ମୁକ୍ତାକାଶ ରଙ୍ଗମଞ୍ଚର ଗ୍ୟାଲେରୀ ସଂପ୍ରସାରିତ

ମୁକ୍ତାକାଶ ରଙ୍ଗମଞ୍ଚର ଗ୍ୟାଲେରୀ ସଂପ୍ରସାରିତ

Share :

  ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା କୋଣାର୍କ ଉତ୍ସବ ନିମନ୍ତେ ମୁକ୍ତକାଶ ରଙ୍ଗମଞ୍ଚର ଦର୍ଶକ ଗ୍ୟାଲେରିକୁ ସଂପ୍ରସାରିତ କରାଯାଇଛି। ଏହାର ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି।   ମେକ‌୍‍ ଇନ‌୍‍ ଓଡିଶାର ୬୦୦ ପ୍ରତିନିଧି ଉତ୍ସବ ଦେଖିବାକୁ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମୁକ୍ତାକାଶ ରଙ୍ଗମଞ୍ଚର ଦର୍ଶକ ଗ୍ୟାଲେରୀର ପୂର୍ବ ଓ ପଶ୍ଚିମ ପାର୍ଶ୍ୱରେ ଅତିରିକ୍ତ ୪୦୦ ସିଟ‌୍‍ ନିର୍ମାଣ କରାଯାଉଛି। ଏହି ଅତିଥିମାନଙ୍କ ନିମନ୍ତେ ଯାତ୍ରୀନିବାସ ଓ କୋଣାର୍କ ସଂଗ୍ରହାଳୟ ପରିସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଶିଳ୍ପ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଇଭେଣ୍ଟ ମ୍ୟାନେଜମେଣ୍ଟ ନିଯୁକ୍ତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।   ୨୦୧୨ ମସିହାରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରେ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟ ନିମନ୍ତେ ନିର୍ମାଣାଧୀନ ଥିବା ଏକ ଅସଂପୂର୍ଣ୍ଣ କୋଠାର କାମକୁ ତ୍ୱରାନ୍ୱିତ କରାଯାଉଛି। ଉତ୍ସବ ପୁର୍ବରୁ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟ ନୂତନ କୋଠାରେ ଚାଲିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି। ଓଟିଡିସି ପକ୍ଷରୁ ରଙ୍ଗମଞ୍ଚ ପରିସରସ୍ଥ ଗ୍ରୀନରୁମ, ଗ୍ୟାଲେରୀ, ପାଦଚଲା ରାସ୍ତା ଓ ଟିକେଟ‌୍‍ କାଉଣ୍ଟରର ମରାମତି ଓ ରଙ୍ଗ କାମ ଆରମ୍ଭ ହୋଇଛି। ନୃତ୍ୟଶିଳ୍ପୀ, ଭିଆଇପି, ପର୍ଯ୍ୟଟକ, ବାଲୁକାଶିଳ୍ପୀ ଓ ଉତ୍ସବର ବ୍ୟବସ୍ଥାସହ ଜଡିତ ବିଭାଗୀୟ ପଦାଧିକାରୀଙ୍କ ରହଣି ତଥା ଆତିଥ୍ୟ ସ୍ଥଳ ପୂର୍ତ୍ତ ଡାକବଙ୍ଗଳା, ଯାତ୍ରୀନିବାସ, ଗୀତାଞ୍ଜଳି ରେଷ୍ଟୁରାଣ୍ଟ ଓ ଚନ୍ଦ୍ରଭାଗାର ଉଡେନ‌୍‍ ରେଷ୍ଟୁରାଣ୍ଟର ଭିତ୍ତିଭୂମିକୁ ପରିଷ୍କାର ପରିଛନ୍ନ କରାଯିବା ସହ କୋଠାଗୁଡିକୁ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି।   ଡିସେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଶାନ୍ତ୍ରୀୟ ନୃତ୍ୟ ଓ ସଂଗୀତ ପରିବେଷଣ ସମୟରେ ମଞ୍ଚର ବ୍ୟାକଡ୍ରପରେ ସୂର୍ଯ୍ୟମନ୍ଦିର ଉଦଭାସିତ ହୋଇଥାଏ। ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ସୂର୍ଯ୍ୟମନ୍ଦିରର ଅପରୂପ ଶୋଭା ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟରୋରେ ସିଧା ପ୍ରସାରଣ ହୋଇଥାଏ। ଏହି ସିଧା ପ୍ରଶାରଣକୁ ଦେଶ ବିଦେଶର ଲକ୍ଷାଧିକ କଳା ପ୍ରେମୀ ଉପଭୋଗ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ଲାଗିଥିବା ଲୁହାପାଇପ ଭାରାକୁ ଭାରତୀୟ ପୂରାତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ କୋଣାର୍କ-ପିପିଲି ରାସ୍ତାର ଉଭୟ ପାର୍ଶ୍ୱର ପାଦଚଲା ରାସ୍ତାରେ ମାଡିଥିବା କଣ୍ଟା ଜାତୀୟ ଗୁଳ୍ମକୁ ସଫା କରାଯାଉଛି।   କୋଣାର୍କ ଏନ‌୍‍ଏସି ପକ୍ଷରୁ କୋଣାର୍କରୁ ଚନ୍ଦ୍ରଭାଗା ବେଳାଭୂମି ପର୍ଯ୍ୟନ୍ତ ସମସ୍ତ ଅଂଚଳକୁ ପରିଷ୍କାର କରାଯିବାସହ ରାସ୍ତାକଡରେ ଉଜ୍ଜ୍ୱଳ ଏଲ‌୍‍ଇଡି ଲାଇଟ‌୍‍ ବ୍ୟବସ୍ଥା କରାଯାଉଛି। ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇନାହଁିଁ। ମୀନାବଜାର ଓ ଯାତ୍ରାପାର୍ଟି ନିମନ୍ତେ ହେଲିପ୍ୟାଡ‌୍‍ ପଡିଆରେ କୋଣାର୍କ ଏନ‌୍‍ଏସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯିବ। ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ନିମନ୍ତେ କଳାକାର ଗୋଷ୍ଠୀ ଚୟନ ସରିଛି। ତେବେ ଟୁରିଜିମ‌୍‍ େୱବସାଇଟ‌୍‍ରେ ଚଳିତବର୍ଷ ଉତ୍ସବ ନିମନ୍ତେ କୌଣସି ସୂଚନା ଏଯାବତ‌୍‍ ଉପଲବ୍ଧ ହୋଇନାହିଁ। ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଉତ୍ସବର ପ୍ରଚାର ପ୍ରସାର ଦିଗରେ ପର୍ଯ୍ୟଟନ ବିଭାଗ ଉଦାସୀନତା ପ୍ରଦର୍ଶନ କରିଥିବାରୁ ଏହି ଉତ୍ସବ ଦେଖିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ନାପସନ୍ଦ କରିଛନ୍ତି।

Share :