଉତ୍ସବର ମାନ ବୃଦ୍ଧି କରିବା ପାଇଁ ସ୍ବଚ୍ଛ କୋଣାର୍କ-ସବୁଜ କୋଣାର୍କ ବାର୍ତ୍ତା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଆୟୋଜିତ ହେବ ମିନି ସାଇକ୍ଲୋଥନ।   ନଭେମ୍ବର ୩୦ ତାରିଖ ସକାଳ ୮ଟାରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରୁ ବିଭିନ୍ନ ସ୍ଲୋଗାନ ଦେଇ ଏହି ସାଇକ୍ଲୋଥନ ବାହାରି ମା’ ରାମଚଣ୍ଡୀଙ୍କ ପୀଠରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସାଇକ୍ଲୋଥନରେ କଲେଜ ଛାତ୍ରଛାତ୍ରୀ, େସ୍ୱଚ୍ଛାସେବୀ, ସାଇକଲ ରାଇଡର ଓ ପରିବେଶବିତଙ୍କ ସମେତ ସାଇକଲ ଚାଳନାରେ ରୁଚି ରଖୁଥିବା ବ୍ୟକ୍ତିମାନେ ସାମିଲ ହେବାର କାର୍ଯ୍ୟକ୍ରର୍ମ ରହିଛି। ମିନି ସାଇକ୍ଲୋଥନରେ ସାମିଲ ହୋଇଥିବା ସମସ୍ତ ସାଇକଲ ଚାଳକମାନଙ୍କୁ ଚନ୍ଦ୍ରଭାଗା ବଜାର କମିଟି, ଲୋଟସ‌୍‍ ରିସୋର୍ଟ, ମା’ ରାମଚଣ୍ଡୀ ବଜାର କମିଟି ଓ ମା’ ରାମେଶ୍ୱର ମଟର ବୋଟ ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

Share :